Husband Beats Sick Wife: ଅସୁସ୍ଥ ପତ୍ନୀଙ୍କୁ ମାଡ଼ ମାରି ଚର୍ଚ୍ଚାକୁ ଆସିଛନ୍ତି ସ୍ୱାମୀ। ଉତ୍ତର ଦିଲ୍ଲୀ ଅଞ୍ଚଳରେ ଦେଖିବାକୁ ମିଳିଛି ଏଭଳି ଘଟଣା। ଯେଉଁଠି ଜଣେ ୨୮ ବର୍ଷୀୟ ବ୍ୟକ୍ତି ଘର କାମ ନକରିବା ଏବଂ ରୋଷେଇ କରିବାକୁ ମନା କରିବାରୁ ତାଙ୍କ ଅସୁସ୍ଥ ପତ୍ନୀଙ୍କୁ ମାଡ ମାରିଥିଲେ। ଏଭଳି ଘଟଣା ଘଟିଥିବା ଦିଲ୍ଲୀ ପୋଲିସ ପୋଲିସ ସ୍ପଷ୍ଟ କରିଛି।


COMMERCIAL BREAK
SCROLL TO CONTINUE READING

ଅଭିଯୁକ୍ତ ବଜରଙ୍ଗୀ ଗୁପ୍ତା ତାଙ୍କର ୨୨ ବର୍ଷିୟା ଅସୁସ୍ଥ ପତ୍ନୀଙ୍କୁ ହତ୍ୟା କରିଥିବାର ଅଭିଯୋଗ ହୋଇଛି। ଯିଏ  ନିକଟରେ ଏକ ଶିଶୁକୁ ଜନ୍ମ ଦେଇଥିଲେ। ଏହି ଘଟଣାରେ ପ୍ରତିକ୍ରିୟା ରଖି ଦିଲ୍ଲୀ ପୋଲିସ୍ (Delhi Police) ପକ୍ଷରୁ କୁହାଯାଇଛି ଯେ ମୃତକ ମହିଳା ପ୍ରୀତି ରକ୍ତହୀନତା ଏବଂ ଦୁର୍ବଳତା କାରଣରୁ ଘର କାମ କରିପାରୁ ନଥିଲେ କିମ୍ବା ନିୟମିତ ଭାବେ ଖାଦ୍ୟ ରାନ୍ଧି ପାରୁନଥିଲେ।


ଖବର ଅନୁଯାୟୀ ଅଭିଯୁକ୍ତ ବଜରଙ୍ଗୀ ଗୁପ୍ତା ତାଙ୍କ ପତ୍ନୀଙ୍କୁ ଅଳସୁଆ ବୋଲି କହିଥିଲେ। ଯିଏ ଘର କାମ କରି ପାରୁନଥିଲେ। ଏହା ତାଙ୍କୁ କ୍ରୋଧିତ କରିଥିଲା। ଯାହା ପରେ ସେ ତାଙ୍କ ପତ୍ନୀ ପ୍ରୀତିଙ୍କୁ ରାଗରେ ହତ୍ୟା କରିଥିଲେ।
ରବିବାର ରାତିରେ ଗୁପ୍ତା କାମରୁ ଘରକୁ ଫେରି ଦେଖିଲେ ଯେ ତାଙ୍କ ପତ୍ନୀ କିଛି ରାନ୍ଧିନାହାଁନ୍ତି। ଏଥିରେ ରାଗିଯାଇ ସେ ଏକ କାଠ ବାଡି ଉଠାଇ ଚଟାଣରେ ପଡ଼ିଯିବା ପର୍ଯ୍ୟନ୍ତ ପତ୍ନୀ ପ୍ରୀତିଙ୍କୁ ବାରମ୍ବାର ମାଡ ମାରିଥିବାର ଜଣାଯାଇଛି। ଏହି କାଣ୍ଡ ଭିଆଇବା ପରେ ଅଭିଯୁକ୍ତ ସ୍ୱାମୀ ଘଟଣାସ୍ଥଳରୁ ଫେରାର ହୋଇଯାଇଥିଲେ। 


ଗଣମାଧ୍ୟମ ରିପୋର୍ଟ ଅନୁସାରେ ପ୍ରୀତିଙ୍କୁ ତାଙ୍କ ସମ୍ପର୍କୀୟ ନିକଟସ୍ଥ ଏକ ଡାକ୍ତରଖାନାରେ ଭର୍ତ୍ତି କରିଥିଲେ। ବୁରାରୀ ସରକାରୀ ଡାକ୍ତରଖାନା (Burari Govt Hospital) ଦ୍ୱାରା ଭାଲସ୍ୱା ଡେରୀ ଥାନା (Bhalswa Dairy Police Station) ଅଞ୍ଚଳରେ ଏହି ଘଟଣା ଘଟିଥିବା ଜଣାପଡ଼ିଛି। ଏନେଇ ଡାକ୍ତରଖାନା ପକ୍ଷରୁ କୁହାଯାଇଛି ଯେ ସେମାନେ ନିଶ୍ଚିତ କରିଛନ୍ତି ଯେ ମୁକୁନ୍ଦପୁର ନିବାସୀ ପ୍ରୀତିଙ୍କୁ ମୃତ ଘୋଷଣା କରାଯାଇଛି। ମୃତକଙ୍କ ପୋଷ୍ଟମର୍ଟମ ଶେଷ ହୋଇଥିବା ଜଣେ ବରିଷ୍ଠ ପୋଲିସ ଅଧିକାରୀ ସୂଚନା ଦେଇଛନ୍ତି।


ମୃତକ ମହିଳାଙ୍କ ମାଆ ଏକ ବିବୃତ୍ତିରେ କହିଛନ୍ତି ଯେ ବଜରଙ୍ଗୀ ଗୁପ୍ତା ତାଙ୍କ ଝିଅକୁ ଅତୀତରେ ଶାରୀରିକ ନିର୍ଯାତନା ଦେଇଆସୁଥିଲେ। ପ୍ରାୟ ୩ ବର୍ଷ ପୂର୍ବେ ଏହି ଦମ୍ପତି ବିବାହ କରିଥିଲେ। ମୃତକ ପ୍ରୀତି ୩ ମାସ ପୂର୍ବେ ସେମାନଙ୍କର ପ୍ରଥମ ଶିଶୁକୁ ପ୍ରସବ କରିଥିଲେ।


ଏହି ଘଟଣାରେ ସୋମବାର ଆଇପିସିର ଧାରା ୩୦୨ (ହତ୍ୟା) ଅନୁଯାୟୀ ଏକ ମାମଲା ପଞ୍ଜୀକୃତ ହୋଇଥିଲା। ଫେରାର ସ୍ୱାମୀଙ୍କୁ ଖୋଜିବା ପାଇଁ ଏକ ଟିମ୍ ଗଠନ କରାଯାଇଥିଲା। ଗୋଟିଏ ଦିନ ପରେ ଅଭିଯୁକ୍ତ ବଜରଙ୍ଗୀ ଗୁପ୍ତାଙ୍କୁ ଗିରଫ କରାଯାଇଥିଲା। ହତ୍ୟାକାଣ୍ଡର ବ୍ୟବହୃତ ଅସ୍ତ୍ର, ବାଡି ମଧ୍ୟ ଅଭିଯୁକ୍ତଙ୍କ ନିକଟରୁ ଜବତ କରାଯାଇଥିବା ପୋଲିସ କହିଛି।