ଗୁରୁଗ୍ରାମ: ହରିୟାଣାର ଗୁରୁଗ୍ରାମରେ ହତ୍ୟାକାଣ୍ଡର ଏକ ଭୟଙ୍କର ମାମଲା ସାମ୍ନାକୁ ଆସିଛି। ଯେଉଁଠାରେ ଅନୈତିକ ସମ୍ପର୍କ ସନ୍ଦେହରେ ପାଞ୍ଚ ଜଣଙ୍କୁ ଅତି ନିର୍ମମ ଭାବେ ହତ୍ୟା କରାଯାଇଛି। ଗୁରୁଗ୍ରାମର ରାଜେନ୍ଦ୍ର ପାର୍କ ପୋଲିସ ଷ୍ଟେସନ ଅଞ୍ଚଳରେ ଏହି ଘଟଣା ଘଟିଛି। ମୃତକଙ୍କ ମଧ୍ୟରେ ଜଣେ ପୁରୁଷ, ଦୁଇ ମହିଳା ଏବଂ ଦୁଇ ଶିଶୁ ଅଛନ୍ତି। କୁହାଯାଉଛି ଯେ ଘର ମାଲିକ ତାଙ୍କ ବୋହୂ ଓ ଭଡାଟିଆଙ୍କ ମଧ୍ୟରେ ଅନୈତିକ ସମ୍ପର୍କ ଥିବା ସନ୍ଦେହ କରିଥିଲେ। 


COMMERCIAL BREAK
SCROLL TO CONTINUE READING

ସୋମବାର ପ୍ରାଣ ହରାଇଥିବା ବ୍ୟକ୍ତିଙ୍କ ମଧ୍ୟରେ ଘର ମାଲିକଙ୍କ ବୋହୂ, ଭଡାଟିଆ, ଭଡାଟିଆଙ୍କ ସ୍ତ୍ରୀ ଓ ତାଙ୍କର ଦୁଇ ସନ୍ତାନ ଅଛନ୍ତି। ହତ୍ୟାକାରୀ ମାଲିକ ତାଙ୍କ ବୋହୂ ଏବଂ ଜଣେ ଭଡାଟିଆ ମଧ୍ୟରେ ଅନୈତିକ ସମ୍ପର୍କ ଥିବା ସନ୍ଦେହ କରିଥିଲେ। ସେହି ସନ୍ଦେହରେ ପାଞ୍ଚ ଜଣଙ୍କୁ ଧାରୁଆ ଅସ୍ତ୍ରରେ ହାଣି ହତ୍ୟା କରାଯାଇଥିଲା। ମାଲିକ ତାଙ୍କ ବୋହୂ ସମେତ ପାଞ୍ଚ ଜଣଙ୍କୁ ଅତି ନିର୍ମମ ଭାବରେ ହତ୍ୟା କରିଥିଲେ। ଏହି ଅପରାଧ କରିବା ପରେ ସେ ନିକଟସ୍ଥ ପୋଲିସ ଷ୍ଟେସନରେ ଆତ୍ମସମର୍ପଣ କରିଥିଲେ।


Also Read: ଦଶ ଟଙ୍କାଠୁ ଶସ୍ତା ଜୀବନ! ଡଙ୍ଗା ଭଡା ମାଗି ପ୍ରାଣ ହରାଇଲେ ନୌଚାଳକ


ଖବର ଅନୁଯାୟୀ ଅଭିଯୁକ୍ତ ନିଜେ ହତ୍ୟାକୁ ସ୍ୱୀକାର କରିବା ମାତ୍ରେ ପୋଲିସ ତାଙ୍କୁ ତୁରନ୍ତ ଗିରଫ କରିଥିଲା। ପାଞ୍ଚଟି ମୃତଦେହର ପୋଷ୍ଟମର୍ଟମ କରାଯାଇଛି। ଏହି ହତ୍ୟାକାଣ୍ଡରେ ଅଭିଯୁକ୍ତ ଜଣେ ଅବସରପ୍ରାପ୍ତ ସୈନିକ। ଏଥି ସହିତ ପଡୋଶୀ ଲୋକମାନେ ଏହି ଘଟଣା ବିଷୟରେ ଶୁଣିବା ପରେ ଆତଙ୍କିତ ଅବସ୍ଥାରେ ଅଛନ୍ତି। ଗୁରୁଗ୍ରାମ ଡେପୁଟି କମିଶନର ଦୀପକ ସାହାରନ କହିଛନ୍ତି ଯେ, ଘଟଣାର ତଦନ୍ତ କରାଯାଉଛି। ଅଭିଯୁକ୍ତ ଘର ମାଲିକ କାହିଁକି ଏହି ହତ୍ୟାକାଣ୍ଡ ଘଟାଇଛନ୍ତି ତାହା ଅନୁସନ୍ଧାନ କରାଯାଉଛି।