ସନ୍ଦେହରୁ ବିଭତ୍ସ ହତ୍ୟାକାଣ୍ଡ; ସ୍ତ୍ରୀର କଟାମୁଣ୍ଡ ଧରି ଥାନାକୁ ଚାଲିଲା ନାକଫୋଡି
ଶୁକ୍ରାବାର ସକାଳେ କଟା ମୁଣ୍ଡ ଏବଂ ଧାରୁଆ ଅସ୍ତ୍ର ସହ ହତ୍ୟାକାରୀ ଯାଉଥିବା ବେଳେ ଲୋକେ ତାକୁ କାବୁ କରି ପୋଲିସକୁ ସୂଚନା ଦେଇଥିଲେ। ଘଟଣା ସ୍ଥଳରେ ପୋଲିସ ପହଞ୍ଚିବା ସହ ଅଭିଯୁକ୍ତ ନାକଫୋଡି ମାଝୀକୁ ଗିରଫ କରିଛି। ଏହାସହ ଅଭିଯୁକ୍ତ ଠାରୁ କଟା ମୁଣ୍ଡ ଓ କଟୁରି ଜବତ କରିଛି ।
ଢେଙ୍କାନାଳ: ପରକୀୟା ପ୍ରୀତିରୁ ଘଟିଛି ବିଭତ୍ସ ହତ୍ୟାକାଣ୍ଡ। ଧାରୁଆ ଅସ୍ତ୍ରରେ ସ୍ତ୍ରୀର ମୁଣ୍ଡଗଣ୍ଡି ଅଲଗା କରିଦେଲା ସ୍ୱାମୀ। ଢେଙ୍କାନାଳ ଜିଲ୍ଲା ଗଁଦିଆ ଥାନା ଅନ୍ତର୍ଗତ ଚନ୍ଦ୍ରଶେଖରପୁର ଗାଁରେ ଏଭଳି ହତ୍ୟାକାଣ୍ଡ ଦେଖିବାକୁ ମିଳିଛି।
ଶୁକ୍ରାବାର ସକାଳେ କଟା ମୁଣ୍ଡ ଏବଂ ଧାରୁଆ ଅସ୍ତ୍ର ସହ ହତ୍ୟାକାରୀ ଯାଉଥିବା ବେଳେ ଲୋକେ ତାକୁ କାବୁ କରି ପୋଲିସକୁ ସୂଚନା ଦେଇଥିଲେ। ଘଟଣା ସ୍ଥଳରେ ପୋଲିସ ପହଞ୍ଚିବା ସହ ଅଭିଯୁକ୍ତ ନାକଫୋଡି ମାଝୀକୁ ଗିରଫ କରିଛି। ଏହାସହ ଅଭିଯୁକ୍ତ ଠାରୁ କଟା ମୁଣ୍ଡ ଓ କଟୁରି ଜବତ କରିଛି ।
ସୂଚନା ଅନୁସାରେ, ଢେଙ୍କାନାଳ ଗଁଦିଆ ଥାନା ଚନ୍ଦ୍ରଶେଖରପୁର ଗାଁର ନାକଫୋଡି ମାଝୀ ନିଜ ସ୍ତ୍ରୀ ସଚଳା ମାଝୀଙ୍କ ଉପରେ ସନ୍ଦେହ କରିଆସୁଥିଲେ। ଏପରିକି ସଚଳାଙ୍କ ଚରିତ୍ରକୁ ନେଇ ଉଭୟ ସ୍ୱାମୀ-ସ୍ତ୍ରୀଙ୍କ ମଧ୍ୟରେ ଅନେକ ସମୟରେ ପାଟିତୁଣ୍ଡ ହେଉଥିଲା। ଶେଷରେ ଅତିଷ୍ଠ ହୋଇ ଗୁରୁବାର ରାତିରେ ସ୍ୱାମୀ ନାକଫୋଡି ମାଝୀ ସ୍ତ୍ରୀକୁ କଟୁରିରେ ହାଣି ହତ୍ୟା କରିଥିଲା। ଏହାପରେ ଶୁକ୍ରବାର ଭୋର ସମୟରେ ନାକଫୋଡି ଆତ୍ମସମର୍ପଣ କରିବାକୁ ଜୋରନ୍ଦା ଫାଣ୍ଡି ଅଭିମୁଖେ ଯାଉଥିଲା।
Also Read: ଜବରଦସ୍ତି ୧୪ ଥର ଗର୍ଭପାତ ପରେ ମହିଳାଙ୍କ ଆତ୍ମହତ୍ୟା, ୮ ବର୍ଷ ହେଲା ସ୍ୱାମୀଠୁ ରହୁଥିଲେ ଅଲଗା
ନାକଫୋଡି ହାତରେ କଟା ମୁଣ୍ଡ ଏବଂ ଧାରୁଆ ଅସ୍ତ୍ର ସହ ଆତ୍ମସମର୍ପଣ ପାଇଁ ଯାଉଥିବା ବେଳେ ଜଙ୍ଖିରା ନିକଟରେ ଲୋକେ ଦେଖିଥିଲେ। ପରେ ନାକଫୋଡିକୁ କାବୁ କରି ପୋଲିସକୁ ସୂଚନା ଦେଇଥିଲେ। ଶେଷରେ ଘଟଣା ସ୍ଥଳରେ ପହଞ୍ଚି ପୋଲିସ ଅଭିଯୁକ୍ତ ନାକଫୋଡି ମାଝୀକୁ ଗିରଫ କରିଛି । ଏହାସହ ସାଇଣ୍ଟିଫିକ ଟିମ୍ ସହ ତଦନ୍ତ ଜାରି ରଖିଛି। ନାକଫୋଡି ମାଝୀ ଓ ସଚଳାଙ୍କ ଗୋଟିଏ ଝିଅ ବିବାହ କରି ସାରିଥିବା ବେଳେ ପୁଅ ବାହାରେ ରହି କାମ କରୁଛି। ତେବେ ସଚଳାଙ୍କ ଚରିତ୍ରକୁ ସନ୍ଦେହ କରି ଏପରି ବିଭତ୍ସ ହତ୍ୟା କରିବା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି।