Gobinda Sahu Suicide: ମରିଗଲା ସବୁ ସତ,'ଗୋବିନ୍ଦଙ୍କୁ ଆତ୍ମହତ୍ୟା ପାଇଁ କରାଗଲା ବାଧ୍ୟ'
Advertisement
Article Detail0/zeeodisha/odisha1493577

Gobinda Sahu Suicide: ମରିଗଲା ସବୁ ସତ,'ଗୋବିନ୍ଦଙ୍କୁ ଆତ୍ମହତ୍ୟା ପାଇଁ କରାଗଲା ବାଧ୍ୟ'

Gobinda Sahu Suicide Update: ମମିତା ମେହେର ହତ୍ୟାକାଣ୍ଡରେ ମୁଖ୍ୟ ଅଭିଯୁକ୍ତ ଗୋବିନ୍ଦ ସାହୁର ଆତ୍ମହତ୍ୟାକୁ ନେଇ ଏବେ ଜୋରଦାର ଚର୍ଚ୍ଚା ଲାଗିରହିଛି। ଘଟଣା ପ୍ରଘଟ ପରେ ରାଜ୍ୟ ସରକାରଙ୍କୁ ବିଜେପି ଓ କଂଗ୍ରେସ ଜୋରଦାର ଟାର୍ଗେଟ କରିଛନ୍ତି। ମାରିଦେଲେ ନା ମରିବାକୁ ବାଧ୍ୟ କରିଛନ୍ତି ବୋଲି ବିଜେପି ଅଭିଯୋଗ କରିଥିବା ବେଳେ କଂଗ୍ରେସ ସିବିଆଇ ତଦନ୍ତ ଦାବି କରିଛି। 

Gobinda Sahu Suicide: ମରିଗଲା ସବୁ ସତ,'ଗୋବିନ୍ଦଙ୍କୁ ଆତ୍ମହତ୍ୟା ପାଇଁ କରାଗଲା ବାଧ୍ୟ'

Gobinda Sahu Suicide: ଆଜି ସାରା ରାଜ୍ୟରେ ଚହଳ ପକାଇଛି ଗୋବିନ୍ଦ ସାହୁ ଆତ୍ମହତ୍ୟା ମାମଲା । ବହୁଚର୍ଚ୍ଚିତ ବଲାଙ୍ଗୀର ମହାଲିଙ୍ଗ ମମିତା ମେହେର ମାମଲାରେ ଗିରଫ ହୋଇ ଜେଲ ରେ ସଜ୍ଜା କାଟୁଥିବା ମୁଖ୍ୟ ଅଭିଯୁକ୍ତ ଗୋବିନ୍ଦ ସାହୁ ଆଜି ଜେଲ ପରିସରରେ ଆତ୍ମହତ୍ୟା କରିଛି। ଏକ ଗାମୁଛା ସାହାଯ୍ୟରେ ଗଛରେ ରଶି ଲଗାଇ ସେ ଆତ୍ମହତ୍ୟା କରିଥିବା ସୂଚନା ରହିଛି । ହେଲେ ଏହି ଘଟଣା ପରେ ଏବେ ରାଜନୀତି ଜୋର ଧରିଛି । ଘଟଣା ପ୍ରଘଟ ହେବା ମାତ୍ରେ ବିଜେପି ପ୍ରେସମିଟ କରି ରାଜ୍ୟ ସରକାରଙ୍କ ଉପରେ ଜୋରଦାର ବର୍ଷିଛି। ବିଜେପି କହିଛି ରାଜ୍ୟ ସରକାର ଏକ ଅପରାଧ ସରକାର । ଅର୍ଥାତ୍ ଅପରାଧି ମାନଙ୍କୁ ଘଣ୍ଟ ଘୋଡ଼ାଇ ରଖିଛନ୍ତି ରାଜ୍ୟ ସରକାର। 

ବିଜେପି ମହିଳା ମୋର୍ଚ୍ଚା ସଭାପତି ସ୍ମୃତି ପଟ୍ଟନାୟକ ଆଜି ଏକ ପ୍ରେସମିଟ (BJP Press Meet) କରି ରାଜ୍ୟ ସରକାରଙ୍କୁ ଜୋରଦାର ଟାର୍ଗେଟ କରିଛନ୍ତି। ସେ କହିଛନ୍ତି ଯେ, ଯେତେବେଳେ ମମିତା ମେହେର ହତ୍ୟା ଘଟଣା ଘଟିଥିଲା ସେହିଦିନ ପ୍ରଥମେ ଭାରତୀୟ ଜନତା ପାର୍ଟୀର ମହିଳା ମୋର୍ଚ୍ଚା ଏକଥାକୁ ପଦାକୁ ଆଣିଥିଲା । ଗୋବିନ୍ଦ ସାହୁ (Gobinda Sahu) ଏ ହତ୍ୟାକାଣ୍ଡର ମୁଖ୍ୟ ଖଳନାୟକ ବୋଲି ସେତେବେଳେ ବିଜେପି ପ୍ରଥମେ ଅଭିଯୋଗ କରିଥିଲା । ପରେ ଜଣାପଡ଼ିଥିଲା ନବୀନ ସରକାରଙ୍କ ତତ୍କାଳିନ ମନ୍ତ୍ରୀ କ୍ୟାପଟେନ ଦିବ୍ୟଶଙ୍କର ମିଶ୍ରଙ୍କ ଇସାରାରେ ଗୋବିନ୍ଦ ସାହୁ ସବୁ କାମ କରୁଥିଲେ। ଆଉ ସେଥିପାଇଁ କାଳେ ଦିବ୍ୟଶଙ୍କରଙ୍କ ଆହୁରି ଗୁମର ଖୋଲିଯିବ ସେଥିଯୋଗୁଁ ଗୋବିନ୍ଦ ସାହୁକୁ ଆତ୍ମହତ୍ୟା (Gobinda Sahu Suicide) କରିବାକୁ ବାଧ୍ୟ କରାଯାଇଛି ବୋଲି ବିଜେପି ଅଭିଯୋଗ (Bjp Allegation) କରିଛି । 

Also Read: Mamita Meher: ମମିତା ମେହେର ହତ୍ୟାକାଣ୍ଡର ଏକମାତ୍ର ମୁଖ୍ୟ ଅଭିଯୁକ୍ତ ଗୋବିନ୍ଦ ସାହୁର ଆତ୍ମହତ୍ୟା

ସେହିପରି କଂଗ୍ରେସ ବିଧାୟକ (Congress MLA) ସନ୍ତୋଷ ସିଂ ସାଲୁଜା ମଧ୍ୟ କହିଛନ୍ତି ଯେ, ମମିତା ମେହେର ହତ୍ୟାକାଣ୍ଡରେ ଗୋବିନ୍ଦ ସାହୁ ସହ କ୍ୟାପଟେନ ଦିବ୍ୟଶଙ୍କରଙ୍କ ନାଁ ଚର୍ଚ୍ଚାକୁ ଆସିଥିଲା । ଗୋବିନ୍ଦ ଗିରଫ ହେବା ପରେ ତାକୁ ଏଥିରୁ ମୁକ୍ତି ଦେବାକୁ ଦିବ୍ୟଶଙ୍କର କଥା ଦେଇଥିଲେ । ହେଲେ ଅଭିଯୁକ୍ତର ପଲ୍ଲା ଭାରି ହୋଇଥିଲା । ଏହି ଘଟଣାରେ ମମିତା ମେହେରଙ୍କ ବାପା ମା ସାକ୍ଷୀ ଦେଇଥିଲେ । ପରେ ଗୋବିନ୍ଦର ମୁକୁଳିବା ଅସମ୍ଭବ ହୋଇପଡ଼ିଥିଲା । ସେଥିଯୋଗୁଁ ମାନସିକ ଭାରସାମ୍ୟ ହରାଇ ସେ ଆତ୍ମହତ୍ୟା କରିଛି ବୋଲି କଂଗ୍ରେସ ବିଧାୟକ ସନ୍ତୋଷ ସିଂ ସାଲୁଜା କହିଛନ୍ତି। ଏହାଏକ ବଡ଼ ଷଡ଼ଯନ୍ତ୍ର ବୋଲି କହିଛନ୍ତି ସାଲୁଜା ଏହାସହ ସିବିଆଇ ତଦନ୍ତ(CBI Investigation) ମଧ୍ୟ ଦାବି କରିଛନ୍ତି । 

Also Read: Archana Nag: ED ଆଗରେ ସତ ଓଗାଳୁଛି ଅର୍ଚ୍ଚନା, ବଡ଼ବଡ଼ିଆଙ୍କ ଉପରେ ବଢିଲା ବିପଦ !

ସେପଟେ ଜେଲ ଭିତରେ କେମିତି ବିଚାରଧୀନ କଏଦୀ ଆତ୍ମହତ୍ୟା(Prisoner Suicide) କରିପାରିଲା ସେ ନେଇ ପ୍ରଶ୍ନ ଉଠିଛି। ଏହି ଘଟଣାରେ ସମ୍ବଲପୁର ଡିଆଇଜି ନିଜେ ତଦନ୍ତ କରିବେ । NHRC ଗାଇଡଲାଇନ ରଖି ତଦନ୍ତ କରାଯିବା ସହ ଗୋଟେ ଦିନ ଭିତରେ ତଦନ୍ତ ରିପୋର୍ଟ ଦେବାକୁ ମଧ୍ୟ ନିର୍ଦ୍ଦେଶ ରହିଛି। ସୂଚନାନୁସାରେ, ଆଜି ମମିତା ମେହେର ହତ୍ୟାକାଣ୍ଡ ସମ୍ପର୍କରେ ଆଜି କୋର୍ଟରେ ଗୋବିନ୍ଦ ସାହୁଙ୍କୁ ହାଜର କରାଯାଇଥାନ୍ତା । ହେଲେ ସକାଳ ୯ଟା ସମୟରେ ଝାଡା ଯିବା କଥା କହି ଗାମୁଛା ବେକରେ ଲଗାଇ ଆତ୍ମହତ୍ୟା କରିଥିବା ନେଇ ସୂଚନା ରହିଛି। ମମିତା ମେହେର ହତ୍ୟାକାଣ୍ଡ ଘଟଣାରେ ଅଭିଯୁକ୍ତ ଗୋବିନ୍ଦ ସାହୁ ଏକମାତ୍ର ଅଭିଯୁକ୍ତ ଥିଲେ । ଏବେ ଗୋବିନ୍ଦ ସାହୁଙ୍କ ମୃତ୍ୟୁ ପରେ ମମିତାଙ୍କ ହତ୍ୟାକାଣ୍ଡ ବିଷୟରେ ଜାଣିଥିବା ସବୁ ସତ ସବୁଦିନ ପାଇଁ ଲୁଚିଗଲା ବୋଲି କୁହାଯାଉଛି।