କେନ୍ଦୁଝର ଜିଲ୍ଲା  ବଡ଼ନୂଆଗାଁ ଗ୍ରାମର ଜଣେ ଆଦିବାସୀ ବ୍ୟକ୍ତି ବୀରସିଂ ମୁଣ୍ଡା ୨୦୨୧ ମସିହା ମେ  ମାସ 23 ତାରିଖରେ ସାପ କାମୁଡାରେ ପ୍ରାଣ ହରାଇଥିଲେ। ବୀରସିଂଙ୍କ ପୁଅ ଜଣେ ଗରିବ ଦିନମଜୁରିଆ ହୋଇଥିବା ସହ ନିରକ୍ଷର କାରଣରୁ ସେହି ଗ୍ରାମର ହଳଧର ମହାନ୍ତ ବ୍ୟକ୍ତି ସାପ କାମୁଡା ଟଙ୍କା ପାଇବାକୁ ହେଲେ ପ୍ରଶାସନ ନିକଟରେ ଆବେଦନ କରିବା ସହିତ, ଏକମାତ୍ର ଉତ୍ତରାଧିକାରୀ ଭାବରେ ସଦନଙ୍କ ନାମରେ ବ୍ୟାଙ୍କରେ ଏକ ଏକାଉଣ୍ଟ ଖୋଲିବାରେ ସହଯୋଗ କରିଥିଲେ ।ଠକ ଜଣକ ସେହି ଗ୍ରାମର ହୋଇଥିବାରୁ ସଦନ ଉକ୍ତ ବ୍ୟକ୍ତିଙ୍କ ଛଳନାକୁ ବୁଝି ପାରିନଥିଲେ। 


COMMERCIAL BREAK
SCROLL TO CONTINUE READING

ପରବର୍ତ୍ତୀ ସମୟରେ ସରକାରଙ୍କ ବ୍ୟକ୍ତିଙ୍କ ପରିବାରକୁ ମିଳିବାକୁ ଥିବା ୪ ଲକ୍ଷ ଟଙ୍କା ସଦନଙ୍କ ଏକାଉଣ୍ଟକୁ ୨୦୨୨ ମସିହା ଜାନୁଆରୀ ତାରିଖରେ ପଠାଇ ଦିଆଯାଇଥିଲା । ଏହି ସମୟରେ ସଦନ ରୋଜଗାର କରିବା କୁଆଖିଆ ପଳାଇଥିଲେ।ଏହି ସମୟରେ ଠକ ହଳଧରଙ୍କ ଅନୁପସ୍ଥିତରେ ତାଙ୍କ ପରିବାର ଲୋକଙ୍କୁ କୌଣସି ପ୍ରକାରରେ ବୁଝାଇଦେଇଥିଲେ ଓ ପରେ ସରକାରଙ୍କ ଠାରୁ ମିଳିଥିବା ଟଙ୍କାକୁ ବ୍ୟାଙ୍କର  ଏଟିଏମ୍ ଦ୍ୱାରା ଯାଞ୍ଚ କରିବା ବାହାନାରେ ନେଇ ସମସ୍ତ ଟଙ୍କା ଉଠାଇ ନେଇଥିଲେ । ଏହି କଥା ଜଣାପଡିବା ପରେ ମାର୍ଚ୍ଚ ମାସରେ ସଦନ ବ୍ୟାଙ୍କକୁ ଯାଇ ଏହାର ପ୍ରମାଣ ପାଇବା ପରେ ଗ୍ରାମରେ ସରପଞ୍ଚ ଏବଂ ଭଦ୍ରବ୍ୟକ୍ତିଙ୍କୁ ନେଇ ଏକ ବୈଠକ ମଧ୍ୟ ହୋଇଥିଲା ।


 ସେହି ବୈଠକରେ ହଳଧର ଉଠାଇ ନେଇଥିବା ସ୍ୱୀକାର କରିବା ପରେ ୪୪ ହଜାର ଟଙ୍କା ଫେରସ୍ତ ଦେବା ସହିତ ନେଇଥିବାଏଟିଏମ୍ କାର୍ଡ ମଧ୍ୟ ଫେରାଇ ଦେଇଥିଲେ ଅବଶିଷ୍ଟ ଟଙ୍କା ଫେରାଇବା ପାଇଁ ପ୍ରତିଶ୍ରୁତି ଦେଇଥିଲେ ମଧ୍ୟ ପରେ ଫାଙ୍କି ଦେବାକୁ ଉଦ୍ୟମ କରିବା ସହିତ ଗରିବ ସଦନକୁ ନୀରବ ରହିବାକୁ ଧମକଚମକ ଦେଇଥିବାରୁ ସୋମବାର ସଦନ ଓ ତାଙ୍କ ପରିବାର ଲୋକେ କେନ୍ଦୁଝର ଠାରେ ଜିଲ୍ଲାପାଳଙ୍କୁ ଭେଟି ଏହାର ଉଚ୍ଚସ୍ତରୀୟ ତଦନ୍ତ କରାଯିବା ସହିତ ଅଭିଯୁକ୍ତ ବିରୋଧରେ ହଳଧର ଜଣେ ପ୍ରଭାବଶାଳୀ ବ୍ୟକ୍ତି ହୋଇଥିବାରୁ ନିଜର ଜୀବନ ବିପନ୍ନ ଆଶଙ୍କା କରି ପ୍ରଶାସନର ଦ୍ଵାରସ୍ଥ ହୋଇଛନ୍ତି ଏହି ଆଦିବାସୀ ପରିବାର । ଏପଟେ ବାପା ଆଦିବାସୀ ପରିବାରର କ୍ଷତିପୂରଣ ଟଙ୍କା ହଡ଼ପ ହୋଇଥିବାରୁ ସ୍ଥାନୀୟ ଲୋକେ ମଧ୍ୟ ଅଭିଯୁକ୍ତ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିମନ୍ତେ ଦାବି କରିଛନ୍ତି ।ଏହା ସହ କିପରି ନିଜ ଟଙ୍କା ଫେରି ପାଇବେ ସେ  ନେଇ  ଦାବି ପତ୍ର ଜିଲ୍ଲା ପାଳ ଙ୍କୁ ପ୍ରଦାନ କରିଛନ୍ତି।