Shocking News: ଜାତୀୟ ରାଜଧାନୀ ଦିଲ୍ଲୀରେ ଏମିତି କିଛି ଖବର ଯାହା ଏବେ ସୋସିଆଲ ମିଡିଆରେ ଖୁବ ଚର୍ଚ୍ଚାର ବିଷୟ ପାଲଟିଛି। ଦିଲ୍ଲୀର ରୋହିଣୀ ଇଲାକାରେ ଏକ ଡିଟିସି ବସରେ ଆଶ୍ଚର୍ଯ୍ୟ କରିଦେବା ଭଳି ଘଟଣା ଘଟିଛି । ଏହି ଘଟଣାଟି ମଙ୍ଗଳବାର ଦିନର। ଡିଟିସି ବସରେ ଯାତ୍ରୀ ମାନେ ଥିଲେ । କିଛି ଯୁବତୀ ମଧ୍ୟ ସେହି ବସରେ ଯାତ୍ରା କରୁଥିଲେ । ଏତିକି ବେଳେ ଜଣେ ବ୍ୟକ୍ତି ସେ ଯୁବତୀଙ୍କ ଇସାରା କରି ହସ୍ତମୈଥୁନ ଆରମ୍ଭ କରିଦେଇଥିଲେ । ଯାହା ଫଳରେ ଯୁବତୀ ଜଣଙ୍କ ତାଙ୍କର ଏପରି କାରନାମାକୁ ଦେଖି ପାଟି କରିବା ଆରମ୍ଭ କରିଦେଇଥିଲେ । ଡିଟିସି ବସରେ ଦାୟିତ୍ୱରେ ଥିବା ଅଧିକାରୀ ଗାଡ଼ି ଅଟକାଇ ସେହି ବ୍ୟକ୍ତି ଜଣଙ୍କୁ କାବୁ କରିଥିଲେ। ହେଲେ ଧରାପଡ଼ିଯିବାରୁ ବ୍ୟକ୍ତି ଜଣଙ୍କ କାନ୍ଦି ପକାଇଥିଲେ ଯାହାର ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। 


COMMERCIAL BREAK
SCROLL TO CONTINUE READING

ଧରାପଡ଼ିଥିବା ବ୍ୟକ୍ତିଙ୍କ ଘର ବିହାର ବୋଲି ଜଣାପଡ଼ିଛି। ମାତ୍ର ସେହି ବ୍ୟକ୍ତିଙ୍କୁ ଗିରଫ କରାଯାଇନାହିଁ। ପୋଲିସ ଅଧିକାରୀଙ୍କ କହିବା କଥା, ବ୍ୟକ୍ତି ଜଣଙ୍କ ନାମରେ କୌଣସି ପ୍ରକାରର ମାମଲା ରୁଜୁ କରାଯାଇନାହିଁ। ରୋହିଣୀ ଏରିଆର ବରିଷ୍ଠ ପୋଲିସ ଅଧିକାରୀଙ୍କ  କହିବା କଥା, ଏହି ଖବର ଯେତେବେଳେ ପ୍ରଘଟ ହେଲା ସେତେବେଳେ ଜଣେ ଲେଡି ସବ ଇନସପେକ୍ଟର ସୁମନଙ୍କ  ତତ୍ୱାବଧାନରେ ଏହି ମାମଲାର ତଦନ୍ତ ଚାଲିଥିଲା। ସମ୍ପୃକ୍ତ ଯୁବତୀଙ୍କୁ ଏ ବାବଦରେ ପଚରା ଯିବା ସହ ତାଙ୍କ ବୟାନ ରେକର୍ଡ କରାଯିବାକୁ କୁହାଯାଇଥିଲେ ମଧ୍ୟ ସେ ଏଫଆଇଆର ଦେବାକୁ ମନା କରିଦେଇଥିଲେ । 


ସେପଟେ ପୋଲିସର କହିବାକଥା, ଯଦି ଭବିଷ୍ୟତରେ ଏହି ଘଟଣାର ପୁନରାବୃତ୍ତି ହୁଏ ତେବେ ପୋଲିସ ନିଜ ଆଡୁ ମାମଲା ରୁଜୁ କରି ତଦନ୍ତ ଜାରି ରଖିବ ବୋଲି ସ୍ପଷ୍ଟ କରିଛି।  


Also Read: Noida Hit And Run: ପୁଣି ଗାଡ଼ି ପିଟିଲେ, ୫୦୦ ମିଟର ଘୋଷାଡ଼ିନେଲେ


Also Read: Kanjhawala Accident: ଆସିଲା ଶବ ବ୍ୟବଚ୍ଛେଦ ରିପୋର୍ଟ, ଜାଣନ୍ତୁ କିପରି ହୋଇଥିଲା ଅଞ୍ଜଳି ସିଂହଙ୍କ ମୃତ୍ୟୁ?