Gobinda Sahu Death Investigation: ଆଜି ରାଜ୍ୟ ସାରା ଚର୍ଚ୍ଚାରେ ରହିଛି ମମିତା ମେହେର ହତ୍ୟାକାଣ୍ଡର ମୁଖ୍ୟ ଅଭିଯୁକ୍ତ ଗୋବିନ୍ଦ ସାହୁର ଆତ୍ମହତ୍ୟା ଘଟଣା। ଜେଲ ଭିତରେ ଗୋବିନ୍ଦ ସାହୁ କେମିତି କଲେ ଆତ୍ମହତ୍ୟା । ଯାହାକୁ ନେଇ ସାମ୍ନାକୁ ଆସୁଛି ଭିନ୍ନ ଭିନ୍ନ ତଥ୍ୟ । ବେକରେ ଗାମୁଛା ଲଗାଇ ଏକ ଛୋଟ ଗଛରେ ଝୁଲି ପଡିଥିବା କଥା ସାମ୍ନାକୁ ଆସିଥିବା ବେଳେ ଏମିତି ପଦକ୍ଷେପ ନେବା ସମୟରେ କାହିଁକି ଜେଲ କର୍ତ୍ତୃପକ୍ଷ ଦେଖିପାରିଲେ ନାହିଁ ସେନେଇ ତଦନ୍ତ କରାଯିବ । ଜେଲରେ ସେହି ସମୟରେ କେଉଁ ମାନେ ଦାୟିତ୍ୱରେ ଥିଲେ, ଜଣେ ବିଚାରଧୀନ କଏଦୀ ଉପରେ ସେମାନଙ୍କ ନଜର ରହୁଥିଲା ନା ନାହିଁ ସେନେଇ ତଦନ୍ତ କରାଯିବ । 


COMMERCIAL BREAK
SCROLL TO CONTINUE READING

ସେପଟେ ଗୋବିନ୍ଦ ସାହୁ ଆତ୍ମହତ୍ୟା(Gobinda Sahu Suicide) ଘଟଣାର ତଦନ୍ତ ପାଇଁ କଣ୍ଟାବାଞ୍ଜି ବାହାରିଛନ୍ତି ସମ୍ବଲପୁର ରେଞ୍ଜ ଜେଲ ଡିଆଇଜି ଅନସୂୟା ଜେନା । କେଉଁ ପରିସ୍ଥିତିରେ ଗୋବିନ୍ଦ ଆତ୍ମହତ୍ୟା କଲେ, ଆତ୍ମହତ୍ୟା ବେଳେ କିଏ ସେଠାରେ ଉପସ୍ଥିତ ଥିଲେ ନା ନାହିଁ ସେନେଇ ବିଭିନ୍ନ ଦିଗରୁ ଘଟଣାର ହେବ ତଦନ୍ତ । ଏବଂ ଘଟଣାର ପୁଙ୍ଖାନୁପୁଙ୍ଖ ତଦନ୍ତ କରି ୨୪ ଘଣ୍ଟା ମଧ୍ୟରେ ରିପୋର୍ଟ ଦେବାକୁ ନିର୍ଦ୍ଦେଶ ରହିଛି, କାର୍ଯ୍ୟ ଅବହେଳାରେ ତ୍ରୁଟି ରହିଥିଲେ ମଧ୍ୟ ଜେଲ କର୍ମଚାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ । ସେହିପରି ଗୋବିନ୍ଦ ସାହୁ ଆତ୍ମହତ୍ୟା ମାମଲା ରେ ପୋଲିସ ମହାନିର୍ଦ୍ଦେଶକ କ୍ରାଇମବ୍ରାଞ୍ଚ ତଦନ୍ତ ନେଇ ନିର୍ଦ୍ଦେଶ ଦେଇଛନ୍ତି । 


Also Read: Gobinda Sahu Suicide: ମରିଗଲା ସବୁ ସତ,'ଗୋବିନ୍ଦଙ୍କୁ ଆତ୍ମହତ୍ୟା ପାଇଁ କରାଗଲା ବାଧ୍ୟ'


ଡିଏସ୍‌ପି ବିଜୟ ମଲ୍ଲିକଙ୍କ ନେତୃତ୍ବରେ ୩ ଜଣ ଅଧିକାରୀଙ୍କ ସମେତ ୧୦ ଜଣିଆ ଟିମ୍‌ ଗଠନ କରାଯାଇଛି। ସେମାନେ ସିନ୍ଧେକେଲା ପୋଲିସ ଷ୍ଟେସ‌ନରେ ଗୋବିନ୍ଦ ସାହୁ ନାଁରେ ହୋଇଥିବା ମାମଲା ୯୭/୨୧ର ତଦନ୍ତ କରିବେ। ଘଟଣା ସମ୍ବନ୍ଧରେ ଏହି ଟିମ୍‌କୁ ସିଆଇଡି-କ୍ରାଇମ୍‌ବ୍ରାଞ୍ଚ (CID-Crime branch) ଫୋରେନ୍ସିକ ଓ ସାଇବର ଏକ୍ସ‌ପର୍ଟ ମାନେ ମଧ୍ୟ ସହଯୋଗ କରିବେ। ସେପଟେ ମମିତା ମେହେର ପରି ଏତେ ବଡ଼ ଘଟଣାରେ ମୁଖ୍ୟ ଅଭିଯୁକ୍ତ ହୋଇ ସଜ୍ଜା କାଟୁଥିବା ଗୋବିନ୍ଦ ସାହୁର ଆତ୍ମହତ୍ୟା ନେଇ ନିଜ ଆଡୁ ମାମଲା ରୁଜୁ କରି ରାଜ୍ୟ ମାନବାଧିକାର କମିଶନ (OHRC) ରିପୋର୍ଟ ତଲବ କରିଛନ୍ତି। ୧୫ ଦିନ ମଧ୍ୟରେ ରିପୋର୍ଟ ଦେବାକୁ ଜେଲ୍ ଡିଜି ଓ ବଲାଙ୍ଗୀର ଏସ୍‌ପିଙ୍କୁ ନିର୍ଦ୍ଦେଶ ଦିଆଯାଇଛି। 


Also Read: Political Crime News: ଯେବେ ମନ୍ତ୍ରୀଙ୍କ ନାଁ ପଦାକୁ ଆସିଛି ସେବେ ଅଭିଯୁକ୍ତଙ୍କ ଜୀବନ ଯାଇଛି !


ଅନ୍ୟପଟେ ଏପରି ଘଟଣାକୁ ନେଇ ଗୋବିନ୍ଦ ସାହୁଙ୍କ ପତ୍ନୀ (Gobinda Sahu Wife) ତାଙ୍କ ସ୍ୱାମୀକୁ ଯୋଜନାବଦ୍ଧ ଭାବେ ହତ୍ୟା କରାଯାଇଛି ବୋଲି ସେ କହିଛନ୍ତି । ସେ କହିଛନ୍ତି ଯେ, "ମୋ ସ୍ୱାମୀ ନା ମମିତା ମେହେରଙ୍କୁ ମାରିଛନ୍ତି ନା ସେ ନିଜେ ଆତ୍ମହତ୍ୟା କରିପାରିବେ । କାରଣ ସେ ବହୁତ ଷ୍ଟ୍ରଙ୍ଗ, ସେ କେବେ ବି ଆତ୍ମହତ୍ୟା ଭଳି କାମ କରିପାରିବେ ନାହିଁ। ଗତକାଲି ଫୋନ କରି ଘରକଥା ବୁଝାବୁଝି କରିଥିଲେ । ତାଙ୍କ କଥାରୁ ଲାଗୁନଥିଲା ସେ ମାନସିକ ଚାପଗ୍ରସ୍ତ ଅଛନ୍ତି। ମୋ ସ୍ୱାମୀଙ୍କୁ ଜେଲ ଭିତରେ ହତ୍ୟା କରାଯାଇଛି ବୋଲି ସେ କହିଛନ୍ତି"।