Black Pulsar Crime: ପାର୍ବଣ ପୂର୍ବରୁ କଳା ପଲସର ଆତଙ୍କ, ମହିଳାଙ୍କ ନିକଟରୁ ଝାମ୍ପିନେଲେ ଲକ୍ଷାଧିକ ଟଙ୍କାର ଅଳଙ୍କାର
ତେବେ ଦୀର୍ଘ ଦିନର ନିରବତା ପରେ ଆଜି ରାଜଧାନୀର ଛାତି ଉପରୁ ଲୁଟି ନେଇଛନ୍ତି ଲକ୍ଷାଧିକ ଟଙ୍କାର ଅଳଙ୍କାର। ଘଟଣାଟି ଘଟିଛି ରାଜଧାନୀର ବ୍ୟସ୍ତବହୁଳ ନୟାପଲ୍ଲୀ ଅଞ୍ଚଳରେ। ନୟାପଲ୍ଲୀର ଗଡ଼ସାହି ଅଞ୍ଚଳରେ ଏହି ଘଟଣାଟି ଘଟିଥିବା ଜଣାପଡ଼ିଛି।
Black Pulsar Crime: ଭୁବନେଶ୍ୱର: ପାର୍ବଣ ଋତୁ ଆରମ୍ଭ ହେବା ପୂର୍ବରୁ ସହରରେ ପୁଣି ଥରେ କଳା ପଲସର ଦୌରାତ୍ମ୍ୟ ଦେଖିବାକୁ ମିଳିଛି। କିଛି ଦିନ ପୂର୍ବରୁ ରାଜଧାନୀର ବିଭିନ୍ନ ସ୍ଥାନରୁ କଳା ପଲସର ଆତଙ୍କ ରାଜଧାନୀବାସୀ ଦେଖିସାରିଛନ୍ତି। ସହରର ବିଭିନ୍ନ ଥାନାରେ ଏନେଇ ଏକାଧିକ ମାମଲା ରହିଛି। ଏହି କଳାପଲସର ଆତଙ୍କ ରାଜଧାନୀବାସୀଙ୍କ ମନରେ ଆତଙ୍କ ସୃଷ୍ଟି କରିଥିଲା। କେବଳ ରାଜଧାନୀରେ ନୁହେଁ, ତମାମ ରାଜ୍ୟର ବିଭିନ୍ନ ସହରରେ ଏହି କଳା ପଲସର ଆତଙ୍କ ସୃଷ୍ଟି ହୋଇଥିଲା । କୋଟି କୋଟି ଟଙ୍କା ଲୁଟିନେଇଥିଲେ ଏହି କଳାପଲସର ଦୁର୍ବୃତ୍ତ।
ତେବେ ଦୀର୍ଘ ଦିନର ନିରବତା ପରେ ଆଜି ରାଜଧାନୀର ଛାତି ଉପରୁ ଲୁଟି ନେଇଛନ୍ତି ଲକ୍ଷାଧିକ ଟଙ୍କାର ଅଳଙ୍କାର। ଘଟଣାଟି ଘଟିଛି ରାଜଧାନୀର ବ୍ୟସ୍ତବହୁଳ ନୟାପଲ୍ଲୀ ଅଞ୍ଚଳରେ। ନୟାପଲ୍ଲୀର ଗଡ଼ସାହି ଅଞ୍ଚଳରେ ଏହି ଘଟଣାଟି ଘଟିଥିବା ଜଣାପଡ଼ିଛି। ଯାହାର ଭିଡ଼ିଓ ଆମର ହସ୍ତଗତ ହୋଇଛି। ହସ୍ତଗତ ହୋଇଥିବା ଭିଡ଼ିଓରେ ଦେଖିବାକୁ ମିଳିଛି ଯେ ଏହି ଅଞ୍ଚଳର ଜଣେ ପ୍ରତିଷ୍ଠିତ ପରିବାରର ଜଣେ ମହିଳା ଆଜି ସକାଳୁ ଫୁଲ ତୋଳିବାକୁ ବାହାରକୁ ବାହାରିଥିଲେ। ତେବେ କିଛି ବାଟ ଆସିବା ପରେ ତାଙ୍କ ନିକଟରେ ଏକ କଳା ରଙ୍ଗର ପଲସର ଅତିକ୍ରମ କରୁଥିବା ଉକ୍ତ ଭାଇରାଲ ଭିଡ଼ିଓରେ ଦେଖିବାକୁ ମିଳିଥିଲା। କିଛି ସମୟ ପରେ ଉକ୍ତ ଗାଡ଼ିଟି ତାଙ୍କ ନିକଟକୁ ଫେରିଥିବା ଦେଖିବାକୁ ମିଳିଛି। ତେବେ ଉକ୍ତ ଗାଡ଼ିରେ ବସିଥିବା ବ୍ୟକ୍ତି ବିଶେଷଙ୍କ ମୁଁହ ସ୍ପଷ୍ଟ ଭାବରେ ଦେଖାଯାଉନାହିଁ। ଉକ୍ତ ମହିଳାଙ୍କ ବେକରୁ ଉକ୍ତ ଲୁଟେରାମାନେ କଳା ପଲସରରେ ଆସି ତାଙ୍କ ବେକରୁ ପିନ୍ଧିଥିବା ଅଳଙ୍କାର ଛଡ଼ାଇ ନେଇଥିବା ଜଣାପଡ଼ିଛି।
ତେବେ ଲୁଟେରାମାନଙ୍କ ଆକ୍ରମଣରୁ ଅଳ୍ପକେ ରକ୍ଷା ପାଇଯାଇଛନ୍ତି ଉକ୍ତ ମହିଳା ଜଣକ। ସେମାନଙ୍କ ଆକ୍ରମଣରୁ ବର୍ତ୍ତିଯାଇ ଘରକୁ ପ୍ରତ୍ୟାବର୍ତ୍ତନ କରିଥିବା ଜଣାପଡ଼ିଛି। ତେବେ ରିପୋର୍ଟ ଲେଖାଯିବା ପର୍ଯ୍ୟନ୍ତ ଉକ୍ତ ମହିଳା ଜଣକ କୌଣସି ମାମଲା ରୁଜୁ କରିନଥିବା ଜଣାପଡ଼ିଛି।
ତେବେ ନୟାପଲ୍ଲୀ ଅଞ୍ଚଳରେ ଏହା ପ୍ରଥମ ଘଟଣା ନୁହେଁ। ଆଗରୁ ଏହିଭଳି ଅନେକ ଘଟଣା ଘଟିଥିବାର ନଜିର ରହିଛି। ବାରମ୍ବାର ନୟାପଲ୍ଲୀର ବିଭିନ୍ନ ସ୍ଥାନରୁ ଲୁଟ ହେଉଥିବା ନେଇ ଅଭିଯୋଗ ହୋଇ ଆସୁଛି। ସୂଚନା ଯୋଗ୍ୟ ନିକଟ ଅତୀତରେ ଇସ୍ପାତ ସହର ରାଉରକେଲାରେ ପୁଣି କଳା ପଲସର ଆତଙ୍କ । କଳା ପଲସରରେ ଆସି ଲୁଟି ନେଲେ ୩ ଲକ୍ଷ ୬୦ ହଜାର ଟଙ୍କା ଲୁଟି ନେଇଥିଲେ। ସିଭିଲ ଟାଉନ ସିପି ସ୍ଥିତ ଆଇସିଆଇସିଆଇ ବ୍ୟାଙ୍କ୍ରୁ ଗାନ୍ଧୀ ରୋଡ଼ର ବ୍ୟବସାୟୀ ଅମିତ ଗୁପ୍ତା ତାଙ୍କ ଆକାଉଣ୍ଟରୁ ୩ ଲକ୍ଷ ୫୦ ହଜାର ଟଙ୍କା ଉଠାଇଥିଲେ । ବାଇକ୍ ଡିକିରେ ଟଙ୍କା ରଖୁଥିବା ବେଳେ କଳା ପଲସରରେ ଦୁଇ ଲୁଟେରା ଆସି ଅମିତଙ୍କୁ ଗୋଇଠା ମାରି ଲୁଟିନେଲେ ଟଙ୍କା । ଖବର ପାଇ ରଘୁନାଥପଲ୍ଲୀ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ଆଉ ଲୁଟେରାଙ୍କୁ ଧରିବା ପାଇଁ ଛାନଭିନ୍ ଆରମ୍ଭ କରିଛି ।
ସେହିପରି କିଛି ଦିନ ତଳେ ନୟାପଲ୍ଲୀ ଅଞ୍ଚଳରେ ଝିଅକୁ ସ୍କୁଲରେ ଛାଡି ଘରକୁ ଫେରୁଥିବା ବେଳେ ପଛରୁ ଆସି ସୁନା ଚେନ ଝାମ୍ପି ନେଲେ ଲୁଟେରା । ସ୍କୁଟିରୁ ପଡି ମହିଳା ଜଣଙ୍କ ଗୁରୁତର ହୋଇଥିଲେ। ତାଙ୍କୁ ଉଦ୍ଧାର କରି ନିକଟସ୍ଥ ମେଡିକାଲରେ ଭର୍ତ୍ତି କରାଯାଇଥିଲା। ଭୁବନେଶ୍ୱର ନୟାପଲ୍ଲୀ ଥାନା ଅଞ୍ଚଳରେ ଥିବା ଏକ ସ୍କୁଲକୁ ନିଜ ଝିଅକୁ ଛାଡିବାକୁ ଯାଇଥିଲେ। ସେଠାରେ ଝିଅକୁ ଛାଡି ଫେରୁଥିବା ସମୟରେ ହଠାତ୍ ୨ଜଣ ପଲସର ଆସି ସୁନା ଚେନ୍ ଝାମ୍ପି ନେଇଥିଲେ। ଏହି ସମୟରେ ମହିଳା ଜଣଙ୍କ ସ୍କୁଟିରୁ ପଡି ଗୁରୁତର ହୋଇଥିଲେ। ତାଙ୍କ ମୁଣ୍ଡ ଓ ଗୋଡ଼ରେ ଆଘାତ ଲାଗିଥିଲା।