ବରଗଡ଼: Minor Girl Rape Case: ଆମ ଦେଶରେ ଦୁଷ୍କର୍ମ ପରି ଅପରାଧ ବଢ଼ି ବଢ଼ି ଚାଲିଛି । ପ୍ରତିଦିନ ଦୁଷ୍କର୍ମ ମାମଲା ସାମ୍ନାକୁ ଆସୁଛି । ଏହାର ସବୁଠାରୁ ଅଧିକ ଶିକାର ହେଉଛନ୍ତି ନିରୀହ କୋମଳମତି ଶିଶୁମାନେ । ଏପରି ଏକ ଘଟଣା ଦେଖିବାକୁ ମିଳିଛି ଆମ ରାଜ୍ୟର ବରଗଡ଼ରେ । ଯେଉଁଠି ଜଣେ ନାବାଳିକାକୁ ନିଜ ପ୍ରେମ ଜାଲରେ ଫସାଇ ଜଣେ ଯୁବକ ଦୁଷ୍କର୍ମ କରିଥିବାର ଅଭିଯୋଗ ସାମ୍ନାକୁ ଆସିଥିଲା । ଏହି ଘଟଣାଟି ୨୦୧୭ରେ ଘଟିଥିଲା । ସେହି ସମୟରେ ଅଭିଯୁକ୍ତ ଫେରାର ହୋଇଯାଇଥିଲା । କିନ୍ତୁ ବର୍ତ୍ତମାନ ପୋଲିସ ମୁଖ୍ୟ ଅଭିଯୁକ୍ତକୁ ଧରିବାରେ ସଫଳ ହୋଇଛି ।


COMMERCIAL BREAK
SCROLL TO CONTINUE READING

ଦୁଷ୍କର୍ମ ମାମଲାର ଫେରାର ମୁଖ୍ୟ ଅଭିଯୁକ୍ତ ବିବାହ ପାଇଁ ବର ବେଶରେ ସଜାଇ ହେଉଥିବା ବେଳେ ଭଟଲି ଥାନା ପୋଲିସ ତାକୁ ଗିରଫ କରିଛି । ନାବାଳିକା ପ୍ରେମିକାକୁ ଦୁଷ୍କର୍ମ ଓ ଅନ୍ତସତ୍ତ୍ୱା କରି ଅନ୍ୟ ରାଜ୍ୟକୁ ଫେରାର ହୋଇଯାଇଥିବା ଭଟଲି ଥାନା ଜଗତିପାଲି ଗ୍ରାମର ଭାସ୍କର ବରିହା ଓରଫ କାଳିଆକୁ ଭଟଲି ପୋଲିସ ଦୀର୍ଘ ୫ ବର୍ଷ ପରେ ଗିରଫ କରିବାରେ ସଫଳ ହୋଇଛି ।


ସୂଚନା ମୁତାବକ, ୨୦୧୭ରେ ଜଗତିପାଲି ଗାଁର ଜଣେ ୧୭ ବର୍ଷୀୟା ନାବାଳିକାକୁ ପ୍ରେମ ବିବାହର ପ୍ରଲୋଭନ ଦେଇ ତା' ସହ ଶାରୀରିକ ସମ୍ପର୍କ ଗଢ଼ିଥିଲା ଓ ନାବାଳିକା ଜଣକ ଗର୍ଭବତୀ ହୋଇଥିଲା । ପରେ ଅଭିଯୁକ୍ତ ତାମିଲନାଡ ରାଜ୍ୟକୁ ଫେରାର ହୋଇଯାଇଥିଲା । ପୋଲିସ ୨ ଥର ଚଢ଼ାଉ କରିଥିଲେ ବି ଅଭିଯୁକ୍ତକୁ ଗିରଫ କରିବାରେ ବିଫଳ ହୋଇଥିଲା । କିନ୍ତୁ ଅଭିଯୁକ୍ତକୁ ଟ୍ରାକରେ ରଖିଥିଲା ଭଟଲି ପୋଲିସ ।


ଏହା ବି ପଢ଼ନ୍ତୁ:-ଖୁବ୍ ଶୀଘ୍ର ପୃଥିବୀ ମାନଚିତ୍ରରୁ ଗାଏବ ହୋଇଯିବ ଏସବୁ ସ୍ଥାନ!


ଏହା ବି ପଢ଼ନ୍ତୁ:-ୟୁକ୍ରେନ ରାଷ୍ଟ୍ରପତି ଜେଲେନସ୍କି କଲେ ଆତ୍ମସମର୍ପଣ!


ଏହା ବି ପଢ଼ନ୍ତୁ:-ଡଲାର ତୁଳନାରେ ଟଙ୍କା ମୂଲ୍ୟରେ ରେକର୍ଡ ହ୍ରାସ, କଂଗ୍ରେସ କହିଲା-ICU ରେ ଟଙ୍କା


 


ଅଭିଯୁକ୍ତ ଭାସ୍କର ବରିହା ଗତ କିଛି ଦିନ ହେବ ଭଟଲି ଥାନା ଝାରମୁଣ୍ଡା ଗ୍ରାମରେ ଥିବା ମାମୁଁ ଘରେ ଲୁଚି ରହୁଥିଲା । ସେଠାରେ ରହିବା ବେଳେ ଛତିଶଗଡ ରାଜ୍ୟ ଲେନ୍ଧ୍ରା ଗ୍ରାମର ଜଣେ ଯୁବତୀଙ୍କୁ ବିବାହ କରିବାକୁ ସ୍ଥିର ହୋଇଥିଲା । ଏଥିପାଇଁ ଆଜି ସନ୍ଧ୍ୟାରେ ବର ବେଶ ପାଇଁ ପରମ୍ପରା ଅନୁସାରେ ସଜେଇ ହେଉଥିବା ବେଳେ ପୂର୍ବରୁ ଟ୍ରାକ ରଖିଥିବା ଭଟଲି ପୋଲିସ ଝାରମୁଣ୍ଡା ଗାଁକୁ ଚଢ଼ାଉ କରି ଫିଲ୍ମ ଷ୍ଟାଇଲରେ ଅଭିଯୁକ୍ତକୁ ଗିରଫ କରିବା ସହ କୋର୍ଟ ଚାଲାଣ କରିଛି ।