ସୂଚନାଯୋଗ୍ୟ ଯେ, ଆସିକାର ପୂର୍ବତନ ବିଧାୟକ ଶ୍ରୀ ସରୋଜ ପାଢି ଯେକି ଅନେକ ଦିନ ହେବ ସୂର୍ଯ୍ୟନଗରସ୍ଥିତ ଆପାର୍ଟମେଣ୍ଟ ରେ ନିଜର ପରିବାର ସହିତ ରହି ଆସୁଥିଲେ l କିନ୍ତୁ ହଠାତ ଶୁକ୍ରବାର ଦିନ ସକାଳୁ ଘରୁ ବାହାରି ଯାଇଥିଲେ, କିନ୍ତୁ ଘରକୁ ଆଉ ଫେରି ନଥିଲେ l ଏ ନେଇ ପାରିବାର ପକ୍ଷରୁ ତାଙ୍କ ପୁଅ କ୍ୟାପିଟାଲ ଥାନାରେ ଏକ ଏତଲା ଦେଇ, କିଡନାଫ ହୋଇଯାଇଥିବା ସନ୍ଦେହ ବ୍ୟକ୍ତ କରିଛନ୍ତି l ସୂଚନା ଆନୁସାରେ ସରୋଜଙ୍କ ନିକଟକୁ କିଛିଦିନ ହେବ ଅନେକ ସନ୍ଦେହଜନକ ଫୋନ କଲ ଆସୁଥିଲା ଯାହାକୁ ନେଇ ସେ ଅନେକ ସମୟରେ ଚିନ୍ତାରେ ରହୁଥିଲେ lଯାହାକୁ ନେଇ କିଏ ତାଙ୍କୁ କିଡନାପ୍ କରିଥାଏ ପାରେ ବୋଲି , ପୁଅ ସନ୍ଦେହ ପ୍ରକଟ କରିଛନ୍ତି l


COMMERCIAL BREAK
SCROLL TO CONTINUE READING

ଅନ୍ୟପକ୍ଷରେ ,୨Ο୧૪ ମସିହାରେ ଆସିକା ବିଧାନସଭାର ସ୍ୱାଧୀନ ପାର୍ଥୀଭାବେ  ଶ୍ରୀ ସରୋଜ ପାଢ଼ୀ ବିଧାୟକ ଭାବେ ନିର୍ବାଚିତ ହୋଇଥିଲେ ।ଏହା ପରେ ସେ ୨o୧୯ରେ କଂଗ୍ରେସ ଛାଡି ଦେଇଥିଲେ l ଏମିତିବି ସେ ବିଜେଡିରେ ମିଶିବା ନେଇ ଅନେକ ଚର୍ଚ୍ଚା ମଧ୍ୟ ଶୁଣିବାକୁ ମିଳୁଥିଲା l ଜଣେ ବିଜ୍ଞ ତଥା ଆଗଧାଡିର ନେତା ଯଦି ଘରୁ ବାହାରି ଚାଲିଗଲେ ,ଆଉ ଘରକୁ ଫେରିଲେନି ! ତାହେଲ ଏହା ଏକ ସଂଘାତିକ କଥା I ଯାହାକି ଏକ ବଡ ଷଡ଼ଯନ୍ତ୍ରର ହେବା କଥାକୁ ମଧ୍ୟ  ଅସ୍ବୀକାର କରାଯାଇପାରିବ ନାହିଁ lତେବେ ଏନେଇ ପୋଲିସ ତନାଘନା ଆରମ୍ଭ କରିଛି l ପୋଲିସ ମୋବାଇଲ ଟ୍ରାକିଂ କରି ସରୋଜଙ୍କର ବିଭିନ୍ନ ଲୋକେସନକୁ ଖାନତଲାସ ଜାରି ରଖିଥିବା କଥା ମଧ୍ୟ ସୂଚନା ମିଳୁଛି l