Airbus Beluga
ମୁମ୍ବାଇ ବିମାନ ବନ୍ଦରରେ ଅବତରଣ କଲା ବ୍ଲୁ ହ୍ୱେଲ ଭଳି ବିମାନ; ଲୋକେ ଦେଖି ହୋଇଗଲେ ଆଶ୍ଚର୍ଯ୍ୟ
Mumbai Airport: ବିମାନ ନିର୍ମାତ କମ୍ପାନୀ ଏୟାରବସ୍ ୱେବସାଇଟ୍ ଅନୁଯାୟୀ, ଏହି ମାଲବାହକ ବିମାନ ୧୯୯୦ ଦଶକ ମଧ୍ୟଭାଗରୁ ସଂସ୍ଥାର ନିଜସ୍ୱ ଶିଳ୍ପ ଜନିତ ଏୟାରଲିଫ୍ଟ ଆବଶ୍ୟକତାକୁ ପୂରଣ କରିଆସୁଛି। ଧୀରେ ଧୀରେ ଏହି ବିମାନର ଛଅଟି ନୂତନ ପିଢି ଦ୍ୱାରା ଏହାକୁ ବେଲୁଗା ଏକ୍ସଏଲ୍ ସଂସ୍କରଣ ଦ୍ୱାରା ବଦଳାଯାଉଛି।
Nov 24,2022, 23:34 PM IST
Patidar Voters in Gujarat
Gujarat Election 2022: ପଟିଦାର ବହୁଳ ଆସନରେ କିପରି ରହିଛି ବିଜେପି-କଂଗ୍ରେସ ପ୍ରଦର୍ଶନ?
Patidar Voters in Gujarat: ଏଥର ଗୁଜୁରାଟ ବିଧାନସଭା ନିର୍ବାଚନରେ ବିଜୟ ବାନା ଉଡାଇବା ପାଇଁ ପଟିଦାର ସମ୍ପ୍ରଦାୟ ଉପରେ ସମସ୍ତ ଦଳ ଅଧିକ ଗୁରୁତ୍ୱ ଦେଉଛନ୍ତି। ଗୁଜୁରାଟ ରାଜନୀତିରେ ପଟିଦାର ମତଦାତା ଯେଉଁ ଦଳକୁ ସମର୍ଥନ ଦେଇଥାନ୍ତି, ସେହି ଦଳ ରାଜ୍ୟରେ ସରକାର ଗଠନ କରିଥାଏ।
Nov 24,2022, 22:30 PM IST
Indian Railway News
ପ୍ରଦର୍ଶନକୁ ୨୦୨୧ ଜୁଲାଇରୁ କର୍ମଚାରୀଙ୍କ ବିରୋଧରେ ଏହି କାର୍ଯ୍ୟାନୁଷ୍ଠାନ ନେଇଛି ରେଳବାଇ
Indian Railway News: ବୁଧବାର ବରଖାସ୍ତ ହୋଇଥିବା ୨ ଜଣ ଅଧିକାରୀଙ୍କ ମଧ୍ୟରୁ ଜଣେ ହାଇଦ୍ରାବାଦ ଠାରେ ୫ ଲକ୍ଷ ଟଙ୍କା ଲାଞ୍ଚ ଗ୍ରହଣ କରୁଥିବାବେଳେ ସିବିଆଇ ଦ୍ୱାରା ଧରାପଡ଼ିଥିଲେ। ଅନ୍ୟଜଣେ ଝାଡଖଣ୍ଡ ରାଜଧାନୀ ରାଞ୍ଚିରେ ୩ ଲକ୍ଷ ଟଙ୍କା ଧରି ଧରାପଡିଛି। ରିପୋର୍ଟ ଜରିଆରେ ଦର୍ଶାଯାଇଛି ଯେ ୧୩୯ ରେଳ ଅଧିକାରୀ ସ୍ୱେଚ୍ଛାକୃତ ଅବସର ନେବାକୁ ବାଧ୍ୟ ହୋଇଥିବାବେଳେ ୩୮ ଜଣଙ୍କୁ ସେବାରୁ ବରଖାସ୍ତ କରାଯାଇଛି।
Nov 24,2022, 18:49 PM IST
BJP War Room
ଯୁଦ୍ଧ ପ୍ରକୋଷ୍ଠରୁ କିପରି ଆକ୍ରମଣ କରେ ବିଜେପି? କେମିତି ବିଫଳ ହୋଇଯାନ୍ତି ବିରୋଧୀ?
BJP War Room: ଗୁଜୁରାଟ ବିଧାନସଭା ନିର୍ବାଚନ ୨୦୨୨ ପାଇଁ ସୋସିଆଲ ମିଡିଆ ଟିମ ଲାଗି ଏକ ଯୁଦ୍ଧ କୋଠରୀ ପ୍ରସ୍ତୁତ କରିଛି ବିଜେପି। ଯେଉଁଠି ପ୍ରାୟ ୧୦୦ ଜଣ ସ୍ୱେଚ୍ଛେସେବୀ କ୍ରମାଗତ ଭାବରେ ବିଜେପି ପାଇଁ ସୋସିଆଲ ମିଡିଆ ଜରିଆରେ ପ୍ରଚାର କରୁଛନ୍ତି। ଏହା ସହିତ ବିଭିନ୍ନ ପ୍ରସଙ୍ଗରେ ବିରୋଧୀଙ୍କୁ ଜବାବ ଦେବା ସହ ଟାର୍ଗେଟ କରୁଛନ୍ତି।
Nov 24,2022, 17:52 PM IST
Survey on Gujarat Election 2022
Gujarat Election 2022: କେତେ ପ୍ରତିଶତ ଭୋଟ ପାଇବ ଆମ ଆଦମୀ ପାର୍ଟି? ସର୍ଭେରୁ ମିଳିଲା ଜବାବ
Survey on Gujarat Election 2022: ଏଥର ଗୁଜୁରାଟ ବିଧାନସଭା ନିର୍ବାଚନରେ ଆପ୍ କେତେ ପ୍ରତିଶତ ଭୋଟ ପାଇବ ସେ ନେଇ ଏକ ସର୍ଭେ କରାଯାଇଥିଲା। ହେଲେ ସର୍ଭେରୁ ଯେଉଁ ଫଳାଫଳ ମିଳିଛି, ତାହା ଉଭୟ ବିଜେପି-କଂଗ୍ରେସ ଲାଗି ଚିନ୍ତା ବଢାଇ ଦେଇଛି।
Nov 24,2022, 17:05 PM IST
Birthday Cake Cutting with Weapon
Birthday Celebration: ଜନ୍ମଦିନରେ ହତିଆରରେ କାଟିଲେ କେକ୍; ଆରମ୍ଭ ହୋଇଗଲା ନୂଆ ଟ୍ରେଣ୍ଡ
Birthday Cake Cutting with Gun: ଜନ୍ମଦିନ ଅବସରରେ ହତିଆରରେ କେକ କାଟିବାର ଏକ ନୂଆ ଟ୍ରେଣ୍ଡ ଆରମ୍ଭ ହୋଇଯାଇଛି। ବିଗତ କିଛି ଦିନ ମଧ୍ୟରେ ଏଭଳି ୫ ସାମ୍ନାକୁ ଆସିଛ।
Nov 24,2022, 16:13 PM IST
mysterious sound
Mysterious Sound: ରହସ୍ୟମୟ ଶବ୍ଦକୁ ନେଇ ଆତଙ୍କିତ ହୋଇଉଠିଲେ ଲୋକ, କ'ଣ ଥିଲା କାରଣ?
Mysterious Sound in Odisha: ରାଷ୍ଟ୍ରୀୟ ଭୂକମ୍ପ ବିଜ୍ଞାନ କେନ୍ଦ୍ର ଅନୁସାରେ ନଭେମ୍ବର ୨୩ ବୁଧବାର ସକାଳେ କେବଳ ମହାରାଷ୍ଟ୍ରରେ ଏକ ଭୂକମ୍ପ ଝଟକା ଅନୁଭୂତ ହୋଇଛି। ଭୂମିକମ୍ପ ଅନୁଭୂତ ହୋଇଥିବା ଅଞ୍ଚଳ ତାଲିକାରେ ରାଜ୍ୟ ନାହିଁ।
Nov 23,2022, 23:47 PM IST
assam meghalaya border dispute
ଆସାମ-ମେଘାଳୟ ନୁହେଁ ଏହି ସବୁ ରାଜ୍ୟରେ ରହିଛି ସୀମା ବିବାଦ; ଅନେକ ଥର ହୋଇଛି ରକ୍ତାକ୍ତ ସଂଘର୍ଷ
Border Dispute: ନିକଟରେ ରାଜ୍ୟର ପଶ୍ଚିମ କାର୍ବି ଆଙ୍ଗଲଙ୍ଗ୍ ଜିଲ୍ଲାର ଆସାମ-ମେଘାଳୟ ସୀମାରେ ବେଆଇନ କାଠ ବୋଝେଇ ଗାଡିକୁ ମଙ୍ଗଳବାର ସକାଳେ ଆସାମ ବନ ବିଭାଗ କର୍ମଚାରୀ ଅଟକାଇଥିଲେ। ଏହି ଘଟଣାକୁ ନେଇ ହୋଇଥିବା ହିଂସାକାଣ୍ଡରେ ୬ ଜଣଙ୍କ ମୃତ୍ୟୁ ହୋଇଛି। ଏହା ପ୍ରଥମ ଥର ପାଇଁ ହୋଇନାହିଁ ଯେତେବେଳେ ସୀମା ବିବାଦକୁ ନେଇ ମୁହାଁମୁହିଁ ହୋଇଛନ୍ତି ଉତ୍ତର ପୂର୍ବ ରାଜ୍ୟ।
Nov 23,2022, 23:07 PM IST
HD Kumaraswamy on KR Ramesh
କଂଗ୍ରେସ ନେତା କେ.ଆର ରମେଶଙ୍କୁ ଅପଶବ୍ଦ କହି ବିବାଦରେ ଜେଡିଏସ ନେତା ଏଚ.ଡି କୁମାରସ୍ୱାମୀ
HD Kumaraswamy use abusing Word: ଏଚଡି କୁମାରସ୍ୱାମୀଙ୍କ ଦ୍ୱାରା କୁହାଯାଇଥିବା ଅପଶବ୍ଦ କ୍ୟାମେରାରେ ରେକର୍ଡ ହୋଇଯାଇଥିଲା। ଏପରିକି କୁମାରସ୍ୱାମୀ ନିଜେ କରିଥିବା ଭୁଲ ସ୍ୱୀକାର କରିଥିଲେ। ଏକ ଟ୍ୱିଟ୍ କରି ନିଜେ କରିଥିବା ଭୁଲ ପାଇଁ ଦୁଃଖ ପ୍ରକାଶ କରିଛନ୍ତି ଜେଡିଏସ ନେତା।
Nov 23,2022, 21:22 PM IST
Gujarat Assembly Election 2022
ସେହି ବିଧାନସଭା ଆସନ, ଯେଉଁଠି ୧୯୬୨ ପର ଠାରୁ କେବେ ଜିତି ନାହିଁ ବିଜେପି
Gujarat Politics: ରାଜ୍ୟରେ ଏପରି କିଛି ବିଧାନସଭା ଆସନ ଅଛି ଯେଉଁଠି ଆଜି ପର୍ଯ୍ୟନ୍ତ ବିଜେପି କେବେ ବିଜୟୀ ହୋଇପାରି ନାହିଁ। ଏହି ଆସନ ହେଉଛି ଆଣନ୍ଦ ଜିଲ୍ଲାର ବୋରସାଦ ଏବଂ ଅଙ୍କଲବ, ଭରୁଚ ଜିଲ୍ଲାର ଝଗଡିୟା, ତାପୀ ଜିଲ୍ଲାର ବ୍ୟୋରା, ଖେଡା ଜିଲ୍ଲାର ମହୁଆ, ଅହମ୍ମଦାବାଦ ଜିଲ୍ଲାରେ ଦାନିଲିମ୍ବଦା ଏବଂ ଦାହୋଦ ଜିଲ୍ଲାର ଗରବାଡା ଆସନ।
Nov 23,2022, 19:27 PM IST
Gujarat Election 2022
ନିର୍ବାଚନ ପୂର୍ବରୁ ଦଳର ବିଦ୍ରୋହୀ ନେତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କଲା ବିଜେପି
Gujarat Politics: ଦଳୀୟ ଟିକେଟ ପାଇବାରୁ ବଞ୍ଚିତ ହୋଇଥିବା ବିଭିନ୍ନ ଦଳର ନେତା ଏବେ ବିଦ୍ରୋହୀ ଭୂମିକାରେ ଅବତୀର୍ଣ୍ଣ ହୋଇଛନ୍ତି। ଏହି କ୍ରମରେ ବିଜେପି ଦଳର ୧୨ ଜଣ ନେତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି।
Nov 23,2022, 18:40 PM IST
Mainpuri bypoll 2022
ସମାଜବାଦୀ ଗଡ଼ ଦଖଲ କରିବାକୁ ଅଣ୍ଟା ଭିଡ଼ିଲା ବିଜେପି, କ'ଣ ରହିଛି ରଣନୀତି?
Mainpuri By Election 2022: ମୈନପୁରୀ ଉପନିର୍ବାଚନରେ ସମାଜବାଦୀ ପାର୍ଟି ଅଧ୍ୟକ୍ଷ ଅଖିଳେଶ ଯାଦବଙ୍କ ପତ୍ନୀ ଡିମ୍ପଲ ଯାଦବ ଦଳୀୟ ପ୍ରାର୍ଥୀ ଭାବେ ନିର୍ବାଚନ ଲଢୁଛନ୍ତି। ଅନ୍ୟପଟେ ବିଜେପି ରଘୁରାଜ ସିଂହ ଶାକ୍ୟଙ୍କୁ ପ୍ରାର୍ଥୀ କରିଛି।
Nov 23,2022, 17:28 PM IST
Country where Sun rises for 24 hours
Shocking News: ବିଶ୍ୱର ସେହି ୬ ଦେଶ, ଯେଉଁଠି ୨୪ ଘଣ୍ଟା ଦୃଶ୍ୟମାନ ହୋଇଥାଏ ସୂର୍ଯ୍ୟ
Country where Sun Never Sets: ଦିନ ରାତି ମିଶି ହେଉଛି ୨୪ ଘଣ୍ଟା। ଏହା ମଧ୍ୟରୁ ୧୨ ଘଣ୍ଟା ହେଉଛି ଦିନ ଏବଂ ୧୨ ଘଣ୍ଟା ହେଉଛି ରାତି। ବିଶ୍ୱରେ ଏପରି ଅନେକ ଦେଶ ରହିଛି ଯେଉଁଠାରେ ସୂର୍ଯ୍ୟ କେବେ ଅସ୍ତ ହୁଅନ୍ତି ନାହିଁ। ଏହି ଦେଶରେ ୨୪ ଘଣ୍ଟା ପାଇଁ ଦୃଶ୍ୟମାନ ହୋଇଥାଏ ସୂର୍ଯ୍ୟ।
Nov 23,2022, 0:06 AM IST
Gujarat Election 2022 Survey
ବିଜେପି ଲାଗି ସହଜ ନୁହେଁ ଗୁଜୁରାଟ ଗଡ଼ ଦଖଲ, ସତର୍କ ଘଣ୍ଟି ବଜାଇଲା ନିର୍ବାଚନ ସର୍ଭେ
Gujarat Politics: ଗୁଜୁରାଟ ବିଧାନସଭା ନିର୍ବାଚନରେ ଆମ୍ ଆଦମୀ ପାର୍ଟି ପ୍ରବେଶ ପରେ ଦୁଇ ପାରମ୍ପରିକ ପ୍ରତିଦ୍ୱନ୍ଦ୍ୱୀ ବିଜେପି-କଂଗ୍ରେସ ଲାଗି ଚିନ୍ତା ବଢିଯାଇଛି। ସର୍ବେକ୍ଷଣରେ ଦାବି କରାଯାଇଛି ଯେ ଆମ୍ ଆଦମୀ ପାର୍ଟି ଉଭୟ ଦଳର ଭୋଟବ୍ୟାଙ୍କ ଉପରେ ପ୍ରଭାବ ବିସ୍ତାର କରିପାରେ। ରାଜ୍ୟର ବିଭିନ୍ନ ସମ୍ପ୍ରଦାୟରୁ ଦଳକୁ ସମର୍ଥନ ମିଳୁଥିବା ଜଣାପଡୁଛି।
Nov 22,2022, 22:57 PM IST
Columbia Plane Crash
Columbia Plane Crash: ଆବାସିକ ଅଞ୍ଚଳରେ କୋଠା ସହ ପିଟିହେଲା ବିମାନ, ୮ ମୃତ
Small Plane Crash: ଏହି ଦୁର୍ଘଟଣା ଘଟିବା ପରେ ବିମାନ ବନ୍ଦର କର୍ତ୍ତୃପକ୍ଷ ଟ୍ୱିଟ କରି ପ୍ରତିକ୍ରିୟା ରଖିଛନ୍ତି। ଏନେଇ କୁହାଯାଇଛି ଯେ ଦୁର୍ଘଟଣାର ଶୀକାର ହୋଇଥିବା ବିମାନରେ ମୋଟ ୮ ଜଣ ଲୋକ ଯାତ୍ରା କରୁଥିଲେ। ସେମାନଙ୍କ ମଧ୍ୟକୁ ୬ ଜଣ ଯାତ୍ରୀ ହୋଇଥିବା ବେଳେ ଅନ୍ୟ ୨ ଜଣ ହେଉଛନ୍ତି ଚାଳକ ଦଳ ସଦସ୍ୟ।
Nov 22,2022, 21:55 PM IST
FIFA World Cup 2022
FIFA World Cup 2022: ଧୈର୍ଯ୍ୟ ହରାଇଲେ ବ୍ରାଜିଲ-ଆର୍ଜେଣ୍ଟିନା ପ୍ରଶଂସକ, ଭିଡ଼ିଓ ଭାଇରାଲ
Fight for Football: ଯଦିଓ ଭାରତ ଫିଫା ବିଶ୍ୱକପରେ ଅଂଶଗ୍ରହଣ କରିନାହିଁ, ହେଲେ ଦେଶରେ ଫୁଟବଲ ପ୍ରଶଂସକଙ୍କ ସଂଖ୍ୟା କିଛି କମ ନୁହେଁ। ଫିଫା ବିଶ୍ୱକପକୁ ନେଇ ଦେଶରେ ଅନେକ ଆଲୋଚନା ହେଉଛି। ଦେଶରେ ଏବେ ଫୁଟବଲ ପ୍ରଶଂସକ ଏବଂ ସେମାନଙ୍କର ଉତ୍ସାହ ଏବେ ଆକାଶ ଛୁଆଁ ହୋଇଛି।
Nov 22,2022, 20:41 PM IST
Gujarat Election 2022: ଜାଣନ୍ତୁ କେଉଁ ବୟସର କେତେ ମତଦାତା କରିବେ ମତଦାନ?
Gujarat Politics: ନିର୍ବାଚନ ଆୟୋଗ ପକ୍ଷରୁ ପ୍ରକାଶିତ ତଥ୍ୟ ଅନୁସାରେ ମୋଟ ୪.୯୧ କୋଟି ମତଦାତଙ୍କ ମଧ୍ୟରୁ ପ୍ରାୟ ୨.୩୫ କୋଟି ମତଦାତାଙ୍କ ବୟସ ହେଉଛି ୪୦ ବର୍ଷରୁ କମ୍। ମୋଟ ମତଦାତାଙ୍କ ମଧ୍ୟରୁ ପ୍ରଥମ ଥର ଲାଗି ମତଦାନ କରୁଥିବା ମତଦାତାଙ୍କ ସଂଖ୍ୟା ହେଉଛି ୧୧.୭୪ ଲକ୍ଷ।
Nov 22,2022, 19:22 PM IST
AAP Worker beaten MLA Gulab Singh Yadav
ଆପ ବିଧାୟକ ଗୁଲାବ ସିଂହ ଯାଦବଙ୍କୁ ପିଟିଲେ ନାରାଜ ଆମ ଆଦମୀ ପାର୍ଟି କର୍ମକର୍ତ୍ତା, ଜାଣନ୍ତୁ କାରଣ
MCD Election 2022: ଟିକେଟ୍ ବଣ୍ଟନକୁ ନେଇ ଅସନ୍ତୁଷ୍ଟ ହୋଇ ଉଠିଥିବା ଆମ୍ ଆଦମୀ ପାର୍ଟି କର୍ମକର୍ତ୍ତା ଆପ୍ ବିଧାୟକ ଗୁଲାବ ସିଂହ ଯାଦବଙ୍କୁ ମାଡ ମାରିବାକୁ ପଛେଇ ନାହାଁନ୍ତି। ବର୍ତ୍ତମାନ ପର୍ଯ୍ୟନ୍ତ ଏହି ଘଟଣା ସମ୍ପର୍କରେ ଦଳ ପକ୍ଷରୁ କୌଣସି ପ୍ରତିକ୍ରିୟା ରଖାଯାଇନାହିଁ।
Nov 22,2022, 18:39 PM IST
Mainpuri Bypoll 2022: ବିଜେପିକୁ ମାତ ଦେବାକୁ ଏହି ରଣନୀତି ଆପଣାଇଲେ ଅଖିଳେଶ ଯାଦବ
Mainpuri By Election 2022: ମୈନପୁରୀ ଲୋକସଭା ଆସନରେ ଅନୁଷ୍ଠିତ ହେଉଥିବା ଉପନିର୍ବାଚନରେ ରେକର୍ଡ ବିଜୟ ପାଇଁ ଜନସାଧାରଣଙ୍କୁ ନିବେଦନ କରୁଛନ୍ତି ଅଖିଳେଶ ଯାଦବ। ଏହି ଉପନିର୍ବାଚନ ପୂର୍ବରୁ ବିଜେପି ବିରୋଧରେ ବର୍ଷିଛନ୍ତି ସମାଜବାଦୀ ପାର୍ଟି ଅଧ୍ୟକ୍ଷ।
Nov 22,2022, 17:57 PM IST
Tushar Gandhi
Tushar Gandhi: 'ଯଦି ସରକାର ମହାତ୍ମାଗାନ୍ଧୀଙ୍କ ଫଟୋ ନୋଟରୁ ହଟାନ୍ତି ତାହେଲେ କୃତଜ୍ଞ ହେବୁ'
Mahatma Gandhi: "ମହାତ୍ମା ଗାନ୍ଧୀ ହେଉଛନ୍ତି ଏକ ବିଚାରଧାରା। ତାଙ୍କ ଆଦର୍ଶ ଅମର ହୋଇ ରହିବ ଆବଶ୍ୟକ। ଆମକୁ ମୁଦ୍ରା କିମ୍ବା ନୋଟରେ ମହାତ୍ମା ଗାନ୍ଧୀଙ୍କ ଫଟୋ ଦରକାର ନାହିଁ। ଯଦି ସରକାର ମହାତ୍ମା ଗାନ୍ଧୀଙ୍କ ଫଟୋ ହଟାନ୍ତି, ତାହେଲେ ମୁଁ ପ୍ରଥମ ଏବଂ ଶେଷ ପର୍ଯ୍ୟନ୍ତ ଏହି ସରକାରକୁ ସମର୍ଥନ କରିବି। "
Nov 22,2022, 17:19 PM IST
Samajwadi Party Record in By Election
Mainpuri By Election 2022: ଅଖିଳେଶ ଯାଦବଙ୍କୁ ଭୟଭୀତ କରୁଛି ଦଳର ପୁରୁଣା ରେକର୍ଡ
Samajwadi Party Record in By Election: ଉପନିର୍ବାଚନରେ ଦଳ ଭୋଗିଥିବା ଭୋଗିଥିବା ପରାଜୟ ରେକର୍ଡ ସମାଜବାଦୀ ପାର୍ଟି ପାଇଁ ଚିନ୍ତାର କାରଣ ପାଲଟିଛି। ମୈନପୁରୀ ପୂର୍ବରୁ ଆଜମଗଡ ଏବଂ ରାମପୁର ଲୋକସଭା ଆସନରେ ଅନୁଷ୍ଠିତ ହୋଇଥିବା ଉପନିର୍ବାଚନରେ ସମାଜବାଦୀ ପାର୍ଟିକୁ ପରାଜୟ ବରଣ କରିବାକୁ ପଡିଥିଲା।
Nov 22,2022, 16:13 PM IST
Peru Plane Accident
ଲିମା ବିମାନ ବନ୍ଦର କର୍ତ୍ତୃପକ୍ଷ ନା ଲଟାମ ଏୟାରଲାଇନ୍ସ, ବିମାନ ଦୁର୍ଘଟଣା ପାଇଁ ଦାୟୀ କିଏ?
Lima Airport Accident: ପେରୁ ରାଜଧାନୀ ଲିମାସ୍ଥିତ ଜର୍ଜ ଶାଭେଜ ଅନ୍ତର୍ଜାତୀୟ ବିମାନ ବନ୍ଦରରେ ହୋଇଥିବା ଦୁର୍ଘଟଣା ପରେ ବିମାନ ସେବା କମ୍ପାନୀ ଲଟାମ ଏୟାରଲାଇନ୍ସ ଏବଂ ବିମାନ ବନ୍ଦର କର୍ତ୍ତୃପକ୍ଷଙ୍କ ବିବୃତ୍ତି ମଧ୍ୟ ସାମ୍ନାକୁ ଆସିଛି। ଏହି ଘଟଣା ପାଇଁ ପରସ୍ପରକୁ ଦାୟୀ କରିଛନ୍ତି ଉଭୟେ। ହେଲେ ସେମାନଙ୍କ ମଧ୍ୟରୁ କେହି ମଧ୍ୟ ସେମାନଙ୍କ ଭୁଲକୁ ଗ୍ରହଣ କରିବାକୁ ପ୍ରସ୍ତୁତ ନୁହଁନ୍ତି।
Nov 21,2022, 23:28 PM IST
Indian Army
ସୀମାରେ ମୁତୟନ ହୋଇଥିବା ସୈନିକଙ୍କ ପାଇଁ କିଣାଯିବ ୬୨ ହଜାରରୁ ଅଧିକ ବୁଲେଟପ୍ରୁଫ୍ ଜ୍ୟାକେଟ
Indian Army: ଭାରତୀୟ ସେନା ଲାଗି କ୍ରୟ କରାଯାଉଥିବା ବୁଲେଟପ୍ରୁଫ୍ ଜ୍ୟାକେଟ୍ ଚତୁର୍ଥ ସ୍ତରର ହେବ। ଯାହା ଷ୍ଟିଲ୍ କୋର୍ ବୁଲେଟ୍ ବିରୋଧରେ ପ୍ରଭାବଶାଳୀ ବୋଲି ବିବେଚନା କରାଯାଏ। ଏହି ଜ୍ୟାକେଟ ପ୍ରଥମେ ଜାମୁ କାଶ୍ମୀର ଠାରେ ଆତଙ୍କବାଦୀ ଦମନ ଅଭିଯାନରେ ନିୟୋଜିତ ସୈନିକଙ୍କୁ ପ୍ରଦାନ କରାଯିବ।
Nov 21,2022, 22:21 PM IST
Taliban Pakistan Military Clash
Durand Line: ଆଫଗାନିସ୍ତାନ-ପାକିସ୍ତାନ ସୀମାରେ ମୁହାଁମୁହିଁ ତାଲିବାନ-ପାକିସ୍ତାନୀ ସେନା
Taliban Pakistan Military Clash: ଆଫଗାନିସ୍ତାନ-ପାକିସ୍ତାନ ସୀମାକୁ ପରସ୍ପର ଠାରୁ ପରସ୍ପରକୁ ପୃଥକ କରିଥାଏ ଡୁରାଣ୍ଡ ଲାଇନ। ହେଲେ ବିଗତ ବର୍ଷେ କାଳରୁ ଉର୍ଦ୍ଧ୍ୱ ସମୟ ଧରି ଏହି ସୀମାରେଖାକୁ ନେଇ ପାକିସ୍ତାନୀ ସେନା ଏବଂ ତାଲିବାନ ମଧ୍ୟରେ ସମ୍ପର୍କ ତିକ୍ତ ହେବାରେ ଲାଗିଛି। ଗତକାଲି ମଧ୍ୟରାତ୍ରୀରେ ଉଭୟ ପକ୍ଷରୁ ହୋଇଥିଲା ଜବରଦସ୍ତ ଗୁଳି ବିନିମୟ। ଏହି ଗୁଳମାଡରେ କିଛି ପାକିସ୍ତାନୀ ସୀମା ସୁରକ୍ଷା କର୍ମୀଙ୍କ ମୃତ୍ୟୁ ହେବା ସହ ଅନେକ ଲୋକ ଆହତ ହୋଇଥିବା କୁହାଯାଇଛି।
Nov 21,2022, 21:15 PM IST
Shraddha Murder Case
AIUDF MLA Aminul Islam: 'ମୋଦି ସରକାର କାରଣରୁ ଶ୍ରଦ୍ଧା ହତ୍ୟାକାଣ୍ଡ ଭଳି ମାମଲା ଘଟିଛି'
Assam MLA Aminul Islam: ଦିଲ୍ଲୀରେ ଶ୍ରଦ୍ଧା ହତ୍ୟାକାଣ୍ଡ ମାମଲାରେ ଏଆଇୟୁଡିଏଫ ବିଧାୟକ ଅମିନୁଲ ଇସଲାମ ରଖିଥିବା ବିବାଦୀୟ ବୟାନ ଏବେ ଚର୍ଚ୍ଚାର ବିଷୟ ପାଲଟିଛି। ଏହି ଘଟଣାରେ ପ୍ରତିକ୍ରିୟା ରଖି ବିଧାୟକ କହିଛନ୍ତି ଯେ ମୋଦି ସରକାରଙ୍କ ଯୋଗୁଁ ଶ୍ରଦ୍ଧା ହତ୍ୟାକାଣ୍ଡ ଭଳି ମାମଲା ଘଟିଛି। ମୋଦି ସରକାର ଆସିବା ପୂର୍ବରୁ ଏପରି ଘଟଣା ଘଟୁ ନଥିଲା ଯେ କାହାକୁ କାଟି ଖଣ୍ଡ ଖଣ୍ଡ କରି ଦିଆଯାଇଥିଲା।
Nov 21,2022, 19:26 PM IST
congress leader rahul gandhi
ଭାରତ ଯୋଡା ଯାତ୍ରା ପୂର୍ବରୁ ରାହୁଲ ଗାନ୍ଧୀଙ୍କୁ ମିଳିଲା ହଳଦିଆ ଚାଉଳ, ଜାଣନ୍ତୁ ଏହାର କାରଣ
Bharat Jodo Yatra: ମଧ୍ୟ ପ୍ରଦେଶ କଂଗ୍ରେସ କମିଟି ନେତା ଅରୁଣ ଯାଦବ ଏବଂ ସୁରେନ୍ଦ୍ର ସିଂହ ଶେରା ମହାରାଷ୍ଟ୍ର କରୋଲି ଠାରେ ପହଞ୍ଚିଛନନ୍ତି। ସେଠାରେ ପହଞ୍ଚି ପାରମ୍ପରିକ ଢଙ୍ଗରେ ହଳଦିଆ ଚାଉଳ ଦେବା ସହ ଭାରତ ଯୋଡ ଯାତ୍ରାକୁ ମଧ୍ୟ ପ୍ରଦେଶ ଆଣିବାକୁ ନିମନ୍ତ୍ରଣ କରିଥିଲେ।
Nov 21,2022, 19:00 PM IST
Mainpuri By Election 2022
ମତଦାନ ପୂର୍ବରୁ ସମାଜବାଦୀ ପାର୍ଟି ଲାଗି ସହଜ ହେଲା ରାସ୍ତା, ଜାଣନ୍ତୁ କିପରି
Mainpuri By Poll 2022: ମୈନପୁରୀ ଉପନିର୍ବାଚନ ପାଇଁ ନାମାଙ୍କନପତ୍ର ଯାଞ୍ଚ ପରେ ୭ ଜଣ ପ୍ରାର୍ଥୀଙ୍କ ନାମାଙ୍କନ ଖାରଜ ହୋଇଯାଇଛି। ମୈନପୁରୀ ଲଢେଇରେ ବର୍ତ୍ତମାନ ମୋଟ ୬ ଜଣ ପ୍ରାର୍ଥୀ ଅଛନ୍ତି। ଏହି ଉପନିର୍ବାଚନ ପାଇଁ ମୋଟ ୧୩ ଜଣ ପ୍ରାର୍ଥୀ ନାମାଙ୍କନପତ୍ର ଦାଖଲ କରିଥିଲେ।
Nov 21,2022, 18:10 PM IST
ଅରବିନ୍ଦ କେଜ୍ରିୱାଲଙ୍କ ରୋଡ ଶୋ ବେଳେ ଲାଗିଲା 'ମୋଦି-ମୋଦି' ନାରା, ପ୍ରତିକ୍ରିୟା ରଖିଲା ଆପ୍
Arvind Kejriwal Road Show: ରବିବାର ଆପ ସଂଯୋଜନ ଅରବିନ୍ଦ କେଜ୍ରିୱାଲଙ୍କ ରୋଡ ଶୋ କାର୍ଯ୍ୟକ୍ରମ କରିବା ବେଳେ ଏକ ଆଶ୍ଚର୍ଯ୍ୟଜନକ ଘଟଣା ଘଟିଯାଇଛି। ରୋଡ ଶୋ ସମୟରେ ବିଜେପି କର୍ମକର୍ତ୍ତ 'ମୋଦି-ମୋଦି' ଏବଂ 'ଜୟ ଶ୍ରୀରାମ' ସ୍ଲୋଗାନ ଦେଇଥିଲେ। ଏହି ଘଟଣାକୁ ନେଇ ଆପ୍-ବିଜେପି କର୍ମକର୍ତ୍ତାଙ୍କ ମଧ୍ୟରେ ମୁହାଁମୁହିଁ ପରିସ୍ଥିତି ଉପୁଜିଥିଲା।
Nov 21,2022, 17:15 PM IST
Indonesia earthquake
Earthquake: ଶକ୍ତିଶାଳୀ ଭୂକମ୍ପରେ ଥରିଉଠିଲା ଇଣ୍ଡୋନେସିଆ; ୧୬୨ ମୃତ
Indonesia Earthquake: ଦକ୍ଷିଣ-ପୂର୍ବ ଏସୀୟ ଦେଶ ଇଣ୍ଡୋନେସିଆରେ ଅନୁଭୂତ ହୋଇଥିବା ଭୂମିକମ୍ପ ସମ୍ପର୍କରେ ପ୍ରତିକ୍ରିୟା ରଖିଛି ଯୁକ୍ତରାଷ୍ଟ୍ର ଆମେରିକାର ଭୂତାତ୍ତ୍ୱିକ ସର୍ବେକ୍ଷଣ। ଏହି ଭୂମିକମ୍ପର ତୀବ୍ରତା ୫.୪ ରହିଥିବା ୟୁଏସଜିଏସ କହିଛି। ଏନେଇ କୁହାଯାଇଛି ୫.୪ ତୀବ୍ରତା ବିଶିଷ୍ଟ ଭୂମିକମ୍ପର କେନ୍ଦ୍ରସ୍ଥଳ ପଶ୍ଚିମ ଜାଭା ପ୍ରଦେଶର ସିୟାଞ୍ଜୁର ଅଞ୍ଚଳରେ ୧୦ କିଲୋମିଟର ଗଭୀରତାରେ ରହିଛି।
Nov 21,2022, 16:06 PM IST
russia ukraine war
Shocking News: ରାସ୍ତାରେ ଯାଉଥିଲା କାର, ଅଚାନକ ଆସି ମାଡ଼ ହେଲା ମିସାଇଲ, ଆଉ ତାପରେ...
Russia Ukraine Conflict: ଗୁରୁବାର ରାଜଧାନୀ କୀଭ ଉପରେ ଋଷିଆ ପକ୍ଷରୁ କ୍ରୁଜ୍ ମିସାଇଲ ମାଡ଼ କରାଯିବା ଏବଂ ୟୁକ୍ରେନ ସେନା ପକ୍ଷରୁ ଏହି କ୍ଷେପଣାସ୍ତ୍ରକୁ ଧ୍ୱଂସ କରିବାର ଭିଡିଓ ସୋସିଆଲ ମିଡିଆ ଯୋଗେ ଭାଇରାଲ ହେବାରେ ଲାଗିଛି।
Nov 18,2022, 22:34 PM IST
Indonesia Bali Singapore Plane
Shocking News: ଯାତ୍ରୀ ପିନ୍ଧିନଥିଲେ ସିଟ୍ ବେଲ୍ଟ କ୍ରୋଧିତ ବିମାନ ଚାଳକ କଲେ ଏପରି କାମ
Plane Emergency Landing: ଇଣ୍ଡୋନେସିଆ ବାଲି ଠାରୁ ସିଙ୍ଗାପୁର ପର୍ଯ୍ୟନ୍ତ ଉଡାଣ ଭରିଥିବା ସ୍କୁଟ ବିମାନ ଟିଆର ୨୮୫ ଏହାର ଗନ୍ତବ୍ୟ ସ୍ଥଳ ନିକଟରେ ପହଞ୍ଚିଲା ସେତେବେଳେ ଯାତ୍ରୀଙ୍କୁ ଅବତରଣ ପାଇଁ ପ୍ରସ୍ତୁତି ପାଇଁ ସେମାନଙ୍କ ସିଟ୍ ବେଲ୍ଟ ବାନ୍ଧିବାକୁ ନିର୍ଦ୍ଦେଶ ଦିଆଯାଇଥିଲା। ହେଲେ ତଥାପି ବିମାନରେ ଏପରି କିଛି ଯାତ୍ରୀ ଥିଲେ ଯେଉଁମାନେ ସିଟ ବେଲ୍ଟ ବାନ୍ଧିବା ପାଇଁ ଦିଆଯାଇଥିବା ନିର୍ଦ୍ଦେଶ ମାନିବାକୁ ମନା କରିଦେଇଥିଲେ।
Nov 18,2022, 19:50 PM IST
Bihar Earthquake Clinic
ରାଜ୍ୟର ପ୍ରତ୍ୟେକ ଜିଲ୍ଲାରେ ଭୂକମ୍ପ କ୍ଲିନିକ୍ ଖୋଲିବେ ବିହାର ସରକାର, ଜାଣନ୍ତୁ କାରଣ
Earthquake Clinic: ରାଜ୍ୟରେ ଭୂକମ୍ପ ସଚେତନତା କ୍ଲିନିକ୍ ନିର୍ମାଣ କରିବା ପ୍ରସଙ୍ଗରେ ପ୍ରତିକ୍ରିୟା ରଖିଛନ୍ତି ବିହାର ରାଜ୍ୟ ବିପର୍ଯ୍ୟୟ ପରିଚାଳନା ପ୍ରାଧିକରଣ ବୈଷୟିକ ପରାମର୍ଶଦାତା ଡକ୍ଟର ବି.କେ ସହାୟ। ଏନେଇ ଡକ୍ଟର ସହାୟ କହିଛନ୍ତି ଯେ ବିହାର ଭୂକମ୍ପର ପଞ୍ଚମ ଜୋନ ବର୍ଗରେ ଆସୁଛି। ଏହାକୁ ଦୃଷ୍ଚିରେ ରଖି ବିହାର ସରକାର ଲୋକଙ୍କୁ ଭୂକମ୍ପ ପ୍ରତିରୋଧକ ଘର ତିଆରି କରିବାକୁ ପରାମର୍ଶ ଦେଇଛନ୍ତି।
Nov 18,2022, 17:41 PM IST
Samajwadi Party leader Azam Khan
Uttar Pradesh Politics: ରାମପୁର ଉପନିର୍ବାଚନ ପୂର୍ବରୁ ଆଜାମ ଖାନଙ୍କୁ ଲାଗିଲା ଆଉ ଏକ ଝଟକା
Samajwadi Party Leader:ଘୃଣ୍ୟ ଭାଷଣ ଦେବା ମାମଲାରେ ଆଜାମ ଖାନଙ୍କ ବିଧାୟକ ପଦ ଚାଲିଯିବା ସହ ତାଙ୍କୁ ୩ ବର୍ଷ ପାଇଁ ଦଣ୍ଡିତ କରାଯାଇଛି। ଘୃଣ୍ୟ ଭାଷଣ ଦେବା ମାମଲାରେ ବିଧାୟକ ପଦ ହରାଇଛନ୍ତି ସମାଜବାଦୀ ପାର୍ଟି ନେତା ।
Nov 18,2022, 16:46 PM IST
Rahul Gandhi Kamal Nath
କମଲ ନାଥ-ରାହୁଲ ଗାନ୍ଧୀଙ୍କୁ ମିଳିଲା ହତ୍ୟା ଧମକ, ପ୍ରତିକ୍ରିୟା ରଖିଲା କଂଗ୍ରେସ
Madhya Pradesh: ରାହୁଲ ଗାନ୍ଧୀଙ୍କ ବ୍ୟତୀତ ମଧ୍ୟ ପ୍ରଦେଶ କଂଗ୍ରେସ ଅଧ୍ୟକ୍ଷ ତଥା ରାଜ୍ୟର ପୂର୍ବତନ ମୁଖ୍ୟମନ୍ତ୍ରୀ କମଲ ନାଥଙ୍କୁ ମଧ୍ୟ ଗୁଳି ମାରିବାକୁ ଧମକ ଦିଆଯାଇଛି। ପୋଲିସ ଏହି ଘଟଣାର ତଦନ୍ତ କରୁଛି। ଦଳର ନେତା ରାହୁଲ ଗାନ୍ଧୀ ଏବଂ ତାଙ୍କୁ ଧମକ ମିଳିବା ଘଟଣାରେ ପ୍ରତିକ୍ରିୟା ରଖିଛନ୍ତି କଂଗ୍ରେସ ନେତା କମଲନାଥ। ଏନେଇ ସେ କହିଛନ୍ତି ସୁରକ୍ଷା ଦାୟିତ୍ୱ ରାଜ୍ୟ ସରକାରଙ୍କ ଉପରେ ନିର୍ଭର କରେ।
Nov 18,2022, 16:13 PM IST
Ugandan Dictator Idi Amin
କ୍ରୂତା ପାଇଁ ପାଇଁ କୁଖ୍ୟାତ ଥିଲେ ଏହି ଏକଛତ୍ରବାଦୀ ଶାସକ, କରୁଥିଲେ ଡରାଇବା ଭଳି କାମ
History of Idi Amin: ନିଜର କ୍ରୁରତା ପାଇଁ ସାରା ବିଶ୍ୱରେ କୁଖ୍ୟାତି ଅର୍ଜନ କରିଥିଲେ ଆଫ୍ରିକୀୟ ଦେଶ ଉଗାଣ୍ଡାର ପୂର୍ବତନ ରାଷ୍ଟ୍ରମୁଖ୍ୟ ଇଦି ଆମିନ। ଏହି ଏକଛତ୍ରବାଦୀ ଶାସକଙ୍କ ଦ୍ୱାରା କରାଯାଇଥିବା କାରନାମା ଇତିହାସ ପୃଷ୍ଠାରେ ଲିପିବଦ୍ଧ ହୋଇ ରହିଛି। ତାଙ୍କର ସ୍ୱଭାବ କୌଣସି ନରଭକ୍ଷୀ ରାକ୍ଷାସ ଠାରୁ କମ ନୁହେଁ ବୋଲି କୁହାଯାଏ।
Nov 17,2022, 23:12 PM IST
ଲାଇନ ଲଗାଇ ପୁରୁଖା ନେତାଙ୍କ ଟିକେଟ କାଟିଲା ବିଜେପି, ସର୍ଭେ ବଜାଇଲା ସତର୍କ ଘଣ୍ଟି!
Gujarat Politics: ଚଳିତ ବର୍ଷ ଅନୁଷ୍ଠିତ ହେଉଥିବା ଗୁଜୁରାଟ ବିଧାନସଭା ନିର୍ବାଚନରେ ଦଳର ଅନେକ ପୁରୁଖା ଟିକେଟ କାଟିଛି ବିଜେପି। ହେଲେ ଏହା ଦ୍ୱାରା ଦଳକୁ ଲାଭ ମିଳିବ ନା କ୍ଷତି ସେ ନେଇ ଏକ ସର୍ଭେ କରାଯାଇଥିଲା। ହେଲେ ଏହି ସର୍ଭେରୁ ମିଲିଥିବା ଜବାବ ବିଜେପି ଲାଗି ସତର୍କ ଘଣ୍ଟି ସଦସ୍ୟ ହୋଇଛି।
Nov 17,2022, 21:52 PM IST
BalaSaheb Thackeray
ବାଲା ସାହେବ ଠାକେରଙ୍କ ସ୍ମାରକୀ ଉପରେ କାହିଁକି ଗୋମୂତ୍ର ସିଞ୍ଚନ କଲା ଉଦ୍ଧବ ଗୋଷ୍ଠୀ?
Maharashtra Gau Mutra Politics: ବାଲା ସାହେବଙ୍କ ସ୍ମାରକୀରେ ଠାକରେ ଗୋଷ୍ଠୀ ପକ୍ଷରୁ ଗୋମୂତ୍ର ସିଞ୍ଚନ କରିବାକୁ ନେଇ ତାତି ଉଠିଛି ସିନ୍ଦେ। ବର୍ତ୍ତମାନ ଏହି ପ୍ରସଙ୍ଗକୁ ସରଗରମ ହୋଇଉଠିଛି ମହାରାଷ୍ଟ୍ର ରାଜନୀତି।
Nov 17,2022, 20:38 PM IST
indian bank
ଟଙ୍କା ଜମା କରିବାକୁ ଯାଇଥିବା ବ୍ୟକ୍ତି କଲେ ଏପରି କରନାମା, ପଢିଲେ ଆପଣ ରୋକି ପାରିବେ ହସ
Funny News: ଆଜିକାଲି ସୋସିଆଲ ମିଡିଆରେ ଏଭଳି ଏକ ଫଟୋ ଜୋରଦାର ଭାଇରାଲ ହେବାରେ ଲାଗିଛି। ଏହି ଫଟୋ ଦେଖିଲେ କେହି ନିଜର ହସିବା ବନ୍ଦ କରି ପାରିବ ନାହିଁ। ସଦ୍ୟ ଏପରି ଏକ ଘଟଣା ଘଟିଛି। ଯାହାକୁ ପଢିଲେ ଆପଣ ଆପଣଙ୍କ ହସ ରୋକି ପାରିବେ ନାହିଁ।
Nov 17,2022, 19:06 PM IST
US Midterm Election 2022
US Midterm Election 2022: ପ୍ରତିନିଧି ସଭାରେ ବହୁମତ ପାଇଲା ରିପବ୍ଲିକାନ ପାର୍ଟି
US Midterm Election: ପ୍ରାୟ ୪ ବର୍ଷର ବ୍ୟବଧାନ ପରେ ରିପବ୍ଲିକାନ୍ ପାର୍ଟି ପ୍ରତିନିଧି ସଭାରେ ବହୁମତ ହାସଲ କରିଛି। ଗତ ୨୦୧୮ ବର୍ଷରେ ଡେମୋକ୍ରାଟିକ୍ ପାର୍ଟି ପ୍ରତନିଧି ସଭାରେ ବହୁମତ ହାସଲ କରିଥିଲା । ଗତ ୨୦୧୦-୨୦୧୮ ପର୍ଯ୍ୟନ୍ତ ପ୍ରତିନିଧି ସଭାରେ ଏହାର ସଂଖ୍ୟାଗରିଷ୍ଠତା ବଜାୟ ରଖିବାରେ ରିପବ୍ଲିକାନ୍ ପାର୍ଟି ସଫଳ ହୋଇଥିଲା।
Nov 17,2022, 18:32 PM IST
Pista House Plane
Andhra Pradesh: ପୋଲ ତଳେ ଅଟକି ଗଲା ବିମାନ, ଘଟିଗଲା ଏପରି ଅଜବ ଦୁର୍ଘଟଣା
Pista House Plane: ଗତ ରବିବାର ସନ୍ଧ୍ୟାରେ ବାପଟଲା ଜିଲ୍ଲାରେ ଏହି ଘଟଣା ଘଟିଥିବାର କୁହାଯାଇଛି। ଏହି ଅସାଧାରଣ ଘଟଣା ଦେଖିବାକୁ ରାସ୍ତାରେ ଲୋକଙ୍କ ଭିଡ଼ ଜମିଥିଲା। ପୋଲ ତଳେ ଅଟକି ରହିଥିବା ବିମାନକୁ ଦେଖିବା ପାଇଁ କୋରିସାପଡୁ ଅଣ୍ଡରପାସ୍ ନିକଟରେ ଏକ ଜନସମାଗମ ହୋଇଥିଲା। ଲୋକେ ଏହି ଘଟଣାର ଭିଡ଼ିଓ ବନାଇବା ଆରମ୍ଭ କରି ଦେଇଥିଲେ।
Nov 17,2022, 18:23 PM IST
Thank you
By clicking “Accept All Cookies”, you agree to the storing of cookies on your device to enhance site navigation, analyze site usage, and assist in our marketing efforts.