ନୂଆଦିଲ୍ଲୀ: ବୀରଭୂମ ହିଂସା ଘଟଣାର ତଦନ୍ତ ପାଇଁ ହାଇକୋର୍ଟ ନିର୍ଦ୍ଦେଶ ପରେ CBI ତଦନ୍ତ ଆରମ୍ଭ କରିଛି । ଏହି ତଦନ୍ତରେ CBI୨୧ଜଣଙ୍କୁ ଅଭିଯୁକ୍ତ ଦର୍ଶାଇଛି । ଗତ ସପ୍ତାହ ମାର୍ଚ୍ଚ ୨୧ ତାରିଖରେ କିଛି ଦୁର୍ବୃତ୍ତ ବୀରଭୂମ ଜିଲ୍ଲାର ବୋଗତୁଇ ଗ୍ରାମରେ ୧୦ଟି ଘରେ ନିଆଁ ଲଗାଇଦେଇଥିଲେ । TMCର ପଞ୍ଚାୟତ ଉପମୁଖ୍ୟ ଭଦୁ ଶେଖଙ୍କ ହତ୍ୟା ଘଟଣାର ପ୍ରତିଶୋଧ ନେଇ ଏହି ହିଂସା ଉପୁଜିଥିବା CBIଦର୍ଶାଇଛି । ତାଙ୍କର ପ୍ରାୟ ୭୦ରୁ ୮୦ ଜଣ ସମର୍ଥକ ପୀଡ଼ିତଙ୍କ ଘର ଭଙ୍ଗାରୁଜା କରିବା ପରେ ଘରେ ଥିବା ଲୋକଙ୍କୁ ହତ୍ୟା କରିବା ପାଇଁ ନିଆଁ ଲଗାଇ ଦେଇଥିଲେ। ଏହି ଅଗ୍ନିକାଣ୍ଡରେ ୮ ଜଣଙ୍କ ମୃତ୍ୟୁ ହୋଇଥିଲା ଓ ଅନେକ ଆହତ ହୋଇଥିଲେ ।


COMMERCIAL BREAK
SCROLL TO CONTINUE READING

ତେବେ ଏହି ଘଟଣାକୁ ନେଇ କୋଲକାତା ହାଇକୋର୍ଟ (Kolkata Highcourt) ନିଜ ଆଡ଼ୁ ମାମଲା ରୁଜୁ କରି ସିବିଆଇ ତଦନ୍ତର ନିର୍ଦ୍ଦେଶ ଦେଇଥିଲେ । ଏହି ଘଟଣାର ତଦନ୍ତ ପାଇଁ ସିବିଆଇର ୩୦ ଜଣିଆ ଟିମ୍ ଗଠନ କରାଯାଇଥିଲା । ରବିବାର ସିବିଆଇର ଏକ ଟିମ୍ ରାମପୁର ହାଟ ପୋଲିସ ଷ୍ଟେସନରେ ପହଞ୍ଚିଥିଲେ । ହିଂସା ଘଟଣାର ଯାଞ୍ଚ ପ୍ରକ୍ରିୟାକୁ ଜୋରଦାର କରିବା ସହ ସମସ୍ତ ପ୍ରକ୍ରିୟାର ତଥ୍ୟ ସହିତ ଭିଡିଓ ରେକର୍ଡ ମଧ୍ୟ କରିଛି । 


Also Read: IPL 2022 ର ମିଷ୍ଟ୍ରୀ ଗାର୍ଲ...


୮ଜଣଙ୍କୁ ଜିଅନ୍ତା ଜାଳି ହତ୍ୟା ଘଟଣାରେ ସିବିଆଇ (CBI) ୨୧ ଜଣଙ୍କୁ ଅଭିଯୁକ୍ତ ଦର୍ଶାଇଛି । ଅନ୍ୟପଟେ ବୀରଭୂମର ସେକେନ୍ଦାରପୁର ଗ୍ରାମରୁ ଦୁଇ ଦିନରେ ୨୦୦ଟି ଜୀବନ୍ତ ବୋମା ଜବତ କରିଥିବାର ସୂଚନା ମିଳିଛି । ଏହି ବୋମା ମିଳିବା ପରେ ବୋମା ନିଷ୍କ୍ରିୟ ପାଇଁ ବମ୍ ସ୍କ୍ବାଡ (Bomb Sqaud) ଘଟଣାସ୍ଥଳରେ ପହଞ୍ଚି ବୋମା ଗୁଡିକୁ ନିଷ୍କ୍ରିୟ କରିବାରେ ଲାଗିଛନ୍ତି। ସେହିପରି ସିବିଆଇ ଅଧିକାରୀମାନେ ମୃତକଙ୍କ ପରିବାର ସଦସ୍ୟଙ୍କୁ ଭେଟିବାକୁ ଯୋଜନା କରିଥିବା ଜଣାପଡି଼ଛି ।