Archana Nag Case:  ଭୁବନେଶ୍ୱର: ବହୁ ଚର୍ଚ୍ଚିତ ଲେଡି ବ୍ଲାକମେଲର ଅର୍ଚ୍ଚନା ନାଗଙ୍କୁ ରିମାଣ୍ଡରେ ନେଇଛି ଇଡି । ୧୫ ଦିନ ପରିବର୍ତ୍ତେ ଇଡ଼ିକୁ ମାତ୍ର ୭ଦିନ ପାଇଁ ରିମାଣ୍ଡରେ ନେବାକୁ ଇଡିକୁ ଅନୁମତି ଦେଇଥିଲେ କୋର୍ଟ। ତେବେ ଆଜି ଅର୍ଚ୍ଚନାଙ୍କୁ ପ୍ରଥମେ କ୍ୟାପିଟାଲ ହସ୍ପିଟାଲ ନିଆଯାଇ ସ୍ୱାସ୍ଥ୍ୟ ପରୀକ୍ଷା କରାଯାଇଥିଲା। ପରେ ଇଡି ଅଫିସରେ ପହଞ୍ଚିବା ପରେ ଇଡି ଜେରା ଆରମ୍ଭ କରିଛି। ରିମାଣ୍ଡର ଅବଧି ୭ଦିନ ହୋଇଥିବାରୁ ଇଡି ଅଫିସରେ ଅର୍ଚ୍ଚନା ରହିବେ ବୋଲି ସୂଚନା ମିଳିଛି। 


COMMERCIAL BREAK
SCROLL TO CONTINUE READING

ଏଥିପାଇଁ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ପ୍ରସ୍ତୁତି ଆରମ୍ଭ କରିଦେଇଛି। ଅର୍ଚ୍ଚନାଙ୍କ ରହଣୀ ପାଇଁ ଇଡି ଅଫିସରେ ବ୍ୟାପକ ବନ୍ଦୋବସ୍ତ ମଧ୍ୟ କରାଯାଇଥିବା ଜଣାପଡ଼ିଛି। ରାତିରେ ଶୀତରୁ ବର୍ତ୍ତିବା ପାଇଁ ସମସ୍ତ ପ୍ରକାର ବ୍ୟବସ୍ଥା କରିଛି ଇଡ଼ି। ରାତିରେ ଯେପରି ଅଧିକ ଥଣ୍ଡା ନ ହୁଏ ସେଥିପାଇଁ ଗଦି, ତକିଆ ଓ ମୋଟା କମ୍ୱଳର ବ୍ୟବସ୍ଥା କରିଛି। କେବଳ ସେତିକି ନୁହେଁ କୋଠରୀରେ ନୂଆ ପଙ୍ଖା ମଧ୍ୟ ଲଗାଯାଇଥିବା ସୂଚନା ରହିଛି। ଅନ୍ୟପଟେ ଅର୍ଚ୍ଚନାଙ୍କ ସ୍ୱାମୀ ଜଗବନ୍ଧୁ ମଧ୍ୟ ଆସନ୍ତାକାଲି କୋର୍ଟରେ ହାଜର ହେବେ ବୋଲି ଜଣାପଡ଼ିଛି। ଅର୍ଚ୍ଚନାଙ୍କ ପରି ଜଗବନ୍ଧୁଙ୍କୁ ମଧ୍ୟ ରିମାଣ୍ଡରେ ନେଇପାରେ ଇଡି। ସ୍ୱାମୀ, ସ୍ତ୍ରୀ ଦୁହିଁଙ୍କୁ ଏକାଠି ମୁହାଁମୁହିଁ ଜେରା କରିପାରେ।


ସୂଚନାଯୋଗ୍ୟ, ତେବେ ଆଜି ରିମାଣ୍ଡରେ ନେବା ପୂର୍ବରୁ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ଅଧିକାରୀମାନେ ଝାରପଡ଼ା ଜେଲରୁ ଆଣି କ୍ୟାପିଟାଲ ହସ୍ପିଟାଲରେ ଅର୍ଚ୍ଚନାଙ୍କ ସ୍ୱାସ୍ଥ୍ୟ ପରୀକ୍ଷା କରାଇଥିଲେ। ସେଠାରେ ପରୀକ୍ଷା କରାଇବା ପରେ ରିମାଣ୍ଡରେ ନେଇଛି। କ୍ୟାପିଟାଲ ହସ୍ପିଟାଲକୁ ଯିବା ସମୟରେ ଅନେକ ଗୁମର ଖୋଲିବାକୁ ପ୍ରୟାସ କରିଥିଲେ ଅର୍ଚ୍ଚନା। ଗଣମାଧ୍ୟମକୁ ଦେଖି ବିରକ୍ତ ହେଉଥିବା ଅର୍ଚ୍ଚନା ଆଜି କିନ୍ତୁ ବେଶ ସ୍ୱାଭାବିକ ଥିବା ଦେଖିବାକୁ ମିଳିଥିଲା। ଗଣମାଧ୍ୟମକୁ ଦେଖି ଅନେକ ପ୍ରସଙ୍ଗ ଉଠାଇବାକୁ ପ୍ରୟାସ କରିଥିଲେ ଅର୍ଚ୍ଚନା। ଅର୍ଚ୍ଚନା କହିଥିଲେ କି ତାଙ୍କୁ ଫସାଇବାକୁ ଚେଷ୍ଟା କରାଯାଉଛି। ମୁଁ ନିର୍ଦ୍ଦୋଶ, ମୋତେ ଫଶାଇ ଦିଆଯାଇଛି। ମୋତେ କଳଙ୍କିତ କରନି। ୩୦ ମିନିଟର ସମୟ ଦିଅ, ସବୁ କିଛି ପ୍ରମାଣିତ କରିଦେବି  ବୋଲି ଅର୍ଚ୍ଚନା କହିଥିଲେ। 


କ୍ୟାପିଟାଲ ହସ୍ପିଟାଲକୁ ସ୍ୱାସ୍ଥ୍ୟ ପରୀକ୍ଷା ପାଇଁ ଅଣାଯାଇଥିବା ବେଳେ କିଛି ଏପରି ବିସ୍ଫୋରକ ବୟାନ ଦେଇଥିଲେ ଅର୍ଚ୍ଚନା। ଆଉ ଏହାସହ ବିସ୍ଫୋରକ ବୟାନ ଦେଇ ଅର୍ଚ୍ଚନା କହିଥିଲେ, ଇଡି ତଦନ୍ତକୁ ଅପେକ୍ଷା କରିଥିଲି। ୩୦ ମିନିଟ୍ ଦିଅ ତଥ୍ୟ ଓ ପ୍ରମାଣ ସହ ସବୁ ପ୍ରମାଣିତ କରିଦେବି। ଯେତେ ବଡ ସଂସ୍ଥା ଆସୁ ତଦନ୍ତକୁ ସାମ୍ନା କରିବାକୁ ପ୍ରସ୍ତୁତ ଅଛି ବୋଲି ସେ କହିଥିଲେ। ନେତା କି ମନ୍ତ୍ରୀ ମୁଁ ପ୍ରମାଣ ସହ ଦେବି। ମୁଁ ନିର୍ଦ୍ଦୋଷ ମୋତେ ଫସାଇ ଦିଆଯାଇଛି। ସମୟକୁ ଅପେକ୍ଷା କର, ମୋତେ କଳଙ୍କିତ କରନି। ଏହାସହ କମିଶନରେଟ ପୋଲିସ ଉପରେ ବର୍ଷିଛନ୍ତି ଅର୍ଚ୍ଚନା ନାଗ। 


ଅର୍ଚ୍ଚନା ଆହୁରି ମଧ୍ୟ କହିଛନ୍ତି ମୁଁ କଣ ଆତଙ୍କବାଦୀ, ମୋତେ ଏମିତି ବ୍ୟବହାର କରୁଛ। ଇଡି କେଉଁଦିନ ତଦନ୍ତ କରିବ ତାହାକୁ ଅପେକ୍ଷା କରିଥିଲି। ଯେତେବଡ ସଂସ୍ଥା ଆସୁ, ତଦନ୍ତ ପାଇଁ ପ୍ରସ୍ତୁତ ଅଛି । ମୁହଁ ଖୋଲିଲେ ସାରା ରାଜ୍ୟ ପରିବର୍ତ୍ତନ ହୋଇଯିବ। ମୋତେ ଫସାଇ ଦିଆଯାଇଛି, କାହାକୁ ବି ଛାଡିବିନି। ମୁଁ ଜାଣିପାରୁନି କିଏ ମୋତେ ଫଶାଇଛି। ମୋ ହାତ ଚାପି ଧରିବା ସହ ପାଟି ବନ୍ଦ କରି ରଖୁଛି ପୋଲିସ। ମୋ ୫ ବର୍ଷର ଛୁଆର ଲୁହ ପଡିଯିବ ବୋଲି କହିଛନ୍ତି ଅର୍ଚ୍ଚନା। ସୂଚନାଯୋଗ୍ୟ ଆଜି ଅର୍ଚ୍ଚନାଙ୍କୁ ୭ ଦିନିଆ ରିମାଣ୍ଡରେ ନେଇଛି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ।