ଭୁବନେଶ୍ୱର: ବହୁଚର୍ଚ୍ଚିତ କ୍ୟାମେରା ମ୍ୟାନ୍ ମାନସ ସ୍ୱାଇଁ ହତ୍ୟା ଘଟଣାରେ ଏକ ବଡ଼ ଅପଡେଟ୍ ଆସିଛି । ଆଜି ମାନସ ହତ୍ୟାକାଣ୍ଡର ଅନ୍ୟତମ ଅଭିଯୁକ୍ତ ରଞ୍ଜନ ନାୟକ ଏବଂ ତାଙ୍କର ଜଣେ ସମ୍ପର୍କୀୟଙ୍କୁ ଗିରଫ କରିଛି ଚାନ୍ଦବାଲି ପୋଲିସ । କଟକରୁ ଏ ଦୁହିଁଙ୍କୁ ଗିରଫ କରିଛି ପୋଲିସ । ଏଥିପାଇଁ କଟକ କମିଶନରେଟ୍ ପୋଲିସର ସାହାରା ନେଇଥିଲା ଚାନ୍ଦବାଲି ପୋଲିସ । ତେବେ କୁହାଯାଉଛି, ଅନ୍ୟ ଦୁଇଜଣ ମହିଳାଙ୍କୁ ମଧ୍ୟ ଏହି ଘଟଣାରେ ଅଟକ ରଖିଛି ପୋଲିସ । ତେବେ ସେହି ଦୁଇଜଣ ମହିଳା କିଏ, ତାହା ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇପାରି ନାହିଁ । କୁହାଯାଉଛି, ସେମାନେ ସମ୍ପୂର୍ଣ୍ଣା ୱେବ୍ ଚ୍ୟାନେଲର ସମ୍ପାଦିକା ଶର୍ମିଷ୍ଠା ରାଉତ ଏବଂ ତାଙ୍କ ସହଯୋଗୀ ଏୟାରଫିଲ୍ଡ ଥାନା ବିରିବନ୍ଦ ଭୋଇ ସାହିର ଝୁନା ଭୋଇ ହୋଇପାରନ୍ତି ।


COMMERCIAL BREAK
SCROLL TO CONTINUE READING

ପୂର୍ବରୁ ଏହି ଘଟଣାରେ ୩ ଅଭିଯୁକ୍ତ ଭୁବନେଶ୍ୱର (Bhubaneswar) ର ଭାଗ୍ୟଧର ନାୟକ, ବିବେକ ନାୟକ ଏବଂ କୃଷ୍ଣଚନ୍ଦ୍ର ନାୟକଙ୍କୁ ଗିରଫ କରାଯାଇଥିଲା । ଏହାକୁ ମିଶାଇ ମାନସ ସ୍ୱାଇଁ ହତ୍ୟାକାଣ୍ଡରେ ମୋଟ ୫ ଜଣ ଗିରଫ ହୋଇ ସାରିଲେଣି । ତେବେ ପ୍ରକୃତରେ କ'ଣ ଶର୍ମିଷ୍ଠା ଏବଂ ଝୁନାଙ୍କୁ ପୋଲିସ ଅଟକ ରଖିଛି ? ଏହା ଯଦି ସତ ହୋଇଥାଏ ତେବେ କାହିଁକି ? କାହିଁକି ପୋଲିସ ସେମାନଙ୍କୁ ଲୋକଲୋଚନକୁ ଆଣୁନାହିଁ କିମ୍ବା ସେମାନଙ୍କ ଗିରଫ ସମ୍ପର୍କରେ ସୂଚନା ଦେଉନାହିଁ ? ତେବେ କ'ଣ ପୋଲିସ ସେମାନଙ୍କୁ ଅପରାଧ ଛପାଇବାକୁ କୌଶଳ ବତାଉଛି ? ନା ସେମାନଙ୍କଠାରୁ ଉକ୍ତ ବିବାଦୀୟ ଭିଡିଓ କ୍ଲିପ୍ ସମ୍ପର୍କରେ ତଥ୍ୟ ଏକାଠି କରୁଛି ? 


କାରଣ ଏପର୍ଯ୍ଯନ୍ତ ଏହା ଉପରୁ ପରଦା ଉଠିନାହିଁ ଯେ, ମାନସ ସ୍ୱାଇଁ (Manas Swain)  ଜୀବିତ ଥିବା ବେଳେ ତାଙ୍କଠାରୁ ଉକ୍ତ ଭିଡିଓ କ୍ଲିପ୍ ଉଦ୍ଧାର ହୋଇଥିଲା କି ନାହିଁ ? ପୁଣି କିଛି ଗଣମାଧ୍ୟମ ଏକ ହାର୍ଡ ଡିସ୍କ ଜବତ ହୋଇଥିବା ନେଇ ମଧ୍ୟ ଖବର ପ୍ରକାଶ କରିଛନ୍ତି । ଯାହା ଘଟଣାକୁ ଅଧିକ ରୋଚକ କରୁଛି । କୁହାଯାଉଛି, ଏହି ହାର୍ଡ ଡିସ୍କରେ ଫେବ୍ରୁଆରୀ ୧୨ ତାରିଖ ପରର ସବୁ ଭିଡିଓ ଥିଲା ବେଳେ ଏହା ପୂର୍ବର ଭିଡିଓ କିଛି ନାହିଁ । ତେବେ କ'ଣ ଉଦ୍ଦେଶ୍ୟମୂଳକ ଭାବରେ ଏଥିରୁ ଏସବୁ ଭିଡିଓକୁ ଡିଲିଟ୍ କରି ଦିଆଯାଇଛି ? କାରଣ ମାନସ ସ୍ୱାଇଁଙ୍କୁ ଫେବ୍ରୁଆରୀ ୭ ତାରିଖ ଦିନ ହତ୍ୟା କରାଯାଇଥିବା ଜଣାପଡ଼ିଛି । ତେବେ ଏହି ହାର୍ଡ ଡିସ୍କରେ କିଛି ଅଶ୍ଳୀଳ ଭିଡିଓ ଥିଲା ନା ମାନସଙ୍କ ହତ୍ୟା ଦୃଶ୍ୟ ହିଁ କଏଦ ହୋଇଥିଲା, ତାହା ଉପରୁ ମଧ୍ୟ ପୋଲିସ ପରଦା ଉଠାଇବା ବାକି ଅଛି ।


ନୟାଗଡ଼ ଜିଲ୍ଲା ରଣପୁର ଗୋଡ଼ିପୋଖରୀ ଗାଁ'ର କ୍ୟାମେରାମ୍ୟାନ୍ ମାନସ ସ୍ୱାଇଁ (Camera man Manas Swain) ଙ୍କୁ ଗତ ଫେବ୍ରୁଆରୀ ୭ ତାରିଖ ଭଦ୍ରକ ଚାନ୍ଦବାଲି ନାଲଗୁଣ୍ଡା ଅଞ୍ଚଳର ପଳାଶପୁରରୁ ଅପହରଣ କରାଯାଇଥିଲା । ତାଙ୍କୁ ପରେ ସେହିଦିନ ବିଳମ୍ବିତ ରାତିରେ ଭୁବନେଶ୍ୱର ଏୟାର ଫିଲ୍ଡ ଥାନା ଅଞ୍ଚଳର ଦୟାଲ ଆଶ୍ରମରେ ନିର୍ଯାତନା ଦେଇ ହତ୍ୟା କରାଯାଇଥିଲା ଏବଂ ତହିଁ ପରଦିନ ରଣପୁର ନେଇ ସେଠାରେ ପୋତା ଯାଇଥିବା ଅଭିଯୋଗ ହୋଇଥିଲା ।


Also Read: ଦଶନ୍ଧି ପରେ ପ୍ରତିଶୋଧ! ସେବାୟତ କୃଷ୍ଣ ପ୍ରତିହାରୀ ହତ୍ୟାକାଣ୍ଡ ଉପରୁ ହଟିଲା ପରଦା


Also Read: ବିଟ୍ଟା କରାଟେକୁ ବିବାହ କରିବା ମୋ ପାଇଁ ଗର୍ବର ବିଷୟ: ଆସବା ଖାନ