ପ୍ରେମାନନ୍ଦ ପୂଜାରୀଗଜପତି: ଜିଲ୍ଲାର ବାଉଁଶୁରୀ ଗ୍ରାମରେ ବିବହିତା ମହିଳାଙ୍କୁ ଡରାଇ ଧମକାଇ ଦୁଷ୍କର୍ମ କରିଥିବା ମୋହନା ଥାନାରେ ଅଭିଯୋଗ ହୋଇଛି। ପୀଡିତା ମହିଳାଙ୍କ ସ୍ୱାମୀ ମୋହନା ବିଧାୟକଙ୍କ ଗାଡ଼ିରେ ଡ୍ରାଇଭର ଭାବେ କାର୍ଯ୍ୟ କରନ୍ତି। ଥାନାରେ ଏତଲା ଦିଆଯାଇଥିବା ବେଳେ ବର୍ତ୍ତମାନ ସୁଦ୍ଧା ଅଭିଯୁକ୍ତକୁ ଗିରଫ କରାଯାଇନଥିବା ସୂଚନା ମିଳିଛି।


COMMERCIAL BREAK
SCROLL TO CONTINUE READING

ସୂଚନା ପ୍ରକାରେ, ମାସେ ହେବ ମୋହନା ବିଧାୟକଙ୍କ ଗାଡ଼ିରେ ଡ୍ରାଇଭର ଭାବେ ଗାଡ଼ି ଚଳାଇବାକୁ ଯାଇ ଘରେ ସ୍ୱାମୀ ଅନୁପସ୍ଥିତ ଥିଲେ। ଘରେ କେହି  ନଥିବା ସୁଯୋଗ ପାଇ ବାଉଁଶୁରୀ ଗ୍ରାମର ଯୋଗେଶ୍ୱର ଶବର ଜୁଲାଇ ୧୫ ଓ ୧୬ ତାରିଖରେ ଘରକୁ ଯାଇ ମାରଣାସ୍ତ୍ର ଦେଖାଇ, ହତ୍ଯା ଧମକ ଦେଇ ମହିଳାଙ୍କୁ ଦୁଷ୍କର୍ମ କରିଥିଲା। ପୀଡିତାଙ୍କ ସ୍ୱାମୀ ଅଗଷ୍ଟ ୭ ତାରିଖରେ ଘରକୁ ଆସିବା ପରେ ପୀଡିତା ନିଜ ମାଆଙ୍କ ଘର ଅନ୍ତରବା ନିକଟସ୍ଥ ହାଣ୍ଡିବାଡ଼ି ଗ୍ରାମକୁ ଯାଇ ଏଭଳି ଦୟନୀୟ ଘଟଣା ବିଷୟରେ କହିବା ପରେ ଗୁରୁବାର ଉଭୟେ ପୀଡିତା ଏବଂ ତାଙ୍କ ସ୍ୱାମୀ ମୋହନା ଥାନାର ଦ୍ୱାରସ୍ଥ ହୋଇ ଏତଲା ଦେଇଥିବା ଜଣାପଡିଛି। 


Also Read: ସାତ ବର୍ଷର ନିଷ୍ପାପ ଶିଶୁ କନ୍ୟାକୁ ଯୌନ ଶୋଷଣ; ଜେଜେବାପା, ଦାଦା ଗିରଫ, ସୁଧାର ଗୃହରେ ବଡ଼ ଭାଇ


ଏନେଇ ମୋହନା ଥାନାରେ ଏକ ମାମଲା ରୁଜୁ ହୋଇଛି। ଅଭିଯୁକ୍ତକୁ ଖୁବଶୀଘ୍ର ଧରାଯିବ ବୋଲି ମୋହନା ଥାନାଅଧିକାରୀ ସୁଜିତ କୁମାର ନାୟକ କହିଛନ୍ତି।