Crime News: ଭଉଣୀ ରାକ୍ଷୀର ମାନ ରଖିବାକୁ ଯାଇ ଜୀବନ ଦେଇଦେଲା ଭାଇ
Crime News: ୟୁପିର ପ୍ରୟାଗରାଜରୁ ଏକ ହୃଦୟ ବିଦାରକ ଘଟଣା ଏବେ ସାମ୍ନାକୁ ଆସିଛି। ଖେରି(Kheri) ଅଞ୍ଚଳରେ ଜଣେ ଛାତ୍ର ନିଜ ଭଉଣୀଙ୍କ ସହ ହୋଇଥିବା ଅଶାଳୀନ ବ୍ୟବହାକୁ ବିରୋଧ କରିବାରୁ ତାଙ୍କୁ ହତ୍ୟା କରାଯାଇଥିବା ଖବର ଏବେ ସମସ୍ତଙ୍କୁ ସ୍ତବ୍ଧ କରି ଦେଇଛି। ସୋମବାର ଅର୍ଥାତ୍ ଗତ କାଲି ସନ୍ଧ୍ୟାରେ ଏହି ଘଟଣାଟି ଘଟିଥିବା ବେଳେ ଏବେ ସମଗ୍ର ଦେଶରେ ଏହା ଆଲୋଡ଼ନ ସୃଷ୍ଟି କରିଛି।
Crime News: ୟୁପିର ପ୍ରୟାଗରାଜରୁ ଏକ ହୃଦୟ ବିଦାରକ ଘଟଣା ଏବେ ସାମ୍ନାକୁ ଆସିଛି। ଖେରି(Kheri) ଅଞ୍ଚଳରେ ଜଣେ ଛାତ୍ର ନିଜ ଭଉଣୀଙ୍କ ସହ ହୋଇଥିବା ଅଶାଳୀନ ବ୍ୟବହାକୁ ବିରୋଧ କରିବାରୁ ତାଙ୍କୁ ହତ୍ୟା କରାଯାଇଥିବା ଖବର ଏବେ ସମସ୍ତଙ୍କୁ ସ୍ତବ୍ଧ କରି ଦେଇଛି। ସୋମବାର ଅର୍ଥାତ୍ ଗତ କାଲି ସନ୍ଧ୍ୟାରେ ଏହି ଘଟଣାଟି ଘଟିଥିବା ବେଳେ ଏବେ ସମଗ୍ର ଦେଶରେ ଏହା ଆଲୋଡ଼ନ ସୃଷ୍ଟି କରିଛି। ଏହି ଘଟଣା ପରେ ସ୍ଥାନୀୟ ଲୋକମାନେ ରାସ୍ତାକୁ ଓହ୍ଲାଇ ରାସ୍ତା ଅବରୋଧ କରିଛନ୍ତି। ଅଭିଯୋଗ ଅନୁସାରେ ମୃତ ଛାତ୍ରଙ୍କ ଭଉଣୀଙ୍କୁ କିଛି ଯୁବକ ମିଳିମିଶି କମେଣ୍ଟ କରିବା ସହ ଅଶାଲୀନ ମନ୍ତବ୍ୟ ଦେଇଥିଲେ। ଯେତେବେଳେ ଉକ୍ତ ଛାତ୍ର ଜଣକ ଏହାକୁ ବିରୋଧ କରିଥିଲେ, ତାଙ୍କୁ ପିଟିପିଟି ସେମାନେ ହତ୍ୟା କରିଛନ୍ତି।
ତେବେ ଉତ୍ତରପ୍ରଦେଶର ପ୍ରୟାଗରାଜ ସହରଠାରୁ ୭୦ କିଲୋମିଟର ଦୂରରେ ଥିବା ଖେରୀ ପୋଲିସ ଷ୍ଟେସନ ଅଞ୍ଚଳର ପୁର ଦତ୍ତୁ ଗ୍ରାମରେ ରହୁଥିବା ଏହି ଦଶମ ଶ୍ରେଣୀର ଛାତ୍ରଙ୍କୁ ହତ୍ୟା କରାଯାଇଛି। ସେ ପରମାନନ୍ଦ ଇଣ୍ଟର କଲେଜ,ଖେରୀରେ ଅଧ୍ୟୟନ କରୁଥିଲେ। ସେ ସୋମବାର ସ୍କୁଲ ଯାଉଥିବା ବେଳେ ବିଦ୍ୟାଳୟରେ ତାଙ୍କ ଭଉଣୀଙ୍କୁ ଅସଦାଚରଣ କରିବାରୁ କିଛି ଛାତ୍ରଙ୍କ ସହ ତାଙ୍କର ଯୁକ୍ତିତର୍କ ହୋଇଥିଲା। ଛୁଟି ପରେ, ଛାତ୍ର ଜଣକ ଘରକୁ ଫେରୁଥିବା ବେଳେ ଉକ୍ତ ଛାତ୍ରମାନେ ତାଙ୍କୁ ରାସ୍ତାରେ ଅଟକାଇ ମାରପିଟ୍ କରିଥିଲେ। ତାଙ୍କ ମୁଣ୍ଡରେ ଆଘାତ ଲାଗିବାରୁ ସେ ଘଟଣାସ୍ଥଳରେ ହିଁ ମୃତ୍ୟୁ ବରଣ କରିଥିବା ଜଣାପଡ଼ିଛି।
ଘଟଣାସ୍ଥଳରୁ ଉକ୍ତ ଛାତ୍ରମାନେ ଫେରାର ଥିବା ବେଳେ ମୃତଙ୍କ ସମ୍ପର୍କୀୟ ଓ ଗ୍ରାମବାସୀ ରାସ୍ତାରେ ବିକ୍ଷୋଭ କରିବା ସହ ଅଭିଯୁକ୍ତଙ୍କ ଗିରଫ ଦାବି କରିଛନ୍ତି। ପରବର୍ତ୍ତୀ ଅଘଟଣକୁ ଟାଳିବା ପାଇଁ ଘଟଣାସ୍ଥଳରେ ପୋଲିସ ମୁତୟନ ରହିଛି।
୩ ଜଣଙ୍କୁ ଅଟକ ରଖାଯାଇଛି-
ସୂଚନା ଅନୁସାରେ ଅଭିଯୁକ୍ତ ଗିରଫ ନହେବା କାରଣରୁ କ୍ରୋଧିତ ଗ୍ରାମବାସୀ ଅପରାହ୍ନରୁ ମଧ୍ୟରାତ୍ର ପର୍ଯ୍ୟନ୍ତ ରାସ୍ତାରେ ବିରୋଧ ପ୍ରଦର୍ଶନ କରିଥିଲେ। ବିଳମ୍ବିତ ରାତିରେ କମିଶନର ରମିତ ଶର୍ମା ଘଟଣାସ୍ଥଳରେ ପହଞ୍ଚି କୌଣସି ପ୍ରକାରେ ଲୋକଙ୍କୁ ବୁଝାସୁଝା କରିବା ପରେ ସ୍ଥିତି ଶାନ୍ତ ପଡ଼ିଥିଲା। ଏହି ମାମଲାରେ ପୋଲିସ ୩ ଜଣଙ୍କୁ ଅଟକ ରଖି ଘଟଣାର ଯାଞ୍ଚ କରୁଥିବା ଜଣଣା ପଡ଼ିଛି।
Also Read: National Sports Day 2023: ଆସନ୍ତୁ ଜାଣିବା ଓଡ଼ିଶାକୁ ଗର୍ବିତ କରିଥିବା କିଛି କ୍ରୀଡ଼ାବିତଙ୍କ ବିଷୟରେ..