Archana Nag: ବେଆଇନ କାମ କରିଥିବା ପଙ୍କରେ ଧିରେ ଧିରେ ଫସିବାରେ ଲାଗିଛି ଲେଡି ବ୍ଲାକମେଲର ଅର୍ଚ୍ଚନା ନାଗ୍ । ଏହାସହ ତାଙ୍କ ସ୍ୱାମୀ ଜଗବନ୍ଧୁ ଚାନ୍ଦ ମଧ୍ୟ ଇଡି ଜାଲରେ ଛନ୍ଦି ହୋଇଛନ୍ତି । ତେବେ ସୂଚନାନୁସାରେ ଇଡି ଆଗରେ କିଛିଟା ସତ ଓଗାଳିଛନ୍ତି ବ୍ଲାକମେଲର ଅର୍ଚ୍ଚନା ନାଗ୍। ଆଉ ଏହି ସତ କଥାକୁ ଆଧାର କରି  ଅର୍ଚ୍ଚନା, ଶ୍ରଦ୍ଧାଞ୍ଜଳିଙ୍କୁ ମୁହାଁମୁହିଁ ଜେରା କରାଯାଇଥିବା ସୂଚନା ମିଳିଛି। ସେହିପରି ଆଗକୁ ମଧ୍ୟ ଏହି ଦୁହିଁଙ୍କ ସମେତ ଜଗବନ୍ଧୁଙ୍କୁ ମଧ୍ୟ ସାମ୍ନାସାମ୍ନି ଜେରା କରିପାରେ ଇଡି।  ଗତକାଲି ଇଡି ହାତରେ ବାଜିଥିଲା ଲେଡି ବ୍ଲାକମେଲର ଅର୍ଚ୍ଚନା ନାଗ୍ ଙ୍କ ଡାଏରୀ। ଆଉ ଏବେ କଳା ସାମ୍ରାଜ୍ୟର କଳାଗୁମର ଖୋଲିବା ନେଇ ବାଟ ବି ଧିରେ ଧିରେ ସଫା ହେବାରେ ଲାଗିଛି । ସୂଚନାନୁସାରେ ଗତକାଲି ସକାଳ ସମୟରେ ଖଣ୍ଡଗିରି ଥାନାରେ ଇଡିର ଅଧିକାରୀ ପହଞ୍ଚିଥିଲେ । ଏହାପରେ ଅର୍ଚ୍ଚନା ନାଗ ଙ୍କ ଡାଏରୀ ଇଡି ହାତରେ ବାଜିଥିଲା। ଅନ୍ୟପକ୍ଷରେ ଅର୍ଚ୍ଚନା ନାଗ୍ ସ୍ୱାସ୍ଥ୍ୟବାହାନା କରି ଇଡି ଜେରାରୁ ଦୂରେଇ ରହିବାକୁ ଚାହୁଁଛନ୍ତି।


COMMERCIAL BREAK
SCROLL TO CONTINUE READING

କୁହାଯାଉଛି ଯେ, ଇଡି ହାତରେ ବାଜିଥିବା ଏହି ଡାଏରୀରେ ସବୁ ସତ ଲୁଚି ରହିଛି । ଅର୍ଚ୍ଚନା କାହାଠାରୁ ଟଙ୍କା ଆଣିଛନ୍ତି କାହାକୁ ଦେଇଛନ୍ତି ଏହି କଳା ସାମ୍ରାଜ୍ୟରେ କିଏ କିଏ ସାମିଲ ଅଛନ୍ତି ଏନେଇ ସବୁ ଖୋଳତାଡ କରୁଛି ଇଡି। ସେହିପରି ଘର, ଟଙ୍କା ପରେ ସୁନାକିଣା ବିକାକୁ ନେଇ ଅର୍ଚ୍ଚନା ନାଗକୁ ଜେରାକରୁଛି ଇଡି। ସେଥିମଧ୍ୟରୁ କାହା କାହା ପାଖରୁ ସେ ସୁନା କିଣିଥିଲେ ସେନେଇ ବ୍ୟବସାୟୀ ମାନଙ୍କୁ ମଧ୍ୟ ଡ଼କାଯାଇ ଜେରା କରାଯାଉଛି। ଇଡି ଲେଡି ବ୍ଲାକମେଲର ଅର୍ଚ୍ଚନା ନାଗ (Lady Black mailer) ଓ ତାଙ୍କ ସ୍ୱାମୀଙ୍କୁ ରିମାଣ୍ଡରେ ନେଇଛି । ଅର୍ଚ୍ଚନାଙ୍କୁ ୬ ଦିନ ଓ ତାଙ୍କ ସ୍ୱାମୀ ଜଗବନ୍ଧୁଙ୍କୁ ୯ଦିନ ରିମାଣ୍ଡରେ ନେଇଛି ଇଡି। ଏହି ରିମାଣ୍ଡ ଅବଧି ମଧ୍ୟରେ ବହୁ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ଇଡି ହାତରେ ବାଜିବା ନେଇ ଆଶଙ୍କା କରାଯାଉଛି।  


ରାଜ୍ୟ ରାଜଧାନୀ ଭୁବନେଶ୍ବରର ବହୁଚର୍ଚ୍ଚିତ ଲେଡି ବ୍ଲାକମେଲର ଅର୍ଚ୍ଚନା ନାଗଙ୍କୁ (Archana Nag) ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ଡିସେମ୍ବର ୧୩ ତାରିଖରେ ଗିରଫ କରିଛି। ୭ ଦିନିଆ ରିମାଣ୍ଡ ସରିବା ପରେ ଅର୍ଚ୍ଚନା ନାଗଙ୍କୁ ଇଡି ପ୍ରଥମେ କୋର୍ଟରେ ହାଜର କରିଥିଲା। ଭୁବନେଶ୍ୱର ଏସ୍‌ଡିଜେଏମ୍‌ କୋର୍ଟରେ ହାଜର କରିବା ପରେ ଅର୍ଚ୍ଚନାଙ୍କୁ ଗିରଫ କରିଥିଲା ଇଡି। ସେପଟେ ଅର୍ଚ୍ଚନା ନାଗ ଅଭିଯୋଗ ମାମଲାରେ ଇଡି (ED) ପୂର୍ବରୁ ଜଗବନ୍ଧୁ ଓ ଅର୍ଚ୍ଚନାଙ୍କ ଘନିଷ୍ଠ ସହଯୋଗୀ ଖଗେଶ୍ୱର ପାତ୍ରଙ୍କୁ ପୂର୍ବରୁ ଗିରଫ କରିଥିଲା। କମିଶନରେଟ ପୋଲିସ  ହାତରୁ ମାମଲା ସ୍ଥାନାନ୍ତରିତ ହେଲା ପରେ ଇଡି ପ୍ରଥମ ଥର ପାଇଁ ଅର୍ଚ୍ଚନା ନାଗଙ୍କୁ ୭ ଦିନିଆ ରିମାଣ୍ଡରେ ନେଇଥିଲା। 


ତେବେ ଚାଲିଥିବା ଏହି ରିମାଣ୍ଡ ଅବଧି ସମୟରେ ବିଭାଗୀୟ ଅଧିକାରୀମାନେ ପଚରାଉଚରା କରିଥିଲେ। ତେବେ ଏହି ୬ ଦିନିଆ ରିମାଣ୍ଡରେ ଅର୍ଚ୍ଚନା କାହା ନାଁ କହିବେ ସେ ନେଇ ରାଜ୍ୟରେ ଚହଳ ସୃଷ୍ଟି ହୋଇଛି । ସେହିପରି ଇଡି ହାସଲ କରିଥିବା ଅର୍ଚ୍ଚନା ଙ୍କ ଡାଏରୀ (Archana Nag Diary) ବାବଦରେ ମଧ୍ୟ ଘନ ଘନ ଜେରା ହେବା ନେଇ ସୂଚନା ରହିଛି। ସେହିପରି ଅର୍ଚ୍ଚନାଙ୍କ ବୟାନ ଆଧାରରେ ତଦନ୍ତ ହେବାକୁ ଥିବା ବେଳେ ଅର୍ଚ୍ଚନାଙ୍କ ନେଟୱାର୍କରେ ଥିବା ଅନେକ ବଡବଡ଼ିଆ ଫସିବା ନେଇ ଚର୍ଚ୍ଚା ହେଉଛି। 


Also Read: Archana Nag Diary: ED ହାତରେ ଅର୍ଚ୍ଚନାଙ୍କ ଡାଏରୀ, ବଡ଼ବଡ଼ିଆଙ୍କ ଛାତିରେ ପଶିଲା ଛନକା !


Also Read: Pornographic Films: ଆପଣ ଅଶ୍ଲିଳ ମୁଭି ଦେଖୁଛନ୍ତି କି? ଆପଣଙ୍କ ବିରୋଧରେ NCRB ନେଇପାରେ ବଡ଼ ପଦକ୍ଷେପ, ଜାଣନ୍ତୁ କଣ ରହିଛି ନିୟମ