ଦୀପାବଳିରେ କିଏ ଲିଭାଇଲା ଜୀବନ ଦୀପ? ନବବଧୂଙ୍କ ମୃତ୍ୟୁକୁ ନେଇ ବଢିଲା ସନ୍ଦେହ
Advertisement

ଦୀପାବଳିରେ କିଏ ଲିଭାଇଲା ଜୀବନ ଦୀପ? ନବବଧୂଙ୍କ ମୃତ୍ୟୁକୁ ନେଇ ବଢିଲା ସନ୍ଦେହ

Bhubaneswar  bride dead body: କଳିଙ୍ଗନଗର କେ-୯ରେ ଭଡାଘରୁ ନବବଧୂଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର। ବାପଘର ଲୋକେ ଆଣିଲେ ହତ୍ୟା ଅଭିଯୋଗ। ମୃତକଙ୍କ ନାମ ସୁଶ୍ରୀ ସଂଗୀତା ବସ୍ତିଆ। ମେଡିକାଲରେ ଶାଶୁଙ୍କୁ ଛାଡ଼ି ପାଖରେ ଆଉ କେହି ନ ଥିବାରୁ ବାପଘର ଲୋକଙ୍କ ସନ୍ଦେହ ବଢିଯାଇଛି।

ଦୀପାବଳିରେ କିଏ ଲିଭାଇଲା ଜୀବନ ଦୀପ? ନବବଧୂଙ୍କ ମୃତ୍ୟୁକୁ ନେଇ ବଢିଲା ସନ୍ଦେହ

ଭୁବନେଶ୍ୱର: ଦୀପାବଳିରେ ଲିଭିଗଲା ଗୋଟିଏ ଜୀବନ ଦୀପ। ରାଜଧାନୀରେ ନବବଧୂଙ୍କ ମୃତ୍ୟୁକୁ ନେଇ ବଢିଲା ସନ୍ଦେହ। କଳିଙ୍ଗନଗର କେ-୯ରେ ଭଡାଘରୁ ନବବଧୂଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର। ବାପଘର ଲୋକେ ଆଣିଲେ ହତ୍ୟା ଅଭିଯୋଗ। ତମାଣ୍ଡୋ ଥାନାରେ ମାମଲା ରୁଜୁ। ମୃତକଙ୍କ ସ୍ୱାମୀ ଓ ଶ୍ୱଶୁର ଫେରାର, ମେଡିକାଲରେ ମୃତଦେହ ସହ କେବଳ ଶାଶୁ ଅଛନ୍ତି। ପୋଲିସ ଖୋଳତାଡ଼ ଆରମ୍ଭ କରିଛି।

ସୋମବାର ରାତିରେ କଳିଙ୍ଗନଗର କେ-୯ରୁ ଜଣେ ବିବାହତାଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର କରାଯାଇଛି। ମୃତକଙ୍କ ନାମ ସୁଶ୍ରୀ ସଂଗୀତା ବସ୍ତିଆ। ମେଡିକାଲରେ ଶାଶୁଙ୍କୁ ଛାଡ଼ି ପାଖରେ ଆଉ କେହି ନ ଥିବାରୁ ବାପଘର ଲୋକଙ୍କ ସନ୍ଦେହ ବଢିଯାଇଛି। ସୁଶ୍ରୀଙ୍କ ବାପଘର ଲୋକ ହତ୍ୟା ସନ୍ଦେହ କରି ତମାଣ୍ଡୋ ଥାନାରେ ଲିଖିତ ଅଭିଯୋଗ କରିଛନ୍ତି। ଦେଢ ବର୍ଷ ତଳେ କଟକର ପ୍ରବୀଣ କୁମାରଙ୍କୁ ନିଆଳି ଅଞ୍ଚଳର ସୁଶ୍ରୀ ସଙ୍ଗୀତା ବିବାହ କରିଥିଲେ। ସୁଶ୍ରୀଙ୍କ ସ୍ୱାମୀ ପ୍ରବୀଣ ଓ ଶ୍ୱଶୁର ଫେରାର ହୋଇଯାଇଛନ୍ତି। କଳିଙ୍ଗନଗର କେ-୯ରେ ନବଦମ୍ପତି ଭଡାରେ ରହୁଥିଲେ।

Also Read: Puri: ଚନ୍ଦନପୁରରେ ବାଣ ବଦଳରେ ଫୁଟିଲା ଗୁଳି, ଜଣେ ମୃତ ଓ ଅନ୍ୟ ଜଣେ ଗୁରୁତର

 

ଅଭିଯୋଗ ଅନୁସାରେ, ସୋମବାର ରାତିରେ ଝିଅର ଦେହ ଖରାପ କହି ବାପଘରକୁ ଫୋନ କରିଥିଲେ। ହେଲେ ବାପଘର ଲୋକ ପହଂଚିଲାବେଳକୁ ଶାଶୁଘର ଲୋକ ଝିଅକୁ ଏମ୍ସ ମେଡିକାଲ ନେଇଯାଇଥିଲେ। ପରେ ଏମ୍ସ ମଡିକାଲରେ ପହଂଚି ଦେଖନ୍ତି ତ ଝିଅର ମୃତ୍ୟୁ ହୋଇ ସରିଛି। ତେବେ ସୁଶ୍ରୀଙ୍କ ବେକରେ ଆଘାତ ଚିହ୍ନ ରହିଛି। ସନ୍ଦେହ ହେବାରୁ ଝିଅଘର ପକ୍ଷରୁ ତମାଣ୍ଡ ଥାନାରେ ଅଭିଯୋଗ କରିଛନ୍ତି। ହତ୍ୟା ଅଭିଯୋଗ ପରେ ପୋଲିସ ତଦନ୍ତ ଆରମ୍ଭ କରିଛି। ବିଭିନ୍ନ କାରଣରୁ ଶାଶୁ ଓ ସ୍ୱାମୀ ସହିତ ସୁଶ୍ରୀଙ୍କ ବାରମ୍ବାର ଝଗଡା ହେଉଥିଲା। ଟଙ୍କା ପଇସାକୁ ନେଇ ଝିଅ ସହ ଝଗଡା କରୁଥିବା ଝିଅ ମା ଅଭିଯୋଗ କରିଛନ୍ତି।  

fallback

ମୃତକଙ୍କ ପରିବାର ଲୋକ କହିଛନ୍ତି ଯେ, ୨୦୨୨ ଜାନୁଆରୀରେ କଟକ ଗୋବିନ୍ଦପୁରରେ ସୁଶ୍ରୀ ସଂଗୀତାଙ୍କ ବିବାହ ହୋଇଥିଲା। ଶାଶୁ ଶ୍ୱଶୁର ଓ ସ୍ୱାମୀଙ୍କ ସହ ସେ ପତ୍ରପଡାରେ ଦୀର୍ଘଦିନ ଧରି ରହି ଆସୁଥିଲେ। ହଠାତ ଝିଅର ଦେହ ଖରାପ ହୋଇଥିବା କହି ମେଡିକାଲକୁ ଆଣିବା ପରେ ସୋମବାର ରାତିରେ ଶାଶୁଘର ଲୋକ ଖବର ଦେଇଥିଲେ। ସୁଶ୍ରୀ ରାଗିଯାଇ ବେକରେ ଦଉଡ଼ି ଲଗେଇଥିଲେ ଓ ବେକରୁ ଦଉଡି କାଢି ତାଙ୍କୁ ମେଡିକାଲ ନେଇ ଆସିଥିବା ଭଉଣୀକୁ ଜଣେଇଥିଲେ। ତେବେ ହସ୍ପିଟାଲରେ ସୁଶ୍ରୀଙ୍କ ଶାଶୁଙ୍କ ବ୍ୟତ୍ୟତୀ ଆଉ କେହି ନ ଥିଲେ। ପୋଲିସ ଘଟଣାସ୍ଥଳକୁ ଯାଇ ତଦନ୍ତ ଆରମ୍ଭ କରିଛି।