Money Laundering Case: ବେଆଇନ ଅର୍ଥ କାରବାର ମାମଲାରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ଯୌନ ଉତ୍ପୀଡ଼ନ ମାମଲାର ମୁଖ୍ୟ ଅଭିଯୁକ୍ତ ଅର୍ଚ୍ଚନା ନାଗ ଏବଂ ତାଙ୍କ ସ୍ୱାମୀ ଜଗବନ୍ଧୁ ଚାନ୍ଦଙ୍କ ସମେତ ଅନ୍ୟ ୩ ଜଣଙ୍କ 
ବିରୋଧରେ ଚାର୍ଜସିଟ ଦାଖଲ କରିଛି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ। ସୋମବାର ଏହି ମାମଲାରେ ଭୁବନେଶ୍ୱର ସେସନ୍ସ କୋର୍ଟ ଠାରେ ଚାର୍ଜସିଟ୍ ଦାଖଲ କରିଛି ଇଡି।  


COMMERCIAL BREAK
SCROLL TO CONTINUE READING

ସୋମବାର ବେଆଇନ ଅର୍ଥ କାରବାର ମାମଲାରେ (Money Laundering Case) ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (Enforcement Directorate) ଭୁବନେଶ୍ୱର ସେସନ୍ସ କୋର୍ଟ (Bhubaneswar Sessions Court) ଠାରେ ୨୨୪୧ ପୃଷ୍ଠାର ଚାର୍ଜସିଟ ଚାର୍ଜସିଟ୍ ଦାଖଲ କରିଥିଲା। ଏହି ଚାର୍ଜସିଟ୍ ଅର୍ଚ୍ଚନା ନାଗ (Archana Nag) ଏବଂ ତାଙ୍କ ସ୍ୱାମୀ ଜଗବନ୍ଧୁ ଚାନ୍ଦ (Jagabandhu Chand) ଏବଂ ସେମାନଙ୍କର ବ୍ୟବସାୟିକ ସହଯୋଗୀ ଖଗେଶ୍ୱର ପାତ୍ରଙ୍କ (Khageswar Patra) ବିରୋଧରେ ଦାଖଲ କରିଛି ଇଡି। ଏହି ମାମଲାରେ କେନ୍ଦ୍ରୀୟ ଅନୁସନ୍ଧାନକାରୀ ସଂସ୍ଥା ଶ୍ରଦ୍ଧାଞ୍ଜଳି ବେହେରାଙ୍କୁ (Shradhanjali Behera) ଚତୁର୍ଥ ଅଭିଯୁକ୍ତ ବୋଲି ଉଲ୍ଲେଖ କରିଛି।


ଏହା ପୂର୍ବରୁ ନୟାପଲ୍ଲୀ ଥାନାରେ (Nayapalli Police Station) ପଞ୍ଜୀକୃତ ହୋଇଥିବା ଯୌନ ଉତ୍ପୀଡନ ମାମଲାରେ (sextortion Case) କମିଶନରେଟ ପୋଲିସ (Commissionerate Police) ଭୁବନେଶ୍ୱର ଜେଏମଏଫସି-୩ କୋର୍ଟ (Bhubaneswar JMFC-3 Court) ଠାରେ ହନିଟ୍ରାପ କିଙ୍ଗପିନ (Honeytrap Kingpin) ବିରୋଧରେ ଚାର୍ଜସିଟ ଦାଖଲ କରିଥିଲା। ଇଡି ପକ୍ଷରୁ ୫୦୧ ପୃଷ୍ଠାର ଚାର୍ଜସିଟ୍ ଆଇପିସି ଧାରା ୩୮୪, ୩୮୫, ୩୮୮, ୩୯୯, ୫୦୦, ୫୦୬, ଏବଂ ୧୨୦-ବି ଏବଂ I-T ଅଧିନିୟମ ୬୬ଇ, ୬୭ ଏବଂ ୬୭ଏ ଅଧୀନରେ ଦାଖଲ କରାଯାଇଥିଲା।


ହନିଟ୍ରାପ କିଙ୍ଗପିନ ଅର୍ଚ୍ଚନା ନାଗ ପ୍ରଭାବଶାଳୀ ବ୍ୟକ୍ତିଙ୍କ ଠାରୁ ଆପତ୍ତିଜନକ ଭିଡିଓ ମାଧ୍ୟମରେ ବ୍ଲାକମେଲ କରି ଟଙ୍କା ଲୁଟି ନେଇଥିବା ଅଭିଯୋଗ ହୋଇଛି। ବର୍ତ୍ତମାନ ବେଆଇନ ଅର୍ଥ କାରବାର ମାମଲାରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ଦ୍ୱାରା ଗିରଫ ହେବା ପରେ ଅର୍ଚ୍ଚନା ଏବଂ ତାଙ୍କ ସ୍ୱାମୀ ଜଗବନ୍ଧୁ ନ୍ୟାୟିକ ହେପାଜତରେ ଅଛନ୍ତି।


ଓଲିଉଡ ଚଳଚ୍ଚିତ୍ର ନିର୍ମାତା ଅକ୍ଷୟ ପରିଜାଙ୍କ ଅଭିଯୋଗ ଆଧାରରେ କମିସନରେଟ ପୋଲିସ ବ୍ଲାକମେଲର ଅର୍ଚ୍ଚନା ନାଗଙ୍କୁ ଗିରଫ କରିଥିଲା। ସେ ଜଣେ ମହିଳାଙ୍କ ସହ ତାଙ୍କର ଆପତ୍ତିଜନକ ଭିଡିଓ ଏବଂ ଫଟୋ ଭାଇରାଲ କରିଦେବାକୁ ଧମକ ଦେଇ ଫିଲ୍ମ ନିର୍ମାତାଙ୍କ ଠାରୁ ଅର୍ଚ୍ଚନା ନାଗ ୩ କୋଟି ଟଙ୍କା ମାଗିଥିବା ଅଭିଯୋଗ ହୋଇଛି।