ଭୁବନେଶ୍ୱର: ରାଜ୍ୟ ରାଜନୀତିରେ ହଇଚଇ ସୃଷ୍ଟି କରିଥିବା ବହୁଚର୍ଚ୍ଚିତ ମମିତା ମେହେର ହତ୍ୟାକାଣ୍ଡ ଘଟଣାର ପ୍ରତିକ୍ରିୟା ରଖିଛନ୍ତି ମୁଖ୍ୟମନ୍ତ୍ରୀ। ଏହା ଏକ ସମ୍ବେଦନଶୀଳ ପ୍ରସଙ୍ଗ ହୋଇଥିବାରୁ ଏହାକୁ ନେଇ ରାଜନୀତି କରାନଯାଉ ବୋଲି କହିଛନ୍ତି ସେ। ଏହି  ଘଟଣା ପାଇଁ ଆମେ ସମସ୍ତେ ଦୁଃଖିତ। ସେପଟେ ଏ ଘଟଣାରେ ଯିଏ ଦୋଷୀ ତାଙ୍କୁ କଠୋର ଦଣ୍ଡ ଦିଆଯିବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି।


COMMERCIAL BREAK
SCROLL TO CONTINUE READING

ମମିତା ମେହେର ହତ୍ୟା ଘଟଣାରେ ଗୃହରେ ବିବୃତି ରଖିଛନ୍ତି ମୁଖ୍ୟମନ୍ତ୍ରୀ। ଏହା ଏକ ଅତ୍ୟନ୍ତ ଦୁଃଖ ଓ ଦୁର୍ଭାଗ୍ୟଜନକ ଘଟଣା। ଆଇନ ଅନୁଯାୟୀ ପୀଡିତାଙ୍କୁ ଯଥାଶୀଘ୍ର ନ୍ୟାୟ ପ୍ରଦାନ କରାଯିବ। ସେଥିପାଇଁ ମୋ ସରକାର ପ୍ରତିଶୃତି। ଏଭଳି ଏକ ସମ୍ବେଦନଶୀଳ ଘଟଣାକୁ ନେଇ ରାଜନୈତିକ କରଣ କରାଯାଉଛି। ସେମାନଙ୍କ ପରିବାର ହାତଯୋଡି ଅନୁରୋଧ କରିଛନ୍ତି ଏହାକୁ ନେଇ ରାଜନୀତି କରାନଯାଉ। ଫାଷ୍ଟ ଟ୍ରାକ ଅଦାଲତରେ ଏହାର ବିଚାର କରାଯାଇ ନ୍ୟାୟ ଦିଆଯିବ। 


ହାଇକୋର୍ଟଙ୍କ ନିର୍ଦେଶରେ ଅବସର ପ୍ରାପ୍ତ ଜିଲ୍ଲା ଜଜ୍ ଙ୍କ ଦ୍ୱାର ତଦନ୍ତର ମନିଟର କରାଯାଉଛି। ନ୍ୟାୟ ବ୍ୟବସ୍ଥା ଉପରେ ଆମର ବିଶ୍ୱାସ ରହିଛି। ପୋଲିସ ସମ୍ପୂର୍ଣ୍ଣ ସ୍ୱାଧିନତାର ସହ କାର୍ଯ୍ୟ କରୁଛି। ବିନା ଭୟ ଓ ଚାପ ପୋଲିସ କାର୍ଯ୍ୟ ନିର୍ଦେଶ ଦିଆଯାଇଛି। ଯଦି କୌଣସି ପ୍ରମାଣ ଥାଏ ତାହେଲେ ଯେତେ ବଡ଼ ଲୋକ ହେଲେ ମଧ୍ୟ ଆଇନ ଅନୁଯାୟୀ ତାଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ଯଦି କାହା ପାଖରେ କିଛି ପ୍ରମାଣ ରହିଛି ସେମାନେ ଅଦାଲତକୁ ଦିଅନ୍ତୁ।