Kalahandi
୬ କିମି ଷ୍ଟ୍ରେଚରରେ ବୁହାହେଲେ, ଆମ୍ବୁଲାନ୍ସକୁ ଅପେକ୍ଷା କରି ମୃତ ସନ୍ତାନ ପ୍ରସବ କଲେ
Kalahandi pregnat lady: ଗାଁକୁ ରାସ୍ତା ନଥିବାରୁ ୬ କିମି ଷ୍ଟ୍ରେଚରରେ ବୁହାହେଲେ ପ୍ରସୂତି। ଏହି ଅଭାବନୀୟ ଘଟଣା କଳାହାଣ୍ଡି ଜିଲ୍ଲା ଦାଣ୍ଡପଦର ଗାଁରେ ଘଟିଛି। କଳାହାଣ୍ଡି ହସ୍ପିଟାଲ ଦୂରରେ ଥିବାରୁ ମହିଳାଙ୍କୁ ରାୟଗଡା ହସ୍ପିଟାଲରେ ଭର୍ତ୍ତି କରାଯାଇଛି।
Nov 18,2022, 8:13 AM IST
Odisha Teachers
Odisha Teachers: ସତେଇଶିରେ ସଂଗ୍ରାମ, ରାଜଧାନୀରେ ପୁଣି ଗର୍ଜିବେ ଶିକ୍ଷକ
Odisha Teachers: ବର୍ତ୍ତମାନ ପର୍ଯ୍ୟନ୍ତ ତାହା ସମସ୍ତ ଠିକା ଶିକ୍ଷକଙ୍କ କ୍ଷେତ୍ରରେ ଲାଗୁ ହୋଇନାହିଁ। ଅନ୍ୟପଟେ ଏବେ ଏକ୍ସକ୍ୟାଡର ଶିକ୍ଷକ ସଂଘ ତାର ଆଠ ଦଫା ଦାବି ଉଠାଇଛି। ତେବେ ଆଠ ଦଫା ଦାବି ନେଇ ଆସନ୍ତା ଡିସେମ୍ବର ୨୭ରେ ଏକ୍ସକେଡ଼ର ଶିକ୍ଷକମାନେ ରାଜଧାନୀରେ ବିଶାଳ ଆନ୍ଦୋଳନ କରିବାକୁ ନିଷ୍ପତ୍ତି ନେଇଛନ୍ତି।
Nov 13,2022, 18:37 PM IST
Husband cheats wife
Husband cheats wife: ସ୍ତ୍ରୀର ମୂଲ୍ୟ ସାଢ଼େ ପାଞ୍ଚ ଲକ୍ଷ, ଭାଇ ସାଜି ସ୍ୱାମୀ କଲା କନ୍ୟାଦାନ!
Husband cheats wife: ଗତ ମାସ ୩୦ ତାରିଖରେ ଦାଦନ ଖଟିବାକୁ ଜୈନିକ ସ୍ବାମୀ ଓ ସ୍ତ୍ରୀ ଦୁହେଁ ଦିଲ୍ଲୀକୁ ଯାଇଥିଲେ। କ୍ଷୀରା ତାଙ୍କ ସ୍ତ୍ରୀଙ୍କୁ ସାଢେ ପାଞ୍ଚ ଲକ୍ଷରୁ ଊର୍ଦ୍ଧ୍ୱ ଟଙ୍କାରେ ବିକ୍ରି କରିଥିବା ନେଇ ଅଭିଯୋଗ ହୋଇଛି। ପୋଲିସ ସମ୍ପୃକ୍ତ ସ୍ୱାମୀ କ୍ଷୀରାଙ୍କୁ ଅଟକ ରଖି ପଚାରାଉଚରା କରୁଛି।
Nov 12,2022, 16:51 PM IST
Teacher Salary: ଜାଲିଆଙ୍କ ଜାଲରେ ଶିକ୍ଷା ବିଭାଗ, ୧୨୩ ଶିକ୍ଷକଙ୍କ ଦରମା ଧରି ମହିଳା ଫେରାର
Kalahandi Teacher Salary: କଳାହାଣ୍ଡି ଜିଲ୍ଲା ଶିକ୍ଷକ ବିଭାଗରେ ବ୍ୟାପକ ଅବ୍ୟବସ୍ଥା ବିଭିନ୍ନ ସମୟରେ ସାମ୍ନାକୁ ଆସୁଥିବା ବେଳେ ଜିଲ୍ଲାର ଏକ୍ସ କ୍ୟାଡ଼ର ଶିକ୍ଷକ ସଂଘ ପୁଣି ଏକ ସାଙ୍ଘାତିକ ଅଭିଯୋଗ ଆଣିଛନ୍ତି। ଯାହା ଶିକ୍ଷା ବିଭାଗକୁ କାଠଗଡାରେ ଛିଡା କରାଇଛି। ଶିକ୍ଷକଙ୍କ ଗୋଟିଏ ମାସର ଦରମାରେ ଜାଲିଆତି ହୋଇଛି।
Oct 8,2022, 16:19 PM IST
ରୋଗୀଙ୍କ ପ୍ରସବ ଦ୍ୱାରରରେ ଛାଡିଲେ ବ୍ୟାଣ୍ଡେଜ କନା ମେଡ଼ିକାଲ ରେ ରୋଗୀ ସମ୍ପର୍କୀୟ ଙ୍କ ହଙ୍ଗାମା।
ଡାକ୍ତରଙ୍କ ଚିକତ୍ସା ଅବହେଳା କ୍ରମେ ରୋଗୀଙ୍କ ପ୍ରସବ ଦ୍ୱାରରେ ବ୍ୟାଣ୍ଡେଜ କପଡା ଛାଡ଼ିଦେବା ଭଳି ଏକ ସଂଗୀନ ଅଭିଯୋଗରେ ରୋଗୀର ପରାଇବାର ଲୋକେ ବିକ୍ଷୋପ ପଦର୍ଶନ କରିଛନ୍ତି।ଜିଲ୍ଲା ମୁଖ୍ୟ ଚିକିତ୍ସାଅଧିକାରୀ କସ୍ତୁରୀ ମିଶ୍ର ତଦନ୍ତ ରିପୋର୍ଟ ପରେ ଦୋଷୀ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ସୂଚନା ଦେଇଛନ୍ତି।
Jun 18,2022, 21:20 PM IST
ଇନ୍ଦ୍ରାବତୀ କେନାଲରେ କାମ କାରଣରୁ ଚାଷ କାର୍ଯ୍ୟ ପ୍ରଭାବିତ
ଇନ୍ଦ୍ରାବତୀ ଡାହାଣ ମୁଖ୍ୟ କେନାଲ ବର୍ତ୍ତମାନ ପର୍ଯ୍ୟନ୍ତ ୪୧ କିଲୋମିଟର ପର୍ଯ୍ୟନ୍ତ ମରାମତି ଚାଲିଛି।
Jun 15,2022, 21:34 PM IST
ଅପହୃତ ନାବାଳିକାକୁ କେରଳରୁ ଉଦ୍ଧାର କଲା ପୋଲିସ
ଅଭିଯୁକ୍ତ ନାବାଳିକା ଲୁଚାଇ ରଖିଥିବା ଘରେ ଚଢ଼ାଉ କରି ନାବାଳିକାକୁ ଉଦ୍ଧାର କରି ଥିବା ବେଳେ ଅଭିଯୁକ୍ତକୁ ଗିରଫ କରିଛି ପୋଲିସ।
Jun 15,2022, 19:46 PM IST
Union Minister Arjun Mundam
ବିସ୍ଥାପନ ପାଇଁ କେନ୍ଦ୍ର ମନ୍ତ୍ରୀଙ୍କ ଦ୍ୱାରସ୍ଥ ହେଲେ ଗ୍ରାମବାସୀ
କଳାହାଣ୍ଡି ଜିଲ୍ଲା ବସନ୍ତପଡା ଗ୍ରାମବାସୀ ବେଦାନ୍ତ କମ୍ପାନୀ ପାଇଁ ସମସ୍ୟାର ସମ୍ମୁଖୀନ ହେଉଥିବା ନେଇ କେନ୍ଦ୍ର ମନ୍ତ୍ରୀଙ୍କ ନିକଟରେ ଅଭିଯୋଗ କରିଛନ୍ତି।
Jun 14,2022, 22:02 PM IST
Karate championship
କରାଟେ ଚମ୍ପିୟାନସିପ: କଳାହାଣ୍ଡି ପାଇଲା ୩ ସ୍ଵର୍ଣ ପଦକ
ଳାହାଣ୍ଡି ଜିଲ୍ଲାର ମୁଖ୍ୟ କୋଚ କୃଷ୍ଣଚନ୍ଦ୍ର ସାହୁଙ୍କ ନେତୃତ୍ୱରେ ଜିଲ୍ଲାର ୭ ଜଣ ଖେଳାଳି ଅଂଶଗ୍ରହଣ କରି ପଦକ ହାସଲ କରିଥିଲେ।
Jun 13,2022, 21:38 PM IST
dumping yard
'ସ୍ୱଚ୍ଛ ଭାରତ'ର ସ୍ୱଚ୍ଛ ଚିତ୍ର; ଜିଲ୍ଲା ହସ୍ପିଟାଲ ପାଲଟିଛି ଡମ୍ପିଂୟାର୍ଡ, ଦୁର୍ଗନ୍ଧରେ ଫାଟୁଛି
କଳାହାଣ୍ଡି ଜିଲ୍ଲା ହସ୍ପିଟାଲକୁ ଜିଲ୍ଲା ସମେତ ଛତିଶଗଡ଼ ରାଜ୍ୟ ଅନେକ ରୋଗୀ ଚିକିତ୍ସା ପାଇଁ ଆସିଥାନ୍ତି। କିନ୍ତୁ ମେଡ଼ିକାଲ ରୋଗୀ ସୁସ୍ଥ ହେବାକୁ ନାହିଁ ବରଂ ରୋଗ ଧରି ଘରକୁ ଯିବା ଭଳି ପରିସ୍ଥିତି ଦେଖିବାକୁ ମିଳୁଛି। ହସ୍ପିଟାଲ ପରିସରରେ କୁଢ କୁଢ ଅଳିଆ ଆବର୍ଜନା ଜମା ହୋଇ ରହିଥିବା କାରଣରୁ ସେଠାରେ ମଶା ମାଛିଙ୍କ ପ୍ରାଦୁର୍ଭାବ ବଢ଼ିବାରେ ଲାଗିଛି।
Jun 10,2022, 16:40 PM IST
grief of bonded labour
ଦାଦନ ଦୁଃଖ: ଗାଁକୁ ଫେରୁଛି ମୃତଦେହ
ସରକାର ଗରିବ ଲୋକଙ୍କୁ ଶହେ ଦିନର କାମ ଯୋଗାଇ ଦେଉଥିବା ନେଇ ଡିଣ୍ଡିମ ପିଟୁ ଥିବା ବେଳେ ଏପଟେ ତାହାର ଓଲଟା ଫଳ ଦେଖିବାକୁ ମିଳୁଛି।
Jun 8,2022, 21:46 PM IST
ଅଧ୍ୟକ୍ଷାଙ୍କ ଇସାରାରେ ଚାଲୁଛି ପୌର ପାଳିକା! କାଉଁସିଲର ଘର ଆଗରେ ଧାରଣା ଦେବେ ସଫେଇ କର୍ମଚାରୀ
ରବିବାର ମାଁ ମାଣିକେଶ୍ୱରୀ ସଫେଇ କର୍ମଚାରୀ ସଂଘ ପକ୍ଷରୁ ଏକ ସାମ୍ବାଦିକ ସମ୍ମିଳନୀ କରାଯାଇ କର୍ମଚାରୀଙ୍କ ଦାବି ଉପସ୍ଥାପନ କରାଯାଇଛି। ଦାବି ପୂରଣ ନ ହେଲେ ଆଗକୁ କାଉଁସିଲରଙ୍କ ଘର ଆଗରେ ଧାରଣା ଦିଆଯିବ ବୋଲି ସଫେଇ କର୍ମଚାରୀମାନେ ଚେତାବନୀ ଦେଇଛନ୍ତି।
Jun 6,2022, 11:29 AM IST
Balangir
ନିଆରା ପ୍ରେମ ବିବାହର ସାକ୍ଷୀ ରହିଲେ ତହସିଲଦାର
(କଳାହାଣ୍ଡି -ବିକାଶ ଷଡ଼ଙ୍ଗୀ )- ପ୍ରେମ ଶାଶ୍ୱତ ପ୍ରେମ ଚିରନ୍ତନ, ପ୍ରେମ ବିନା ଫିକା ଲାଗେ ଏହି ଜୀବନ। ପ୍ରେମ ଧନୀ କି ଗରିବ କିଛି ମାନେ ନାହିଁ। ପ୍ରେମ ପାଖରେ ଜାତି ଧର୍ମ ସବୁ କିଛି ହୀନ ମାନେ ହୁଏ ।ବିଶ୍ୱାସ ସହିତ ସ୍ନେହ ଓ ଉଭୟ ଉଭୟଙ୍କୁଙ୍କୁ ଦେଇଥିବା ପ୍ରତିଶ୍ରୁତି ହିଁ ପ୍ରେମ ସମ୍ପର୍କ ଡୋରିକୁ ଅଧିକ ସୁଦୃଢ କରି ଥାଏ।ପ୍ରେମ ବିବାହ ପାଇଁ ଆବଶ୍ୟକ ନ ଥାଏ ବାହା ବେଦୀ କିମ୍ବା ମନ୍ତ୍ର ଧ୍ୱନୀ । କେବଳ ଏହା ପାଇଁ କେବଳ ଆବଶ୍ୟକ ଟୋପାଏ ସିନ୍ଦୁର ଓ ଦୁଇ ପଟ ଶଙ୍ଖା।
Jun 2,2022, 22:30 PM IST
Kalahandi District Session Court
ହତ୍ୟାକାରୀକୁ ଆଜୀବନ କାରାଦଣ୍ଡାଦେଶ ଶୁଣାଇଲେ କଳାହାଣ୍ଡି ଜିଲ୍ଲା ଦୌରାଜଜ
ଗତ ୨୦୧୫ ବର୍ଷରେ ହୋଇଥିବା ହତ୍ୟାକାଣ୍ଡ ଘଟଣାର ଶୁଣାଣି କରି ଜିଲ୍ଲା ଦୌରାଜଜ ଏହି ଘଟଣାରେ ଆସାମୀକୁ ଆଜୀବନ କାରାଦଣ୍ଡାଦେଶ ଦେଇଛନ୍ତି।
Jun 1,2022, 23:12 PM IST
Cannabis seized in Kalahandi Kandhamal Border
କଳାହାଣ୍ଡି କନ୍ଧମାଳ ଜିଲ୍ଲା ସୀମାନ୍ତରୁ ବିପୁଳ ପରିମାଣର ଗଞ୍ଜେଇ ଜବତ
ଜିଲ୍ଲାର ସୀମାବର୍ତ୍ତି ଅଞ୍ଚଳରେ ପୋଲିସ ଚେକିଂ ବ୍ୟବସ୍ତା ଢିଲା କାରଣରୁ ବେଫିକର ଚୋରା ଗଞ୍ଜେଇ ଚାଲାଣ ହେଉଥିବାର ଦେଖିବାକୁ ମିଳୁଛି।
Jun 1,2022, 22:56 PM IST
Kalahandi Zilla Parishad Member
ରାଜନୈତିକ ଡିଲ ନାଁ ପ୍ରହସନ; ଇସ୍ତଫା ପ୍ରତ୍ୟାହାର କଲେ ଜିଲ୍ଲା ପରିଷଦ ସଦସ୍ୟା
ଦୁଇଥର ଇସ୍ତଫା ପ୍ରଦାନ ପରେ ପ୍ରତ୍ୟାହାର କଲେ ଜିଲ୍ଲା ପରିଷଦ ସଦସ୍ୟା।
May 26,2022, 20:54 PM IST
ଗଞ୍ଜେଇ ମାଫିଆଙ୍କ ପାଇଁ ସୁରକ୍ଷିତ କରିଡର ପାଲଟିଛି କଳାହାଣ୍ଡି
ଚେକପୋଷ୍ଟ ଠାରେ ଯାଞ୍ଚ ଅଭାବରୁ ଏପରି ମାଫିଆ ଖସି ଯାଉଥିବାର ମଧ୍ୟ ନଜିର ରହିଛି।
May 25,2022, 20:19 PM IST
Kalahandi Minor Girl Rape Case
କଳାହାଣ୍ଡି ନାବାଳିକା ଗଣଦୁଷ୍କର୍ମ ମାମଲାରେ ରାୟ ଶୁଣାଇଲେ ଭବାନୀପାଟଣା POCSO କୋର୍ଟ
୨୦୧୬ ବହୁଚର୍ଚ୍ଚିତ କଳାହାଣ୍ଡି ନାବାଳିକା ଗଣଦୁଷ୍କର୍ମ ମାମଲାର ରାୟ ଶୁଣାଇଲେ ଭବାନୀପାଟଣା POCSO କୋର୍ଟ। ଏହି ଘଟଣାରେ ୩ ଜଣ ଅଭିଯୁକ୍ତଙ୍କୁ ୭ ବର୍ଷ ସଶ୍ରମ କାରାଦଣ୍ଡ ସହ ୧୦ ହଜାର ଟଙ୍କା ଜୋରିମାନା ଦଣ୍ଡାଦେଶ।
May 23,2022, 23:30 PM IST
Old Man Dies
ଏମିତି ବି ଆସେ ମୃତ୍ୟୁ, ରାସ୍ତା କଡ଼ରେ ବସିଥିବା ବେଳେ ଚାଲିଗଲା ଜୀବନ
ଭଗ ମାଝୀ ଅମଠାଗୁଡାଗାଁ ନିକଟରେ ହାଲିଆ ହୋଇ ରାସ୍ତା କଡ଼ରେ ଥିବା ପୋଲ ଉପରେ ବସି ଥିଲେ, ହଟାଠ ସେହି ସମୟରେ ସେ ପୋଲ ତଳକୁ ଖସି ପଡ଼ିଥିଲେ ଫଳରେ ଘଟଣା ସ୍ଥଳରେ ତାଙ୍କର ମୃତ୍ୟ ହୋଇଥିଲା ।
May 12,2022, 22:04 PM IST
ବିକାଶର କଳାପଟାରେ କଳାହାଣ୍ଡିର ଅଦୃଶ୍ୟ ଛବି; ଲୋକଙ୍କ ଶୋଷ ମେଣ୍ଟାଉଛି ଝର ପାଣି
ଦୀର୍ଘ ବର୍ଷ ହେଲା ଥୁଆମୂଳ ରାମପୁର (T Rampur) ଓ ଲାଞ୍ଜିଗଡ଼ ବ୍ଲକର ଆଦିବାସୀମାନେ ବୋହି ଯାଉଥିବା ନାଳପାଣି ଓ ଛୋଟ ଛୋଟ ଝରଣା ପାଣିକୁ ଆଶ୍ରା କରି ଚଳି ଆସୁଛନ୍ତି। ଏବେ ବି ଅନେକ ଅଞ୍ଚଳରେ ଏଭଳି ଦୃଶ୍ୟ ଦେଖିବାକୁ ମିଳୁଛି। ରାଜ୍ୟ ସରକାର ସ୍ୱାଧୀନତାର ୭୫ ବର୍ଷ ପରେ ମଧ୍ୟ ଲୋକଙ୍କୁ ପିଇବା ପାଣି (Water Crisis) ସୁନିଶ୍ଚିତ କରି ପାରିନାହାନ୍ତି।
May 12,2022, 12:03 PM IST
Security of Khandualmali
ଖଣ୍ଡୁଆଲ ମାଳି ସୁରକ୍ଷାକୁ ନେଇ ବସିଲା ଆଦିବାସି ସଭା
ନିୟମଗିରି ସୁରକ୍ଷା ଆନ୍ଦୋଳନ ପରେ ଏବେ ମୁଣ୍ଡ ଟେକିଛି ଖଣ୍ଡୁଆଲ ମାଳି ସୁରକ୍ଷା ପାଇଁ ଆନ୍ଦୋଳନ।
May 7,2022, 22:50 PM IST
Human Sacrifice
ଗୁପ୍ତଧନ ଲୋଭରେ ବାପାଙ୍କୁ ବଳି ଉଦ୍ୟମ; ପୋଲିସକୁ ଆକ୍ରମଣ, ପୁଅ ଓ ପୂଜକ ଗିରଫ
ବେଲପଡା ଗାଁର ଲିଙ୍ଗରାଜ ଭୋଇ ନାମକ ଜଣେ ଯୁବକ ନିଜର ୭୦ ବର୍ଷୀୟ ବାପା ବଳଦେବ ଭୋଇଙ୍କୁ ବଳିଦେବାକୁ ଉଦ୍ୟମ କରିଥିବା ଅଭିଯୋଗ ହୋଇଛି। ଗୁପ୍ତଧନ ପାଇବା ମୋହରେ ଜଣେ ପୂଜକଙ୍କ ସହ ମିଶି ବଳଦେବଙ୍କୁ ବଳି ଦେବାକୁ ଲିଙ୍ଗରାଜ ଉଦ୍ୟମ କରିଥିଲା।
Apr 30,2022, 9:50 AM IST
plastic rice
ମଧ୍ୟାହ୍ନ ଭୋଜନ ଯୋଜନା ବାଟବଣା! ଅପମିଶ୍ରିତ ଚାଉଳ ବଣ୍ଟନ ଅଭିଯୋଗ
ହେଲେ କୋଭିଡ ମହାମାରୀ ପାଇଁ ସମସ୍ତ ସ୍କୁଲ ବନ୍ଦ ହେବାରୁ ଛାତ୍ରଛାତ୍ରୀଙ୍କୁ ଉନ୍ନତ ମାନର ପୁଷ୍ଟିକର ଶୁଖିଲା ଖାଦ୍ୟ ଯୋଗାଇ ଦେବା ପାଇଁ ନିର୍ଦ୍ଦେଶ ଦେଲେ ସରକାର।
Apr 28,2022, 22:49 PM IST
covid hospital
କୋରନାକୁ ମାତ ଦେବ କଳାହାଣ୍ଡି; ଦ୍ୱିତୀୟ କୋଭିଡ୍ ହସ୍ପିଟାଲକୁ ମିଳିଲା ଅନୁମତି
ଜିଲ୍ଲାର ଭବାନୀପାଟଣା (Bhabanipatna) ସହର ବାନ୍ଦୋପଲା ଠାରେ ଥିବା ଇଞ୍ଜିନିୟରିଂ କଲେଜ ପରିସରରେ ପ୍ରତିଷ୍ଠା କରାଯିବ ଜିଲ୍ଲାର ଏହି ଦ୍ବିତୀୟ କୋଭିଡ ହସ୍ପିଟାଲ। ଆଉ ଏହି ମେଡ଼ିକାଲର ପରିଚାଳନା କରିବ ଲାଞ୍ଜିଗଡ଼ ବେଦାନ୍ତ ଆଲୁମିନା (Vedanta Alumina) ।
May 12,2021, 9:23 AM IST
Thank you
By clicking “Accept All Cookies”, you agree to the storing of cookies on your device to enhance site navigation, analyze site usage, and assist in our marketing efforts.