Poisonius Tea, ଲକ୍ଷ୍ନୌ: ଗୁରୁବାର ସକାଳେ ଉତ୍ତର ପ୍ରଦେଶର ମେନପୁରୀ ଜିଲ୍ଲାରେ ଏକ ଅଭାବନୀୟ ଘଟଣା ଘଟିଛି। ବିଷାକ୍ତ ଚା’ ପଇବା ପରେ ଗୋଟିଏ ଦୁଇ ପିଲାଙ୍କ ସମେତ ତିନି ଜଣ ପ୍ରାଣ ହରାଇଛନ୍ତି। ଅନ୍ୟ ଦୁଇଜଣ ଗୁରୁତର ଅଛନ୍ତି। ପୋଲିସ ଓ ଫରେନସିକ୍ ଟିମ୍ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଚଳାଇଛନ୍ତି। ମହିଳା ଜଣକ ଚା'ରେ ଭୁଲ ବଶତଃ କୀଟନାଶକ ମିଶାଇ ଦେଇଥିବା ପୋଲିସର ପ୍ରାଥମିକ ତଦନ୍ତରୁ ଜଣାପଡିଛି।


COMMERCIAL BREAK
SCROLL TO CONTINUE READING

ବିଷାକ୍ତ ଚା' ପିଇବାରୁ ମହିଳାଙ୍କ ୫୫ ବର୍ଷିୟ ଶ୍ୱଶୁର, ଛଅ ଓ ପାଞ୍ଚ ବର୍ଷ ବୟସର ଦୁଇଟି ସନ୍ତାନ ଅଛନ୍ତି ହୋଇଥିଲା। ସ୍ୱାମୀ ଓ ପଡୋଶୀଙ୍କୁ ଗୁରୁତର ଅବସ୍ଥାରେ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଗୁରୁବାର ସକାଳେ ଚା' ପିଇଲା ପରେ ସମସ୍ତେ ଅସୁସ୍ଥ ହୋଇପଡିଥିଲେ। ସମସ୍ତଙ୍କୁ ତୁରନ୍ତ ଡାକ୍ତରଖାନା ନିଆଯାଇଥିଲା, ସେଠାରେ ତିନି ଜଣଙ୍କୁ ଡାକ୍ତର ମୃତ ଘୋଷଣା କରିଥିଲେ। ମହିଳାଙ୍କ ଗୁରୁତର ସ୍ୱାମୀ ଓ ପଡୋଶୀଙ୍କୁ ସୈଫାଇସ୍ଥିତ ଜିଲ୍ଲା ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଛି। 


Also Read: ଦୀପାବଳିରେ କିଏ ଲିଭାଇଲା ଜୀବନ ଦୀପ? ନବବଧୂଙ୍କ ମୃତ୍ୟୁକୁ ନେଇ ବଢିଲା ସନ୍ଦେହ


 ମେନପୁରୀ ଏସପି କମଲେସ ଦିକ୍ଷୀତ କହିଛନ୍ତି ଯେ, ନାଗଲାର କନହାଇ ଗ୍ରାମରେ ବିଷାକ୍ତ ଚା' ପିଇ ତିନି ଜଣଙ୍କ ମୃତ୍ୟୁ ହୋଇଛି। ଦୁଇ ଜଣ ଗୁରୁତରଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଅଭିଯୁକ୍ତ ମହିଳା ରାମାମୁର୍ତ୍ତିଙ୍କୁ ଅଟକ ରଖି ପଚରା ଉଚରା କରାଯାଉଛି। ଫରେନସିକ୍ ଟିମ୍ ଅନୁଯାୟୀ, ପ୍ରାଥମିକ ତଦନ୍ତରୁ ଜଣାପଡିଛି ଯେ, ଅଭିଯୁକ୍ତ ମହିଳା ଚା’ପତ୍ର ବଦଳରେ ଧାନ କ୍ଷେତରେ ବ୍ୟବହୃତ କୀଟନାଶକ ବ୍ୟବହାର କରିଥିଲେ। ପରିବାର ଲୋକ ମଧ୍ୟ ବୋହୂ ଭୂଲ ବଶତଃ ଚା’ରେ କୀଟନାଶକ ଔଷଧ ମିଶାଇଥିବା କହିଛନ୍ତି।


ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ପୋଷ୍ଟମର୍ଟମ ରିପୋର୍ଟ ଆସିଲା ପରେ ତିନି ଜଣଙ୍କ ମୃତ୍ୟୁର କାରଣ ସ୍ପଷ୍ଟ ହେବ ବୋଲି ଏସପି କମଲେସ ଦିକ୍ଷୀତ କହିଛନ୍ତି। ରାମାମୁର୍ତ୍ତି ଯେଉଁ ଚା' ପ୍ରସ୍ତୁତ କରିଥିଲେ ଆଉ ଅନ୍ୟମାନେ ପିଇଥିଲା ତାହାକୁ ଯାଞ୍ଚ କରିବାକୁ ଲ୍ୟାବ ପଠାଯାଇଛି ବୋଲି ପୋଲିସ ସୂଚନା ଦେଇଛି। ତେବେ କେଉଁ ପରିସ୍ଥିତିରେ ରାମାମୁର୍ତ୍ତି ଚା'ରେ କୀଟନାଶକ ମିଶାଇଲେ ତାହାକୁ ନେଇ ସନ୍ଦେହ ସୃଷ୍ଟି ହୋଇଛି। ଅନ୍ୟପଟେ ଗୋଟିଏ ଦିନରେ ତିନି ଜଣଙ୍କ ମୃତ୍ୟୁକୁ ନେଇ କନହାଇ ଗ୍ରାମରେ ଶୋକର ଛାୟା ଖେଳିଯାଇଛି।