ନୂଆଦିଲ୍ଲୀ: ଦେଶ, ବିଦେଶର ବେଶ ଆନନ୍ଦ ଉଲ୍ଲାସର ସହ ଆଲୋକର ପର୍ବ ଦୀପାବଳି ପାଳନ କରାଯାଉଥିବା ବେଳେ ଘଟିଯାଇଛି ଏକ ଅଘଟଣ। ଗ୍ରାମବାସୀଙ୍କ ଆକ୍ରମଣରେ ପ୍ରାଣ ହରାଇଛି ଝଡା଼ ଫୁଙ୍କା କରୁଥିବା ଜଣେ ବୃଦ୍ଧ ଗୁଣିଆ। ଝାଡଖଣ୍ଡ ପାଲାମୁ ଜିଲ୍ଲାର ପାଙ୍କି ଥାନା ଅଧିନସ୍ଥ ମାଡନ ଗ୍ରାମରେ ଘଟିଯାଇଛି ଏଭଳି ହତ୍ୟାକାଣ୍ଡ।                  


COMMERCIAL BREAK
SCROLL TO CONTINUE READING

ମୃତକ ୬୫ ବର୍ଷୀୟ ଗୁଣିଆ ମହେନ୍ଦ୍ର ଓରାଁଓଙ୍କ (Exorcist Mahendra Oraon) ଶବ ଗୁରୁବାର ତାଙ୍କ ଗାଁ ନିକଟସ୍ଥ ଜଙ୍ଗଲରୁ ଜବତ କରାଯାଇଛି। ଏ ଘଟଣାରେ ପ୍ରତିକ୍ରିୟା ରଖି ପାଲମୁ ଜିଲ୍ଲା (Palamu Dist )  ଲେସଲିଗଞ୍ଜ ଏସଡି଼ଓ (Lesliganj  SDPO) ଆଲୋକ କୁମାର ଟୁଟ୍ଟୀ କହିଛନ୍ତି ଯୋଜନାବଦ୍ଧ ଉପାୟରେ ଏହି ହତ୍ୟା କରାଯାଇଛି। ମୃତଦେହକୁ ବ୍ୟବଚ୍ଛେଦ ପଠାଯାଇଛି। ଏହି ମାମଲାରେ ଏଫ୍ଆଇଆର୍ (FIR) ପଞ୍ଜୀକୃତ ହୋଇଛି। ଏ ଘଟଣାରେ ତଦନ୍ତ ଆରମ୍ଭ ହୋଇଥିବା ବେଳେ କାହାକୁ ଗିରଫ କରାଯାଇନାହିଁ। ଏନେଇ ପାଙ୍କି ଥାନା ଅଧିକାରୀ (Panki Police Station Officer) ଅମିତ ସୋନି କହିଛନ୍ତି ଯେ ଏହି ହତ୍ୟାକାଣ୍ଡରେ ଗ୍ରାମର କିଛି ଲୋକ ସାମିଲ ଥିବାର ସନ୍ଦେହ କରାଯାଉଛି। ସେମାନଙ୍କୁ ଖୋଜାଖୋଜି ଚାଲିଛି।


Also Read: ଚର୍ଚ୍ଚାରେ କେବୁଲ ଚୋର; କାରନାମା ଶୁଣିଲେ ଉଡି଼ଯିବ ହୋସ


ମୃତକ ଗୁଣିଆ ଝଡା ଫୁଙ୍କା କରୁଥିଲେ। ଯାହାକୁ ନେଇ କେତେକ ଗ୍ରାମବାସୀ ନାରାଜ ହୋଇଉଠିଥିଲେ। ବୁଧବାର ରାତିରେ ବଳଦ ସହିତ କ୍ଷେତରୁ ଫେରୁଥିବା ବେଳେ ମହେନ୍ଦ୍ର ଓରାଁଓ ଖଣ୍ଡା ଓ କୁରାଢୀରେ ହତ୍ୟା କରାଯାଇଥିଲା ଏବଂ ତାଙ୍କ ମୃତଦେହ ଜଙ୍ଗଲ ବୁଦା ଭିତରେ ଲୁଚାଇ ଦିଆଯାଇଥିଲା। ସେହି ଦିନ ବଳଦ ଘରେ ଏକାକୀ ଆସି ପହଞ୍ଚିବା ପରେ ପରିବାର ସଦସ୍ୟ ବିଭିନ୍ନ ଆଶା ଆଶଙ୍କା କରି ତାଙ୍କୁ ଖୋଜିଖୋଜି ଆରମ୍ଭ କରିଥିଲେ।ଗୁରୁବାର ସକାଳେ ତାଙ୍କର ମୃତଦେହ ମିଳିବା ପରେ ତାଙ୍କ ସମ୍ପର୍କୀୟ ଏ ଘଟଣା ବାବଦରେ ଥାନାରେ ଜଣାଇଥିଲେ।