Shraddha Murder Case: ଚାଲିଛି ଦିଲ୍ଲୀ ଶ୍ରଦ୍ଧା ହତ୍ୟାକାଣ୍ଡର ଅଭିଯୁକ୍ତ ପ୍ରେମିକର ନାର୍କୋ ଟେଷ୍ଟ । ସତ ଓଗାଳିବାକୁ ପୋଲିସ ସବୁ ଆଡୁ ପ୍ରଚେଷ୍ଟା ଜାରି ରଖିଛି । ପଲିଗ୍ରାଫ ଟେଷ୍ଟ ସହ ନାର୍କୋ ଟେଷ୍ଟର ତଥ୍ୟ ଦର୍ଶାଉଛି ଯେ, କେତେ ଜହ୍ଲାଜ ଥିଲା ଆଫତାବ। ସୂଚନାନୁସାରେ ଗତକାଲି ଆଫତାବର ଦୀର୍ଘସମୟ ଧରି ନାର୍କୋ ଟେଷ୍ଟ ରୋହିଣୀ ଅଞ୍ଚଳରେ ଏକ ହସ୍ପିଟାଲରେ କରାଯାଇଛି। ନାର୍କୋ ଟେଷ୍ଟ ଏକ ଅପରେସନ ଥିଏଟରରେ ଚାଲିଥିବା ବେଳେ ଏହି ଟିମରେ ୪ ରୁ ୫ ଜଣ ସାମିଲ ଥିଲେ । ଦୁଇ ଫଟୋ ଆନାଲାଇଜର, ଦୁଇ ପୋଲିସ ଏବଂ ଡକ୍ଟର ଏହି ନାର୍କୋ ଟେଷ୍ଟରେ ସାମିଲ ଥିଲେ।


COMMERCIAL BREAK
SCROLL TO CONTINUE READING

ଖବର ମୁତାବକ,  ଏହି ନାର୍କୋ ଟେଷ୍ଟ (Narco Test) ସମୟରେ ପ୍ରାୟ ୨୦ରୁ ୨୫ ଟି ପ୍ରଶ୍ନ ଅଭିଯୁକ୍ତକୁ ପଚରାଯାଇଥିଲା । ଏହାସହ ଶ୍ରଦ୍ଧାକୁ କେମିତି ହତ୍ୟା କରି ତାଙ୍କ ମୃତଦେହକୁ କେଉଁ ଢଙ୍ଗରେ ଆଉ କେଉଁଠିକୁ ଫିଙ୍ଗିଥିଲା ସେ କଥା ମଧ୍ୟ ବର୍ଣ୍ଣନା କରିଛି ଆଫତାବ। ଯେତେବେଳେ ଆଫତାବକୁ ଟ୍ରୁଥ୍ ସିରମ ଦିଆଯାଇଥିଲା ସେତେବେଳେ କିଛି ସମୟ ଧରି ସେ ଅଚେତ ହୋଇଥିଲା । ପରେ ସ୍ୱାଭାବିକ ଅବସ୍ଥାକୁ ଆସି ସବୁ ବଖାଣିଥିଲା ଆଫତାବ । ହେଲେ ଶ୍ରଦ୍ଧାଙ୍କ କଟାମୁଣ୍ଡକୁ ସେ କେଉଁଠାରେ ଫିଙ୍ଗିଛି ପଚାରିବାରୁ ଏନେଇ କିଛି ସମୟ ଯାଏ ଚୁପ୍ ରହିଥିଲା ଆଫତାବ (Afatab)। ପରେ ପୋଲିସକୁ ଏନେଇ ପୂର୍ବରୁ ଆଫତାବ ସୂଚନା ଦେଇଥିବା ସେ କହିଥିଲା। 


Also Read: JNU campus: ପୁଣି ଦେଶର ଗର୍ବ ଓ ଗୌରବର ପ୍ରତୀକରେ ଲାଗିଲା କଳଙ୍କ, ଏଥର ଟାର୍ଗେଟରେ ବ୍ରାହ୍ମଣ


ଏହି ନାର୍କୋ ଟେଷ୍ଟ ସମୟରେ ପାଞ୍ଚଜଣ ଉପସ୍ଥିତ ରହି ଆଫତାବର ଚଳଣ ଉପରେ ନଜର ରଖିଥିଲେ। ଦୁଇ ଘଣ୍ଟା ଧରି ହୋଇଥିବା ଏହି ଟେଷ୍ଟ ସମୟରେ ଗୁଡେଇ ତୁଡେଇ ଅନେକ ପ୍ରଶ୍ନ କରାଯାଇଥିଲା। ତେବେ ପ୍ରଶ୍ନରେ ମୁହଁ ଖୋଲିଥିଲା ଅଭିଯୁକ୍ତ ଆଫତାବ। ପ୍ରାୟତଃ ଶ୍ରଦ୍ଧାଙ୍କ ସହ ଘର ଖର୍ଚ୍ଚକୁ ନେଇ ଝଗଡା ବଢିବାରେ ଲାଗିଥିଲା । କାରଣ ଆଫତାବ ଅଯଥା ଖର୍ଚ୍ଚରେ ବୁଡି ରହୁଥିଲେ ନିଶା କରୁଥିଲେ। ସେପଟେ ଆଫତାବଙ୍କ ଅନଲାଇନ ଚାଟିଂ (Online Chatting) ସହ ଅନ୍ୟ ଝିଅଙ୍କ ସହ ତାଙ୍କ ସମ୍ପର୍କକୁ ପସନ୍ଦ କରୁନଥିଲେ ଶ୍ରଦ୍ଧା । ବାଧା ଦେବାରୁ ପ୍ରାୟତଃ ସେମାନଙ୍କ ମଧ୍ୟରେ ଝଗଡା ଲାଗିରହୁଥିଲା । ସେଥିପାଇଁ ଆଫତାବ ସ୍ଥିର କରିଥିଲା ଶ୍ରଦ୍ଧାଙ୍କୁ ରାସ୍ତାରୁ ହଟାଇବା ପାଇଁ। 


Also Read: Balangir Muder Case: ସିନେମା ହଲରେ ଫୋନ ଆସିଲା ବୋଲି ପ୍ରେମିକାକୁ ମାରି ଜାଳି ଦେଲା ଦୁର୍ଦ୍ଦାନ୍ତ ଯୁବକ


ତିହାର ଜେଲ ଅଫିସିଆଲ ସୂତ୍ରରୁ ପ୍ରକାଶ ଯେ, ଏଫଏସଏଲ ଟିମର (FSL Team)ସଦସ୍ୟା ଓ ତଦନ୍ତକାରୀ ଟିମର ସଦସ୍ୟ ଜେଲ ନମ୍ବର ୪ ରେ ଶୁକ୍ରବାର ପହଞ୍ଚି ପୋଷ୍ଟ ଟେଷ୍ଟ ସାକ୍ଷାତକାର ପାଇଁ ୧୦ ଟାରୁ ୩ଟା ପର୍ଯ୍ୟନ୍ତ ଆଫତାବଙ୍କ ସହ ରହିବେ । ଏହି ବ୍ୟବସ୍ଥା କୋର୍ଟଙ୍କ ଅର୍ଡର (Court Order) ଦ୍ୱାରା କରାଯାଇଛି । ଏବଂ ଆଫତାବଙ୍କ ଷ୍ଟେଟମେଣ୍ଟକୁ ନେଇ ଦିଲ୍ଲୀ ପୋଲିସ ଅଧିକ ତଦନ୍ତ ଜାରି ରଖିବ ବୋଲି ଆଶା କରାଯାଉଛି। ପୋଲିସ ସୂତ୍ରରୁ ପ୍ରକାଶ ଯେ, ନାର୍କୋ ଟେଷ୍ଟ ସମୟରେ ଆଫତାବର ଟିକିନିକି ବୟାନକୁ ରେକର୍ଡ କରାଯାଇଛି । ସେପଟେ ଶ୍ରଦ୍ଧା କଟାମୁଣ୍ଡର କୌଣସି ଖୋଜଖବର ମିଳୁନଥିବାରୁ ଟେନସନରେ ରହିଛି ପୋଲିସ।