Thief Arrest: ଦେଶର ବିଭିନ୍ନ ସ୍ଥାନରୁ ୫ ହଜାରରୁ ଅଧିକ କାର ଚୋରି ଅଭିଯୋଗରେ ଦିଲ୍ଲୀ ପୋଲିସ (Delhi Police) ଆଜି(ସୋମବାର) "ଭାରତର ସବୁଠୁ ବଡ କାର ଚୋର" ଅନିଲ ଚୌହାନ (Anil Chauhan) କୁ ଗିରଫ (Arrest) କରିଛି । ପୋଲିସ୍ କହିଛି ଯେ ୫୨ ବର୍ଷୀୟ ଅନିଲର ଦିଲ୍ଲୀ, ମୁମ୍ବାଇ ଏବଂ ଉତ୍ତର ପୂର୍ବରେ ଅନେକ ସମ୍ପତ୍ତି (Property) ଥିବା ସହିତ ସେ ବହୁତ ବିଳାସପୂର୍ଣ୍ଣ ଜୀବନଶୈଳୀ (Life Style) ବିତାଉଥିଲା । ପୋଲିସ ଦାବି କରିଛି ଯେ ସେ ଦେଶର ସବୁଠାରୁ ବଡ କାର ଚୋର ଏବଂ ଗତ ୨୭ ବର୍ଷ ମଧ୍ୟରେ ପାଞ୍ଚ ହଜାରରୁ ଅଧିକ କାର ଚୋରି କରିଥିବା ଅଭିଯୋଗ ହୋଇଛି । ଗୁପ୍ତ ସୂଚନା ପାଇବାପରେ କେନ୍ଦ୍ରୀୟ ଦିଲ୍ଲୀ ପୋଲିସର ସ୍ୱତନ୍ତ୍ର ଅଧିକାରୀ ତାକୁ ଦେଶବନ୍ଧୁ ରୋଡ଼ ଅଞ୍ଚଳରୁ ଧରିଥିଲେ। ଦିଲ୍ଲୀ ପୋଲିସର ସୂଚନାନୁସାରେ, ଅନିଲ ଚୌହାନର ପିତା ଲେଫ୍ଟନାଣ୍ଟ ଦେଶରାଜ ଚୌହାନ ଯିଏକି ସେନାରେ ଜଣେ ଅଧିକାରୀ ଭାବରେ ଦେଶ ମାତୃକାର ସେବା କରିଥିଲେ ।


COMMERCIAL BREAK
SCROLL TO CONTINUE READING

ପୋଲିସର ସୂଚନା ଅନୁଯାୟୀ, ଭାରି ଉତ୍ସାହଜନକ ଥିଲା ଅଟୋ ଡ୍ରାଇଭରରୁ ବର୍ତ୍ତମାନର କୁଖ୍ୟାତ ଚୋର ହେବାରେ ଅନୀଲର ଦୀର୍ଘ ୨୭ ବର୍ଷର ଯାତ୍ରା ।  ଅନିଲ ବର୍ତ୍ତମାନ ଅସ୍ତ୍ରଶସ୍ତ୍ର କାରବାରରେ ଜଡିତ ଅଛି । ସେ ଉତ୍ତରପ୍ରଦେଶରୁ ଅସ୍ତ୍ରଶସ୍ତ୍ର ନେଇ ଉତ୍ତର ପୂର୍ବ ରାଜ୍ୟଗୁଡିକରେ ନିଷିଦ୍ଧ ସଂଗଠନଗୁଡିକୁ ଯୋଗାଉଥିବାର ଅଭିଯୋଗ ହୋଇଥିଲା । ୧୯୯୦ ରେ ଦିଲ୍ଲୀର ଖାନପୁର ଅଞ୍ଚଳରେ ରହିବା ସମୟରେ ଅନିଲ ଅଟୋରିକ୍ସା ଚଳାଉଥିଲା ଏବଂ ୧୯୯୫ ପରେ କାର ଚୋରି କରିବା ଆରମ୍ଭ କରିଥିଲା । ସେ ସେହି ସମୟ ମଧ୍ୟରେ ସର୍ବାଧିକ ମାରୁତି ୮୦୦ କାର ଚୋରି କରିବା ପାଇଁ କୁଖ୍ୟାତ ଥିଲା । ଅନିଲ ଚୌହାନ ଦେଶର ବିଭିନ୍ନ ସ୍ଥାନରେ କାର ଚୋରି କରି ନେପାଳ, ଜମ୍ମୁ-କାଶ୍ମୀର ଏବଂ ଉତ୍ତର ପୂର୍ବାଞ୍ଚଳ ରାଜ୍ୟକୁ ପଠାଉଥିଲା । ଚୋରି ସମୟରେ ସେ କିଛି ଟ୍ୟାକ୍ସି ଡ୍ରାଇଭରଙ୍କୁ ମଧ୍ୟ ହତ୍ୟା କରିଥିବା ଅଭିଯୋଗ ରହିଛି ।


ପରି ଶେଷରେ ସେ ଆସାମର ତେଜପୁର ଯାଇ ସେଠାରେ ରହିବାରେ ଲାଗିଲା । ଅସତ୍ ଉପାର୍ଜିତ ସମ୍ପତ୍ତି ସହିତ ସେ ଦିଲ୍ଲୀ, ମୁମ୍ବାଇ ଏବଂ ଉତ୍ତର ପୂର୍ବାଞ୍ଚଳ ରେ ଅନେକ ସମ୍ପତ୍ତି ରଖିଥିଲା । ଯାଞ୍ଚ ଏଜେନ୍ସି ଏନଫୋର୍ସମେଣ୍ଟ ନିର୍ଦ୍ଦେଶାଳୟ(ED)ମଧ୍ୟ ତା ବିରୋଧରେ ମନି ଲଣ୍ଡରିଂ ମାମଲା ରୁଜୁ କରିଥିଲା। ଅନିଲକୁ ଅନେକ ଥର ଗିରଫ କରାଯାଇଥିଲା । ତେବେ ୨୦୧୫ ରେ ଜଣେ କଂଗ୍ରେସ ବିଧାୟକଙ୍କ ସହ ଗିରଫ ହେବାପରେ ସେ ପାଞ୍ଚ ବର୍ଷ ଜେଲରେ ରହି ୨୦୨୦ ରେ ମୁକ୍ତ ହୋଇଥିଲେ। ତା ବିରୋଧରେ ୧୮୦ ଟି ମାମଲା ରୁଜୁ ହୋଇଛି ।


ଡିସିପି ଶ୍ୱେତା ଚୌହାନଙ୍କ ଅନୁଯାୟୀ, ୧୯୯୦ ରେ ସେ ଦିଲ୍ଲୀର ଖାନପୁର ଅଞ୍ଚଳରେ ରହୁଥିଲା ଏବଂ ଅଟୋ ରିକ୍ସା ଚଳାଉଥିଲା । ତା’ପରେ ସେ ଅପରାଧ ଦୁନିଆକୁ ଆସିଥିଲା ଏବଂ ଆଉ ପଛକୁ ଫେରି ଚାହିଁ ନଥିଲା । ସାମ୍ପ୍ରତିକ ସମୟରେ, ଅନିଲ ଚୌହାନ ଅସ୍ତ୍ରଶସ୍ତ୍ର ଚୋରା ଚାଲାଣ, ଗଞ୍ଜେଇ ସ୍ମଗଲିଂରେ ଜଡିତ ଥିଲା । ଅନୀଲ ଚୌହାନ ଦୀର୍ଘ ୨୭ ବର୍ଷ ଧରି ଅପରାଧ ଜଗତରେ ତାର ସାମ୍ରାଜ୍ୟ ଚଳାଇ ଆସୁଥିଲା । ତା ବିରୁଦ୍ଧରେ  କାର ଚୋରି ବ୍ୟତୀତ  ହତ୍ୟା, ଅସ୍ତ୍ରଶସ୍ତ୍ର ନିରୋଧ ଆଇନ ତଥା ଚୋରା ଚାଲାଣ ମାମଲା ରୁଜୁ କରାଯାଇଛି । ଆଶ୍ଚର୍ଯ୍ୟର କଥା ହେଉଛି ଅଭିଯୁକ୍ତ ଅନୀଲ ଚୌହାନ  ଆସାମ ସରକାରଙ୍କ ଅଧିନରେ ଜଣେ "ଏ" ଗ୍ରେଡ଼ କଣ୍ଟ୍ରାକ୍ଟର ଭାବରେ କାମ କରୁଥିଲା । ପୋଲିସର ସୂଚନାନୁସାରେ ଅନିଲର ତିନିଜଣ ପତ୍ନୀ ଏବଂ ସାତ ଜଣ ସନ୍ତାନ ଅଛନ୍ତି। ଏହାସହିତ ସେଠାରେ ସ୍ଥାନୀୟ ନେତାଙ୍କ ସହ ମଧ୍ୟ ଯୋଗାଯୋଗରେ ଥିଲା ।  ତା ନିକଟରୁ ୬ଟି ପିସ୍ତଲ ଏବଂ ସାତୋଟି କାର୍ଟ୍ରିଜ ଜବତ କରିଛି ପୋଲିସ ।