Advertisement
Article Detail0/zeeodisha/odisha2260826

Odisha Mango: ବିଦେଶ ନେଉଛି ଓଡ଼ିଶା ଆମ୍ବର ସ୍ୱାଦ, ରାଜ୍ୟ ଆମ୍ରପଲ୍ଲି ଆମ୍ବର ଚାହିଦା ସର୍ବାଧିକ

Odisha Mango: ରାଜ୍ୟ FPO ରୁ ଉତ୍ପାଦିତ ପନିପରିବା ଓ ଫଳ ସିଧାସଳଖ ବିଶ୍ୱ ବଜାରରେ ପହଞ୍ଚିଥାଏ। ଓଡ଼ିଶାରେ ମୋଟ ୨.୧ ଲକ୍ଷ ହେକ୍ଟରେ ଆମ୍ବ ଚାଷ ହୋଇଛି। ଓଡ଼ିଶା ବଜାରକୁ ଲକ୍ଷ୍ୟ କଲେ ଏଠାରେ ଲୋକଙ୍କ ପ୍ରଥମ ପସନ୍ଦ ଆମ୍ରପଲ୍ଲୀ ରହିଛି। 

Odisha Mango News
Odisha Mango News

ଭୁବନେଶ୍ୱର: ବର୍ତ୍ତମାନ ଆମ୍ୱ ସିଜିନ୍ ଚାଲିଛି। ରାଜ୍ୟରେ ବିଭିନ୍ନ କିସନର ଆମ୍ବ ବିକ୍ରି ମଧ୍ୟ ହେଉଛି। ସମାନ କ୍ରମରେ ଆମ ରାଜ୍ୟରୁ ବିଭିନ୍ନ କିସମର ଆମ୍ୱ ବିଦେଶକୁ ମଧ୍ୟ ରପ୍ତାନି କରାଯାଉଛି। ଓଡ଼ିଶାର ଆମ୍ବର ଚାହିଦା ବିଶ୍ୱ ବଜାରରେ ଅଧିକ। ରିପୋର୍ଟ ଅନୁସାରେ ଢେଙ୍କାନାଳ ସ୍ଥାନୀୟ FPO ରୁ ତାଜା ଆମ୍ରପଲ୍ଲି ଆମ୍ବ ୨୦ ମଇ ୨୪ ରେ ଦୁବାଇକୁ ପଠାଯାଇଛି। ବଲାଙ୍ଗିରି, ଢେଙ୍କାନାଳ ଓ ବାରିପଦାର ଆମ୍ୱ ମୁଖ୍ୟତଃ ବିଦେଶକୁ ପଠାଯାଉଛି।

ଭୁବନେଶ୍ୱର ବିମାନ ବନ୍ଦରରୁ ବିଦେଶକୁ ତାଜା ଆମ୍ବ ପଠାଇବା ସହିତ, ରାଜ୍ୟ FPO ରୁ ଉତ୍ପାଦିତ ପନିପରିବା ଓ ଫଳ ସିଧାସଳଖ ବିଶ୍ୱ ବଜାରରେ ପହଞ୍ଚିଥାଏ। ଓଡ଼ିଶାରେ ମୋଟ ୨.୧ ଲକ୍ଷ ହେକ୍ଟରେ ଆମ୍ବ ଚାଷ ହୋଇଛି। ଓଡ଼ିଶା ବଜାରକୁ ଲକ୍ଷ୍ୟ କଲେ ଏଠାରେ ଲୋକଙ୍କ ପ୍ରଥମ ପସନ୍ଦ ଆମ୍ରପଲ୍ଲୀ ରହିଛି। ରିପୋର୍ଟ ଅନୁସାରେ ରାଜ୍ୟ ବଜାର ଚାହିଦାରୁ ୫୦% ଅଧିକ ଆମ୍ରପଲ୍ଲୀ ଆମ୍ବ ଉତ୍ପାଦନ ହେଉଛି। ଓଡ଼ିଶାର ଗଞ୍ଜାମ ଜିଲ୍ଲାର ୧୦ ହଜାର ହେକ୍ଟର ଆମ୍ୱ ଚାଷ କରାଯାଇଛି। କଳାହାଣ୍ଡି ଓ କେନ୍ଦୁଝରରେ ୧୨ ହଜାର, ଖୋର୍ଦ୍ଦା ଜିଲ୍ଲାରେ ୫ ହଜାର ହେକ୍ଟର, ମୟୁରଭଞ୍ଜରେ ୧୫ ହଜାର ହେକ୍ଟର ଏହି କିସମର ଆମ୍ୱ ଚାଷ କରାଯାଇଛି।

 

Add Zee News as a Preferred Source

ଢେଙ୍କାନାଳ ଜିଲ୍ଲାର ଜଳବାୟୁ ଏବଂ ଜୈବିକ ପଦ୍ଧତି ଆମ୍ବ ଚାଷ ନିମନ୍ତେ ଅତ୍ୟନ୍ତ ଉପାଦେୟ ହେଉଥିବାରୁ ଏହାର ନିଆରା ସ୍ୱାଦ ପାଇଁ ଦେଶ, ରାଜ୍ୟ ଓ ତଥା ବିଦେଶରେ ନିଜର ସ୍ୱତନ୍ତ୍ର ଚାହିଦା ସୃଷ୍ଟି କରିପାରିଛି। ଜିଲ୍ଲାର ପ୍ରତିଷ୍ଠିତ ୧୦ କୋଟି ଟଙ୍କା ବ୍ୟୟରେ ମ୍ୟାଙ୍ଗୋ ହବ୍‌‌ ଜରିଆରେ ଏଠାକାର ଆମ୍ବକୁ ବିଦେଶକୁ ପଠାଇ ବିକ୍ରି କରାଯାଇଛି। ବିଦେଶରେ ଓଡି଼ଶାପ ଆମ୍ବର ଚାହିଦାକୁ ଦୃଷ୍ଟିରେ ରଖି ନିକଟରେ ଦୁବାଇ ଓ ଇଟାଲୀ ଦେଶକୁ ମଧ୍ୟ ୧୨୦୦ କିଲୋଗ୍ରାମ ଅମ୍ରାପାଲି ଓ ଦାଶେରି ଆମ୍ବ ରପ୍ତାନି କରାଯାଇଛି। 

About the Author