Top 10 News Today: ରାଜ୍ୟ ତଥା ଦେଶ ବିଦେଶର ସବୁ ବଡ଼ ଖବର ପଢନ୍ତୁ ଚୁଟକୀରେ
Trending Photos
Top 10 News Today
Headlines 01- ଦକ୍ଷିଣ କୋରିଆରେ ଏବେ ରାଜନୈତିକ ଅସ୍ଥିରତା ଦେଖିବାକୁ ମିଳିଛି। ଦକ୍ଷିଣ କୋରିଆର ଏକ କୋର୍ଟ ରାଷ୍ଟ୍ରପତି ୟୁନ ସୁକ ୟେଓଲୋଙ୍କ ବିପକ୍ଷରେ ଗିରଫ ପରୱାନା ଜାରି କରିଛନ୍ତି। ଏପରିକି ରାଷ୍ଟ୍ରପତିଙ୍କ ବାସଭବନର ଛାନଭିନ କରିବାକୁ ମଧ୍ୟ ନିର୍ଦ୍ଦେଶ ରହିଛି। ରାଷ୍ଟ୍ରପତି ୟୁନ ସୁକ ୟେଓଲୋ ମହାଅଭିଯୋଗ ପ୍ରସ୍ତାବର ସାମ୍ନା କରୁଥିବା ବେଳେ କୋର୍ଟଙ୍କ ପକ୍ଷରୁ ଏଭଳି ନିର୍ଦ୍ଦେଶ ଆସିଛି।
Headlines 02- ୮ ଜଣ ଆଇପିଏସ୍ ଅଫିସରଙ୍କୁ ପଦୋନ୍ନତି ଦେଇଛନ୍ତି ରାଜ୍ୟ ସରକାର । ସେମାନଙ୍କ ମଧ୍ୟରେ ଯତିନ୍ଦ୍ର କୋୟଲ ଏବଂ ପ୍ରତୀକ ମହାନ୍ତିଙ୍କୁ ADG ପାହ୍ୟାକୁ ପଦୋନ୍ନତି । ପିନାକ ମିଶ୍ର, ବି. ଯୁଗୋଳ କିଶୋର କୁମାର, ବି. ଗଙ୍ଗାଧରଙ୍କୁ DIG ପାହ୍ୟା । ଅବିନାଶ କୁମାର, ସାର୍ଥକ ଷଡ଼ଙ୍ଗୀ, ନିତି ଶେଖରଙ୍କୁ IG ପାହ୍ୟା ମିଳିଛି ।
Headlines 03- ଜଗତସିଂହପୁର ଜିଲ୍ଲା ବାଲିକୁଦା ଥାନା ଅଞ୍ଚଳର ଜଣେ ଯୁବ ଚାଷୀଙ୍କ ଆତ୍ମହତ୍ୟା ପରେ ଘଟଣାକୁ ନେଇ ରାଜନୈତିକ ଚର୍ଚ୍ଚା ଆରମ୍ଭ ହୋଇଛି । ଧାନ ଫସଲ କ୍ଷୟ କ୍ଷତି କୁ ନେଇ ମାନସିକ ଭାରସମ୍ୟ ହରାଇବା ପରେ ଜଣେ ଯୁବ ଚାଷୀ ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଛି । ଅନ୍ୟପଟେ ବିରୋଧି ଦଳ ନେତା ନବୀନ ପଟ୍ଟନାୟକ କହିଛନ୍ତି ଯେ, ଚାଷୀ ଜୀବନ ହାରିବା ମାମଲା ଦିନକୁ ଦିନ ବଢିବାରେ ଲାଗିଛି। ସରକାର ତୁରନ୍ତ ଏନେଇ ପଦକ୍ଷେପ ନିଅନ୍ତୁ ।
Headlines 04- ବର୍ଷ ଶେଷରେ ଶ୍ରୀଜିଉଙ୍କ ଦର୍ଶନ ପାଇଁ ଶ୍ରୀକ୍ଷେତ୍ରରେ ଅସମ୍ଭାଳ ଭିଡ଼। ପ୍ରଭୁଙ୍କ ଦର୍ଶନ ପାଇଁ ଘଣ୍ଟା ଘଣ୍ଟା ଧରି କରିବାକୁ ପଡୁଛି ଅପେକ୍ଷା। ମରିଚିକୋଟ୍ ଓ ମାର୍କେଟ ଛକରୁ ଲମ୍ବା ଲାଇନରେ ଯାଇ ମହାପ୍ରଭୁଙ୍କୁ ଦର୍ଶନ କରୁଛନ୍ତି ଲକ୍ଷ ଲକ୍ଷ ଭକ୍ତ। ପୋଲିସ ପାଇଁ ଚ୍ୟାଲେଞ୍ଜ ସୃଷ୍ଟି କରିଛି ଭିତର ଗହଳି ନିୟନ୍ତ୍ରଣ ବା ବାହାର କାଠ ଦର୍ଶନ ବ୍ୟବସ୍ଥା। ଅଧିକ ଭିଡ଼କୁ ଦୃଷ୍ଟିରେ ରଖି ଆଜି ଓ ନୂଆବର୍ଷ ଦୁଇ ଦିନ କେବଳ ସିଂହଦ୍ବାର ଦେଇ ପ୍ରବେଶ କରିବେ ଶ୍ରଦ୍ଧାଳୁ।
Headlines 05- ସୁସ୍ଥ ହୋଇ ଓଡ଼ିଶା ଫେରିବା ପରେ ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇଛନ୍ତି ବାଲେଶ୍ୱର ସାଂସଦ ପ୍ରତାପ ଷଡ଼ଙ୍ଗୀ। ଘଟିଯାଇଥିବା ଘଟଣାକୁ କଡ଼ା ନିନ୍ଦା କରିବା ସହ ସେ କହିଛନ୍ତି କି ସଂସଦରେ ଏଭଳି ଅଶୋଭନୀୟ ଆଚରଣ ବିଲକୁଲ ଗ୍ରହଣୀୟ ନୁହେଁ। ଏଭଳି ଆଚରଣ ପବିତ୍ର ଗୃହରେ କରାଯିବା ଉଚିତ କି ? ସେ ଆହୁରି ମଧ୍ୟ କହିଛନ୍ତି କି ଏହି ଘଟଣାରେ ଯଦି ମୁଁ ଭୁଲ ତେବେ ସଂସଦରେ ଲାଗିଥିବା ସିସିଟିଭିର ଫୁଟେଜକୁ ଯାଞ୍ଚ କରାଯାଉ। କିଏ ଠିକ କିଏ ଭୁଲ ତାହା ସ୍ପଷ୍ଟ ହୋଇଯିବ।
Headlines 06- ରିମାଣ୍ଡରେ ଆସିବେ ବଣ୍ଟି-ବବଲି। ଦୁଇ ହାଇପ୍ରୋଫାଇଲ ଠକ ହଂସିତା ଅଭିଲିପସା ଓ ଅନୀଲ ମହାନ୍ତିଙ୍କୁ ରିମାଣ୍ଡରେ ଆଣି ଅଧିକ ତଥ୍ୟ ହାସଲ କରିବ ଇନଫୋସିଟି ଥାନା ପୁଲିସ। ଭୁବନେଶ୍ବରରେ ବହୁ ଭିଭିଆଇପିଙ୍କ ସଂପର୍କୀୟ କହି କରୁଥିଲେ ଠକେଇ। ହଂସିତା ନିଜକୁ ପିଏମଙ୍କ ପ୍ରମୁଖ ସଚିବ ପିକେ ମିଶ୍ରଙ୍କ ଝିଅ ଓ ଅନୀଲ ଜ୍ବାଇଁ ଭାବେ ପରିଚୟ ଦେଇ ଲୁଟୁଥିବା ପୁଲିସ କହିଛି। ଭୁବନେଶ୍ବରରେ ଦାମୀ ଆପାର୍ଟମେଣ୍ଟରେ ରହୁଥିଲେ, ବିଳାସପୂର୍ଣ୍ଣ ଗାଡ଼ି ଚଢୁଥିଲେ। ଏମାନଙ୍କ ଟାର୍ଗେଟରେ ଥିଲେ ବଡ଼ବଡ଼ିଆ, ଶିଳ୍ପପତି ଓ ବଡ଼ ବ୍ୟବସାୟୀ।
Headlines 07- କୋଲକାତା ଆଲିପୁର ଚିଡିଆଖାନାରେ ୧୨ ଜଣିଆ ଟିମ୍ ଜିନତର ଚିକିତ୍ସା ଓ ନିରୀକ୍ଷଣ ଦାୟିତ୍ବରେ ଅଛନ୍ତି। ତାର ଶରୀର ସଂପୂର୍ଣ୍ଣ ଦୁର୍ବଳ ରହିଛି। ଆଜି ଡାକ୍ତରୀ ପରୀକ୍ଷା ପରେ ବାଘୁଣୀ କେବେ ଫେରିବ ସେ ସମ୍ପର୍କରେ ନିଷ୍ପତ୍ତି ନିଆଯିବ। ତେବେ ସେ ସୁସ୍ଥ ହେବା ପରେ ତାକୁ କେଉଁଠି ରଖାଯିବ ସେନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ଜିନତକୁ ଟ୍ରାଙ୍କୁଲାଇଜ କରିବା ପାଇଁ ୩ଟି ସଟ୍ ମରାଯାଇଥିଲା ।
Headlines 08- ସାମ୍ବାଦିକଙ୍କ ପାଇଁ ହଟିଲା କଟକଣା। ଲୋକସେବା ଭବନରେ ପ୍ରବେଶ ପାଇଁ ମିଳିଲା ଗ୍ରୀନ ସିଗନାଲ। ସୂଚନା ଓ ଲୋକସମ୍ପର୍କ ବିଭାଗ ପକ୍ଷରୁ ଏନେଇ ବିଜ୍ଞପ୍ତି ପ୍ରକାଶ ପାଇଛି। ସ୍ୱୀକୃତିପ୍ରାପ୍ତ ଓ ଅଣସ୍ୱୀକୃତିପ୍ରାପ୍ତ ସାମ୍ବାଦିକଙ୍କୁ ପ୍ରବେଶ ପାଇଁ ଅନୁମତି ମିଳିଛି। ଟିଭି ଓ ଖବରକାଗଜର ଜଣେ ଲେଖାଏଁ ସାମ୍ବାଦିକଙ୍କୁ ଅନୁମତି ମିଳିଛି। ପୂର୍ବ ସରକାରରେ କୋଭିଡ ପରଠୁ ଦୀର୍ଘଦିନ ଧରି ସାମ୍ବାଦିକଙ୍କୁ ଲୋକସେବା ଭବନରେ ପ୍ରବେଶ ନେଇ ପ୍ରତିବନ୍ଧକ ରହିଥିଲା।
Headlines 09- ଆସନ୍ତା ମାସ ୨୦ ତାରିଖରୁ ଶ୍ରୀମନ୍ଦିରରେ ନୂଆବର୍ଷରୁ ଆରମ୍ଭ ହେବ ଧାଡ଼ିଦର୍ଶନ। ଏନେଇ ଆଜି ଆଇନ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ ସୂଚନା ଦେଇଛନ୍ତି। ସେ କହିଛନ୍ତି, ମାର୍କେଟ ଛକ ଯାଏ ଧାଡ଼ି ହେବ। ଏହି ସମୟରେ ଶ୍ରଦ୍ଧାଳୁଙ୍କୁ ପିଇବା ପାଣି ଯୋଗାଇ ଦିଆଯିବ। ଏହାଛଡ଼ା ସେଠାରେ କୁଲର ଓ ଫ୍ୟାନ୍ ର ବ୍ୟବସ୍ଥା ବି କରାଯିବ। ଭିନ୍ନକ୍ଷମ ଓ ବୟସ୍କମାନଙ୍କ ପାଇଁ ସ୍ବତନ୍ତ୍ର ପଦକ୍ଷେପ ନିଆଯିବା ଲାଗି ନିର୍ଦ୍ଦେଶ ଦିଆଯାଇଛି।
Headlines 10- ଭାରତୀୟ ପାଣିପାଗ ବିଭାଗ (ଆଇଏମଡି) ପୂର୍ବାନୁମାନ କରିଛି ଯେ, ନୂଆବର୍ଷ ଅବସରରେ ବରଗଡ, ବଲାଙ୍ଗୀର, ନୂଆପଡା, କେନ୍ଦୁଝର, ମୟୂରଭଞ୍ଜ ଏବଂ ସମ୍ବଲପୁର ଜିଲ୍ଲାର ଗୋଟିଏ କିମ୍ବା ଦୁଇଟି ସ୍ଥାନରେ ଘନ କୁହୁଡ଼ି ହେବାର ସମ୍ଭାବନା ରହିଛି। ସୁନ୍ଦରଗଡ, କଳାହାଣ୍ଡି, ଏବଂ କନ୍ଧମାଳ ଜିଲ୍ଲାରେ ୫୦ରୁ ୨୦୦ ମିଟର ମଧ୍ୟରେ ଦୃଶ୍ୟମାନ ନ ହେଉଥିବା ଘନ କୁହୁଡି ପାଇଁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି। ଭୁବନେଶ୍ୱରରେ ଥିବା ଆଇଏମଡିର ଆଞ୍ଚଳିକ କେନ୍ଦ୍ର ପୂର୍ବାନୁମାନ କରିଛି ଯେ, ନୂଆବର୍ଷରୁ ଶୀତ ଲହର ପୁଣି ଫେରିବ। ସୋମବାର ରାତି ପର୍ଯ୍ୟନ୍ତ ତାପମାତ୍ରାରେ କୌଣସି ବଡ଼ ପରିବର୍ତ୍ତନ ଦେଖିବାକୁ ମିଳି ନ ପାରେ। ପରବର୍ତ୍ତୀ ୨ରୁ ୪ଦିନ ମଧ୍ୟରେ ତାପମାତ୍ରା ୨ ରୁ ୪ ଡିଗ୍ରି ସେଲସିୟସ ହ୍ରାସ ପାଇବାର ସମ୍ଭାବନା ଥିବା ପାଣିପାଗ ବିଭାଗ ପକ୍ଷରୁ ପୂର୍ବାନୂମାନ କରାଯାଇଛି।