ଯାଜପୁର: ଚର୍ଚ୍ଚିତ ଝରାଫୁଲ ମୃତ୍ୟୁ ମାମଲାରେ ତୃତୀୟ ଅଭିଯୁକ୍ତ ଗିରଫ ହୋଇଛି। ଭୁବନେଶ୍ବର ସୁନ୍ଦରପଦାରୁ ଅଭିଯୁକ୍ତ ଅମରେଶ ରାଉତ ଯାଜପୁର ପୋଲିସ ଗିରଫ କରିଛି। ଝରାଫୁଲ ମୃତ୍ୟୁ ମାମଲାରେ ଅମରେଶ ସମ୍ପୃକ୍ତ ଥିବା ନେଇ ଅଭିଯୋଗ ହୋଇଛି। ସେପେଟେ ଘଟଣାର ଅତ୍ୟତମ ତଥା ଦ୍ୱିତୀୟ ଅଭିଯୁକ୍ତ ଶକ୍ତି ଶେଖର ସ୍ୱାଇଁ ଏବେ ବି ଫେରାର ଅଛି।


COMMERCIAL BREAK
SCROLL TO CONTINUE READING

ଝରାଫୁଲ ମୃତ୍ୟୁ ମାମଲା (Jharaphula Death Case) ରେ ଅଭିଯୁକ୍ତ ଅମରେଶ ରାଉତ କୁଆଖିଆ ପୋଲିସ ଗିରଫ ପରେ କୋର୍ଟ ଚାଲାଣ କରିଛି। କଥିତ ହତ୍ୟାକାଣ୍ଡର (Murder) ଷଡଯନ୍ତ୍ରରେ ସାମିଲ ଥିବା ଅଭିଯୋଗରେ ଅମରେଶକୁ ଗିରଫ କରାଯାଇଛି। ଭୁବନେଶ୍ୱର (Bhubaneswar) ସୁନ୍ଦରପଦା ଅଞ୍ଚଳରେ ଅମରେଶର ଘର। ସେ ଝରାଫୁଲଙ୍କ ପ୍ରେମିକ ରାକେଶ ସ୍ୱାଇଁକୁ ରୁମ ବୁକ୍ କରିବାରେ ସହଯୋଗ କିରବା ସହିତ କିଛି ସମୟ ସେମାନଙ୍କ ସହ ବିତାଇଥିଲା। ଆଉ ଝରାଫୁଲଙ୍କ ମୃତଦେହ ମିଳିବା ପରଠାରୁ ଅମରେଶ ଫେରାର ଥିଲା।


Also Read: ପରୀ ପରି ଝରାଫୁଲ ଅଭିଯୁକ୍ତର ବୟାନରେ ସୀମିତ ପୋଲିସ ତଦନ୍ତ!


ସେପଟେ ମୁଖ୍ୟଅଭିଯୁକ୍ତ ରାକେଶର ସାଙ୍ଗ ତଥା ମାମଲାର ଦ୍ୱିତୀୟ ଅଭିଯୁକ୍ତ ଶକ୍ତି ଶେଖର ସ୍ୱାଇଁ ଫେରାର ଅଛି। ଘଟଣାର ଅଢେଇ ମାସ ପରେ ମଧ୍ୟ ପୋଲିସ ତାକୁ ଗିରଫ କରି ପାରିନାହିଁ। ଝରାଫୁଲଙ୍କୁ ହତ୍ୟା କରାଯାଇଥିବା କଥା ମଧ୍ୟ ସ୍ପଷ୍ଟ ହୋଇନାହିଁ। ସେପଟେ ପୋଲିସ (Jajpur Police) ର ଚର୍ଜସିଟ ମିଳିଲା ପରେ ଘଟଣା ବିଷୟରେ ଅଧିକ ତଥ୍ୟ ମିଳିବ ବୋଲି ସରକାରୀ ଓକିଲ କହିଛନ୍ତି। ଯେଉଁ ବ୍ୟକ୍ତି ମୃତଦେହକୁ ଠିକଣାରେ ଲଗାଇକୁ ସହଯୋଗ କରିଥିଲା ସେ ଆଜି ନିରଙ୍କୁଶରେ ବୁଲୁଛି। କିନ୍ତୁ ମାମଲାର ତୃତୀୟ ବ୍ୟକ୍ତି ଗିରଫ ହେଉଛନ୍ତି, ତାହା ପୁଣି ଅଢେଇ ମାସ ପରେ। ଯାହାକୁ ନେଇ ପୋଲିସର ତଦନ୍ତ ପ୍ରକ୍ରିୟା ଉପରେ ପ୍ରଶ୍ନବାଚୀ ସୃଷ୍ଟି କରୁଛି।


ସୂଚନାଯୋଗ୍ୟ, ଗତ ଜାନୁଆରୀ ୨୭ ତାରିଖ ସକାଲେ କୁଆଖିଆ ଥାନା ମୂଳାପଳ ଛକ ନିକଟରେ ରମାଦେବୀ ବିଶ୍ୱବିଦ୍ୟାଳୟ (Ramadevi University) ର ଛାତ୍ରୀ ଝରାଫୁଲ ନାୟକଙ୍କ ମୃତଦେହ ମିଳିଥିଲା। ଆଉ ତା'ପରଦିନ ଝରାଫୁଲଙ୍କ ପ୍ରେମିକ ରାକେଶ ସ୍ୱାଇଁ ଭୁବନେଶ୍ୱର ଏୟାରଫିଲ୍ଡ ଥାନାରେ ଆତ୍ମସମର୍ପଣ କରିଥିଲା। ଏକ ହୋଟେଲ ରୁମରେ ଝରାଫୁଲଙ୍କ ମୃତ୍ୟୁ ହୋଇଥିବା କୁହାଯାଉଛି। CCTV ଫୁଟେଜରେ ୨ ଜଣ ବ୍ୟକ୍ତି ମୃତଦେହ ନେଉ ଥିବା ଦେଖିବାକୁ ମିଳୁଛି। ସେମାନଙ୍କ ମଧ୍ୟରୁ ଜଣେ ରାକେଶ ଓ ଅନ୍ୟଜଣେ ଶେଖର ବୋଲି ଦାବି କରାଯାଉଛି।