Crime news:  ଯଦି ଆପଣଙ୍କ ଘରେ ଛୋଟ ଛୁଆ ଅଛନ୍ତି ଆଉ ଯଦି ସେମାନେ ମୋବାଇଲରେ (Mobile) ଅଧିକ ସମୟ ବିତାଉଛନ୍ତି ତାହାଲେ ସାବଧାନ ହୋଇଯାଆନ୍ତୁ । କାରଣ ଏହି ୟୁ ଟୁବ୍ୟ (Youtube) ଭିଡ଼ିଓ ସେମାନଙ୍କ ଜୀବନ ନେଇପାରେ । ଏଭଳି ଏକ ଚାଞ୍ଚଲ୍ୟକର ଘଟଣା ସାମ୍ନାକୁ ଆସିଛି ନାଗପୁରର କେକକରଦରା ଅଞ୍ଚଳରୁ । ୟୁ ଟୁବ୍ୟରେ ଭିଡ଼ିଓ ଦେଖି ଆତ୍ମହତ୍ୟା ଭଳି ଚରମ ନିଷ୍ପତି ନେଇଛି ଏକ ୧୨ ବର୍ଷର ନାବାଳକ । ସୂଚନା ଅନୁଯାୟୀ, ନାବାଳକ ଜଣଙ୍କ ୟୁ ଟୁବ୍ୟରେ ସୁଇସାଇଡ଼ ଭିଡ଼ିଓ ଦେଖିବା ପରେ ଘରର ଛାତ ଉପରକୁ ଯାଇ ଆତ୍ମହତ୍ୟା (Suiside) କରିଥିଲେ।


COMMERCIAL BREAK
SCROLL TO CONTINUE READING

ମହାରାଷ୍ଟ୍ରର (Maharashtra) ନାଗପୁର ଜିଲ୍ଲାରୁ ଏପରି ଏକ ହୃଦୟବିଦାରକ ଘଟଣା ସାମ୍ନାକୁ ଆସିଛି । ୧୨ ବର୍ଷର ନାବାଳକ ୟୁ ଟୁବ୍ୟରେ ଭିଡ଼ିଓ ଦେଖି ଫାଶୀ ଲାଗାଇ ଆତ୍ମହତ୍ଯା କରିଛନ୍ତି । ପରିବାର ଲୋକଙ୍କ କହିବା ଅନୁଯାୟୀ ନାବାଳକ ଜଣକ ଦିନ ସାରା ମୋବାଇଲରେ  ୟୁ ଟୁବ୍ୟ ଭିଡ଼ିଓ ଦେଖିବାରେ ବ୍ୟସ୍ତ ରହୁଥିଲେ । ନାବାଳକ ଜଣକ ୟୁ ଟୁବ୍ୟରେ ସୁଇସାଇଡ଼ ସମ୍ୱନ୍ଧୀୟ ଭିଡ଼ିଓ ଦେଖିବା ପରେ ଫାଶୀରେ ଲଗାଇ ଆତ୍ମହତ୍ୟା କରିଥିଲେ ।  


ଘଟଣା ଦିନ ଅର୍ଥାତ୍ ଗତ ଗୁରୁବାର ସନ୍ଧ୍ୟାରେ ନାବାଳକ ଜଣକ ନିଜ ଘର ଛାତ ଉପରକୁ ଯାଇ ଫାଶୀ ଲାଗାଇ ଆତ୍ମହତ୍ୟା କରିଥିଲେ। ପରିବାର ଓ ପଡ଼ୋଶୀ ଲୋକ ତୁରନ୍ତ ତାଙ୍କୁ ସରକାରୀ ହସ୍ପିଟାଲ ନେଇଥିଲା ମଧ୍ୟ ସେତେବେଳକୁ କିନ୍ତୁ ତାଙ୍କର ମୁତ୍ୟୁ ହୋଇସାରିଥିଲା । ପୋଲିସ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଥିଲା । ତଦନ୍ତ ସମୟରେ ପୋଲିସ ଜାଣିବାକୁ ପାଇଥିଲା ଯେ ନାବାଳକ ଅଧିକ ସମୟ ମୋବାଇଲରେ ବ୍ୟସ୍ତ ରହୁଥିଲେ । ଏହା ପରେ ପୋଲିସ ହାତରେ ଯେଉଁ ସୁରାଗ ଲାଗିଥିଲା ତାହା ସମସ୍ତଙ୍କୁ ଚକିତ କରିଥିଲା ।


Also Read- Neha Dhupia: କିଙ୍ଗ ଖାନଙ୍କୁ ପ୍ରଶଂସା କରି ଫସିଗଲେ ନେହା ଧୁପିଆ, ପୁରୁଣା କଥା ମନେପକାଇ ଦେଲେ ଶାହରୁଖଙ୍କ ଫ୍ୟାନ୍ସ


Also Read-Rishabh Pant: BCCI ଖୋଲିଲା ସବୁଠୁ ବଡ଼ ରହସ୍ୟ! ଅଷ୍ଟ୍ରେଲିଆ ବିପକ୍ଷ ଟେଷ୍ଟ ସିରିଜରେ ଋଷଭ ପନ୍ତଙ୍କ ସ୍ଥାନ ନେବେ ଏହି ଖେଳାଳି


ଫୋନରେ ସୁଇସାଇଡ଼ ଭିଡ଼ିଓ ଦେଖୁଥିଲେ ନାବାଳକ:  ଫୋନ ଯାଞ୍ଚ ସମୟରେ ନାବାଳକଙ୍କ ୟୁ ଟୁବ୍ୟ ସର୍ଚ୍ଚ ଲିଷ୍ଟରେ ସୁଇସାଇଡ଼ର ଭିନ୍ନ ଭିନ୍ନ ତରିକାର ଭିଡିଓ ସର୍ଚ୍ଚ କରାଯାଇଥିବା ପୋଲିସ ଜାଣିବାକୁ ପାଇଥିଲା । ନାବାଳକ ୟୁ ଟୁବ୍ୟରେ ସୁଇସାଇଡ଼ ଭିଡ଼ିଓ ଦେଖୁଥିଲେ ଯାହା ଫଳରେ ଏହାର ପ୍ରଭାରେ ସେ ଏପରି ନିଷ୍ପତି ନେଇଥିବା ପୋଲିସ କହିଛି । ଏକ ମାତ୍ର ପୁଅକୁ ହରାଇ ଭାଙ୍ଗି ପଡ଼ିଛନ୍ତି ମାଆ ଓ ବାପା । ତେବେ ଏହି ଘଟଣା ପରେ ପୋଲିସ ମାଆ ଓ ବାପାଙ୍କୁ ପିଲା ମାନଙ୍କ ପାଇଁ ଅଧିକ ଯତ୍ନବାନ ହେବା ସହ ସେମାନଙ୍କ ପିଲା ମୋବାଇଲରେ କଣ ଦେଖୁଛନ୍ତି ତାହା ଉପରେ ନଜ ରଖିବାକୁ ଅପିଲ କରିଛି ।