ଭୁବନେଶ୍ୱର: ବହୁଚର୍ଚ୍ଚିତ ଅଞ୍ଜନା ମିଶ୍ର ଗଣଦୁଷ୍କର୍ମ ମାମଲାର ମୁଖ୍ୟ ଅଭିଯୁକ୍ତ ବିବନ ବିଶ୍ୱାଳକୁ ଘଟଣାସ୍ଥଳକୁ ନେଇ ଆଜି ସିନ୍ ରିକ୍ରିଏଟ୍ କରିଛି ସିବିଆଇ । ୧୯୯୯ ମସିହାରେ ଘଟିଥିବା ସେହି ସ୍ଥାନକୁ ନେଇ ତଦନ୍ତକାରୀ ସଂସ୍ଥା ତନାଘନା ଚଳାଇଛି। କେମିତି ଘଟାଇଥିଲା ଏ ଜଘନ୍ୟକାଣ୍ଡ, ସିବିଆଇ ତାହାର ଖୋଳତାଡ଼ କରୁଥିବା ବେଳେ ସେଦିନ କଣ ସବୁ ଘଟିଥିଲା ତାହା ଗୋଟି ଗୋଟିଏ କରି ଦେଖାଇଛି ବିବନ। 


COMMERCIAL BREAK
SCROLL TO CONTINUE READING

ଚନ୍ଦକା ଥାନା ଅଞ୍ଚଳରେ ଯେଉଁଠି ଘଟିଥିଲା ଏ ଘଟଣା (Anjana Mishra Gang Rape), ବିବନକୁ ସେଠାକୁ ନେଇ ଛାନଭିନ୍ କରୁଛି କେନ୍ଦ୍ରୀୟ ତଦନ୍ତକାରୀ ସଂସ୍ଥା ସିବିଆଇ (CBI)। ବିବନର ଆଜି ରିମାଣ୍ଡର ଶେଷ ଦିନ। ୧୯୯୯ର ସେହି କାଳ ରାତିର କଳଙ୍କିତ କାହାଣୀ ସମ୍ପର୍କରେ ବିବନ ମୁହଁରୁ ସତ ବାହାର କରୁଛି ସିବିଆଇ। ସେହିଭଳି ଏହି କୁତ୍ସିତ କାଣ୍ଡ ପରେ କେମିତି ରାଜ୍ୟ ବାହାରକୁ ଖସିଯାଇଥିଲା? କେମିତି ନାଁ ବଦଳାଇ ଲୁଚି ବୁଲୁଥିଲା? କାହା ପ୍ରରୋଚନାରେ ଭିଆଇଥିଲା ଜଘନ୍ୟ ଅପରାଧ? କେଉଁମାନେ ତାକୁ ଫେରାର୍ କରାଇବାକୁ ସହଯୋଗ କରିଥିଲେ? ଏସବୁ ଦିଗକୁ ଫୋକସ୍ ରେ ରଖି ବିବନ ମୁହଁରୁ ସତ ବାହାର କରିବାକୁ ଚେଷ୍ଟା କରୁଛି ସିବିଆଇ। 


Also Read: ସାଇକେଲ ଚଲାଇ କଳିଙ୍ଗରତ୍ନଙ୍କୁ 'ଭାରତରତ୍ନ' ଦାବି


ଅପରାଧ ପଛରେ ଷଡ଼ଯନ୍ତ୍ର ଥିବା ଇଙ୍ଗିତ କରିବା ସହ ଏସବୁ ତଥ୍ୟ ସାମ୍ନାକୁ ଆସୁ ବୋଲି ଅଞ୍ଜନା (Anjana Mishra) ଦାବି ଉଠାଇଥିଲେ। ବୁଧବାର ଝାରପଡ଼ା ଜେଲ୍ ରେ ହୋଇଥିବା ଟିଆଇ ପରେଡ୍ (TI Pared) ରେ ବିବନକୁ ଚିହ୍ନଟ କରିଥିଲେ ଅଞ୍ଜନା ମିଶ୍ର। ଘଟଣା ଦିନ ଅଞ୍ଜନାଙ୍କ ଗାଡ଼ି ଚଳାଉଥିବା ଡ୍ରାଇଭର ମଧ୍ୟ ଚିହ୍ନଟ ପ୍ରକ୍ରିୟାରେ ସାମିଲ୍ ହୋଇଥିଲେ। ସେ ମଧ୍ୟ ବିବନକୁ ଚିହ୍ନଟ କରିଥିବା ସୂଚନା ମିଳିଛି।