karnataka crime news toady: ସଦ୍ୟ କର୍ଣ୍ଣାଟକ ଚିକ୍କାବଲ୍ଲାପୁର ଜିଲ୍ଲାରେ ଘଟିଯାଇଛି ଏକ ଲୋମହର୍ଷଣକାରୀ ଘଟଣା। ଏଠାକାର ଜଣେ ଅବୈଧ ସମ୍ପର୍କକୁ ନେଇ ସନ୍ଦେହ ହେବାରୁ କାଳ ନିଦ ସାଙ୍ଗର ଗଳା କାଟି ଦେବା ସହ ରକ୍ତ ପିଇଦେଇଛନ୍ତି। ଏଭଳି ଘଟଣା ସାମ୍ନାକୁ ଆସିବା ପରେ ସ୍ଥାନୀୟ ଖେଳିଯାଇଛି ଚାଞ୍ଚଲ୍ୟ। 


COMMERCIAL BREAK
SCROLL TO CONTINUE READING

ପତ୍ନୀଙ୍କ ସହ ଅବୈଧ ସମ୍ପର୍କ (Illegal Relation) ରଖିଥିବା ସନ୍ଦେହ କରି ଜଣେ ବ୍ୟକ୍ତିଙ୍କୁ ତାଙ୍କ ବନ୍ଧୁଙ୍କ ଗଳା କାଟି ରକ୍ତ ପିଇବା ଅଭିଯୋଗରେ ଗିରଫ କରାଯାଇଛି। ଅଧିକାରୀ ଏହି ଘଟଣା ସମ୍ପର୍କରେ ସୂଚନା ପ୍ରଦାନ କରିଛନ୍ତି। ଏହି ଘଟଣାରେ ଆହତ ହୋଇଥିବା ପୀଡିତଙ୍କ ଜୀବନ ବଞ୍ଚି ଯାଇଥିବା ବେଳେ, ସେ ଡାକ୍ତରଖାନାରେ ଚିକିତ୍ସିତ ହେଉଛନ୍ତି।


କର୍ଣ୍ଣାଟକ (Karnataka) ଚିକ୍କାବଲ୍ଲାପୁର ଜିଲ୍ଲାରେ (Chikkaballapur District) ଘଟିଯାଇଥିବା ଏଭଳି ଲୋମ ହର୍ଷଣକାରୀ ଘଟଣାର ଭିଡ଼ିଓ ଜଣେ ସାକ୍ଷୀଙ୍କ ଦ୍ୱାରା କଏଦ ହୋଇଛି। ଏନଡିଟିଭି ପକ୍ଷରୁ ପ୍ରକାଶିତ ଖବର ଅନୁଯାୟୀ, ଏହି ଘଟଣାରେ ପ୍ରତିକ୍ରିୟା ରଖିଛି କର୍ଣ୍ଣାଟକ ପୋଲିସ (Karnataka Police)। ଏନେଇ ପୋଲିସ ପକ୍ଷରୁ କୁହାଯାଇଛି ଯେ ଅଭିଯୁକ୍ତ ବିଜୟ ସନ୍ଦେହ କରିଥିଲେ ଯେ ତାଙ୍କ ବନ୍ଧୁ ମାରେଶ ତାଙ୍କ ପତ୍ନୀଙ୍କ ସହ ଅନୈତିକ ସମ୍ପର୍କ ରଖିଛନ୍ତି। ଏହା ପରେ ଗତ ୧୯ ତାରିଖରେ ବିଜୟ, ନିଜର ବନ୍ଧୁ ମାରେଶଙ୍କୁ ସାକ୍ଷାତ କରିବାକୁ କହିଥିଲେ।


ହେଲେ ଯେତେବେଳେ ଦୁଇ ବନ୍ଧୁ ପରସ୍ପରକୁ ଭେଟିଥିଲେ, ସେତେବେଳେ ଅନୈତିକ ସମ୍ପର୍କକୁ ନେଇ ଉଭୟଙ୍କ ଯୁକ୍ତିତର୍କ ବଢିଯାଇଥିଲା। ଶେଷରେ କ୍ରୋଧରେ ବିଜୟ ତୀକ୍ଷ୍ଣ ଅସ୍ତ୍ରରେ ମାରେଶଙ୍କ ଗଳା କାଟି ଦେଇଥିବାର ଅଭିଯୋଗ ହୋଇଥିଲା। ଏହି ଘଟଣାକୁ ଜଣେ ବ୍ୟକ୍ତି ତାଙ୍କ ମୋବାଇଲ୍ ଫୋନ ଯୋଗେ କଏଦ ନେଇଥିଲେ। ଏହାର ଭିଡ଼ିଓ ମଧ୍ୟ ସାମ୍ନାକୁ ଆସିଛି। ଯେଉଁଥିରେ ଦେଖିବାକୁ ମିଳିଛି ଯେ ଅଭିଯୁକ୍ତ ବିଜୟ ତାଙ୍କ ବନ୍ଧୁ ମାରେଶଙ୍କ ଗଳା କାଟିବା ପରେ ରକ୍ତ ପିଉଥିବାର ନଜର ଆସୁଛନ୍ତି।


Also Read: Shocking News in Bihar: ହେ ଭଗହାନ! ବିବାହର ୨ ଦିନ ପରେ ସ୍ୱାମୀଙ୍କ ପ୍ରାଇଭେଟ ପାର୍ଟ କାଟିଦେଲେ ପତ୍ନୀ


ଭିଡିଓ ସାମ୍ନାକୁ ଆସିବା ପରେ ଜଣାପଡିଛି ଯେ ବିଜୟ ମାରେଶଙ୍କୁ ପଚରାଉଚରା କରୁଛନ୍ତି, ଯିଏ ନିଜର ଗଳା କଟିଯିବା ପରେ ତଳେ ପଡ଼ି ଯାଇଛନ୍ତି। ଅଭିଯୁକ୍ତ ବିଜୟ ମଧ୍ୟ ନଇଁ ପଡି ମାରେଶଙ୍କ ଗଳାରୁ ବାହାରୁ ଥିବା ରକ୍ତ ପିଉଥିବାର ନଜର ଆସିଛନ୍ତି। ସେ ଆହତ ବ୍ୟକ୍ତିଙ୍କୁ ଥାପଡ ମାରିବା ସହ ଧକ୍କା ମାରୁଥିବାର ଦେଖିବାକୁ ମିଳିଛି।


ଏହି ଲୋମହର୍ଷଣକାରୀ ଘଟଣାର ଭିଡ଼ିଓ ସୋସିଆଲ ମିଡିଆ ମାଧ୍ୟମରେ ଭାଇରାଲ ହୋଇଥିଲା। ଯାହା ପରେ ଅଭିଯୁକ୍ତ ବିଜୟଙ୍କୁ ଗିରଫ କରିଥିଲା ପୋଲିସ। ଆହତ ମାରେଶଙ୍କ ଚିକିତ୍ସା ଚାଲିଥିବା ବେଳେ ବିଜୟଙ୍କ ବିରୋଧରେ କେଞ୍ଚରଲାହାଲ୍ଲୀ ଥାନାରେ (Kencharlahalli Police Station) ଏକ ହତ୍ୟା ମାମଲା ରୁଜୁ କରିଛି ପୋଲିସ।