ଜୟପୁରରେ ସାଇକୋ କିଲରର ରାସଲୀଳା; ୫୦ ମହିଳାଙ୍କ ସହ ରଖିଥିଲା ଶାରୀରିକ ସମ୍ପର୍କ
ଜୟପୁର ପୋଲିସର କହିବା ଅନୁସାରେ, ନକଲି ସେନା ଅଧିକାରୀ ବିକ୍ରମ ଓରଫ ମଣ୍ଟୁକୁ ଗିରଫ କରିବା ପରେ ଅନେକ ଚାଞ୍ଚଲ୍ୟକର ଖୁଲାସା ହୋଇଛି। ପୋଲିସର ଜେରା ବେଳେ ଅଭିଯୁକ୍ତ ୫୦ ଜଣ ମହିଳାଙ୍କ ସହ ଶାରୀରିକ ସମ୍ପର୍କ ରଖିଥିବା ସ୍ୱିକାର କରିଛି।
ଜୟପୁର: ରାଜସ୍ଥାନର ଜୟପୁରରୁ ଏକ ଚାଞ୍ଚଲ୍ୟକର ଖବର ସାମନାକୁ ଆସିଛି। ଜଣେ ସାଇକୋ କିଲର ପ୍ରାୟ ୫୦ ଜଣ ମହିଳାଙ୍କ ସହ ଶାରୀରିକ ସମ୍ପର୍କ ରଖିଥିବା ବେଳେ ଦୁଇ ଜଣଙ୍କୁ ହତ୍ୟା କରିଥିବା ଅଭିଯୋଗ ହୋଇଛି। ଅଭିଯୁକ୍ତ ଜଣକ ନିଜକୁ ସେନା ଅଧିକାରୀର ପରିଚୟ ଦେଇ ଏପରି କାଣ୍ଡ ଭିଆଇ ଥିବା ପୋଲିସ ପକ୍ଷରୁ ସୂଚନା ମିଳିଛି।
ଜୟପୁର ପୋଲିସର କହିବା ଅନୁସାରେ, ନକଲି ସେନା ଅଧିକାରୀ ବିକ୍ରମ ଓରଫ ମଣ୍ଟୁକୁ ଗିରଫ କରିବା ପରେ ଅନେକ ଚାଞ୍ଚଲ୍ୟକର ଖୁଲାସା ହୋଇଛି। ପୋଲିସର ଜେରା ବେଳେ ଅଭିଯୁକ୍ତ ୫୦ ଜଣ ମହିଳାଙ୍କ ସହ ଶାରୀରିକ ସମ୍ପର୍କ ରଖିଥିବା ସ୍ୱିକାର କରିଛି। ଏହା ବ୍ୟତୀତ ଲିଭ୍ ଇନରେ ଥିବା ପ୍ରେମିକାକୁ ହତ୍ୟା କରିଛି। ଏପରିକି ଜଣେ ନାବାଳିକାଙ୍କୁ ଅପହରଣ ପରେ ଗଣଦୁଷ୍କର୍ମ କରିଥିବା ବି ବିକ୍ରମ ମାନିଛି। ସେ ସେନାଧିକାରୀ ସାଜି ପ୍ରଥମେ ଯୁବତୀ ଓ ମହିଳାଙ୍କୁ ନିଜ ପ୍ରେମ ଜାଲରେ ଫାସାଉ ଥିଲା, ତାପରେ ହୋଟେଲକୁ ଡାକି ସେମାନଙ୍କ ସହ ଶାରୀରିକ ସମ୍ପର୍କ ରଖୁଥିଲି ବୋଲି ପୋଲିସ କହିଛି।
Also Read: PoKରେ ପାକିସ୍ତାନର ବର୍ବରତା; ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଗଣଦୁଷ୍କର୍ମ ପୀଡିତା ପଠାଇଲେ ଏମିତି ବାର୍
ଗତ ୨୩ ଫେବୃଆରୀରେ ଜୟପୁରର ଆର୍ମୀ ନଗରସ୍ଥିତ ଏକ ଘରୁ ରୋଶ୍ନୀ ଜଣେ ମହିଳାଙ୍କ ମୃତଦେହ ଉଦ୍ଧାର କରାଯାଇଥିଲା। ଏହି ମାମଲାର ତଦନ୍ତ ବେଳେ ସାଇକୋ କିଲରର କଳାକାରନାମା ଉପରୁ ପରଦା ଉଠିବା ଆରମ୍ଭ ହୋଇଛି। ଉତ୍ତର ପ୍ରଦେଶ ବାସିନ୍ଦା ରୋଶ୍ନୀ ଅନେକ ମାସ ହେଲା ମଣ୍ଟୁ ସହ ଲିଭ୍ ଇନରେ ରହୁଥିଲା। ସେ ଦେହବ୍ୟବସାୟରେ ଲିପ୍ତ ଥିବାରୁ ମଣ୍ଟୁ ସବୁବେଳେ ତାଙ୍କ ଉପରେ ରାଗି ଯାଇଥିଲେ। ଏହା ପରେ ସେ ତାକୁ ହତ୍ୟା କରିଥିଲା।
ପୋଲିସର ଜେରା ବେଳେ ମଣ୍ଟୁ କହିଛି ଯେ, ପ୍ରେମିକା ରୋଶ୍ନୀକୁ ମାରିବା ପୂର୍ବରୁ ସେ ଅନ୍ୟ ଜଣେ ଯୁବତୀକୁ ହତ୍ୟା କରିଛି। ପ୍ରାମଣ ନଷ୍ଟ କରିବାକୁ ଯାଇ ସେ ମୃତଦେହକୁ ରେଳ ଟ୍ରାକ୍ରେ ରଖିଦେଇଥିଲା। ରୋଶ୍ନୀର ବାପା ଏକ ହତ୍ୟା ମାମଲାରେ ଉତ୍ତର ପ୍ରଦେଶ ଜେଲରେ ସଜ୍ଜା କାଟୁଛନ୍ତି। ରୋଶ୍ନୀର ପରିବାରକୁ ମଣ୍ଟୁ ନିଜକୁ ସେନା ଅଧିକାରୀର ପରିଚୟ ଦେଇଥିଲା ଓ ଶ୍ୱଶୁରର ଜାମିନ ପାଇଁ ଜମି-ଗହଣା ବିକି ଟଙ୍କା ଧରି ଚମ୍ପଟ ମାରିଥିଲା। ମଣ୍ଟୁ ନାଁରେ ଏକାଧିକ ଥାନାରେ ମାମଲା ଥିବା ପୋଲିସ ସୂଚନା ଦେଇଛି।