Dutee Chand: ଚରମ ସୀମାରେ 'ଚାନ୍ଦ' ଲଢ଼େଇ, ନବରାତ୍ରୀ ପୂର୍ବରୁ 'ସରସ୍ୱତୀ'ଙ୍କୁ ଧୋଇଲେ ଦୂତି
Advertisement
Article Detail0/zeeodisha/odisha1366499

Dutee Chand: ଚରମ ସୀମାରେ 'ଚାନ୍ଦ' ଲଢ଼େଇ, ନବରାତ୍ରୀ ପୂର୍ବରୁ 'ସରସ୍ୱତୀ'ଙ୍କୁ ଧୋଇଲେ ଦୂତି

ପୁଣିଥରେ 'ଚାନ୍ଦ' ଭଉଣୀଙ୍କ ମଧ୍ୟରେ ଲଢେଇ ଆରମ୍ଭ ହୋଇଯାଇଛି। ନବରାତ୍ରୀ ପୂର୍ବରୁ ନିଜ ବଡ ଭଉଣୀ ସରସ୍ୱତୀ ଚାନ୍ଦଙ୍କ ନାମରେ ଅଲମ୍ପିଆଡ୍ ଦୂତି ଚାନ୍ଦ ସାଙ୍ଘାତିକ ଅଭିଯୋଗ ଆଣିଛନ୍ତି। ରବିବାର ସକାଳେ ଫେସବୁକରେ ଏକ ପୋଷ୍ଟ କରି ଦୌଡରାଣୀ ତାଙ୍କ ବଡ ଭଉଣୀଙ୍କୁ ଟାର୍ଗେଟ କରିଛନ୍ତି।

Dutee Chand: ଚରମ ସୀମାରେ 'ଚାନ୍ଦ' ଲଢ଼େଇ, ନବରାତ୍ରୀ ପୂର୍ବରୁ 'ସରସ୍ୱତୀ'ଙ୍କୁ ଧୋଇଲେ ଦୂତି

Dutee Chand controversy, ଭୁବନେଶ୍ୱର: ପୁଣିଥରେ 'ଚାନ୍ଦ' ଭଉଣୀଙ୍କ ମଧ୍ୟରେ ଲଢେଇ ଆରମ୍ଭ ହୋଇଯାଇଛି। ନବରାତ୍ରୀ ପୂର୍ବରୁ ନିଜ ବଡ ଭଉଣୀ ସରସ୍ୱତୀ ଚାନ୍ଦଙ୍କ ନାମରେ ଅଲମ୍ପିଆଡ୍ ଦୂତି ଚାନ୍ଦ ସାଙ୍ଘାତିକ ଅଭିଯୋଗ ଆଣିଛନ୍ତି। ରବିବାର ସକାଳେ ଫେସବୁକରେ ଏକ ପୋଷ୍ଟ କରି ଦୌଡରାଣୀ ତାଙ୍କ ବଡ ଭଉଣୀଙ୍କୁ ଟାର୍ଗେଟ କରିଛନ୍ତି। ସରସ୍ୱତୀ ନିଜ ବର୍ଦ୍ଦିର ଦୁରୋପଯୋଗ କରିଥିବା ଦୂତି ଅଭିଯୋଗ କରିଛନ୍ତି। ଏହା ବ୍ୟତୀତ ସରସ୍ୱତୀ ଜଣେ ବାଂଲାଦେଶୀ ଯୁବତୀଙ୍କ ସହ ସମ୍ପର୍କ ରଖିଥିବା ସେ କହିଛନ୍ତି।

ଦୂତି ଚାନ୍ଦ ଓ ତାଙ୍କ ବଡ ଭଉଣୀ ସରସ୍ୱତୀଙ୍କ ମଧ୍ୟରେ ପ୍ରାୟତଃ ସବୁ ସମୟରେ କଳହ ଲାଗିରହିଥାଏ। ଉଭୟଙ୍କ ମଧ୍ୟରେ ସୋସିଆଲ ମିଡିଆ ୱାର ଚାଲେ। କିନ୍ତୁ ବର୍ତ୍ତମାନ ଦୁଇ ଚାନ୍ଦ ଭଉଣୀଙ୍କ କଳହ ଚରମ ସୀମାରେ ପହଞ୍ଚିଛି। ରବିବାର ସକାଳେ ଦୂତୀ ଚାନ୍ଦ ତାଙ୍କ ଫେସବୁକରେ ଭଉଣୀ ସରସ୍ୱତୀଙ୍କର ୮ଟି ଫଟୋ ସେୟାର କରିଛନ୍ତି। ଫଟୋରେ ସରସ୍ୱତୀଙ୍କ ସହ ଅନ୍ୟ ଜଣେ ଯୁବତୀ ମଧ୍ୟ ଅଛନ୍ତି। ଦୂତି ସେହି ଯୁବତୀଙ୍କୁ ତାଙ୍କ ଭଉଣୀଙ୍କ ପ୍ରେମିକା ବୋଲି କହିଛନ୍ତି।

Also Read: Ankita Murder Case: ଆସିଲା ପୋଷ୍ଟମର୍ଟମ ରିପୋର୍ଟ, WhatsApp ଚାଟ୍ ଖୋଲିଲା ମୃତ୍ୟୁର ଗୁମର 

ଦୌଡରାଣୀ ତାଙ୍କ ଫେସବୁକ୍ ପୋଷ୍ଟରେ ଲେଖିଛନ୍ତି, "ପୋଲିସର ଧମକ ଦେଖାଇ ଗୋଟିଏ ବାଂଲାଦେଶର ଝିଅକୁ ଜୋର ଜବରଦସ୍ତି କରି ନିଜର *ଖିତା କରି ରଖିଛନ୍ତି। ଫର୍ଜରି କରି ତା ନାଁରେ ଆଧାରକାର୍ଡ, ପ୍ୟାନ୍ କାର୍ଡ, ଡ୍ରାଇଭିଂ ଲାଇସେନ୍ସ ବନାଇ ତାକୁ ଭାରତର ବାସିନ୍ଦା କରିଛି। ଏସବୁ ଏଥିପାଇଁ ଏତେ ସହଜ, କାରଣ ସରସ୍ଵତୀ ଚାନ୍ଦ୍ ପୋଲିସ ଅଧିକାରିଣୀ ନିଜ ପାୱର୍ ଦୁରୁପଯୋଗ କରିଛି। ଏହିପରି କେତେ ବାଂଲାଦେଶୀ ଏବଂ ନେପାଳର ନାଗରିକମାନଙ୍କୁ ଓଡିଶା ଆଣି ସରସ୍ୱତୀ ଚାନ୍ଦ ଭାରତର ବାସିନ୍ଦା କରାଇଛି। ତାହା ଉପଯୁକ୍ତ ତଦନ୍ତ କଲେ ଜଣା ପଡିବ।"

ନିଜ ବଡ ଭଉଣୀଙ୍କୁ ସମ୍ବୋଧନ କରି ସେ ପୁଣି ଲେଖିଛନ୍ତି, "ମୋର ସିନା ଆଳୁ ଦୋଷ ଅଛି। ହେଲେ ତୋର କି ଦୋଷ ଅଛି? ଗୋଟିଏ ବିନା ପରିଚିତ ବାଂଲାଦେଶର ଝିଅକୁ ଦୀର୍ଘ ୪ ବର୍ଷ ହେଲା ଆଣିକି ରଖିଛୁ। ନିଜକୁ ଷଣ୍ଢ ଭାବି ତାକୁ ଗାଈ ଭଳିଆ ନିଜପାଖରେ ରଖିଛୁ। ଦୁନିଆ ଆଗରେ ନିଜର ଛାତ୍ରୀ ବୋଲି କହି ଖେଳ ସିଖାଉଛୁ। ତୁ କି ଖେଳ ସିଖାଉଛୁ ପଡିଆରେ ନା ନିଜର ବେଡ୍ ରୁମରେ? ତୁ କଣ ପ୍ରକୃତରେ ସମସ୍ତେ ଜାଣିଛନ୍ତି। ବାପା ମାଆଙ୍କୁ ହାତ କରି ମୋତେ ମିଛରେ ବଦନାମ କଲୁ। ହେଲେ କଣ ହେଲା, କିଛି ଓପାଡି ପାରିଲୁନି। ଶେଷରେ ନିଜେ ଘରୁ ବିଦା ହେଇ ଭୂବନେଶ୍ୱରରେ ଗୋଟିଏ ଘର ଭଡା ନେଇ ରହିଛୁ। ତୁ ବହୁତ ମୋତେ କହିଲୁଣି। ମୁ ବହୁତ ସହିଲିଣି। ଯଦି ଖୁସିରେ ବଞ୍ଚିବାର ଅଛି। ସୁଧୁରିଯା ନ ହେଲେ, ମୁ ତୋର କଣ କରିବି ତୁ ଭଲଭାବରେ ଜାଣିଛୁ।"

Also Read: Team India: ପାକିସ୍ତାନର ବିଶ୍ୱ ରେକର୍ଡ ଭାଙ୍ଗି ଭାରତ ଆଜି ଇତିହାସ ରଚିବ ଭାରତ!

ସୂଚନାଯୋଗ୍ୟ, ଦୌଡରାଣୀ ଦୂତୀ ଚାନ୍ଦ ଏବେ ଟ୍ରାକ ଛାଡି ଷ୍ଟେଜରେ ବ୍ୟସ୍ତ ଅଛନ୍ତି। ସେ ଟିଭି ରିଆଲିଟି ଶୋ 'ଝଲକ ଦିଖଲାଜା'ରେ ଭାଗ ନେଇଛନ୍ତି। ଯେଉଁଠି ଦୂତିଙ୍କ ଦମଦାର ଡ୍ୟାନ୍ସ ଦେଖିବାକୁ ମିଳୁଛି। ଆଉ ଅଲମ୍ବିଆଡ୍ ମଧ୍ୟ ତାଙ୍କ ଡ୍ୟାନସ ଭିଡିଓ ଗୁଡିକୁ ନିଜ ସୋସିଆଲ ମିଡିଆ ହ୍ୟାଣ୍ଡେଲରେ ସେୟାର କରୁଛନ୍ତି। 'ଝଲକ ଦିଖଲାଜା'ର ମଞ୍ଚରେ ମଧ୍ୟ ଦୂତି ନିଜ ସମଲିଙ୍ଗି ସମ୍ପର୍କକୁ ଗ୍ରହଣ କରିଛନ୍ତି। ଯହାକୁ କରଣ ଜୋହର ଖୁବ ପ୍ରଶଂସା କରିଛନ୍ତି।