Husband cheats wife, କଳାହାଣ୍ଡି: ଜିଲ୍ଲାର ନର୍ଲା ଥାନା ଅଞ୍ଚଳରେ ଏକ ଅଭାବନୀୟ ଘଟଣା ସାମାନାକୁ ଆସିଛି। ଜଣେ ସ୍ୱାମୀ ନିଜ ସ୍ତ୍ରୀକୁ ରାଜ୍ୟ ବାହାରର ଅନ୍ୟ ଜଣେ ଯୁବକଙ୍କ ସହ ବିବାହ କରାଇ ଦେଇଛନ୍ତି। ଏହି ବିବାହ ଘଟଣାକୁ ନେଇ ନର୍ଲା ଅଞ୍ଚଳରେ ଚର୍ଚ୍ଚାର ବିଷୟ ପାଲଟିଛି। ଝିଅକୁ ବିକ୍ରି କରିଥିବା ନେଇ ପାରିବାର ଲୋକ ନର୍ଲା ଥାନାରେ ଅଭିଯୋଗ କରିଛନ୍ତି। ପୋଲିସ ସମ୍ପୃକ୍ତ ସ୍ୱାମୀଙ୍କୁ ଅଟକ ରଖି ପଚାରାଉଚରା କରୁଛି।


COMMERCIAL BREAK
SCROLL TO CONTINUE READING

ପ୍ରେମ ସତ୍ୟ ଚିରନ୍ତନ, ଶାଶ୍ଵତ ବିଶ୍ଵାସର ପ୍ରତୀକ, ତେବେ ବେଳେ ବେଳେ ପ୍ରେମ ବି ଛଳନାର ଶିକାର ହୋଇଥାଏ। ଏପରିକି ସରାଳତାର ସୁଯୋଗ ନେଇ ପ୍ରେମିକା ତଥା ସ୍ତ୍ରୀକୁ ବି ଶାଗ ମାଛ ଦରରେ ବିକ୍ରି କରାଯାଇପାରେ। ଯାହାର ଏକ ଜ୍ୱଳନ୍ତ ଉଦାହରଣ କଳାହାଣ୍ଡି ଜିଲ୍ଲାର ନର୍ଲା ଥାନା ଅଞ୍ଚଳରେ ଦେଖିବାକୁ ମିଳିଛି। ଜଣେ ଅଚିହ୍ନା ପୁରୁଷର ହାତ ନିଜ ସ୍ତ୍ରୀର ହାତ ଧରେଇ ଜଣେ ଯୁବକ ଗିରଫ ହୋଇଛନ୍ତି। ନର୍ଲା ଥାନାରେ ଠକ ସ୍ୱାମୀ ପୋଲିସ ଅଟକ ରଖିଛି ତଦନ୍ତ ଚଳାଇଛି।


Also Read: Husband Cheats Wife: ରାତିରେ ସ୍ୱାମୀ କରୁଥିଲେ ଦେହ ବେପାର, ସ୍ତ୍ରୀ ନେଲେ ଏମିତି ପଦକ୍ଷେପ


ଘଟଣାରୁ ପ୍ରକାଶ ଯେ, ଗତ ମାସ ୩୦ ତାରିଖରେ ଦାଦନ ଖଟିବାକୁ ଜୈନିକ ସ୍ବାମୀ ଓ ସ୍ତ୍ରୀ ଦୁହେଁ ଦିଲ୍ଲୀକୁ ଯାଇଥିଲେ। ସେଠାରେ ପହଞ୍ଚିବା ପରେ ୨ ତାରିଖ ସ୍ବାମୀ କ୍ଷୀରା ବେରୁକ୍ ଦିଲ୍ଲୀର ଜଣେ ବ୍ୟକ୍ତିଙ୍କ ହାତରେ ନିଜର ୨୪ ବର୍ଷୀୟା ସ୍ତ୍ରୀଙ୍କୁ ବିବାହ କରିଦେଇଥିବା ଅଭିଯୋଗ ହୋଇଛି। ଏହାପରେ କ୍ଷୀରା ନିଜ ଘରକୁ ଚାଲି ଆସିଥିଲେ। ଗତ ୫ ତାରିଖ ଯୁବତୀ ଏ ବିଷୟରେ ନିଜ ବାପାଙ୍କୁ ଫୋନ୍ କରି ସବୁକଥା କହିଥିଲା। ପରେ ପରେ ୬ ତାରିଖ ମଙ୍ଗବାର ତାଙ୍କ ବାପା, ଜ୍ବାଇଁ କ୍ଷୀରାଙ୍କ ନାମରେ ନର୍ଲା ଥାନାରେ ଲିଖିତ ଅଭିଯୋଗ କରିଥିଲେ। 


ପୀଡିତାଙ୍କ ବାପାଙ୍କ ଠାରୁ ଲିଖିତ ଅଭିଯୋଗ ପରେ ନର୍ଲା ପୋଲିସ କେସ୍ ନଂ ୯/୨୨ରେ ଏକ ମାମଲା ରୁଜୁ କରିଛି। ଏହା ସହ ଅଭିଯୁକ୍ତ କ୍ଷୀରାଙ୍କୁ ଥାନାକୁ ଆଣି ଅଟକ ରଖି ପଚରାଉଚରା କରିଥିବା ଜଣାପଡିଛି। ଅନ୍ୟପଟେ ଝିଅକୁ ଫେରାଇ ଆଣିବା ପାଇଁ ପୋଲିସ କାର୍ଯ୍ୟାନୁଷ୍ଠାନ ନେଇ ଥିବା ଖବର ମିଳିଛି। ସୂଚନାନୁସାରେ, ପ୍ରାୟ ଦେଢବର୍ଷ ପୂର୍ବେ କ୍ଷୀରା ଓ ପୀଡିତାଙ୍କ ବିବାହ ହୋଇଥିଲା। ଉଭୟେ ଆଦିବାସୀ ସମ୍ପ୍ରଦାୟର ଗୋଇଥିବା ବେଳେ ସେମାନଙ୍କ ଆର୍ଥିକ ଅବସ୍ଥା ଠିକ ନାହିଁ। କ୍ଷୀରା ତାଙ୍କ ସ୍ତ୍ରୀଙ୍କୁ ସାଢେ ପାଞ୍ଚ ଲକ୍ଷରୁ ଊର୍ଦ୍ଧ୍ୱ ଟଙ୍କାରେ ବିକ୍ରି କରିଥିବା ନେଇ ଅଭିଯୋଗ ହୋଇଛି।


Also Read: Youth Kidnapped: ଜମି କିଣାବିକାକୁ ନେଇ ଯୁବକଙ୍କୁ ଅପହରଣ, ଉଦ୍ଧାର କଲା ପୋଲିସ


ସୂଚନାଯୋଗ୍ୟ, ବର୍ଷ ତଳେ ୨୦୨୧ ଅଗଷ୍ଟରେ ଠିକ୍ ଏହିଭଳି ଏକ ଅଭିବନୀୟ ମାମଲା ବଲାଙ୍ଗିରର ବେଲପଡା ଥାନାରେ ରୁଜୁ ହୋଇଥିଲା। ରାଜସ୍ଥାନର ଜଣେ ୫୫ ବର୍ଷିୟ ବକ୍ତିଙ୍କୁ ଜଣେ ନାବାଳକ ସ୍ୱାମୀ ଲକ୍ଷେ ୮୦ ହଜାର ଟଙ୍କାରେ ନିଜ ସ୍ତ୍ରୀଙ୍କୁ ବିକ୍ରି କରିଥିଲେ। ଝାନସିରେ ଉଭୟ ଦମ୍ପତ୍ତି ଇଟାଭାଟିରେ କାମ କରିବାକୁ ଯାଇଥିଲେ। ସେଠାରେ ସେ ମୋବାଇଲ ପାଇଁ ନିଜର ୨୭ ବର୍ଷିୟା ସ୍ତ୍ରୀକୁ ବିକ୍ରି କରିଥିବା ଅଭିଯୋଗ ହୋଇଥିଲା। ପୋଲିସ, ନାବାଳକକୁ ଗିରଫ କରିବା ସହ ସମ୍ପୃକ୍ତ ମହିଳାଙ୍କୁ ଉଦ୍ଧାର କରିଥିଲା।