UP News: ମୃତ ମହିଳା କେମିତି ହେଲେ ଜୀବତ ? ୟୁପିରେ ମୃତ ଘୋଷିତ ହୋଇଥିବା ମହିଳାଙ୍କୁ ରାଜସ୍ଥାନରୁ କରାଗଲା ଠାବ । ଏହି ଘଟଣାଟି ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରୁଥିଲେ ମଧ୍ୟ ସତ । ଏଭଳି ଏକ ଘଟଣା ଦେଖିବାକୁ ମିଳିଛି ୟୁପିରେ । ମୃତ ଘୋଷିତ ହୋଇଥିବା ମହିଳା ଜଣକ ହେଲେ ୟୁପିର ଆରତୀ ଦେବୀ । ଆରତୀଙ୍କୁ ହତ୍ୟା କରିଥିବା ଅଭିଯୋଗରେ ତାଙ୍କ ସ୍ବାମୀ ସୋନୁ ସାଇନି ଓ ତାଙ୍କ ବନ୍ଧୁ ମଧ୍ୟ ମଧ୍ୟ ଦିର୍ଘ ୧୮ ମାସ ଧରି ଜେଲରେ ସଜା ମଧ୍ୟ କାଟିଛନ୍ତି । ପରେ ଉଭୟ ବେଲରେ ବାହାରକୁ ଆସିଥିଲେ। 


COMMERCIAL BREAK
SCROLL TO CONTINUE READING

କଣ ଥିଲା ପୁରା ଘଟଣାକ୍ରମ :


ପୋଲିସର ରେକର୍ଡ ଅନୁଯାୟୀ, ଆରତୀ ୨୦୧୫ ମସିହାରେ ବୃଦ୍ଧାବନରେ ଭଡା ଘରେ ରହୁଥିବା ସମୟରେ ନିଖୋଜ ହୋଇଯାଇଥିଲେ । ଏନେଇ ମହିଳାଙ୍କ ପିତା ଝିଅ ନିଖୋଜ ହେବା ନେଇ ଥାନାରେ ଏତଲା ଦେଇଥିଲେ। ପରେ ମହିଳାଙ୍କ ପିତା ଜଣେ ମହିଳାଙ୍କ ଅଜ୍ଞାତ ମୃତଦେହକୁ ନିଖୋଜ ଝିଅର ମୃତଦେହ ବୋଲି ଦାବି କରିଥିଲେ । ଏନେଇ ପୋଲିସ ଏକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଥିଲା। ଆରତୀଙ୍କ ସ୍ୱାମୀ ଏବଂ ତାଙ୍କ ବନ୍ଧୁ ଏକ ସ୍ଥାନୀୟ ରେଷ୍ଟୁରାଣ୍ଟରେ କାମ କରନ୍ତି । ୨୦୧୬ ମସିହାରେ ମହିଳାଙ୍କ ପିତା ନିକଟସ୍ତ ଥାନାରେ ଅଭିଯୋଗ କରିଥିଲେ ଯେ,ତାଙ୍କ ଝିଅକୁ ହତ୍ୟା କରାଯାଇଛି । ଏହି ଅଭିଯୋଗକୁ ଆଧାର କରି ପୋଲିସ ମହିଳା ସ୍ବାମୀ ଓ ତାଙ୍କ ବନ୍ଧୁଙ୍କୁ ଗିରଫ କରି ଜେଲ ପଠାଇଥିଲା। ଏପରିକି ଦୁଇ ଅଭିଯୁକ୍ତଙ୍କୁ ଧରିବା ପାଇଁ ପୋଲିସ ଅଭିଯୁକ୍ତଙ୍କ ମୁଣ୍ତ ପିଛା ୧୫,୦୦୦ ଟଙ୍କା ପୁରସ୍କାର ରାଶି ମଧ୍ୟ ଘୋଷଣା କରିଥିଲା


ଏନେଇ ମଥୁରା ପୋଲିସ ଟିମ୍ ଏବଂ ସାଇବର ସେଲର ଅଧିକାରୀ ଅଜୟ କୌଶଲ କହିଛନ୍ତି, “ ମହିଳାଙ୍କ ସ୍ବାମୀ ତାଙ୍କ ପିତା ସୁରଜ ପ୍ରକାଶ ଗୁପ୍ତାଙ୍କ ସହ ରାଜସ୍ଥାନର କରୌଲି ଏବଂ ଡାଉସା ଜିଲ୍ଲା ସୀମାରେ ଥିବା ମେହେନ୍ଦୀପୁର ବାଲାଜୀ ମନ୍ଦିରକୁ ଯାଇଥିବା ବେଳେ ସେ ଆରତୀ ଦେବୀଙ୍କୁ ଭେଟିଥିଲେ।  ପିତାଙ୍କୁ ନ ଜଣାଇ ୨୦୧୫ରେ ଅନ୍ୟ ଜଣଙ୍କ ସହ କୋର୍ଟ ମ୍ୟାରେଜ କରିଥିଲେ ଆରତୀ । କିନ୍ତୁ  ମାର୍ଚ୍ଚ ୨୦୧୬ ରେ, ଆରତୀଙ୍କୁ ହତ୍ୟା କରିଥିବା ଅଭିଯୋଗରେ ଜେଲ ଯାଇଥିଲେ ତାଙ୍କ ସ୍ବାମୀ ଓ ତାଙ୍କ ବନ୍ଧୁ । ପରେ ତାଙ୍କୁ ଆହ୍ଲାବାଦ ହାଇକୋର୍ଟ ଜାମିନ ପ୍ରଦାନ କରିଥିଲେ। ଏନେଇ ଘଟଣାକୁ ନେଇ ସୋନୁ ମଥୁରା ଥାନାରେ ଜଣାଇଥିଲେ। ପରେ ମଥୁରା ପୋଲିସ ସମ୍ପୃକ୍ତ ମହିଳାଙ୍କୁ ଗିରଫ କରିଛି। ମହିଳାଙ୍କ ଠାରୁ ଭିନ୍ନ ତାରିଖ ଥିବା ଦୁଇଟି ଆଧାର କାର୍ଡ ଉଦ୍ଧାର କରିଛି ।


ଏହାବି ପଢନ୍ତୁ : Wrestling Champion Arrest: ଯୋଗ ଶିକ୍ଷୟିତ୍ରୀଙ୍କୁ ଅସଦାଚରଣ କରି ଗିରଫ ମଲ୍ଲଯୋଦ୍ଧାର ବଡ଼ ଖୁଲାସା, ପୂର୍ବରୁ ଶତାଧିକ ମହିଳାଙ୍କୁ...


ଏହାବି ପଢନ୍ତୁ : Balangir Muder Case: ସିନେମା ହଲରେ ଫୋନ ଆସିଲା ବୋଲି ପ୍ରେମିକାକୁ ମାରି ଜାଳି ଦେଲା ଦୁର୍ଦ୍ଦାନ୍ତ ଯୁବକ