ଭୁବନେଶ୍ୱର: ଅନେକ ଦିନ ହେଲା ପରୀକ୍ଷା ନିୟନ୍ତ୍ରଣରେ ଅବ୍ୟବସ୍ଥା ହେତୁ ଚର୍ଚ୍ଚାରେ ରହିଆସିଥିବା ଓଡ଼ିଶା ଲୋକସେବା ଆୟୋଗକୁ ସଜାଡ଼ିବାକୁ ଉଦ୍ୟମ କରିଛନ୍ତି ରାଜ୍ୟ ସରକାର। ଏହି ସଂସ୍ଥାନର ଷ୍ଟାଫରେ ପରିବର୍ତ୍ତନ ଓ ଆବଶ୍ୟକତାକୁ ଅନୁଭବ କରି ନୂଆ ସହକାରୀ ପରୀକ୍ଷା ନିୟନ୍ତ୍ରକ ନିଯୁକ୍ତି କରାଯାଇଛି। ଏବେ ଡିଟିଇଟିର ଯୁଗ୍ମ ନିର୍ଦ୍ଦେଶକ ଥିବା ଓଏଏସ୍ ଅଧିକାରୀ ସଞ୍ଜିବୀତା ରାୟ ଏହି ପଦବୀ ସମ୍ଭାଳିବେ।
ସେହିପରି ଆଜି ରାଜ୍ୟ ସରକାର ନେଇଥିବା ନିଷ୍ପତ୍ତି ଅନୁସାରେ ଇଡ୍କୋ ଲ୍ୟାଣ୍ଡ ଅଫିସର ଡ. ସ୍ୱାତୀ ମତିଶ୍ରଙ୍କୁ ଓଡ଼ିଶା କର୍ମଚାରୀ ପ୍ରବଣ ଆୟୋଗ( ଓଏସ୍ଏସ୍ସି)ର ଯୁଗ୍ମ ସଚିବ ଭାବେ ବଦଳି କରାଯାଇଛି। ତାଙ୍କ ସହ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗରେ କାର୍ଯ୍ୟରତ ଅମ୍ବିକା ପ୍ରସାଦ ଦାଶଙ୍କୁ ମଧ୍ୟ ଆୟୋଗଙ୍କ ଯୁଗ୍ମ ସଚିବ ଭାବେ ନିଯୁକ୍ତ କରାଯାଇଛି।
ସେହିପରି ଆୟୋଗଙ୍କ ଉପସଚିବ ଭାବେ ଘସିପୁରାର ପୂର୍ବତନ ବିଡିଓ ମାନସ ରଞ୍ଜନ ସାମଲଙ୍କୁ ନିଯୁକ୍ତି ଦିଆଯାଇଛି। ତାଙ୍କୁ ପୂର୍ବରୁ ପଞ୍ଚାୟତିରାଜ ଓ ପେୟଜଳ ବିଭାଗକୁ ବଦଳି କରାଯାଇଥିଲା। ରାଜ୍ୟ ସରକାରଙ୍କ ପକ୍ଷରୁ ପ୍ରକାଶିତ ବଦଳି ବିଜ୍ଞପ୍ତି ଅନୁସାରେ ଡିଟିଇଟିର ଯୁଗ୍ମ ନିର୍ଦ୍ଦେଶକ ଭାବେ ହରପ୍ରିୟା ଦାଶଙ୍କୁ ନିଯୁକ୍ତି ଦିଆଯାଇଛି। ସେ ଏବେ ଶିଳ୍ପ ନିର୍ଦ୍ଦେଶାଳୟର ଉପ ନିର୍ଦ୍ଦେଶକ ଭାବେ କାର୍ଯ୍ୟ କରୁଛନ୍ତି।