Crime News In Odia: ପ୍ରେମ ଶାଶ୍ୱତ ଓ ଚିରନ୍ତନ । ଆପଣଙ୍କ ଜୀବନରେ ଏମିତି ଜଣେ ଜୀବନସାଥୀ ଖୋଜୁଥିବେ ଯିଏ ସବୁ ସମୟରେ ଆପଣଙ୍କୁ ବୁଝୁଥିବେ। ଆପଣଙ୍କ ସମସ୍ୟାକୁ ବୁଝିବା ସହ ଭଲପାଇବା ଓ ସମ୍ମାନ ମଧ୍ୟ ଦେଉଥିବେ। ହେଲେ ଆଜିକାଲି ଏମିତି କିଛି ଘଟଣା ସାମ୍ନାକୁ ଆସିଲାଣି ଯେଉଁଥିପାଇଁ ଯୁବପୀଢୀଙ୍କର ପ୍ରେମ ଉପରୁ ଭରସା ଉଠିଗଲାଣି । ଏମିତି ଏକ ଘଟଣା ଚୀନରେ ଦେଖିବାକୁ ମିଳିଛି। ଚୀନର ଟାଙ୍ଗଶାନ ସହରରେ ଜଣେ ପ୍ରେମୀଯୁଗଳଙ୍କ ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି । ଜଣେ ଯୁବକ ତାଙ୍କ ପ୍ରେମିକାଙ୍କୁ କାରରେ ପ୍ରଥମେ ଧକ୍କା ଦେଇଥିଲେ ପରେ ତାଙ୍କୁ ବାରମ୍ବାର ଗାଡ଼ି ଚଢାଇଥିଲେ। ଯାହାଫଳରେ ଯୁବତୀଙ୍କ ଘଟଣାସ୍ଥଳରେ ମୃତ୍ୟୁ ହୋଇଥିଲା। 


COMMERCIAL BREAK
SCROLL TO CONTINUE READING

ଏହି ଘଟଣାର ଅନେକ ଫୁଟେଜ ସୋସିଆଲ ମିଡିଆରେ (Social Media) ଏବେ ଭାଇରାଲ ହେଉଛି। ପୋଲିସ କହିଛି ଯେ କିଛି ପ୍ରସଙ୍ଗରେ ଉଭୟଙ୍କ ମଧ୍ୟରେ ଯୁକ୍ତିତର୍କ ହୋଇଥିଲା। ଏହି ଘଟଣା ପରେ ଚାଇନାରେ ଲିଙ୍ଗ ଭିତ୍ତିକ ବିତର୍କ ପୁଣି ଥରେ ଆରମ୍ଭ ହୋଇଛି। ଦୁଇ ମାସ ପୂର୍ବେ ଉକ୍ତ ସହରର ଏକ ରେଷ୍ଟୁରାଣ୍ଟରେ ଚାରିଜଣ ମହିଳାଙ୍କୁ ଅତି ନିର୍ମମ ଭାବେ ଆକ୍ରମଣ କରାଯାଇଥିଲା। ସାଉଥ ଚାଇନା ପୋଷ୍ଟ ଅନୁଯାୟୀ ଅଭିଯୁକ୍ତଙ୍କ ନାମ ଝାଙ୍ଗ, ଯିଏକି ତାଙ୍କ ପ୍ରେମିକା 'ୱାଙ୍ଗ'କୁ ତିନିଥର କାର ତଳେ ଚଢାଇ ଆକ୍ରମଣ କରିଥିଲେ। ଭିଡିଓଟି ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ପୋଲିସ କହିଛି ଯେ ଅଭିଯୁକ୍ତ ଝାଙ୍ଗ ମଧ୍ୟାହ୍ନରେ ସର୍ବସାଧାରଣ ଇନଡୋର ସୁଇମିଂ ପୁଲ ସମ୍ମୁଖରେ ତାଙ୍କ କାର ସହିତ ମହିଳାଙ୍କ ଉପରେ ଚଢାଇ ଦେଇଥିଲେ । 


ଏହି ଆକ୍ରମଣ ପରେ ସେ ନିଜ ପ୍ରେମିକାଙ୍କୁ ଚେତାଶୂନ୍ୟ ଅବସ୍ଥାରେ ଛାଡି ପଳାଇ ଯାଇଥିଲେ, କିନ୍ତୁ ପରେ ପୋଲିସ (Police) ତାଙ୍କୁ ଗିରଫ କରିଥିଲା।କୁହାଯାଉଛି ଯେ ଏହି ଆକ୍ରମଣ ପଛର କାରଣ ହେଉଛି ଦମ୍ପତିଙ୍କ ମଧ୍ୟରେ ବିବାଦ, କିନ୍ତୁ ଏହା କଣ ଥିଲା, ତଦନ୍ତ ଚାଲିଛି। ଏହି ଘଟଣା ପରେ ଚୀନର ଲୋକମାନେ ମଧ୍ୟ ସରକାରଙ୍କ ନୀତିକୁ ଅଭିଶାପ ଦେବା ଆରମ୍ଭ କରିଛନ୍ତି। ଲୋକମାନେ କହିଛନ୍ତି ଯେ ଏହା କେତେ ହାସ୍ୟାସ୍ପଦ ଯେ ମହିଳାମାନଙ୍କୁ ସୁରକ୍ଷା ସୁନିଶ୍ଚିତ ନକରି ଏଠାରେ ସରକାର ଅଧିକ ବିବାହ ଉପରେ ଜୋର ଦେଉଛନ୍ତି ଏବଂ ଜନ୍ମ ହାର ବୃଦ୍ଧି କରୁଛନ୍ତି।


ସୂଚନାଯୋଗ୍ୟ, ଆମ ଦେଶରେ ମଧ୍ୟ ଏମିତି ଘଟଣା ବହୁତ ସାମ୍ନାକୁ ଆସିଛି। ନିକଟରେ ଘଟିଥିବା ଏକ ଲୋମଟାଙ୍କୁରା ଘଟଣା ଦିଲ୍ଲୀର ମେହରୁଲି (Delhi Mehruli Murder) ଅଞ୍ଚଳରେ ଦେଖିବାକୁ ମିଳିଥିଲା । ଲିଭ ଇନ ପାର୍ଟନରକୁ ହତ୍ୟା କରି ଖଣ୍ଡ ଖଣ୍ଡ କରି ୩୫ ଖଣ୍ଡ ମାଂସକୁ ଫ୍ରିଜରେ ସୁରକ୍ଷିତ ରଖିଥିଲା ବୟଫ୍ରେଣ୍ଡ ଅଫତାବ । ପରେ ପୋଲିସ ଦ୍ୱାରା ଗିରଫ ହେବା ପରେ ସବୁ ସତକଥା ସାମ୍ନାକୁ ଆସିଥିଲା। 


Also Read: ଖୋଖୋ ଖେଳାଳି ମନିକା ନାଏକଙ୍କ ମୃତ୍ୟୁ ପରେ ଆତ୍ମହତ୍ୟା ଉଦ୍ୟମ କଲେ ପ୍ରେମିକ


Also Read: Bhubaneswar: ନିର୍ମାଣଧୀନ କୋଠାରୁ ମିଳିଲା ନିଖୋଜ ମହିଳାଙ୍କ ମୃତଦେହ