Shocking News in Bihar: ହେ ଭଗହାନ! ବିବାହର ୨ ଦିନ ପରେ ସ୍ୱାମୀଙ୍କ ପ୍ରାଇଭେଟ ପାର୍ଟ କାଟିଦେଲେ ପତ୍ନୀ
Advertisement
Article Detail0/zeeodisha/odisha1729816

Shocking News in Bihar: ହେ ଭଗହାନ! ବିବାହର ୨ ଦିନ ପରେ ସ୍ୱାମୀଙ୍କ ପ୍ରାଇଭେଟ ପାର୍ଟ କାଟିଦେଲେ ପତ୍ନୀ

Bihar Latest Crime News: ବିବାହର ଦୁଇ ଦିନ ପରେ ଜଣେ ମହିଳା ତାଙ୍କ ସ୍ୱାମୀଙ୍କ ପ୍ରାଇଭେଟ ପାର୍ଟ କାଟି ଦେଇଛନ୍ତି। ଏହି ଘଟଣା ସାମ୍ନାକୁ ଆସିବା ପରେ ଏବେ ଚାଞ୍ଚଲ୍ୟ ଖେଳିଯାଇଛି।

Shocking News in Bihar: ହେ ଭଗହାନ! ବିବାହର ୨ ଦିନ ପରେ ସ୍ୱାମୀଙ୍କ ପ୍ରାଇଭେଟ ପାର୍ଟ କାଟିଦେଲେ ପତ୍ନୀ

Woman Stabs Husbands Private Parts: ସଦ୍ୟ ବିହାର ରାଜଧାନୀ ପାଟନା ସହରରେ ଦେଖିବାକୁ ମିଳିଛି ଏକ ଚମକାଇବା ଭଳି ଘଟଣା। ଏଠାରେ ଜଣେ ମହିଳା ବିବାହର ୨ ଦିନ ପରେ ସ୍ୱାମୀ ପ୍ରାଇଭେଟ ପାର୍ଟ କାଟି ଦେଇଛନ୍ତି। ଏହି ଘଟଣା ସାମ୍ନାକୁ ଆସିବା ପରେ ସ୍ଥାନୀୟ ଅଞ୍ଚଳରେ ଖେଳିଯାଇଛି ଚାଞ୍ଚଲ୍ୟ। ଏପରି ଲୋମହର୍ଷଣକାରୀ ଘଟଣା ସହରର ନ୍ୟୁ ଡାକ ବଙ୍ଗଳା ରୋଡ ଅଞ୍ଚଳରେ ଅବସ୍ଥିତ ଏକ ହୋଟେଲ ଠାରେ ଘଟିଥିବାର ଜଣାପଡ଼ିଛି।

ବିବାହର ଦୁଇ ଦିନ ପରେ ପାଟନା (Patna) ଅଞ୍ଚଳର ଜଣେ ମହିଳା ତାଙ୍କ ସ୍ୱାମୀଙ୍କ ପ୍ରାଇଭେଟ ପାର୍ଟ କାଟି (Woman Stabs Husbands Private Parts) ଦେଇଛନ୍ତି। କାରଣ ସ୍ୱାମୀଙ୍କ ପିତାମାତା ଚାହୁଁଥିଲେ ଯେ ସେ ଅନ୍ୟ ଝିଅକୁ ବିବାହ କରନ୍ତୁ। ପାଟନା ସହରର (Patna City) ନ୍ୟୁ ଡାକ ବଙ୍ଗଳା ରୋଡ ଠାରେ (New Dak Bunglow Road) ଅବସ୍ଥିତ ଏକ ହୋଟେଲ ଠାରେ ଘଟିଛି ଏଭଳି ଘଟଣା। 

ପୀଡିତ ଜଣଙ୍କ ବିହାର (Bihar) ସୀତାମଢି ଜିଲ୍ଲାର (Sitamarhi District) ସିଆରପିଏଫ ଯବାନ ସୂର୍ଯ୍ୟ ଭୂଷଣ କୁମାର ଏବଂ ଅଭିଯୁକ୍ତ ନେହା କୁମାରୀଙ୍କ ମଧ୍ୟରେ ସମ୍ପର୍କ ଥିଲା। ଯେତେବେଳେ ସେ ଜାଣିବାକୁ ପାଇଲେ ଯେ ତାଙ୍କ ପିତାମାତା ଅନ୍ୟ ଜଣେ ମହିଳାଙ୍କ ସହ ତାଙ୍କ ବିବାହର ବ୍ୟବସ୍ଥା କରୁଛନ୍ତି, ସେତେବେଳେ ନେହା ସୂର୍ଯ୍ୟଙ୍କୁ ପାଟନା ଆସିବାକୁ ବାଧ୍ୟ କରିଥିଲେ। ଶେଷରେ ଚାପର ଚାପର ବଶବର୍ତ୍ତୀ ହୋଇ ସୂର୍ଯ୍ୟ ଭୂଷଣ କୁମାର ଜୁନ୍ ୩ ତାରିଖରେ ପାଟନା ଆସିଥିଲେ। ପରେ ଉଭୟେ ଜୁନ୍ ୫ ତାରିଖରେ ସ୍ଥାନୀୟ ଏକ ଅଦାଲତରରେ ବିବାହ କରିଥିଲେ।

ପରିବାର ଦ୍ୱାରା ସ୍ଥିର କରାଯାଇଥିବା ବିବାହକୁ ଭାଙ୍ଗିବା ପାଇଁ ଅଭିଯୁକ୍ତ ନେହା କୁମାରୀ ପୀଡିତ ସୂର୍ଯ୍ୟ ଭୂଷଣ କୁମାରଙ୍କ ଉପରେ ପ୍ରବଳ ଚାପ ପ୍ରୟୋଗ କରିଥିଲା। ଶେଷରେ ସେମାନେ ପାଟନା ସିଟି କୋର୍ଟ (Patna City Court) ଠାରେ ବିବାହ କରିବା ସହ ସ୍ଥାନୀୟ ଏକ ହୋଟେଲ (Patna New Dak Bunglow Road Hotel) ଠାରେ ରହୁଥିଲେ। ଏହି ସୂଚନା ଦେଇଛନ୍ତି ଗାନ୍ଧୀ ମୈଦାନ ଥାନା (Gandhi Maidan Police Station) ଷ୍ଟେସନ ହାଉସ ଅଫିସର ସୁନୀଲ କୁମାର ରାଜବଂଶୀ। ପତ୍ନୀଙ୍କ ଦ୍ୱାରା ଛୁରମାଡ଼ର ଶୀକାର ହୋଇଥିବା ପୀଡ଼ିତ ବର୍ତ୍ତମାନ ପାଟନା ମେଡିକାଲ କଲେଜ ଏବଂ ହସ୍ପିଟାଲ (Patna Medical College and Hospital) ଠାରେ ଭର୍ତ୍ତି ହୋଇଛନ୍ତି।

ହେଲେ ଗତ ବୁଧବାର ଏହି ଦମ୍ପତି ବିବାହ ଭାଙ୍ଗିବାକୁ ନେଇ ରାଗିଯିବା ସହ ପରସ୍ପର ମଧ୍ୟରେ ପ୍ରବଳ ଯୁକ୍ତିତର୍କ କରିଥିଲେ। ଅଭିଯୁକ୍ତ ପୀଡିତଙ୍କୁ ହତ୍ୟା କରିବ କିମ୍ବା ନିଜେ ଆତ୍ମହତ୍ୟା କରିବ। ଯେତେବେଳେ ଯୁକ୍ତିତର୍କ ତୀବ୍ର ହେଲା, ସେତେବେଳେ ଅଭିଯୁକ୍ତ ଏକ ଛୁରୀ ବାହାର କରି ପୀଡ଼ିତଙ୍କ ପ୍ରାଇଭେଟ ପାର୍ଟ ଉପରେ ଆକ୍ରମଣ କରିଥିଲା। ଆକ୍ରମଣ ପରେ ପୀଡିତ ଜଣଙ୍କ ରୁମ ମଧ୍ୟରୁ ବାହାରି ଯାଇ ହୋଟେଲ କର୍ମଚାରୀଙ୍କୁ ଘଟଣା ସମ୍ପର୍କରେ ଜଣାଇଥିଲେ। ଆମେ ଅଭିଯୁକ୍ତଙ୍କୁ ଗିରଫ କରିଛୁ ଏବଂ ଏହି ମାମଲାରେ ଅଧିକ ତଦନ୍ତ ଚାଲିଛି ବୋଲି କହିଛନ୍ତି ଗାନ୍ଧୀ ମୈଦାନ ଥାନା ଏସଏଚଓ।