India Squad: ଚାମ୍ପିଅନ୍ସ ଟ୍ରଫି ପାଇଁ ଘୋଷଣା ହେଲା ଭାରତୀୟ ଦଳ, ପ୍ରଥମ ମ୍ୟାଚରେ ପାକିସ୍ତାନକୁ ଦେବେ ଟକ୍କର
Advertisement
Article Detail0/zeeodisha/odisha2589250

India Squad: ଚାମ୍ପିଅନ୍ସ ଟ୍ରଫି ପାଇଁ ଘୋଷଣା ହେଲା ଭାରତୀୟ ଦଳ, ପ୍ରଥମ ମ୍ୟାଚରେ ପାକିସ୍ତାନକୁ ଦେବେ ଟକ୍କର

Team India Squad: ଭାରତୀୟ ଭିନ୍ନକ୍ଷମ କ୍ରିକେଟ୍ ପରିଷଦର ଜାତୀୟ ଚୟନ ପ୍ୟାନେଲ୍ ରବିବାର ଦିନ ଶ୍ରୀଲଙ୍କାରେ ୧୨ ରୁ ୨୧ ଜାନୁୟାରୀ ୨୦୨୫ ମଧ୍ୟରେ ଅନୁଷ୍ଠିତ ହେବାକୁ ଥିବା ଭିନ୍ନକ୍ଷମ ଚାମ୍ପିଅନ୍ସ ଟ୍ରଫି ପାଇଁ ଭାରତୀୟ ଦଳ ଘୋଷଣା କରିଛି। ୧୭ ସଦସ୍ୟ ବିଶିଷ୍ଟ ଦଳର କମାଣ୍ଡ ବିକ୍ରାନ୍ତ ରବିନ୍ଦ୍ର କେନିଙ୍କ ମିଳିଛି।

 

Indian team announced for Divyang Champions Trophy 2025

PD Champions Trophy 2025: ଜାନୁଆରୀ ୧୨ ରୁ ଶ୍ରୀଲଙ୍କାରେ ଆରମ୍ଭ ହେବାକୁ ଥିବା ଦିବ୍ୟାଙ୍ଗ ଚାମ୍ପିଅନ୍ସ ଟ୍ରଫି ପାଇଁ ବିକ୍ରାନ୍ତ ରବିନ୍ଦ୍ର କେନିଙ୍କୁ ୧୭ ଜଣିଆ ଭାରତୀୟ ଦଳର ଅଧିନାୟକ ଭାବେ ନିଯୁକ୍ତ କରାଯାଇଛି। ଦଳ ଘୋଷଣା କରିବାବେଳେ ଭାରତୀୟ ଭିନ୍ନକ୍ଷମ କ୍ରିକେଟ୍ ପରିଷଦ ଏହା ଘୋଷଣା କରିଛି। ଭାରତୀୟ ଦଳ ନିଜର ପ୍ରଥମ ମ୍ୟାଚ୍ ୧୨ ଜାନୁଆରୀରେ ପାକିସ୍ତାନ ବିପକ୍ଷରେ ଖେଳିବ।

ସୂଚନାଯୋଗ୍ୟ ଯେ ଜୟପୁରରେ ରୋହିତ ଜାଲାନୀଙ୍କ ଅଧ୍ୟକ୍ଷତାରେ ଆୟୋଜିତ ତାଲିମ ଶିବିରରେ ଏହି ଦଳ ଚୟନ କରାଯାଇଥିଲା। ରୋହିତ ଜାଲାନି ମଧ୍ୟ ଭିନ୍ନକ୍ଷମ ଭାରତୀୟ କ୍ରିକେଟ୍ ଦଳର ମୁଖ୍ୟ ପ୍ରଶିକ୍ଷକ। ଏହି ଶିବିର ଖେଳାଳିମାନଙ୍କ ପାଇଁ ସ୍ୱତନ୍ତ୍ର ଭାବେ ଆୟୋଜିତ ହୋଇଥିଲା। ଯାହାଦ୍ୱାରା ସେମାନେ ଚୟନ ପ୍ୟାନେଲ ପୂର୍ବରୁ ସେମାନଙ୍କର ଦକ୍ଷତା ଏବଂ ପ୍ରତିଭା ପ୍ରଦର୍ଶନ କରିପାରିବେ।

କହିରଖୁଛୁ ଯେ ଭିନ୍ନକ୍ଷମ ଖେଳାଳିଙ୍କ ପାଇଁ ଏହି ଟୁର୍ଣ୍ଣାମେଣ୍ଟ ୨୦୧୯ ପରେ ପ୍ରଥମ ଥର ପାଇଁ ଆୟୋଜିତ ହୋଇଥିଲା। ଆୟୋଜକ ଇଂଲଣ୍ଡକୁ ପରାସ୍ତ କରି ଭାରତ ଫାଇନାଲରେ ବିଜୟୀ ହୋଇଥିଲା। ଏଥର ଭାରତୀୟ ଦଳ ପ୍ରଥମ ଦିନରେ ପାକିସ୍ତାନ ବିପକ୍ଷରେ ନିଜର ଅଭିଯାନ ଆରମ୍ଭ କରିବ। ଏହା ପରେ ଇଂଲଣ୍ଡ ସହିତ ସଂଘର୍ଷ ହେବ ଏବଂ ପରେ ଶ୍ରୀଲଙ୍କା ସହ ଖେଳିବ। ଶୀର୍ଷ-ଦୁଇ ଦଳ ଫାଇନାଲ ପାଇଁ ଯୋଗ୍ୟତା ଅର୍ଜନ କରିବେ।

ଚାମ୍ପିଅନ୍ସ ଟ୍ରଫି ପାଇଁ ଭାରତୀୟ ଦଳ: -
ବିକ୍ରାନ୍ତ ରବୀନ୍ଦ୍ର କେନି (ଅଧିନାୟକ), ରବିନ୍ଦ୍ର ଗୋପୀନାଥ ସାଣ୍ଟେ (ଉପ-ଅଧିନାୟକ), ଯୋଗେନ୍ଦ୍ର ସିଂ (ୱିକେଟ୍ କିପର), ଅଖିଲ ରେଡ୍ଡୀ, ରାଧିକା ପ୍ରସାଦ, ଦେବେନ୍ଦ୍ର ସିଂ (ୱିକେଟ୍ କିପର), ଆକାଶ ଅନିଲ ପାଟିଲ, ସନ୍ନି ଗୋୟତ, ପୱନ କୁମାର, ଜିତେନ୍ଦ୍ର, ନରେନ୍ଦ୍ର, ରାଜେଶ, ନିଖିଲ ମାନହସ୍, ଆମିର ହାସନ, ମାଜିଦ୍ ମାଗାରେ, କୁନାଲ ଦତ୍ତାତ୍ରେୟ ଫନାସେ ଓ ସୁରେନ୍ଦ୍ର।

ଭାରତ ମ୍ୟାଚ୍ ର କାର୍ଯ୍ୟସୂଚୀ
12 ଜାନୁଆରୀ 2025, ଭାରତ ବନାମ ପାକିସ୍ତାନ - 2:00 PM 
13 ଜାନୁଆରୀ 2025, ଭାରତ ବନାମ ଇଂଲଣ୍ଡ - 9:00 AM 
15 ଜାନୁଆରୀ 2025, ଭାରତ ବନାମ ଶ୍ରୀଲଙ୍କା - 1:00 PM 
16 ଜାନୁଆରୀ 2025, ଭାରତ ବନାମ ପାକିସ୍ଥାନ - 1:00 PM 
18 ଜାନୁଆରୀ 2025, ଭାରତ ବନାମ ଇଂଲଣ୍ଡ - 9:00 AM
19 ଜାନୁଆରୀ 2025, ଭାରତ ବନାମ ଶ୍ରୀଲଙ୍କା - 1:00 PM 
21 ଜାନୁଆରୀ - ଫାଇନାଲ୍