ଲକ୍ଷ୍ନୌ: ନୋଏଡାର ସେକ୍ଟର ୩୯ରେ ଡିଜିଟାଲ ଦୁଷ୍କର୍ମ ବା Digital Rape ମାମଲା ପଞ୍ଜିକୃତ ହୋଇଛି। ଦୀର୍ଘ ସାତ ବର୍ଷ ଧରି ନାବାଳିକା ଜଣକ ଯୌନ ଉତ୍ପୀଡନର ଶିକାର ହେଉଥିଲେ। ରବିବାର ଉତ୍ତର ପ୍ରଦେଶ ପୋଲିସ ୮୧ ବର୍ଷିୟ ଅଭିଯୁକ୍ତଙ୍କୁ ଗିରଫ କରିବା ସହ କୋର୍ଟ ଚାଲାଣ କରିଛି। ଅଭିଯୁକ୍ତଙ୍କ ବିରୁଦ୍ଧରେ ଦଫା ୩୭୬, ୩୨୩, ୫୦୬ ଓ ପୋକ୍ସୋ ଆକ୍ଟରେ ମାମଲା ରୁଜୁ ହୋଇଛି।


COMMERCIAL BREAK
SCROLL TO CONTINUE READING

ନୋଏଡାର ସେକ୍ଟର ୩୯ ଥାନା ଅଞ୍ଚଳରେ ଡିଜିଟାଲ ଦୁଷ୍କର୍ମ ମାମଲା ସାମ୍ନାକୁ ଆସିଛି। ଜଣେ ୮୧ ବର୍ଷିୟ ଚିତ୍ରକାର, ନାବାଳିକା ସହିତ ୭ ବର୍ଷ ଧରି Digital Rape କରିଥିବା ଅଭିଯୋଗ ହୋଇଛି। ରବିବାର ଦିନ ପୋଲିସ ଏହି ମାମଲାରେ ପ୍ରୟାଗରାଜ ନିବାସୀ ବୃଦ୍ଧ ଚିତ୍ରକାର ମରିସ ରାଇଡରଙ୍କୁ ଗିରଫ କରିଛି। କୋର୍ଟରେ ଜାମିନ ନାମଞ୍ଜୁର ହେବା ପରେ ମରିସଙ୍କୁ ନ୍ୟାୟିକ ହେଫାଜତକୁ ପଠାଇ ଦିଆଯାଇଛି। ମରିସ ପ୍ରଥମେ ହିନ୍ଦୁ ଥିଲେ। ପରେ ସେ ଖ୍ରୀଷ୍ଟିଆନ ଧର୍ମ ଗ୍ରହଣ କଲେ। ମରିସ ପ୍ରାୟ ୨୨ ବର୍ଷ ପୂର୍ବେ ପ୍ରୟାଗରାଜରୁ ନୋଏଡାକୁ ଆସିଥିଲେ। 


Also Read: ପାକିସ୍ତାନର ଦୁଇ ଶିଖ ଯୁବକଙ୍କ ହତ୍ୟାକୁ ନେଇ ଭାରତ ଦେଲା କଡ଼ା ପ୍ରତିକ୍ରିୟା; ଜାଣନ୍ତୁ କ'ଣ କହିଲା


ଏଡିସିପି ରଣବିଜୟ ସିଂ ଏହି ମାମଲାରେ କହିଛନ୍ତି ଯେ, ମରିସଙ୍କ ସହ ରହୁଥିବା ଜଣେ ୧୭ ବର୍ଷର ନାବାଳିକା ଥାନାରେ ମାମଲା ଦାୟର କରିଛନ୍ତି। ଏତଲା ଅନୁସାରେ  ମରିସଙ୍କ ନିକଟରେ ପୀଡିତାଙ୍କ ବାପା କାମ କରୁଥିଲେ। ଯେତେବେଳେ ପୀଡିତାଙ୍କୁ ୧୦ ବର୍ଷ ହୋଇଥିଲା, ସେତେବେଳେ ମରିସଙ୍କ ନିକଟରେ ରହି ପାଢ ପଢିବାକୁ ତାଙ୍କୁ ତାଙ୍କ ପିତାମାତା ଛାଡିଥିଲେ। କିନ୍ତୁ ମରିସ ନିରିହ ଝିଅର ଯୌନ ଶୋଷଣ ଆରମ୍ଭ କରିଥିଲେ। ବିରୋଧ କଲେ ଅଭିଯୁକ୍ତ ତାଙ୍କୁ ପିଟୁଥିଲେ।


ପ୍ରାଥମିକ ତଦନ୍ତରୁ ଚିତ୍ରକର ମରିସ, ନାବାଳିକାଙ୍କୁ ଦୁଷ୍କର୍ମ କରିଥିବା ଜଣାଯାଉଛି ବୋଲି ଡିସିପି ଶୁକ୍ଲା କହିଛନ୍ତି। ଅଭିଯୁକ୍ତଙ୍କ ବିରୋଧରେ ଦୁଷ୍କର୍ମ ମାମଲା ରୁଜୁ ହୋଇଛି। ଏସିପି ଅଙ୍କିତା ଶର୍ମା କହିଛନ୍ତି ଯେ, ଇଣ୍ଟରନେଟରେ ଅଭିଯୁକ୍ତ ଅଶ୍ଳୀଳ ଭିଡିଓ ଦେଖାଇ ପୀଡିତାଙ୍କର ପ୍ରାଇଭେଟ ପର୍ଟକୁ ସ୍ପର୍ଶ କରୁଥିଲା। ଡିଜିଟାଲ୍ ବଳାତ୍କାରର ଅର୍ଥ ନୁହେଁ ଯେ, ଇଣ୍ଟରନେଟ୍ ମାଧ୍ୟମରେ ଝିଅ କିମ୍ବା ପୁଅର ଯୌନ ଶୋଷଣ କରାଯାଏ। ଏହି ଶବ୍ଦଟି ଡିଜିଟ୍ ଏବଂ ରେପ୍ ଦୁଇଟି ଶବ୍ଦକୁ ନେଇ ଗଠିତ ହୋଇଛି।


Also Read: ବଢିଲା ଅମିତ ଶାହାଙ୍କ ଟେନସନ୍; ଜାତୀୟ ରାଜଧାନୀରେ ପୁଣି ଗ୍ୟାଙ୍ଗ୍ ୱାର୍, ଯୁବକ ଦେହରେ ଛଅରୁ ଅଧିକ


ACP ଅନୁଯାୟୀ, ଇଂରାଜୀରେ ଡିଜିଟର ମାନେ ହେଉଛି ଅଙ୍କ।  ଇଂରାଜୀ ଅଭିଧାନରେ ହାତ ବା ଗୋଡର ଆଙ୍ଗୁଠି, ବୁଢା ଆଙ୍ଗୁଠି ଭଳି ଶରୀରର ଅଂଶଗୁଡ଼ିକୁ ମଧ୍ୟ ଡିଜିଟ ବୋଲି କୁହାଯାଏ। ଅର୍ଥାତ ଡିଜିଟାଲ୍ ମାଧ୍ୟମରେ ଯେଉଁ ଯୌନ ଉତ୍ପୀଡ଼ନ କରାଯାଇଥାଏ ତାହାକୁ ଡିଜିଟାଲ ରେପ୍ କୁହାଯାଏ। ଦିଲ୍ଲୀ ନିର୍ଭୟା ମାମଲା ପରେ ଦେଶରେ ଡିଜିଟାଲ ରେପକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଥିଲା। ୨୦୧୨ରେ ଦୁଷ୍କର୍ମ ଆଇନରେ ସଂଶୋଧନ କରାଯାଇଥିଲେ। ଡିଜିଟାଲ ରେପକୁ ମଧ୍ୟ ଯୌନ ଶୋଷଣରେ ସାମିଲ କରାଯାଇଛି।