ଲକ୍ଷ୍ନୌ: ରାଷ୍ଟ୍ରୀୟ ସ୍ୱୟଂସେବାକ ସଙ୍ଘର କାର୍ଯ୍ୟାଳୟକୁ ବୋମାରେ ଉଡାଇ ଦେବାକୁ ଧମକ ଦିଆଯାଉଛି। ଏହି ଘଟଣା ସାମ୍ନାକୁ ଆସିବା ପରେ ଲକ୍ଷ୍ନୌରେ ଏକ ଏତଲା ଦାଏର ହୋଇଛି। ସଙ୍ଘ କାର୍ଯ୍ୟାଳୟର ଜଣେ କର୍ମଚାରୀଙ୍କ ଅଭିଯୋଗରେ ଲକ୍ଷ୍ନୌର ମାଦିଆବ ଥାନା ଏକ ମାମଲା ରୁଜୁ ହୋଇଛି। ଏତଲାରେ କୁହାଯାଇଛି ଯେ, ହ୍ୱାଟସଆପରେ ଏକ ଧମକପୂର୍ଣ୍ଣ ମେସେଜ ଆସିଥିଲେ। ସେଠାରେ ସୋମବାର ରାତି ୮ଟା ସମୟରେ ଲକ୍ଷ୍ନୌ ଏବଂ ଉନ୍ନାଓର RSS କାର୍ଯ୍ୟାଳୟକୁ ବିସ୍ଫୋରଣ କରି ଉଡାଇ ଦେବାକୁ କରିବାକୁ ଧମକ ଆଯାଇଛି। ବର୍ତ୍ତମାନ ପୋଲିସ ଏକ ମାମଲା ରୁଜୁ କରି ଏହାର ତଦନ୍ତ ଆରମ୍ଭ କରିଛି।


COMMERCIAL BREAK
SCROLL TO CONTINUE READING

RSS କାର୍ଯ୍ୟାଳୟକୁ ବିସ୍ଫୋରଣ କରି ଉଡାଇ ଦେବାକୁ କରିବାକୁ ଧମକ ଆସିଲା ପରେ ଉତ୍ତର ପ୍ରଦେଶର ରାଜଧାନୀରେ ଚାଞ୍ଚଲ୍ୟ ଖେଳିଯାଇଛି। ଅନେକ ସମୟରେ ସହରରେ ବୋମା ବିସ୍ଫୋରଣର ଧମକ ଆସିଛି। ୟୁପି ପୋଲିସର କ୍ୱିକ୍ ଆକ୍ସନ ପାଇଁ ସେସବୁ ଯୋଜନା ବିଫଳ ହୋଇଛି। କିନ୍ତୁ ଏଥର ଲକ୍ଷ୍ନୌ ଓ ଉନାଓ ସଙ୍ଘ କାର୍ଯ୍ୟାଳୟକୁ ଦୁର୍ବୃତ୍ତମାନେ ଟାର୍ଗେଟ କରିଛନ୍ତି। ଅଜଣା ବ୍ୟକ୍ତିଙ୍କ ଏହି ଧମକ ପରେ ସହରରେ ସୁରକ୍ଷା ବ୍ୟବସ୍ଥା କଡାକଡି କରାଯାଇଛି। କିଏ ଓ କାହିଁକି ଏହି ମେସେଜ ପଠାଇଛି ତାହାର ଖୋଳତାଡ ଚାଲିଛି। ତେବେ କେବଳ ଲୋକଙ୍କୁ ଆତଙ୍କୀତ କରିବା ପାଇଁ ଏପରି ମେସେଜ ପଠାଯାଇ ପାରେ ବୋଲି କୁହାଯାଉଛି।


Also Read: ପାଗଳପ୍ରେମୀ ସହ ନିଖୋଜ ପତ୍ନୀଙ୍କୁ ମିଶାଇଲା ଜୀ ମିଡିଆ; ଜାଣନ୍ତୁ, କେମିତି ହଜିଥିଲେ ଆଉ ମନ୍ଦିରରେ


ସୂଚନାଯୋଗ୍ୟ, ମୁସଲମାନ ସମ୍ପ୍ରଦାୟର ଶେଷ ପେଗାମ୍ବର ମହମ୍ମଦଙ୍କ ଉପରେ ବିବାଦୀୟ ମନ୍ତବ୍ୟ ଦେବା ପରେ ନୁପୁର ଶର୍ମା ସର୍ବଦଳୀୟ ବିରୋଧର ସମ୍ମୁଖୀନ ହେଉଥିବା ବେଳେ ଏହି ଧମକ ଦିଆଯାଇଛି। ତେବେ ବିଜେପି ପକ୍ଷରୁ କୁହାଯାଇଛି ଯେ, ସେମାନେ ସମସ୍ତ ଧର୍ମକୁ ସମ୍ମାନ କରନ୍ତି। ଏହା ସହିତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ଦଳ ଗୋଟିଏପଟେ ନୁପୁର ଶର୍ମାଙ୍କୁ ନିଲମ୍ବିତ କରିଛି ଏବଂ ଅନ୍ୟପଟେ ନବୀନ ଜିନ୍ଦଲଙ୍କୁ ଦଳରୁ ବାହାରିବା ବାଟ ଦେଖାଯାଇଛି।


ଏହାପୂର୍ବରୁ ମୁମ୍ବାଇ ପୋଲିସ ସୋମବାର ବଲିଉଡ ଅଭିନେତା ସଲମାନ ଖାନଙ୍କ ପିତା ସଲିମ ଖାନଙ୍କ ବୟାନ ରେକର୍ଡ କରିଛି। ସଲିମଙ୍କୁ ପଞ୍ଜାବୀ ଗାୟକ ସିଦ୍ଧୁ ମୁସେୱାଲାଙ୍କ ଭଳି ହତ୍ୟା କରିବାକୁ ଏକ ଚିଠିରେ ଧମକ ଦିଆଯାଇଥିଲେ। ବାନ୍ଦ୍ରାସ୍ଥିତ ସଲମାନ ଖାନଙ୍କ ଘର ଚାରିପାଖରେ ସୁରକ୍ଷା ବଢାଇଦିଆଯାଇଛି। ସଲମାନ ବାହାରେ ଥିବାରୁ  ପୋଲିସ ତାଙ୍କ ବୟାନ ରେକର୍ଡ କରିପାରି ନାହିଁ ବୋଲି ଜଣେ ଅଧିକାରୀ କହିଛନ୍ତି।