Top 10 News Headlines: ରାଜ୍ୟ ସରକାର ସ୍ୱାଧୀନତା ସଂଗ୍ରାମୀଙ୍କ ଭତ୍ତାକୁ ବୃଦ୍ଧି କରିଛନ୍ତି। ତିନୋଟି ବର୍ଗରେ ବିଭକ୍ତ ହୋଇଥିବା ସଂଗ୍ରାମୀଙ୍କ ପାଇଁ ଭିନ୍ନ ଭିନ୍ନ ଭାବେ ଭତ୍ତା ରାଶି ସ୍ଥିର କରାଯାଇଛି। ସଂକ୍ଷେପରେ ପଢ଼ନ୍ତୁ ଦିନ ତମାମର ୧୦ଟି ବଡ଼ ଖବର।
Trending Photos
Top 10 News Headlines 2 January 2025: H1. Odisha hikes pension for Freedom fighters: ରାଜ୍ୟ ସରକାର ସ୍ୱାଧୀନତା ସଂଗ୍ରାମୀଙ୍କ ଭତ୍ତାକୁ ବୃଦ୍ଧି କରିଛନ୍ତି। ତିନୋଟି ବର୍ଗରେ ବିଭକ୍ତ ହୋଇଥିବା ସଂଗ୍ରାମୀଙ୍କ ପାଇଁ ଭିନ୍ନ ଭିନ୍ନ ଭାବେ ଭତ୍ତା ରାଶି ସ୍ଥିର କରାଯାଇଛି। ଯେଉଁ ସଂଗ୍ରାମୀମାନେ ସ୍ୱାଧୀନତା ଆନ୍ଦୋଳନ ସମୟରେ ଜେଲ ଯାଇଥିବେ ସେମାନଙ୍କ ପାଇଁ ମାସିକ ଭତ୍ତା ରାଶି ୨୦ ହଜାର ଟଙ୍କାକୁ ବୃଦ୍ଧି କରାଯାଇଛି। ସେହିପରି ଅଣବନ୍ଦୀ ସଂଗ୍ରାମୀଙ୍କୁ ୧୫ ହଜାର ଏବଂ କେନ୍ଦ୍ର ସରକାରଙ୍କ ପେନସନ୍ ପାଉଥିବା ସଂଗ୍ରାମୀଙ୍କ ପାଇଁ ଭତ୍ତା ରାଶିକୁ ୧୦ ହଜାରକୁ ବୃଦ୍ଧି କରାଯାଇଛି।
H2. Kalahandi Health supervisor arrested: ଫୋନ୍ ପେ’ ଆପ୍ ଯୋଗେ ଚାରି ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଧରା ପଡ଼ିଛନ୍ତି କଳାହାଣ୍ଡି ଜିଲ୍ଲାର ଜଣେ ସ୍ୱାସ୍ଥ୍ୟ ସୁପର ଭାଇଜର। ସେ ଥୁଆମୂଳରାମପୁର ବ୍ଲକ୍ ମହୁଲପାଟଣା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭାଇଟାଲ୍ ଷ୍ଟାଟିଟିକ୍ସ ଦାୟିତ୍ୱରେ କାର୍ଯ୍ୟ କରୁଥିଲେ। ତାଙ୍କ ନାଁ ହେଉଛି ଲକ୍ଷ୍ମୀନାରାୟଣ ମହାରଣା। ଜଣେ ବ୍ୟକ୍ତିଙ୍କଠାରୁ ଜନ୍ମ ପ୍ରମାଣପତ୍ର କରାଇଦେବା ଲାଗି ଲାଞ୍ଚ ନେଉଥିବା ଅଭିଯୋଗରେ ତାଙ୍କୁ ରାଜ୍ୟ ଭିଜିଲାନ୍ସ କାବୁ କରି ମାମଲା ରୁଜୁ କରିଛି।
H3. IAS reshuffle in Odisha: ରାଜ୍ୟରେ କାର୍ଯ୍ୟରତ ବରିଷ୍ଠ ଆଇଏଏସ୍ଙ୍କ ଦାୟିତ୍ୱରେ ପରିବର୍ତ୍ତନ କରିଛନ୍ତି ରାଜ୍ୟ ସରକାର। ଆଜି ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ପ୍ରକାଶିତ ବିଜ୍ଞପ୍ତି ଅନୁସାରେ କିଛିଦିନ ପୂର୍ବେ ମୁଖ୍ୟମନ୍ତ୍ରୀଙ୍କ ଦପ୍ତରକୁ ଆସିଥିବା ୨୦୧୧ ବ୍ୟାଚ୍ ଆଇଏଏସ୍ ଅଧିକାରୀ ଅରିନ୍ଦମ ଡାକୁଆଙ୍କୁ ମ୍ୟୁନିସିପାଲିଟି ନିର୍ଦ୍ଦେଶକ ଭାବେ ବଦଳି କରାଯାଇଛି। ସେହିପରି ୨୦୦୦ ବ୍ୟାଚ୍ ଆଇଏଏସ୍ ଅଧିକାରୀ ତଥା ସାଧାରଣ ଉଦ୍ୟୋଗ ବିଭାଗର କମିଶନର ଥିବା ତେମଜେନ୍ ଓ୍ୱାପଙ୍ଗ ଆଓଙ୍କୁ ଯୋଜନା ଓ ସମନ୍ୱୟ ବିଭାଗର ସ୍ୱତନ୍ତ୍ର ସଚିବ ଭାବେ ବଦଳି କରାଯାଇଛି।
H4. Mass eviction in Bhubaneswar: ପ୍ରବାସୀ ଭାରତୀୟ ଦିବସ ଅବସରରେ ଗୁରୁବାର ଦିନ ରାଜଧାନୀ ଭୁବନେଶ୍ଵରରେ ଜବରଦଖଲ ଉଚ୍ଛେଦ କରାଯାଇଛି। ବାଣୀବିହାର ଅଞ୍ଚଳରେ ପ୍ରଶାସନ ପକ୍ଷରୁ ଉଚ୍ଛେଦ ସମୟରେ ଉତ୍ତେଜନା ପ୍ରକାଶ ପାଇଥିଲା। ପ୍ରବାସୀ ଭାରତୀୟ ଦିବସ ପାଳନ ସକାଶେ ହେଉଥଇବା ଉଚ୍ଛେଦକୁ କିଛି ସ୍ଥାନୀୟ ଲୋକେ ବିରୋଧ ମଧ୍ୟ କରିଥିଲେ।
H5. CM Grievance Cell will remain closed on Jan 6: ଜାନୁୟାରୀ ୬ ତାରିଖ ସୋମବାର ଦିନ ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ପ୍ରକୋଷ୍ଠ ବନ୍ଦ ରହିବ। ଏଣୁ ମୁଖ୍ୟମନ୍ତ୍ରୀ କୌଣସି ଜନସାଧାରଣଙ୍କୁ ଏହି ଅବସରରେ ଭେଟିବେ ନାହିଁ। ମୁଖ୍ୟମନ୍ତ୍ରୀଙ୍କର ଏହିଦିନ ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟ ରହିଥିବାରୁ ଅଭିଯୋଗ ଶୁଣାଣି ହୋଇପାରିବ ନାହିଁ ବୋଲି ସୂଚନା ଓ ଲୋକସମ୍ପର୍କ କାର୍ଯ୍ୟାଳୟ ପକ୍ଷରୁ କୁହାଯାଇଛି।
H6.Naveen Patnaik writes to CM Mohan Majhi: ଅଦିନିଆ ବର୍ଷାରେ ଚାଷୀକଙ୍କ କ୍ଷୟକ୍ଷତି ପ୍ରତି ସରକାରଙ୍କ ଦୃଷ୍ଟି ଆକର୍ଷଣ କରିବାକୁ ଚାହିଁଛନ୍ତି ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ। ଚାଷୀଙ୍କ ମେନାବଳକୁ ରକ୍ଷା କରିବା ପାଇଁ ସେ ସରକାରଙ୍କୁ ନିବେଦନ କରିଛନ୍ତି। ଏହାସହ କୃଷକକଙ୍କ କ୍ଷୟକ୍ଷତି ଭରଣା କରିବା ପାଇଁ ତୁରନ୍ତ ଓ ସମୟଭିତ୍ତିକ ପଦକ୍ଷେପ ନେବାକୁ ଅନୁରୋଧ କରିଛନ୍ତି।
H7. Repair work of Ratna Bhandar will resume on January 3: ଆସନ୍ତାକାଲିଠାରୁ ପୁଣିଥରେ ଶ୍ରୀମନ୍ଦିର ରତ୍ନଭଣ୍ଡାର ମରାମତି କାର୍ଯ୍ୟ ଆରମ୍ଭ ହେବ। ଅପରାହ୍ଣ ୧୨ଟା ୩୦ରୁ ଏଏସ୍ଆଇ ଟିମ୍ ଦ୍ୱାରା ଭିତର ଓ ବାହାର ରତ୍ନ ଭଣ୍ଡାରର ମରାମତି ପାଇଁ ପ୍ଲାଷ୍ଟର ଛଡ଼ାଯିବ। ଅଧିକାଂଶ ସ୍ଥାନରେ ପ୍ଲାଷ୍ଟର ଛଡ଼ାଇବା କାର୍ଯ୍ୟ ଶେଷ ହୋଇଛି। ଏଣୁ ଯେଉଁ ସ୍ଥାନରେ ପ୍ଲାଷ୍ଟର ଛଡ଼ା ସରିଛି ସାଠାରେ ପଥରଗୁଡ଼ିକୁ ଯାଞ୍ଚ କରାଯିବ। ଯୋଡ଼େଇ ସ୍ଥାନଗୁହ଼ିକୁ ଭଲ ଭାବେ ଯାଞ୍ଚ କରାଯାଇ ଫାଟକୁ ସିଲ୍ କରିବା ଲାଗି ପଦକ୍ଷେପ ନିଆଯିବ।
H8. Bhubaneswar to host Adivashi Mela from January 5: ଜାନୁୟାରୀ ୫ ତାରିଖରୁ ଆରମ୍ଭ ହେବ ଆଦିବାସୀ ମେଳା। ୟୁନିଟ-୩ ପ୍ରଦର୍ଶନୀ ପଡ଼ିଆରେ ଏହାକୁ ଆୟୋଜନ କରିାକୁ ଯାଉଛନ୍ତି ରାଜ୍ୟ ସରକା।ର ଆଦିବାସୀଙ୍କ ସଂସ୍କୃତି, ଚାଲିଚଳଣୀ ସାଙ୍ଗକୁ ସାମାନଙ୍କ ଉତ୍ପାଦ ପାଇଁ ଏକ ବାତାବରଣ ସୃଷ୍ଟି କରିବା ପାଇଁ ଏହି ମେଳାରେ ପର୍ଯ୍ୟାପ୍ତ ସୁଯୋଗ ସୃଷ୍ଟି କରାଯାଇଛି।
H9. Khel Ratna Award Winners: ପ୍ୟାରିସ୍ ଅଲିମ୍ପିକ୍ସରେ ଦୁଇଟି ଅଲିମ୍ପିକ୍ ପଦକ ଜିତିଥିବା ଭାରତୀୟ ମହିଳା ସୁଟର ମନୁ ଭାକର ଏବଂ ବିଶ୍ୱ ଚେସ୍ ଚାମ୍ପିଅନସିପ୍ ବିଜେତା ଭାରତୀୟ ଗ୍ରାଣ୍ଡମାଷ୍ଟର ଡି ଗୁକେଶଙ୍କ ସମେତ ଚାରି ଖେଳାଳିଙ୍କୁ ଖେଳ ରତ୍ନ ପୁରସ୍କାରରେ ସମ୍ମାନିତ କରାଯିବ। ରାଷ୍ଟ୍ରୀୟ କ୍ରୀଡ଼ା ପୁରସ୍କାର ୨୦୨୪ର ଘୋଷଣା ଗୁରୁବାର ଦିନ କ୍ରୀଡା ମନ୍ତ୍ରଣାଳୟ ଦ୍ୱାରା କରାଯାଇଛି। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ୧୭ ଜାନୁଆରୀରେ ରାଷ୍ଟ୍ରପତି ଭବନରେ ବିଜେତାମାନଙ୍କୁ ସମ୍ମାନିତ କରିବେ।
H10. Rohit Sharma Sydney Test: ଟିମ୍ ଇଣ୍ଡିଆର ଅଧିନାୟକ ରୋହିତ ଶର୍ମାଙ୍କୁ ନେଇ ଏକ ବଡ ଖବର ସାମ୍ନାକୁ ଆସିଛି। ଅଷ୍ଟ୍ରେଲିଆ ବିପକ୍ଷ ପଞ୍ଚମ ଟେଷ୍ଟ ମ୍ୟାଚରେ ରୋହିତ ପ୍ଲେଇଂ ଇଲେଭେନର ଅଂଶ ହେବ ନାହିଁ। ରିପୋର୍ଟ ଅନୁଯାୟୀ ରୋହିତ ମେଲବୋର୍ଣ୍ଣରେ ନିଜର ଶେଷ ଟେଷ୍ଟ ମ୍ୟାଚ୍ ଖେଳିଛନ୍ତି। ଭାରତୀୟ ଅଧିନାୟକ କ୍ରିକେଟର ଦୀର୍ଘତମ ଫର୍ମାଟରେ ବିଦାୟୀ ମ୍ୟାଚ୍ ଖେଳିବାର ସୁଯୋଗ ପାଇବେ ନାହିଁ।