Minor Girl suicide in lucknow: ଆଜିର ସ୍ମାର୍ଟ ଯୁଗରେ ପିଲାଙ୍କଠୁ ଆରମ୍ଭ କରି ବୟସ୍କ ସମସ୍ତେ ସ୍ମାର୍ଟ । ସ୍ମାର୍ଟ ଫୋନଟିଏ ପାଖରେ ନଥିଲେ କୌଣସି କାମ ସମ୍ପୂର୍ଣ୍ଣ ହେବା ଏକ ରକମର ଅସମ୍ଭବ। ଧିରେ ଧିରେ ଏହାର ପ୍ରଭାବ ଛୋଟ ପିଲାଙ୍କ ଠାରୁ ଆରମ୍ଭ କରି ଯୁବପିଢିଙ୍କ ଉପରେ ପଡ଼ିବାରେ ଲାଗିଛି । ଏହା ଯେତିକି ଉପଯୋଗୀ ସେତିକି କ୍ଷତିକାରକ ମଧ୍ୟ ସାବ୍ୟସ୍ତ ହୋଇଛି । କୋରୋନା କାଳରେ ଅନଲାଇନ କ୍ଲାସ୍ ଫଳରେ ସ୍ମାର୍ଟ ଫୋନର ବ୍ୟବହାର ବଢିଯାଇଥିଲା। ଗୋଟିଏ ପଟେ ଏହାର ସଦୁପଯୋଗ ହେଉଥିବା ବେଳେ ଅନ୍ୟ ପଟେ ଏହାର କୁପ୍ରଭାବ ପିଲାମାନଙ୍କ ମଧ୍ୟରେ ଦେଖିବାକୁ ମିଳିଥିଲା। ଅଧିକାଂଶ ସମୟରେ ଏହି ସ୍ମାର୍ଟ ଫୋନର ଦୁରୁପଯୋଗ ହେଉଥିବା ଦେଖିବାକୁ ମିଳିଥିଲା। ଫୋନ ଠାରୁ ଦୁରେଇ ରହିବା ପାଇଁ ଘରେ ହେଉ ଅବା ବାହାରେ ବାପା ମା’ ସବୁବେଳେ ଆକଟ କରୁଥିବା ଦେଖିବାକୁ ମିଳିଥିଲା । ଯାହାର ଏକ କରୁଣ ପରିଣତି ଲକ୍ଷ୍ନୌ ସହରରୁ ସାମ୍ନାକୁ ଆସିଛି।


COMMERCIAL BREAK
SCROLL TO CONTINUE READING

ଲକ୍ଷ୍ମୌରୁ ଆସିଲା ଚକିତ କରିବା ଭଳି ଖବର । ପୁଣି ମୋବାଇଲ ଗେମ ନେଲା ଆଉ ଏକ ଜୀବନ। ଗେମ ଖେଳିବାକୁ ମାଆ ଆକଟ କରିବାରୁ ମୃତ୍ୟୁ ପରି ଚରମ ନିଷ୍ପତି ନେଇଛନ୍ତି ଲକ୍ଷୌର ପାରା ଅଞ୍ଚଳର ବଳଦେବଖେଡା ଇଲାକାର ୧୦ ବର୍ଷୀୟ ନାବାଳିକା। ଏତେ କମ ବୟସରେ ନାବାଳିକାଙ୍କ ଏଭଳି ନିଷ୍ପତି ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି। ନାବାଳିକା ଜଣକ ହେଉଛନ୍ତି ଷଷ୍ଠ ଶ୍ରେଣୀର ହର୍ଷିତା ବାଜପେୟୀ। କିଛି ଦିନ ହେବ ହର୍ଷିତାଙ୍କର ପାଠ ପଢିବାରେ ମନ ଲାଗୁନଥିଲା। ଅଧିକାଂଶ ସମୟ ସେ ମୋବାଇଲରେ ଗେମ ଖେଳିବାରେ ବ୍ୟସ୍ତ ରହୁଥିଲେ। ଏହାକୁ ନେଇ ହର୍ଷିତାଙ୍କ ମାଆ ନିତୁ ତାଙ୍କୁ ଅନେକ ସମୟରେ ଆକଟ କରିଆସୁଥିଲେ।


ମଙ୍ଗଳବାର ଦିନ ନାବାଳିକା ଜଣକ ମୋବାଇଲରେ ଗେମ ଖେଳୁଥିବା ଦେଖି ମାଆ ନିତୁ ତାଙ୍କୁ ଗାଳି କରିଥିଲେ । ଏହା ପରେ ସେ ନିଜ କାମରେ ବ୍ୟସ୍ତ ହୋଇଯାଇଥିଲେ। ମାଆଙ୍କ ଗାଳିରେ ବେଶ ମର୍ମାହାତ ହୋଇଥିଲେ କୁନି ଝିଅ ହର୍ଷିତା। ଏହା ପରେ ସେ ଅନ୍ୟ ଏକ କୋଠରୀକୁ ଯାଇ ଫାଶୀ ଲଗାଇଥିଲେ। ମାଆ ନିତୁ ରୁମ ଆସିବା ବେଳକୁ ପ୍ରାଣ ହରାଇ ସାରିଥିଲେ ହର୍ଷିତା।  ଏହା ଦେଖି ଭାଙ୍ଗି ପଡିଥିଲେ ମାଆ। ଏ ନେଇ ପୋଲିସକୁ ଖବର ଦିଆଯାଇଥିବା ବେଳେ ପୋଲିସ ଘଟଣାସ୍ଥଳରେ ପହଁଞ୍ଚି ମୃତଦେହକୁ ବ୍ୟବଚ୍ଛେଦ ପାଇଁ ପଠାଇଛି। ହର୍ଷିତା ପିତାଙ୍କର ମଧ୍ୟ କିଛି ବର୍ଷ ତଳେ ମୃତ୍ଯୁ ହୋଇଥିଲା।


ପୂର୍ବରୁ ଗତବର୍ଷ ଡିସେମ୍ୱରରେ ଲକ୍ଷ୍ମୌ ଚିତାପୁରରେ ମାଆ ଅନଲାଇନ ଗେମ ଖେଳିବାକୁ ମନା କରିବାରୁ ୧୦ ବର୍ଷୀୟା ନାବାଳକ ଆତ୍ମହତ୍ୟା କରିଥିଲେ । ସେହି ବର୍ଷ ଜୁନ ମାସରେ ସମାନ କାରଣ ପାଇଁ ମୁମ୍ୱାଇରେ ୧୬ ବର୍ଷୀୟ ନାବାଳିକା ମାଆଙ୍କ ପାଇଁ ସୁଇସାଇଡ ନୋଟ ରଖି ଟ୍ରେନ ସମ୍ନାକୁ ଡେଇଁ ଆତ୍ମହତ୍ୟା କରିଥିଲେ ।


ଏହା ବି ପଢ଼ନ୍ତୁ: Michael Clarke: ଦେଶକୁ ବିଶ୍ୱ ଚାମ୍ପିୟନ କରିଥିବା ଅଧିନାୟକଙ୍କୁ ସର୍ବସାଧାରଣରେ ଧଡ଼ାଧଡ଼ ଚାପୁଡ଼ା ଲଗାଇଲେ ଗର୍ଲଫ୍ରେଣ୍ଡ, Video