Shocking News: ପୁଣି ଲଜ୍ଜ୍ୟା, ବାପା ନୁହେଁ ସେ ନର୍କର କୀଟ । ଝିଅକୁ ରକ୍ଷା କରିବା ପରିବର୍ତ୍ତେ ଇଜ୍ଜତ୍ ଲୁଟୁଥିଲା ଅମଣିଷ । ଯୌନ ପିପାସୁ ସାବତ ବାପା ସାଜିଲା ପିଶାଚ(father assault minor daughter)। ନାବାଳିକା ଝିଅକୁ ବର୍ଷ ତମାମ କରୁଥିଲା ଦୁଷ୍କର୍ମ (minor daughter)।  ଆଉ ଅନ୍ତଚିରୀ ଜନ୍ମ ଦେଇଥିବା ମା ବି ଭୁଲିଗଲା ସ୍ନେହ ମମତା। ସାବତ ବାପାର ଏଭଳି କୁକର୍ମରେ ସାହାର୍ଯ୍ୟ କରୁଥିଲା ମାଆ (mother also supported him)।  ଶେଷରେ ନିଜ ଜୀବନ ବଂଚାଇବା ପାଇଁ ପୋଲିସ୍‌ର ଦ୍ୱାରସ୍ଥ ହୋଇଛି ନାବାଳିକା। ଏଭଳି ଘଟଣା ଘଟିଛି ମୟୂରଭଞ୍ଜ ଜିଲ୍ଲା ଉଦଳା ଥାନା ଅଞ୍ଚଳରେ(mayurbhanj) । ଉଦଳା ଥାନା ଅଂଚଳରେ ଜଣେ ନାବାଳିକାକୁ ତାହାର ସାବତ ବାପା ବାରମ୍ବାର ଦୁଷ୍କର୍ମ କରିଥିବା ନେଇ ନାବାଳିକା ଜଣକ ଉଦଳା ଥାନାରେ ଲିଖିତ ଅଭିଯୋଗ କରିଛି। ନାବାଳିକାର ସାବତ ବାପା ସତ୍ୟବାନ ନାଏକ ବାରମ୍ବାର ଘରେ ଆସି ନାବାଳିକା ଝିଅକୁ ଦୁଷ୍କର୍ମ କରୁଥିଲା।


COMMERCIAL BREAK
SCROLL TO CONTINUE READING

ଏଭଳି ଘଟଣାରେ ମାଆ ଚୁମକି ନାଏକ ବାରମ୍ବାର ସହଯୋଗ କରି ଆସୁଥିଲା। ଶେଷରେ ଗତକାଲି ନାବାଳିକା ଜଣକ ଘରୁ ଲୁଚି ଆସି ଏ ନେଇ ଉଦଳା ଥାନାରେ ଲିଖିତ ଅଭିଯୋଗ କରିବା ପରେ ପୋଲିସ୍ ଅଭିଯୁକ୍ତ ସାବତ ବାପା ଏବଂ ମାଆକୁ ଗିରଫ କରି କୋର୍ଟଚାଲାଣ କରିଛି। ସାବତ ବାପା ନାବାଳିକା ଝିଅକୁ ଏକ ବର୍ଷ ହେବ ଦୁଷ୍କର୍ମ କରି ଆସୁଥିବା ବେଳେ ଏ ବାବଦରେ କାହାକୁ ଜଣାଇଲେ ଜୀବନରୁ ମାରିଦେବାର ଧମକ ମଧ୍ୟ ଦେଇ ଆସୁଥିଲା । ପୋଲିସ୍ ନାବାଳିକା ଝିଅକୁ ଉଦ୍ଧାର କରି ସୁଧାର ଗୃହକୁ ପଠାଇଛି। ଏହାସହ ଘଟଣାର ଅଧିକ ତଦନ୍ତ ଜାରି ରଖିଛି । 


Also Read: Road Accident: ପିକନିକ୍ ଯିବା ବେଳେ ଦୁର୍ଘଟଣା, ଡକାଡକି ହୋଇ ଆରପାରିକୁ ଚାଲିଗଲେ ତିନି ସାଙ୍ଗ


Also Read: Interesting Story: ବିବାହର ଅନନ୍ୟ ପରମ୍ପରା, ଏଠି ବର ଛୁଏଁ କନ୍ୟାର ପାଦ


ନିକଟରେ ଏଭଳି ଏକ ଘଟଣା ଉତ୍ତରପ୍ରଦେଶର ବରେଲି ଅନ୍ତର୍ଗତ ବହେଡ଼ି କୋତାଓ୍ୱାଲୀ ଅଞ୍ଚଳରେ ଘଟିଥିଲା । ଜଣେ ନାବାଳିକାକୁ ତାର ବାପା ଦୁଷ୍କର୍ମ କରିଥିବା ଜଣାପଡ଼ିଛି। ଏହାଠାରୁ ଆହୁରି ବଡ଼ କଥା ହେଉଛି କି ଏପରି କରିବାକୁ ଅଭିଯୁକ୍ତକୁ ତାର ସ୍ତ୍ରୀ ଉସୁକାଇଥିବା ଏବଂ ଏଥିରେ ସହଯୋଗ କରିଥିବା ଜଣାପଡ଼ିଛି। ତେବେ ଏହି ଅଭିଯୁକ୍ତର ସ୍ତ୍ରୀ ପୀଡ଼ିତାର ସାବତ ମାଆ ବୋଲି ଜଣାପଡ଼ିଛି। ତେବେ ଏହି ଘଟଣା ସେତେବେଳେ ସାମ୍ନାକୁ ଆସିଥିଲା, ଯେତେବେଳେ ସମ୍ପର୍କୀୟ ଥାନାରେ ଅଭିଯୋଗ କରିଥିଲେ। ଥାନାରେ ମାମଲା ରୁଜୁ ହେବା ପରେ ଉଭୟଙ୍କୁ ପୋଲିସ ଗିରଫ କରିଥିବା ଜଣାପଡ଼ିଛି। 


ମିଳିଥିବା ସୂଚନା ମୁତାବକ ଅଭିଯୁକ୍ତ ଜଣକ କୋରୋନା ସମୟରେ ପୋକ୍ସୋ ଆକ୍ଟରେ ଗିରଫ ହୋଇଥିଲା। ଜେଲରୁ ବାହାରିବା ପରେ ନିଜର ଝିଅ ସହିତ ଦୁଷ୍କର୍ମ କରିଥିଲା। କେବଳ ଏତିକି ନୁହେଁ ଅଭିଯୁକ୍ତ ନିଜ ଝିଅର ଦୁଷ୍କର୍ମ କରିବା ସମୟରେ ସାବତ ମାଆ ଅଭିଯୁକ୍ତ ବାପାକୁ ସାହାଯ୍ୟ କରିଥିଲା। ବାପା ଝିଅକୁ ଦୁଷ୍କର୍ମ କରିବା ସମୟରେ ମାଆ ପୀଡ଼ିତାଙ୍କୁ ମାଡି ବସିଥିବା ନେଇ ଅଭିଯୋଗ ମଧ୍ୟ ହୋଇଛି। ନାବାଳିକା ଯେମିତି ବଡ଼ ପାଟି କରି ନ ପାରେ ସେଥିପାଇଁ ସାବତ ମାଆ ଜଣକ ତାଙ୍କ ପାଟିକୁ ମାଡ଼ି ବସିଥିଲେ। ଏହି ମାମଲାରେ ଏସପି ଦେହତ ରାଜକୁମାର ଅଗ୍ରୱାଲ କହିଛନ୍ତି ଯେ ବାହେଡି ପୋଲିସ ଷ୍ଟେସନ ଅଞ୍ଚଳର ଏକ ଗ୍ରାମରେ ଜଣେ ବ୍ୟକ୍ତି ବଳାତ୍କାର ମାମଲା ପଞ୍ଜିକରଣ କରିଛନ୍ତି। ତାଙ୍କ ପିତା ତାଙ୍କ ଭଣିଜିଙ୍କୁ ଦୁଷ୍କର୍ମ କରିଛନ୍ତି। 


ବିବୃତ୍ତି ଆଧାରରେ ଅଭିଯୁକ୍ତ ଏବଂ ତାଙ୍କ ପତ୍ନୀଙ୍କୁ ଗିରଫ କରାଯାଇଛି। ୨୦୧୭ ମସିହାରେ ମଧ୍ୟ ଅଭିଯୁକ୍ତଙ୍କ ବିରୋଧରେ ଧାରା ୩୫୪ ଏବଂ ୩୬୬ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି। ସେହିଭଳି ସେ ହଲଦ୍ୱାନୀ ଜେଲକୁ ମଧ୍ୟ ଯାଇଛନ୍ତି। ଏହି ଘଟଣା ସମ୍ପର୍କରେ ଯେତେବେଳେ ସମ୍ପର୍କୀୟ ଜାଣିବାକୁ ପାଇଲେ ସେମାନେ ଅନ୍ୟ ଲୋକଙ୍କୁ ଜଣାଇଥିଲେ। ସେପଟେ ପୋଲିସ ଏହି ମାମଲା ରୁଜୁ କରି ତନାଘନା ଆରମ୍ଭ କରିଛି। ଘଟଣାରେ ଉଭୟ ଅଭିଯୁକ୍ତଙ୍କୁ ଗିରଫ କରିଛି। କୁହାଯାଉଛି ହଲଦ୍ୱାନୀ ଓ ବରେଲିରେ ପୋକ୍ସୋ ଆକ୍ଟରେ ମାମଲା ରୁଜୁ କରାଯାଇଛି।