Pannus threat: ପନ୍ନୁର ଧମକ ପୂର୍ଣ୍ଣ ଇ-ମେଲ ଆସିବା ପରେ ବରିଷ୍ଠ ସାମ୍ବାଦିକ ଅକ୍ଷୟ ସାହୁ ପୁଲିସ କମିଶନରେଟଙ୍କୁ ଜଣାଇଥିଲେ। ପରେ କ୍ରାଇମବ୍ରାଞ୍ଚ ଏହାର ତଦନ୍ତ ଆରମ୍ଭ କରିଥିଲା। ଅକ୍ଷୟଙ୍କ ଅଫିସକୁ ଯାଇ ତଥ୍ୟ ସଂଗ୍ରହ କରି ଫେରିଥିଲା। ପରେ ଗୁଗୁଲକୁ ଚିଠି ଲେଖି ତଥ୍ୟ ମାଗିଛନ୍ତି କ୍ରାଇମବ୍ରାଞ୍ଚ ଏସଟିଏଫ।
Trending Photos
ଭୁବନେଶ୍ଵର: ରାଜ୍ୟରେ ଆୟୋଜିତ ଡିଜି-ଆଇଜି ସମ୍ମିଳନୀ ବେଳେ ଖଲିସ୍ତାନୀ ଆତଙ୍କୀ ପନ୍ନୁ ଦେଇଥିବା ଧମକପୂର୍ଣ୍ଣ ଭିଡିଓ ଘଟଣାରେ ଖୋଳତାଡ଼ କରିପାରେ ଏନଆଇଏ । ଏନେଇ ଗୁଗୁଲକୁ ଚିଠି ଲେଖିଲା କ୍ରାଇମବ୍ରାଞ୍ଚ ଏଟଫ୍। କେଉଁ ଆଇପି ଆଡ୍ରେସରେ ଅଡିଓ ଆସିଥିଲା ସେନେଇ ତଥ୍ୟ ଦେବାକୁ କୁହାଯାଇଛି। ଦ୍ୱିତୀୟ ଥର ମେଲ ଜରିଆରେ ଆସିଥିବା ଧମକକୁ ନେଇ ତଥ୍ୟ ମଗାଯାଇଛି।
ଭୁବନେଶ୍ୱରରେ ଡିଜି ସମ୍ମିଳନୀ ଚାଲିଥିବା ବେଳେ ବରିଷ୍ଠ ସାମ୍ବାଦିକ ଅକ୍ଷୟ ସାହୁଙ୍କୁ ଏକ ଧମକପୂର୍ଣ୍ଣ ମେଲ ପଠାଇଥିଲା ଖଲିସ୍ତାନୀ ଆତଙ୍କୀ ପନ୍ନୁ। ଯେଉଁଥିଲେ ଖଲିସ୍ତାନୀ ଆତଙ୍କୀ ପନ୍ନୁ ଭୁବନେଶ୍ୱର ବିଜୁ ପଟ୍ଟନାୟକ ବିମାନବନ୍ଦରକୁ ଟାର୍ଗେଟ କରିଥିଲା। ଗତ ରବିବାର ଦିନ ଭୁବନେଶ୍ୱର ବିମାନ ବନ୍ଦରରୁ ଉଡ଼ାଣ ନ ଭରିବାକୁ ଇ-ମେଲ୍ ରେ ଅଡିଓ ମେସେଜ କରି ଚେତାବନୀ ଦେଇଥିଲା ଖଲିସ୍ତାନୀ ଆତଙ୍କୀ ପନ୍ନୁ।
ପନ୍ନୁର ଧମକ ପୂର୍ଣ୍ଣ ଇ-ମେଲ ଆସିବା ପରେ ବରିଷ୍ଠ ସାମ୍ବାଦିକ ଅକ୍ଷୟ ସାହୁ ପୁଲିସ କମିଶନରେଟଙ୍କୁ ଜଣାଇଥିଲେ। ପରେ କ୍ରାଇମବ୍ରାଞ୍ଚ ଏହାର ତଦନ୍ତ ଆରମ୍ଭ କରିଥିଲା। ଅକ୍ଷୟଙ୍କ ଅଫିସକୁ ଯାଇ ତଥ୍ୟ ସଂଗ୍ରହ କରି ଫେରିଥିଲା। ପରେ ଗୁଗୁଲକୁ ଚିଠି ଲେଖି ତଥ୍ୟ ମାଗିଛନ୍ତି କ୍ରାଇମବ୍ରାଞ୍ଚ ଏସଟିଏଫ।