Jamnagar: Latest Odia News, ଜାମନଗରରୁ ଏକ ଦୁଃଖଦ ଖବର ସାମ୍ନାକୁ ଆସିଛି । ଏଠାରେ ଜଣେ ବାପା ନିଜ ଝିଅ ବିବାହର ଗୋଟିଏ ଦିନ ପୂର୍ବରୁ ବାପା ଆତ୍ମହତ୍ୟା କରିଛନ୍ତି, ବିବାହକୁ ନେଇ ଖୁସିରେ ଥିବା ଏହି ପରିବାରରେ ବର୍ତ୍ତମାନ ଦୁଃଖର ଲହରୀ ଖେଳିଯାଇଛି । ଘଟଣାର ତଦନ୍ତ କରାଯାଉଥିବା ପୋଲିସ କହିଛି । ଜାମନଗର ପୋଲିସ (Jamnagar police) ଗଣମାଧ୍ୟମକୁ କହିଛି ଯେ ସୋମବାର ଦିନ ସକାଳେ ସେମାନେ ମାଧୁରାମ ସୋସାଇଟିରୁ ଏକ କଲ ପାଇଥିଲେ ଯେ ନରୋତ୍ତମ ରାଠୋର (Narottam Rathod) ନିଜ ବାସଭବନ ନିକଟରେ ଥିବା ଏକ ନିର୍ମାଣାଧୀନ କୋଠାରେ ନିଜକୁ ଫାଶୀ ଦେଇଛନ୍ତି ।


COMMERCIAL BREAK
SCROLL TO CONTINUE READING

ପୋଲିସ ଏକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି । ଜାଣିବାକୁ ମିଳିଛି ​​ଯେ ରାଠୋରଙ୍କର ତିନି ଝିଅ ଓ ଗୋଟିଏ ପୁଅ ଓ ତାଙ୍କର ବଡ ଝିଅଙ୍କ ମଙ୍ଗଳବାର ଦିନ ବିବାହ ହେବାର ଥିଲା । ସୋମବାର ଦିନ ସକାଳେ ତାଙ୍କ ଝିଅ ଯେତବେଳେ ବାପାଙ୍କୁ ଚା’ ଦେଇଥିଲା ଓ ତା’ପରେ ବାପା କିଛି କାମ ଅଛି କହି ଘରୁ ବାହାରିଥିଲେ । କିଛି ମିନିଟ୍ ପରେ ତାଙ୍କ ପୁଅ ନିର୍ମାଣାଧୀନ କୋଠାର ପ୍ରଥମ ମହଲାରେ ତାଙ୍କ ପିତାଙ୍କ ମୃତଦେହ ଝୁଲୁଥିବା ଦେଖିବାକୁ ପାଇଥିଲେ ।


ପୋଲିସ କହିଛି ଯେ ଏପର୍ଯ୍ୟନ୍ତ ସେମାନେ କୌଣସି ଆତ୍ମହତ୍ୟା ନୋଟ୍ ପାଇ ନାହାଁନ୍ତି କିମ୍ବା ତାଙ୍କ କିମ୍ବା ତାଙ୍କ ପରିବାରର କୌଣସି ଆର୍ଥିକ ସମସ୍ୟା ନାହିଁ । ରାଠୋର କାହିଁକି ଆତ୍ମହତ୍ୟା କରିଛନ୍ତି, ତାହା ପରିବାର ପାଇଁ ମଧ୍ୟ ରହସ୍ୟ ହୋଇ ରହିଛି ।


(ଇନପୁଟ୍: IANS)


ଏହା ବି ପଢ଼ନ୍ତୁ: Calcutta High Court: ନାବାଳିକାକୁ ଅନ୍ତ ବସ୍ତ୍ର କାଢ଼ି ଶୁଆଇବାକୁ ବାଧ୍ୟ କରିବା ମଧ୍ୟ ରେପ୍ ଅଟେ'


ଏହା ବି ପଢ଼ନ୍ତୁ: Crime News: ଯୌତୁକ ଆଣି ନ ଥିବାରୁ ବୋହୂକୁ ଉଲଗ୍ନ କରି ରଖୁଥିଲେ ଶାଶୁଘର ଲୋକେ, ଦେଉଥିଲେ ପ୍ରତିଦିନ ଚେଙ୍କ