ନୂଆଦିଲ୍ଲୀ: ସରିଆସୁଛି 2019। ଆଉ ଦିନ କେତେଟା ପରେ ଇତିହାସ ପାଲଟିବ ଘଟଣାବହୁଳ 2019। ହସଲୁହ ଭରା ଅନେକ ଘଟଣାର ମୁକସାକ୍ଷୀ ପାଲଟିଯିବ ଏହି ବର୍ଷ। ତେବେ କେନ୍ଦ୍ରୀୟ ରାଜନୀତି ପାଇଁ ମଧ୍ୟ ଏହି ବର୍ଷ ରହିଥିଲା ବେଶ ଦୁଃଖଦପୂର୍ଣ୍ଣ। ଦେଶ ଏହି ବର୍ଷ ମଧ୍ୟରେ ଅନେକ କେନ୍ଦ୍ରୀୟ ତଥା ତୁଙ୍ଗ ନେତାଙ୍କୁ ହରାଇଛି। ଯାହାଙ୍କ ସ୍ଥାନ ନିକଟ ଭବିଷ୍ୟତରେ ପୁରଣ ହେବା ଅସମ୍ଭବ ହୋଇପଡ଼ିବ। ତେବେ ଯେଉଁମାନଙ୍କୁ ଦେଶ ଚଳିତ ବର୍ଷ ହରାଇଛି, ସେମାନଙ୍କ ସମ୍ପର୍କରେ ସ୍ୱଳ୍ପ କିଛି...


COMMERCIAL BREAK
SCROLL TO CONTINUE READING

2019 ବର୍ଷ ବିଜେପିକୁ ମିଶ୍ରିତ ଫଳାଫଳ ଦେଇଥିଲା। ଏହି ବର୍ଷ ମୋଦିଙ୍କ ନେତୃତ୍ୱରେ ବିଜେପି ଦ୍ୱିତୀୟ ଥର ପାଇଁ ଶାସନଗାଦିରେ ବସିଥିଲା। ମାତ୍ର ଏହି ବର୍ଷ ବିଜେପି ତାର ଅନେକ ତୁଙ୍ଗ ନେତାଙ୍କୁ ହରାଇଛି। ଏହି ବର୍ଷ ମଧ୍ୟରେ ତୁଙ୍ଗନେତା ତଥା ବିଜେପିର ସଂକଟମୋଚକ ଅରୁଣ ଜେଟଲୀଙ୍କୁ ହରାଇଥିଲା ଦଳ। 67 ବର୍ଷ ବୟସରେ ତାଙ୍କର ମୃତ୍ୟୁ ହୋଇଥିଲା। ଶ୍ୱାସକ୍ରିୟା ଜନିତ ସମସ୍ୟାରେ ଦୀର୍ଘ ଦିନ ଧରି ସେ ଚିକିତ୍ସିତ ହୋଇଥିଲେ। ତେବେ ଶରୀର ଅଧିକରୁ ଅଧିକ ଦୁର୍ବଳ ହୋଇ ଯିବାରୁ ଜୀବନର ଶେଷ ସମୟରେ ସେ ରାଜନୀତିରେ ଆଉ ସକ୍ରିୟ ରହିପାରିନଥିଲେ। ତେବେ ଅଗଷ୍ଟ 24 ତାରିଖରେ ସେ ଶେଷ ନିଶ୍ୱାସ ତ୍ୟାଗ କରିଥିଲେ। ବିମୁଦ୍ରୀକରଣ ସମୟରେ ସେ ଦେଶର ଅର୍ଥମନ୍ତ୍ରୀ ରହିଥିଲେ।


ଦେଶର ବୈଦେଶିକ ମନ୍ତ୍ରୀ ଥିବା ସୁଷମା ସ୍ୱରାଜଙ୍କୁ ମଧ୍ୟ ହରାଇଥିଲା ଦେଶ। ଅଗଷ୍ଟ 6 ତାରିଖରେ ଦେଶ ତାଙ୍କୁ ହରାଇଥିଲା। ସନ୍ଧ୍ୟାରେ ତାଙ୍କର ମୃତ୍ୟୁ ଖବର ପାଇ ସମଗ୍ର ଦେଶ ସ୍ତବ୍ଧ ହୋଇଯାଇଥିଲା। ବାଗ୍ମୀ ବକ୍ତା ଭାବେ ତାଙ୍କର ପ୍ରଶଂସା କରିବାକୁ ଦଳୀୟ ନେତାଙ୍କ ସହିତ ବିରୋଧୀ ମଧ୍ୟ ପଛାଉନଥିଲେ। ସେ ବୈଦେଶିକ ମନ୍ତ୍ରୀ ଥିବା ସମୟରେ ଅନେକ ଭାରତୀଙ୍କୁ ଦେଶକୁ ପ୍ରତ୍ୟାବର୍ତ୍ତନ ପାଇଁ କୌଣସି ଦ୍ୱିଧାରେ ହାତ ବଢାଇଥିଲେ। ସେହିପରି କୁଳଭୁଷଣ ମାମଲାକୁ ମଧ୍ୟ ସେ ଗୁରୁତର ସହ ନେଇ ଅନ୍ତର୍ଜାତୀୟ କୋର୍ଟରେ ଲଢିଥିଲେ। ଅଗଷ୍ଟ 6 ତାରିଖରେ ସେ ହୃଦଘାତରେ ଆରପାରିକୁ ଚାଲି ଯାଇଥିଲେ। ଗୋଟିଏ ମାସ ମଧ୍ୟରେ ଦୁଇ ପ୍ରମୁଖ ନେତାଙ୍କୁ ହରାଇ ଦଳ ଏକ ବଡ଼ କ୍ଷତି ସହିଥିଲା।  


ବର୍ଷ ଆରମ୍ଭରୁ ବରିଷ୍ଠ ନେତା ତଥା ଗୋଆର ତତ୍କାଳୀନ ମୁଖ୍ୟମନ୍ତ୍ରୀ ମନୋହର ପାରିକରଙ୍କୁ ହରାଇଥିଲା ବିଜେପି। ମାର୍ଚ୍ଚ 17 ତାରିଖରେ ଗୋଆର ମୁଖ୍ୟମନ୍ତ୍ରୀ ଥିବା ସମୟରେ ପାରିକର ଇହଧାମ ତ୍ୟାଗ କରିଥିଲେ। ପାରିକର ସର୍ଜିକାଲ ଷ୍ଟ୍ରାଇକ ସମୟରେ ଦେଶର ପ୍ରତିରକ୍ଷା ମନ୍ତ୍ରୀ ରହିଥିଲେ। ଏପରିକି ଅନେକ ଗୁରୁତ୍ତ୍ୱପୂର୍ଣ୍ଣ ପଦ ମଧ୍ୟ ସମ୍ଭାଳି ସାରିଥିଲେ।  


ଶୀଲା ଦୀକ୍ଷିତ: ଚଳିତ ବର୍ଷ ଜୁଲାଇ ୨୦ରେ ଦିଲ୍ଲୀର ପୂର୍ବତନ ମୁଖ୍ୟମନ୍ତ୍ରୀ ଶୀଲା ଦୀକ୍ଷିତଙ୍କର ପରଲୋକ ଘଟିଥିଲା। ତାଙ୍କ ନେତୃତ୍ବରେ ୧୯୯୮ରୁ ୨୦୦୩ ପର୍ଯ୍ୟନ୍ତ ଲଗାତର ଭାବେ ଦିଲ୍ଲୀରେ କଂଗ୍ରେସ ସରକାର ରହିଥିଲା। ସେ କଂଗ୍ରେସର ଝିଅ ଭାବରେ ପ୍ରସିଦ୍ଧ ଥିଲେ।  


ସେହିପରି ବର୍ଷର ଶେଷ ଆଡ଼କୁ ଖ୍ୟାତନାମା ଓକିଲ ତଥା ପୂର୍ବତନ କେନ୍ଦ୍ରମନ୍ତ୍ରୀ ରାମ ଜେଠମଲାନୀଙ୍କୁ ମଧ୍ୟ ହରାଇଥିଲା ଦେଶ। 95 ବର୍ଷ ବୟସରେ ସେପ୍ଟେମ୍ବର 8 ତାରିଖରେ ତାଙ୍କର ନିଧନ ହୋଇଥିଲା। 1923 ମସିହାରେ ସେ ପାକିସ୍ତାନର ଶିକାରପୁରରେ ଜନ୍ମ ଗ୍ରହଣ କରିଥିଲେ। ମାତ୍ର 18 ବର୍ଷ ବୟସରେ ସେ ଓକିଲାତି ପେସାରେ ପାଦ ଦେଇଥିଲେ। ତେବେ ପୂର୍ବତନ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀଙ୍କ ହତ୍ୟା ମାମଲା ଲଢି ସେତେବେଳେ ସେ ଚର୍ଚ୍ଚାକୁ ଆସିଥିଲେ।