Chandigarh University MMS scandal, ଚଣ୍ଡିଗଡ଼: ଚଣ୍ଡିଗଡ ବିଶ୍ୱବିଦ୍ୟାଳୟ ଭିଡିଓ ଲିକ୍ ମାମଲାରେ ଚତୁର୍ଥ ଗିରଫଦାରୀ ସାମ୍ନାକୁ ଆସିଛି। ଶନିବାର ମୋହାଲି ପୋଲିସ ଚତୁର୍ଥ ଅଭିଯୁକ୍ତକୁ ଗିରଫ କରିଛି। ଅଭିଯୁକ୍ତ ଜଣକ ଭାରତୀୟ ସେନାର ଯବାନ ବୋଲି ଜଣା ପଡିଛି। ସେ ଅରୁଣାଚଳ ପ୍ରଦେଶରେ ପୋଷ୍ଟିଂ ହୋଇଥିଲେ। ପଞ୍ଜାବର ଡିଜିପି ଗୌରବ ଯାଦବ କହିଛନ୍ତି ଯେ, ଅଭିଯୁକ୍ତ ଜଣକ ଛାତ୍ରୀଙ୍କୁ ବ୍ଲାକମେଲ କରିଥିବା ଅଭିଯୋଗରେ ସଞ୍ଜୀବ ସିଂହଙ୍କୁ ଗିରଫ କରାଯାଇଛି।


COMMERCIAL BREAK
SCROLL TO CONTINUE READING

ପଞ୍ଜାବର ଡିଜିପି ଗୌରବ ଯାଦବ କହିଛନ୍ତି, ଚଣ୍ଡିଗଡ ବିଶ୍ୱବିଦ୍ୟାଳୟର ଛାତ୍ରୀଙ୍କୁ ବ୍ଲାକମେଲ କରୁଥିବା ଅଭିଯୋଗରେ ସଞ୍ଜୀବ ସିଂହଙ୍କୁ ଗିରଫ କରାଯାଇଛି। ସଞ୍ଜୀବ ବିରୋଧରେ ଡିଜିଟାଲ ଏବଂ ଫରେନସିକ୍ ପ୍ରମାଣ ସଂଗ୍ରହ କରିବା ପରେ ଏସ୍ ନାଗରରୁ ଏକ ପୋଲିସ୍ ଟିମ୍ ଅରୁଣାଚଳ ପ୍ରଦେଶକୁ ପଠାଯାଇଛି। ଅଭିଯୁକ୍ତଙ୍କୁ ଗିରଫ କରିବାରେ ପଞ୍ଜାବ ପୋଲିସକୁ ଅରୁଣାଚଳ ପ୍ରଦେଶ ପୋଲିସ, ଆସାମ ପୋଲିସ ଏବଂ ସେନା ସହାୟତା କରିଥିଲେ। ସଞ୍ଜୀବ ସିଂହଙ୍କୁ ଗିରଫ ପରେ ଅରୁଣାଚଳ ପ୍ରଦେଶର ବମିଡାଲା ମାଜିଷ୍ଟ୍ରେଟଙ୍କ ନିକଟରେ ହାଜର କରାଯାଇଥିଲା ଏବଂ ପଞ୍ଜାବ ପୋଲିସ ତାଙ୍କୁ ଦୁଇ ଦିନିଆ ଟ୍ରାଞ୍ଜିଟ୍ ରିମାଣ୍ଡରେ ନେଇ ଏସଏସ ନାଗର କୋର୍ଟରେ ହାଜର କରାଯାଇଥିଲା।


Also Read: Dutee Chand: ଚରମ ସୀମାରେ 'ଚାନ୍ଦ' ଲଢ଼େଇ, ନବରାତ୍ରୀ ପୂର୍ବରୁ 'ସରସ୍ୱତୀ'ଙ୍କୁ ଧୋଇଲେ ଦୂତି


ଆଇପିସି ଏବଂ ଆଇଟି ଅଧିନିୟମର ଏକାଧିକ ଦଫାରେ ସଞ୍ଜୀବ ସିଂହଙ୍କ ନାମରେ ମାମଲା ରୁଜୁ ହୋଇଛି। ସେପଟେ ପଞ୍ଜାବ ଏବଂ ହରିୟାଣା ହାଇକୋର୍ଟରେ ଚଣ୍ଡିଗଡ଼ ବିଶ୍ୱବିଦ୍ୟାଳୟର ଭିଡିଓ ଲିକ୍ ମାମଲାରେ କେନ୍ଦ୍ରୀୟ ଅନୁସନ୍ଧାନ ବ୍ୟୁରୋ (ସିବିଆଇ) ଦ୍ୱାରା ତଦନ୍ତ ଦାବି କରାଯାଇଛି। ଚଣ୍ଡିଗଡ ବିଶ୍ୱବିଦ୍ୟାଳୟ ଛାତ୍ରୀ ହଷ୍ଟେଲ ଏମଏମସ ଲିକ୍ ଘଟଣାର ତଦନ୍ତ ଏସଆଇଟି ଟିମ କରୁଛି। ତିନି ଜଣିଆ ଟିମରେ କେବଳ ମହିଳା ଅଧିକାରୀ ରହିଛନ୍ତି। ବରିଷ୍ଠ ଆଇପିଏସ୍ ଅଧିକାରୀ ଗୁରପ୍ରୀତ କୌର ଦେଓଙ୍କ ନେତୃତ୍ୱରେ ଏହି ଏସଆଇଟି ଗଠନ ହୋଇଛି। ତେବେ ଏହି ମାମଲାର ଶୁଣାଣି ତାରିଖ ଏପର୍ଯ୍ୟନ୍ତ ସ୍ଥିର କରାଯାଇ ନାହିଁ କିନ୍ତୁ ଆସନ୍ତା କିଛି ଦିନ ମଧ୍ୟରେ ଏହା ଶୁଣାଣି ହୋଇପାରେ।


ଚଣ୍ଡିଗଡ ବିଶ୍ୱବିଦ୍ୟାଳୟ ହଷ୍ଟେଲ ଏମଏମସ ଲିକ୍ ମାମଲାରେ ଛାତ୍ରୀଙ୍କ ବୟ ଫ୍ରେଣ୍ଡ ସନ୍ନି ମେହେଟା ସମେତ ୪ ଜଣ ଗିରଫ ହୋଇଛନ୍ତି। ୨ ଜଣ ହଷ୍ଟେଲ ୱାର୍ଡେନଙ୍କୁ ନିଲମ୍ବିତ କରାଯାଇ। ଏକ ଇଲେକ୍ଟ୍ରୋନିକ ଡିଭାଇସ୍‌ ଜବତ ହୋଇଛିବା ବେଳେ ତାହାକୁ ଫରେନ୍ସିକ ଯାଞ୍ଚ ପାଇଁ ପଠାଯାଇଛି। ଇତି ମଧ୍ୟରେ ସେପ୍ଟେମ୍ବର ୨୪ ପର୍ଯ୍ୟନ୍ତ ବିଶ୍ବବିଦ୍ୟାଳୟରେ କ୍ଲାସ୍‌ ବାତିଲ କରାଯାଇଥିଲା। ତେବେ ଅଭିଯୁକ୍ତ ଛାତ୍ରୀ ହଷ୍ଟେଲରେ କେଉଁ ଉଦ୍ଦେଶ୍ୟରେ ଅନ୍ୟ ଛାତ୍ରୀଙ୍କ ବାଥରୁମ ଭିତରର ଭିଡିଓ ସୁଟିଂ କରୁଥିଲେ? କେଉଁ କ୍ୟାମେରାରେ ରେକର୍ଡିଂ କରୁଥିଲେ? ପୋଲିସ ତାହାର ତନାଘନା କରଛି।