୨୦୧୨ ଗୁନ ସିଂହାରୀ ହତ୍ୟାକାଣ୍ଡର ପ୍ରତିଶୋଧ ନେଇ କୃଷ୍ଣ ପ୍ରତିହାରୀଙ୍କୁ ହତ୍ୟା କରାଯାଇଥିବା ସ୍ପଷ୍ଟ ହୋଇଛି। ପୂର୍ବ ଶତ୍ରୁତାକୁ ନେଇ ଏହି ହତ୍ୟାକାଣ୍ଡ ଘଟିଥିବା ପୋଲିସ ପ୍ରାଥମିକ ତଦନ୍ତରୁ ଜାଣିବାକୁ ପାଇଛି। ୨୦୧୨ ଗୁନ ହତ୍ୟାକାଣ୍ଡ ଘଟଣାରେ ମୃତ କୃଷ୍ଣଚନ୍ଦ୍ର ପ୍ରତିହାରୀ ସାମିଲ ଥିବା ଅଭିଯୋଗରେ ଗିରଫ ହୋଇ ଥିଲେ।
Trending Photos
ପୁରୀ: ଜମିବାଡ଼ି ଡିଲକୁ ନେଇ ପୁରୀରେ ଗୋଟିଏ ପରେ ଗୋଟିଏ ସେବାୟତଙ୍କ ମୁଣ୍ଡ ଗଡୁଛି। ଦଶବର୍ଷ ତଳେ ଅର୍ଥାତ୍ ୨୦୧୨ ରେ ଯେଉଁ ଜମି ପାଇଁ ଗୁନ ସିଂହାରୀଙ୍କ ଜୀବନ ଯାଇଥିଲା, ଠିକ୍ ସେହି ଜମିପାଇଁ ସମାନ ଢଙ୍ଗରେ ଏବେ ସେବାୟତ କୃଷ୍ଣଚନ୍ଦ୍ର ପ୍ରତିହାରୀଙ୍କ ଜୀବନ ଯାଇଛି। ହତ୍ୟା ଘଟଣାକୁ ପୋଲିସ ମଧ୍ୟ ଅତି ଗମ୍ଭୀରତାର ସହ ନେଇ ତତ୍ପର ହୋଇଯାଇଛି। ମାମଲାରେ ୬ ଜଣଙ୍କୁ ଗିରଫ କରାଯାଇଛି। ଆଉ ପୁରୀ ଏସ୍ପି ପ୍ରେସମିଟ୍ କରି ହତ୍ୟା ଷଡଯନ୍ତ୍ରର ପର୍ଦ୍ଦାଫସ କରିଛନ୍ତି।
ବରିଷ୍ଠ ସେବାୟତ କୃଷ୍ଣ ପ୍ରତିହାରୀ ହତ୍ଯାକାଣ୍ଡ ଘଟଣାରେ ମୁଖ୍ୟ ଅଭିଯୁକ୍ତ ସମେତ ମୋଟ ୬ ଜଣ ଗିରଫ ହୋଇଥିବା ପ୍ରେସ୍ ମିଟ୍ କରି ପୁରୀ ଏସ୍ପି ସୂଚନା ଦେଇଛନ୍ତି। କାଳିଆ ସିଂହାରୀ, ଦୋଳଗୋବିନ୍ଦ ସିଂହାରୀ, ବାବା ମହାପାତ୍ର, କାଳୁ ପାଣିଗ୍ରାହୀ, ମୁନ୍ନା ପାତ୍ର ଓ ସଂଦିପ ଜେନାକୁ ପୋଲିସ ଗିରଫ କରିଛି। ତେବେ ଏମାନଙ୍କ ବିରୁଦ୍ଧରେ ଆଇପିସିର ଦଫା ୧୨୦ ବି, ୩୦୨, ୩୪ ସହ ଆର୍ମ ଆକ୍ଟର ୨୫ ଓ ୨୭ ଦଫା ଲଗାଯାଇଛି। ତେବେ ଏଯାଏଁ ଅନ୍ୟ ଅଭିଯୁକ୍ତ ହରି ପଣ୍ଡା, କୁନମୁନି ଓ ଟୁଟୁ ଗିରଫ ହୋଇନାହାଁନ୍ତି। ଅନ୍ୟ ଅଭିଯୁକ୍ତଙ୍କୁ ଖୁବଶୀଘ୍ର ପୋଲିସ ଧରିବାରେ ସଫଳ ହେବ ବୋଲି ଏସ୍ପି କହିଛନ୍ତି।
Also Read: ମଟନ ରାନ୍ଧିବାକୁ ମନା କରିଦେଲେ ସ୍ତ୍ରୀ, ପୋଲିସକୁ ଫୋନ କରି ସ୍ୱାମୀ ଗିରଫ
୨୦୧୨ ଗୁନ ସିଂହାରୀ ହତ୍ୟାକାଣ୍ଡର ପ୍ରତିଶୋଧ ନେଇ କୃଷ୍ଣ ପ୍ରତିହାରୀଙ୍କୁ ହତ୍ୟା କରାଯାଇଥିବା ସ୍ପଷ୍ଟ ହୋଇଛି। ପୂର୍ବ ଶତ୍ରୁତାକୁ ନେଇ ଏହି ହତ୍ୟାକାଣ୍ଡ ଘଟିଥିବା ପୋଲିସ ପ୍ରାଥମିକ ତଦନ୍ତରୁ ଜାଣିବାକୁ ପାଇଛି। ୨୦୧୨ ଗୁନ ହତ୍ୟାକାଣ୍ଡ ଘଟଣାରେ ମୃତ କୃଷ୍ଣଚନ୍ଦ୍ର ପ୍ରତିହାରୀ ସାମିଲ ଥିବା ଅଭିଯୋଗରେ ଗିରଫ ହୋଇ ଥିଲେ। ପରେ ପ୍ରମାଣ ଅଭାବରୁ କୃଷ୍ଣଚନ୍ଦ୍ର ନିର୍ଦୋଷରେ ଖଲାସ ହୋଇଥିଲେ। ଏହି ଘଟଣାରେ ପ୍ରତିଶୋଧ ପରାୟଣ ହୋଇ ଗୁନ ସିଂହାରୀଙ୍କ ଭାଇ କାଳିଆ ସିଂହାରୀ ଓ ପୁତୁରା ଦୋଳଗୋବିନ୍ଦ ସିଂହାରୀ, କୃଷ୍ଣଚନ୍ଦ୍ରଙ୍କୁ ହତ୍ୟା କରିବା ପାଇଁ ଷଡଯନ୍ତ୍ର ରଚିଥିବା ପୋଲିସ କହିଛି।
ସେପଟେ ଏକ ଜମି କାରବାରକୁ ନେଇ ଏହି ହତ୍ୟାକାଣ୍ଡ ଘଟଣା ଘଟିଥିବା ମଧ୍ୟ ଜଣାପଡିଛି। ଅଭିଯୁକ୍ତଙ୍କୁ ପୋଲିସ ରିମାଣ୍ଡରେ ଆଣି ପଚରା ଉଚରା ପରେ ହତ୍ୟାକାଣ୍ଡର ପ୍ରକୃତ କାରଣ ଜଣାପଡିବ ବୋଲି ପୁରୀ ଏସପି କହିଛନ୍ତି। ହତ୍ୟା ପାଇଁ ୩୦ ଲକ୍ଷ ଟଙ୍କାର ସୁପାରୀ ଦିଆଯାଇଥିଲା। କାଳୁ ପାଣିଗ୍ରାହୀଙ୍କୁ ଦିଆଯାଇଥିବା ଅଗ୍ରୀମ ଦେଢ଼ ଲକ୍ଷ ଟଙ୍କା ମଧ୍ୟ ପୋଲିସ ଜବତ କରିଛି। ହତ୍ଯାକାଣ୍ଡ ଭିଆଇବା ପାଇଁ କାଳୁ ପାଣିଗ୍ରାହୀର ସହଯୋଗରେ ମୁନା ପାତ୍ରଙ୍କ ଠାରୁ ୭୦ ହଜାର ଟଙ୍କାରେ ଗୋଟିଏ ବନ୍ଧୁକ ସହ ୯ଟି ୯ ଏମଏମ ଗୁଳି କିଣା ଯାଇଥିଲା। ୨୦୧୨ ଗୁନ ସିଂହାରି ହତ୍ୟାକାଣ୍ଡର ପ୍ରତିଶୋଧ କୃଷ୍ଣଚନ୍ଦ୍ର ହତ୍ୟାକାଣ୍ଡର ମୁଖ୍ୟ କାରଣ ବୋଲି ସୂଚନା ମିଳିଛି।
Also Read: 'ବିଜେଡିକୁ ଭୋଟ ଦେଇଛି, ଆଶା ମୋ ପୁଅକୁ ମୁଖ୍ୟମନ୍ତ୍ରୀ ନ୍ୟାୟ ଦେବେ'
ପୂର୍ବତନ ମନ୍ତ୍ରୀ ମହେଶ୍ବର ମହାନ୍ତିଙ୍କ ଆକ୍ରମଣ ଘଟଣାରେ ଷଡଯନ୍ତ୍ରକାରୀ ବାବା ମହାପାତ୍ର ଓ କାଳୁ ପାଣିଗ୍ରାହୀ ଅଭିଯୁକ୍ତ ଥିଲେ। ବନ୍ଧୁକ ଯୋଗାଇଥିବା ବ୍ଯବସାୟୀ ମୁନା ପାତ୍ରଙ୍କୁ ପୋଲିସ ଗିରଫ କରିଛି। କୃଷ୍ଣଚନ୍ଦ୍ର ପ୍ରତିହାରୀଙ୍କ ଭାଇ ନରସିଂହ ପ୍ରତିହାରୀଙ୍କ ଏତଲା ଆଧାରରେ ଖୋଳତାଡ କରି ଏମାନଙ୍କୁ ଧରିବାରେ ପୋଲିସ ସଫଳ ହୋଇଛି। କୃଷ୍ଣଚନ୍ଦ୍ରଙ୍କୁ ହତ୍ଯା କରିବା ପାଇଁ ପ୍ରଥମେ ପାପୁଡିଆ ମଠରେ ମିଟିଂ ହୋଇଥିଲା। ସେଠାରେ ଅଗ୍ରୀମ ଦୁଇ ଲକ୍ଷ ଟଙ୍କା ସହ ବନ୍ଧୁକ ବାବଦ ୭୦ ହଜାର ଟଙ୍କାର ଦିଆଯାଇଥିଲା। ପରେ ବାଲିହରଚଣ୍ଡିରେ ଭୋଜିଭାତ ହେବା ସହ କୃଷ୍ଣଚନ୍ଦ୍ରଙ୍କୁ ହତ୍ଯା କରିବା ପାଇଁ ବ୍ଲୁପ୍ରୀଣ୍ଟ ପ୍ରସ୍ତୁତ ହୋଇଥିଲା। ଆଉ ପୂର୍ବ ଯୋଜନା ଅନୁଯାଇ ଗତ ସପ୍ତାହରେ ହତ୍ୟାକାଣ୍ଡ ଭିଆଇ ଥିଲେ।
ପୁରୀରେ ମୁଣ୍ଡ ପରେ ମୁଣ୍ଡ ଗଡି ଚାଲିଛି ହେଲେ ସମାଧାନର ବାଟ ଫିଟିପାରୁନି। ବରିଷ୍ଠ ସେବାୟତ କୃଷ୍ଣ ପ୍ରତିହାରୀ ହତ୍ୟାକାଣ୍ଡ ଘଟଣା ସାରା ରାଜ୍ୟରେ ଚାଞ୍ଚଲ୍ୟ ସୃଷ୍ଟି କରିଥିବାବେଳେ ପୁରୀବାସୀ ମଧ୍ୟ ଭୟଭୀତ ଅଛନ୍ତି। ସେପଟେ ସେବାୟତମାନଙ୍କ ମଧ୍ୟରେ ବିବାଦ ଯୋଗୁଁ ମୁଣ୍ଡ ଗଡୁଥିବାରୁ ସେମାନଙ୍କ ଭିତରେ ସମନ୍ୱୟର ଆବଶ୍ୟକତା ରହିଛି। ସେବାୟତ ନିଯୋଗ ମାନେ ଆପୋଷ ଆଲୋଚନା ମାଧ୍ୟମରେ ସମାଧାନ କରିବା ପାଇଁ ପରାମର୍ଶ ଦେଇଛନ୍ତି ବରିଷ୍ଠ ସେବାୟତ। ତେବେ ଅପେକ୍ଷା କେବେ ଏହି ସମସ୍ୟାର ସମାଧାନ ହେଉଛି।