କଟକ: Mahanga Murder Case: ମାହାଙ୍ଗାରେ ବିଭତ୍ସ ହତ୍ୟାକାଣ୍ଡ । ଗୋଟିଏ ପରିବାରର ୫ ଜଣଙ୍କୁ ହତ୍ୟା । ବଡ଼ ଭାଇ, ଭାଉଜ ଓ ପୁତୁରାକୁ ହତ୍ୟା କଲା ସାନ ଭାଇ । ଏହି ଘଟଣାରେ ମାହାଙ୍ଗା କୁଶୁପୁର ଅଞ୍ଚଳରେ ଚାଞ୍ଚଲ୍ୟ ଖେଳାଇ ଦେଇଛି । ହତ୍ୟା କରିବା ପରେ ବାଲିଚନ୍ଦ୍ରପୁର ଥାନାରେ ଆତ୍ମସମର୍ପଣ କରିଛି ଅଭିଯୁକ୍ତ । ହତ୍ୟା କରିଥିବା କଥାକୁ ସ୍ୱୀକାର କରିଛି ଅଭିଯୁକ୍ତ ସାନ ଭାଇ । ଏକ ଭିଡିଓ ଜାରି କରି ଅଭିଯୁକ୍ତ ନିଜ ଦୋଷ ସ୍ୱୀକାର କରିଛି ।ପାରିବାରିକ କଳହକୁ କେନ୍ଦ୍ର କରି ଏଭଳି ଘଟଣା ଘଟିଛି । ସୂଚନା ଅନୁସାରେ ଅଭିଯୁକ୍ତ ଶିବ ପ୍ରସାଦ ସାହୁ, ବଡ଼ ଭାଇ, ଭାଉଜ ଓ ପୁତୁରାକୁ ହତ୍ୟା କରିଛି । ମୃତକ ମାନେ ହେଉଛନ୍ତି ଅଲେଖ ସାହୁ, ତାଙ୍କ ପତ୍ନୀ ରଶ୍ମିରେଖା ସାହୁ, ଦୁଇ ପୁଅ ସ୍ମୃତି ସୌରଭ ଓ ସ୍ମୃତି ସାଇ ଏବଂ ଝିଅ ସ୍ମୃତିସନ୍ଧ୍ୟା । ଝିଅକୁ ୧୮ ବର୍ଷ ହୋଇଥିବା ବେଳେ ଦୁଇ ପୁଅ ନାବାଳକ ଥିଲେ।


COMMERCIAL BREAK
SCROLL TO CONTINUE READING

ଏହା ବି ପଢ଼ନ୍ତୁ:-ଭୁଷୁଡ଼ିଛି ମାଓଗଡ଼, ଆତ୍ମସମର୍ପଣ କଲା ହାର୍ଡକୋର ମାଓବାଦୀ


ଏହା ବି ପଢ଼ନ୍ତୁ:-ମୋବାଇଲ ଫୋନରେ ଷ୍ଟୋରେଜ୍ ଫୁଲ୍ ହୋଇଯାଇଛି କି? ଜାଣନ୍ତୁ କେମିତି କରିବେ ଖାଲି...


ଏହା ବି ପଢ଼ନ୍ତୁ:-ଓଡ଼ିଶା ଆସୁଛନ୍ତି ୧୦ କେନ୍ଦ୍ର ମନ୍ତ୍ରୀ, ଆକାଂକ୍ଷୀ ଜିଲ୍ଳାର ପରଖିବେ ସ୍ଥିତି


ବଡ଼ ଭାଇ ଅଲେଖ ଗାଁରେ ଏକ ଛୋଟ ଦୋକାନ କରିଥିଲେ। ସେହିପରି ଅଭିଯୁକ୍ତ ଶିବ ଡ୍ରାଇଭର ଭାବେ କାର୍ଯ୍ୟ କରୁଥିଲେ । ଘର ଓ ଜାଗାବାଡ଼ି ନେଇ ଦୁଇ ଭାଇଙ୍କ ମଧ୍ୟରେ ଦୀର୍ଘ ବର୍ଷରୁ ଝଗଡ଼ା ଲାଗି ରହିଥିଲା। ତେବେ ସୋମବାର ରାତିରେ ତାହା ଉଗ୍ରରୂପ ନେଇଥିଲା। ରାତି ପ୍ରାୟ ଅଢ଼େଇଟା ବେଳେ ଶିବ ସମସ୍ତଙ୍କୁ ହତ୍ୟା କରିଥିଲା । କୌଣସି ଧାରୁଆ ଅସ୍ତ୍ରରେ ସେ ସେମାନଙ୍କୁ ହାଣି ଦେଇଥିବା ସୂଚନା ମିଳିଛି । ବଡ଼ ଭାଇ ଓ ତାଙ୍କ ପରିବାର ଲୋକଙ୍କୁ ମାରି ସେ ତାଲା ପକାଇ ଦେଇଥିଲେ। ଆଜି ସକାଳ ସାଢ଼େ ଆଠଟା ପର୍ଯ୍ୟନ୍ତ ଶିବ ଗାଁରେ ଥିଲେ। ତା’ପରେ ସେ ବାଲିଚନ୍ଦ୍ରପୁର ଯାଇ ଆତ୍ମସମର୍ପଣ କରିଥିଲେ । ପୁଲିସ୍ ଓ ମାଜିଷ୍ଟ୍ରେଟ୍ ଘଟଣାସ୍ଥଳରେ ପହଞ୍ଚି ଘରର କବାଟ ଭାଙ୍ଗି ମୃତଦେହ ଗୁଡ଼ିକୁ ଜବତ କରିଛନ୍ତି। ଘଟଣାରେ ପୁଲିସ୍ ତଦନ୍ତ କରୁଛି।